ରାଜ୍ୟକୁ କେନ୍ଦ୍ର ଟଙ୍କା ଟେନସନ……

- Advertisement -

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କଠାରୁ ଆସିଥିବା ଜାତୀୟ ସାମାଜିକ ସହାୟତା ରାଶିକୁ ନେଇ ଟେନସନରେ ରାଜ୍ୟ ସରକାର। କେମିତି ବାଣ୍ଟିବେ ଟଙ୍କା ତାକୁ ନେଇ ଚାଲିଛି ହିସାବ ନିକାସ। ଏହି ଯୋଜନାରେ କେନ୍ଦ୍ର ସରକାର 1000 ତାଙ୍କ ସହାୟତା ଦେବାଲାଗି ଘୋଷଣା କରିଛନ୍ତି। ଏ ବାବଦରେ 5 ସହ ଟଙ୍କା ରାଜ୍ୟକୁ ଆସିଛି। ହେଲେ ରାଜ୍ୟ ସରକାର ଲୋକଙ୍କୁ ବର୍ତ୍ତମାନ 48 ଲକ୍ଷ ଲୋକଙ୍କୁ ଭତା ପ୍ରଦାନ କରୁଛନ୍ତି। ସେଥିରୁ 20 ଲକ୍ଷ ହିତାଧିକାରୀ ଜାତୀୟ ସାମାଜିକ ସହାୟତା ଯୋଜନାରେ ଥିବାବେଳେ 28 ଲକ୍ଷ ଲୋକ ମଧୁବାବୁ ପେନସନ ଯୋଜନାରେ ତାଲିକାରେ ଅଛନ୍ତି। ଯେହେତୁ କେନ୍ଦ୍ର ସରକାର କେବଳ ଜାତୀୟ ସାମାଜିକ ସହାୟତା ଯୋଜନାରେ ସାମିଲ ଥିବା 20 ଲକ୍ଷ ହିତାଧିକାରୀଙ୍କୁ ହଜାରେ ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଛନ୍ତି। ଏହାକୁ ନେଇ ଅଡୁଆରେ ପଡିଛନ୍ତି ରାଜ୍ୟସରକାର। କିଭଳି ବାଣ୍ଟିବେ ଟଙ୍କା। କାରଣ 20 ଲକ୍ଷ ହିତାଧିକାରୀଙ୍କୁ ଛାଡିଲେ ବାକି 28 ଲକ୍ଷ ଲାକଙ୍କୁ କେଉଁଠୁ ଦେବେ ଟଙ୍କା। ଏଥିପାଇଁ ଆବଶ୍ୟକ 250 କୋଟି ଟଙ୍କା। ତେଣୁ ଦ୍ଵିତୀୟ କିସ୍ତି ଆସିବା ପରେ ଏହି ସହାୟତା ରାଶି ପ୍ରଦାନ କରିବା ନେଇ ବିଚାର କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles