ନିଦ ନାହିଁ ପାଣ୍ଡିଆନଙ୍କୁ…..

- Advertisement -

ଭୁବନେଶ୍ୱର: ହାରିବ କରୋନା ପୁଣି ହସିବ ଓଡ଼ିଶା । କୋଭିଡ 19କୁ ନେଇ ଓଡିଶା ଅନେକ ଆଗୁଆ ପଦକ୍ଷେପ ନେଇଛି। ଫଳରେ ସବୁଠି ପ୍ରସଂଶାର ପତ୍ର ସୁଅ ଛୁଟିଛି । ଭାରତ ଲକ୍ ଡାଉନ ହେବା ପୂର୍ବରୁ ମାର୍ଚ୍ଚ ୨୨ରେ ଓଡିଶାକୁ ଲକ୍ ଡାଉନ କରିବା । ଦେଶର ପ୍ରଥମ ୧୦୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ କରିବା । ଜିଲ୍ଲାରେ କୋଭିଡ ହସ୍ପିଟାଲ କରିବା। ସାମାଜିକ ଦୁରତାକୁ ବଜାୟ ରଖିବା ପାଇଁ କଡାକଡି ଆଇନ କରିବା ।ଏହାସହ ଅସହାୟ ଲୋକଙ୍କୁ ଭତ୍ତା ,ରାସନ,ରାନ୍ଧଖାଦ୍ୟ ଯୋଗାଇଦେବା । ଏପରି ଅନେକ ପଦକ୍ଷେପ ନେଇଛି ଓଡ଼ିଶା । ପ୍ରତ୍ୟେକ ଦିନ କରୋନା ମୁକାବିଲା ପାଇଁ ନୂଆ ନୂଆ ବ୍ଲୁପ୍ରିଣ୍ଟ । ଧନ ସମ୍ପତି ରକ୍ଷା କରିବା ସହ କରୋନା ବିରୁଦ୍ଧରେ ଲଢ଼ିବା ପାଇଁ ଶକ୍ତି ସଂଚାର କରିବା ପ୍ରତ୍ୟେକ ଓଡ଼ିଆ ମନରେ । ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟେକ ଲକ୍ଷ୍ୟକୁ ପୂରଣ କରିବା ଓ କେନ୍ଦ୍ର ସରକାରଙ୍କ ସହ ଯୋଗାଯୋଗ କରି କରୋନା ଲଢ଼େଇକୁ ଜୋରଦାର କରିବା। ପୁରା ପ୍ରଶାସନ କଳକୁ ଚଳ ଚଞ୍ଚଳ କରିବା । ଏସବୁକୁ ସମନ୍ୱୟ ଭାବରେ ଚଳାଇପାରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଅତି ବିଶ୍ୱସ୍ତ ତଥା 5 T ସଚିବ ଭି. କେ ପଣ୍ଡିଆନ । ଓଡ଼ିଶାରେ କରୋନାକୁ ହରେଇବା ପାଇଁ ସେ ସମ୍ପୂର୍ଣ୍ଣ ଯୋଜନା ପ୍ରସ୍ତୁତ କରିଛନ୍ତି । ଦିନ ରାତି ଏକକରି ତାଙ୍କର କରୋନା ବିରୋଧୀ ଲଢେଇ ଜାରୀ ରଖିଛନ୍ତି। କେତେବେଳେ ଭିଡିଓ କନ୍ଫରେନ୍ସିଂଗ ଜରିଆରେ କାର୍ଯ୍ୟର ତଦାରଖ କରୁଛନ୍ତି ତ ଆଉ କେତେବେଳେ ଗ୍ରାଉଣ୍ଡ ଜିରୋରେ ଯାଇ କାର୍ଯ୍ୟର ସମୀକ୍ଷା କରୁଛନ୍ତି । ଆଉ ଟିକ୍ ନିକ୍ ଖବର ମୁଖ୍ୟମନ୍ତ୍ରୀଙ୍କୁ ଜଣାଉଛନ୍ତି। ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ସଚିବ,ପ୍ରମୁଖ ଶାସନ ସଚିବ,ଜିଲ୍ଲାପାଳ ,ଏସିପି ଓ ପୁରା ପ୍ରଶାସନିକ ଅଧିକାରୀଙ୍କୁ ଦାୟିତ୍ୱ ଦେଇ ଓଡ଼ିଶାରେ କରୋନାକୁ ହରାଇବା ପାଇଁ ସବୁବେଳେ ଚେଷ୍ଟା ଜାରୀ ରଖିଛନ୍ତି ପାଣ୍ଡିଆନ । ମୁଖ୍ୟ ଶାସନ ସଚିବ ଓ ବିଭିନ୍ନ ବରିଷ୍ଠ ପ୍ରଶାସନିକ ଅଧିକାରିମାନେ ତାଙ୍କୁ ସାଥ ଦେଉଛନ୍ତି। ଯେଉଁଥି ପାଇଁ ସାରା ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଓଡ଼ିଶାରେ ମାତ୍ର ୬୦ ରେ ଏହା ସୀମିତ ଅଛି । ଲୋକଙ୍କୁ ସଚେତନ କରାଇବା ଉପରେ 5 T ସଚିବ ବିଶେଷ ଗୁରୁତ୍ୱ ଦେଇଛନ୍ତି । ପ୍ରଶାସନିକ ଅଧିକାରୀଙ୍କ ଦାୟିତ୍ୱ କଣ ତାଙ୍କୁ ଆମେରିକାର ଏକ ପୁରୁଣା ଭିଡିଓ ବାର୍ତ୍ତା ଦ୍ଵାରା ଚେତାଇ ଦେଇଛନ୍ତି ସେ । ଯଦି ସାଧାରଣ ଲୋକଙ୍କର ଅସୁବିଧା ହୁଏ ତାହାଲେ ଏଥିପାଇଁ ପ୍ରଶାସନିକ ଅଧିକାରୀ ଦାୟୀ ବୋଲି ଏହି ଭିଡ଼ିଓ ବାର୍ତ୍ତା ଜରିଆରେ ଦର୍ଶାଇଛନ୍ତି । ବିଦେଶର ଏକ ରୁଟି ଚୋରି ଘଟଣାକୁ ଦର୍ଶାଇ ସେ ଜିଲ୍ଲାପାଳ ମାନଙ୍କୁ ସତର୍କ କରିଛନ୍ତି। ଏହାସହ ମୁଖ୍ୟମନ୍ତ୍ରୀ ଦେଇଥିବା ବାର୍ତ୍ତା ଅର୍ଥନୀତି ନୁହେଁ ଜୀଵନ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ତାହାକୁ ଅକ୍ଷର ଅକ୍ଷରେ ପାଳନ କରିବାକୁ ସେ ଚେଷ୍ଟା କରିଛନ୍ତି । ଏହାକୁ ସଫଳ କରୁବା ପାଇଁ ଡେଡିକେଟେଡ଼ ଭି. କେ.ପିଙ୍କ ଆଖିରେ ନିଦ ନାହିଁ ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles