ତିନି ଜିଲ୍ଲାକୁ ୬୦ଘଣ୍ଟା ପାଇଁ ସଟ୍ ଡାଉନ…

- Advertisement -

ଭୁବନେଶ୍ୱର : ଯାଜପୁର, ବାଲେଶ୍ଵର, ଭଦ୍ରକକୁ ଆଜିଠାରୁ ସଟ୍ ଡାଉନ ଘୋଷଣା କାରାଯାଇଛି। ଆଜି ରାତି ୧୦ ଟାଠାରୁ ୨୬ ତାରିଖ ଦିନ ୧୦ ଯାଏଁ ଏହି ନିୟମ ଜାରି ରହିବ। ଏ ନେଇ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ।
ଏହି ତିନି ଜିଲ୍ଲାରୁ ଏବେ ୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହାକି ସରକାରଙ୍କ ଚିନ୍ତା ବଢ଼ିଛି। ଯଦି ଆମେ ଗତ ୩ ଦିନର ତଥ୍ୟକୁ ଦେଖିବା ଏହି ଜିଲ୍ଲା ଗୁଡିକରୁ ୨୯ ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି। ପୂର୍ବରୁ ଏହି ସଟ୍ ଡାଉନକୁ ଭୁବନେଶ୍ୱର ଓ କଟକରେ ପ୍ରୟୋଗ କରି ସରକାର ଏହି ସହରରେ କରୋନାକୁ ଆୟତ୍ତ କରିବାରେ ସଫଳ ହୋଇଛନ୍ତି । ସେଥିପାଇଁ ଏହାକୁ ଏବେ ବାଲେଶ୍ବର, ଭଦ୍ରକ ଓ ଯାଜପୁର ରେ ସଟ୍ ଡାଉନ ଘୋଷଣା କାରାଯାଇଛି ।
ଏହି ସଟ୍ ଡାଉନ ସମୟରେ ସରକାରଙ୍କ ସ୍ୱୀକୃତି ପାଇଥିବା କିଛି ଔଷଧ ଦୋକାନ କେବଳ ଖୋଲା ରହିବ। ଲୋକମାନେ ସମ୍ପୂର୍ଣ୍ଣ ଭାବେ ଘରେ ରହିବେ । ଫଳରେ କରୋନା ଆଉ ଗୋଷ୍ଠୀ ସଂକ୍ରମଣ କରିପାରିବ ନାହିଁ। ବର୍ତ୍ତମାନ ସମୟରେ ପଶ୍ଚିମ ବଙ୍ଗରୁ ଅନେକ ଲୋକ ଏହି ତିନି ଜିଲ୍ଲାକୁ ଆସିଛନ୍ତି । ସେମାନଙ୍କୁ ସରକାର ଟ୍ରେଶ କରୁଛନ୍ତି ।ଏହାସହ କେମିତି ଅଧିକରୁ ଅଧିକ ଟେଷ୍ଟ କରାଯିବ ସେ ନେଇ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟ ଶାସନ ସଚିବ। ଏହି ୬୦ ଘଣ୍ଟା ଏହି ତିନି ଜିଲ୍ଲା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ରହିବ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles