ରେଡ଼ ଜୋନରେ ଓଡ଼ିଶାର ୬ ଜିଲ୍ଲା : ସାମିଲ ହେଲା ଯାଜପୁର

- Advertisement -

ଭୁବନେଶ୍ୱର : ବର୍ତ୍ତମାନ ରାଜ୍ୟରେ କରୋନା କାୟା ବିସ୍ତାର କରିବାରେ ଲାଗିଛି। ଏବେ ମୁଖ୍ୟତଃ ଏହା ଯାଜପୁର , ବାଲେଶ୍ଵର, ଓ ଭଦ୍ରକରେ ବ୍ୟାପିବାରେ ଲାଗିଛି। ଏହି କ୍ରମରେ ଆଜି ଜିଲ୍ଲାଗୁଡିକର କରୋନା ପ୍ରବଣ ତାଲିକା ପ୍ରକାଶ ପାଇଛି। ଏହି ତାଲିକା ଅନୁସାରେ ରେଡ଼ ଜୋନରେ ରାଜ୍ୟର ୬ ଜିଲ୍ଲା ଏହି ତାଲିକାରେ ଅଛି। ଏବେ ଯାଜପୁର ଏହି ତାଲିକା ଅନ୍ତର୍ଭୁକ୍ତ ହୋଇଛି । ଯଦି ଆସନ୍ତା ୪ ଭିତରେ ଭୁବନେଶ୍ୱରରୁ ପଜେଟିଭ  କେସ ନ ଆସିବ ସେ ରେଡ଼ ଜୋନ ତାଲିକାରୁ କଟିଯିବ।
ଯେଉଁ ଜିଲ୍ଲା ଗୁଡିକରେ ୧୪ ଦିନ ଭିତରେ ଆକ୍ରାନ୍ତ ଚିହ୍ନଟ ହୋଇଥାଆନ୍ତି ତାକୁ ରେଡ଼ ଜୋନ କୁହାଯାଏ। ଏଥିରେ ଏବେ ଖୋର୍ଦ୍ଧା ଶୀର୍ଷରେ ଅଛି । କାରଣ ଏଠାରେ ୪୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି  ଅରେଞ୍ଜ ଜୋନରେ ଏବେ ରାଜ୍ୟର ୪ ଟି ଜିଲା ରହିଛି। ଯେଉଁ ଜିଲ୍ଲାରେ ଶେଷ ପଜେଟିଭ  ଚିହ୍ନଟର ୧୪ ଦିନ ମଧ୍ୟରେ କେହି ଆକ୍ରାନ୍ତ ହୋଇନ ଥାଆନ୍ତି ।ତାହାକୁ ଅରେଞ୍ଜ ଜୋନ କୁହାଯାଇଥାଏ। ଏହାସହ ବାକି ୨୦ ଜିଲ୍ଲାରେ କୌଣସି ପଜେଟିଭ  ଚିହ୍ନଟ ହୋଇନାହାନ୍ତି ।ତେଣୁ ସେ ଜିଲ୍ଲା ଗୁଡିକୁ ଗ୍ରୀନ ଜୋନରେ ରଖାଯାଇଛି।
ଏପଟେ ପଶ୍ଚିମବଙ୍ଗ ଓଡ଼ିଶା ପାଇଁ କାଳ ପାଲଟିଛି । ଯାହାଫଳରେ ଯାଜପୁର, ବାଲେଶ୍ଵର , ଭଦ୍ରକରେ ଦିନକୁ ଦିନ କରୋନା ଆକ୍ରାନ୍ତ ବଢ଼ିବାରେ ଲାଗିଛି। ପୂର୍ବରୁ ବାଲେଶ୍ଵର ଓ ଭଦ୍ରକ ରେଡ଼ ଜୋନ ଅନ୍ତର୍ଭୁକ୍ତ ଥିଲେ । ଏବେ ଯାଜପୁର ଏଥିରେ ସାମିଲ ହୋଇଛି । ଜିଲ୍ଲାରେ ଏଯାଏଁ ୧୨ଜଣ ପଜେଟିଭ ଚିହ୍ନଟ ହୋଇସାରିଛନ୍ତି । ସରକାରଙ୍କ ତଥ୍ୟ ଅନୁସାରେ ଏଯାଏଁ ରାଜ୍ୟରେ ୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି । ଏହାସହ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇସାରିଛି। ସେଥିମଧ୍ୟରୁ ୩୩ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଲେଣି। ଆସନ୍ତୁ ନଜର ପକେଇବା କେଉଁ ଜିଲ୍ଲା କେଉଁ ଜୋନ ଅଛି
ରେଡ଼ ଜୋନ- ଖୋର୍ଦ୍ଧା, ବାଲେଶ୍ଵର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, ସୁନ୍ଦରଗଡ଼
ଅରେଞ୍ଜ ଜୋନ-କଟକ,ପୁରୀ,ଢେଙ୍କାନାଳ, କଳାହାଣ୍ଡି
ଗ୍ରୀନ ଜୋନ- ଅବଶିଷ୍ଟ ୨୦ ଜିଲ୍ଲା

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles