କୋଭିଡ଼ ହସ୍ପିଟାଲରେ ପାଣ୍ଡିଆନ….

- Advertisement -

ଅନୁଗୋଳ : ଏବେ ସାରା ଦେଶରେ କୋଭିଡ-୧୯ ହସପିଟାଲ ତିଆରି କରିବାରେ ଓଡିଶା ପ୍ରଥମ । ସବୁ ଜିଲ୍ଲାରେ କୋଭିଡ-୧୯ ହସପିଟାଲ ତିଆରି କରିବିବାକୁ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି । ଏହି କ୍ରମରେ ଅନୁଗୋଳ ଜିଲ୍ଲା ତାଳଚେର ନେହେରୁ ଶତାବ୍ଦୀ ହସ୍ପିଟାଲରେ କୋଭିଡ -୧୯ ହସ୍ପିଟାଲ ପାଇଁ ପ୍ରସ୍ତୁତି କରାଯାଇଛି । ଆଜି ଏଠାକୁ ଯାଇ ସ୍ଥିତି ପରଖିଛନ୍ତି ୫ଟି ସଚିବ ବି କେ ପାଣ୍ଡିଆନ। ହସ୍ପିଟାଲର ଭିତୀଭୂମି ଦେଖିବା ସହ କୋଭିଡ-୧୯ ମୁକାବିଲା ପାଇଁ କରାଯାଇଥିବା ସମସ୍ତ ପ୍ରସ୍ତୁତି କୁ ସେ ପରଖିବା ସହ ଡାକ୍ତରଖାନା କର୍ତ୍ତୃପକ୍ଷ , ଜିଲ୍ଲା ପ୍ରଶାସନ ଓ ଏମ ସି ଏଲ ର ଅଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି । ଏହି ହସ୍ପିଟାଲରେ କରୋନା ମୁକାବିଲା ପାଇଁ ୧୫୦ ଟି ଶଯ୍ୟା ପ୍ରସ୍ତୁତ କରାଯିବା ସହ ୮ ଟି ଆସିୟୁ ରହିବ । ଜିଲା ଖଣିଜ ପାଣ୍ଠି ଏବଂ ଏମ ସି ଏଲ ପାଣ୍ଠି ରୁ ଏହି ହସ୍ପିଟାଲ ନିର୍ମାଣ କରାଯାଇଥିବା ବେଳେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଡାକ୍ତର ଏଠାରେ ଚିକିତ୍ସା ପାଇଁ ସାମିଲ ହେବେ ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles