ଯାଜପୁର : ଯାଜପୁରରେ 18ଜଣ କରୋନା ରୋଗୀ ଚି଼ହ୍ନଟ ହୋଇଛନ୍ତି l ଏହାକୁ ନିୟନ୍ତ୍ରଣ କରିବା ପାଇଁ ଯାଜପୁର, ଯାଜପୁର ପୌରାଞ୍ଚଳ ସମେତ ଯାଜପୁର ବ୍ଲକ, ଦଶରଥପୁର, ବିଞ୍ଝାରପୁର, ବରୀ ଓ କୋରାଇ ଆଦି ବ୍ଲକର ସମଗ୍ର ଅଞ୍ଚଳକୁ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା କଲା ଜିଲ୍ଲା ପ୍ରଶାସନ। ଆସନ୍ତା କାଲି ମଧ୍ୟାହ୍ନ ୧୨ ଟା ରୁ ଆସନ୍ତା ୨୯ ତାରିଖ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଲାଗୁ ହେବ। ଏହି ସମୟରେ ସଟଡାଉନ୍ ଭଳି ପରିସ୍ଥିତି ବଳବତ୍ତର ରହିବ। କେବଳ ଔଷଧ ଦୋକାନ ଖୋଲା ରହିବ। ଅନ୍ୟ ସମସ୍ତ ବ୍ୟବସାୟୀକ ପ୍ରତିଷ୍ଠାନ ବନ୍ଦ ରହିବ।
କାବୁ ହେବ କରୋନା: ପ୍ରଶାସନ ସହ ଅଣ୍ଟା ଭିଡ଼ିଲେ ପ୍ରଣବ…
ଯାଜପୁର: ୧୪ ତାରିଖ ଠାରୁ ଭୁବନେଶ୍ୱରରେ କରୋନା ରୋଗୀ ଚିହ୍ନଟ ହୋଇନାହିଁ । ଭୁବନେଶ୍ୱରରେ କରୋନା ଆକ୍ରାନ୍ତ ସଂଖ୍ୟା ୪୬ରେ ପହଂଚିବା ପରେ ରାଜଧାନୀକୁ ଓଡ଼ିଶାର ଉହାନ ସହର ବୋଲି କୁହା କୁହିଁ ହେଲେ ଲୋକେ ।ଏହା ପରେ ରାଜ୍ୟ ସରକାର ଆପଣାଇଲେ ନୂଆ ଷ୍ଟାଟେଜି ।ଫଳସ୍ୱରୂପ ୧୫ ଦିନ ହେଲାଣି ରାଜଧାନୀରୁ ଗୋଟେ ହେଲେ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି । ଆଉ ଏବେ ସେହି ସମାନ ତରିକାକୁ ଆପଣାଉଛି ଯାଜପୁର। ଯାଜପୁର ଜିଲ୍ଲା ସମ୍ପୂର୍ଣ୍ଣ ସିଲ କରାଯାଇ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ।କଣ୍ଟାକ ଟ୍ରେସିଙ୍ଗ ମାଧ୍ୟମରେ କୋଭିଡ ଅଭିଯାନ ଜୋରଦାର କରାଯାଇଛି । କଲିକତା ଫେରନ୍ତା ଉପରେ ପ୍ରଶାସନ କଡା ନଜର ରଖିଛି। ଏହାସହ କେନ୍ଦ୍ରାପଡା, ବାଲେଶ୍ୱର,ମୟୁରଭଞ୍ଜ ସୀମା ଉପରେ ମଧ୍ୟ ପ୍ରଶାସନର ନଜର ରହିଛି। ନୂଆ ଯୋଜନା ସହ ତୃଣମୂଳ ସ୍ତରରୁ କିପରି କରୋନା ମୂଳପଛ ହେବ ସେ ନେଇ ଆଜି ଜିଲାପାଳଙ୍କ ସରକାରୀ ଵସଭବନରେ ବସିଥିଲା ଏକ ଉଚ୍ଚସ୍ତରିୟ ବୈଠକ। ଜିଲ୍ଲାପାଳ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକକରେ ଯାଜପୁର ଏସିପି, ଉପଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ଓ ବିଧାୟକ ପ୍ରଣବ ପ୍ରକାଶ ଦାସ ଉପସ୍ଥିତ ଥିଲେ । ଜିଲ୍ଲାରେ କିପରି କରୋନାକୁ କାବୁ କରାଯିବ ସେନେଇ ରଣନୀତି ପ୍ରସ୍ତୁତ କରିଥିଲେ । ବିଶେଷ କରି କଲିକତାରୁ ଫେରୁଥିବା ଲୋକଙ୍କୁ ଚିହ୍ନଟ କରି ୧୪ ଦିନିଆ କ୍ୱାରେଣ୍ଟାଇନ ସେଣ୍ଟରରେ ରଖିବାକୁ ଜିଲ୍ଲା ପ୍ରଶାସନ ପ୍ରାଥମିକତା ଦେଇଛି । ସେଥିରେ କିଛିଟା ସଫଳତା ପାଇଛି ପ୍ରଶାସନ । ଏହାସହ ଲୋକଙ୍କୁ ଅଧିକ ସଚେତନ କରାଇବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଛି ।ଯାଜପୁରରେ କରୋନାକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଣବ ଯୁଦ୍ଧକାଳୀନ ଭିତ୍ତିରେ ୫୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ନିର୍ମାଣ କରିବା ସହ ବ୍ୟାପକ ସଚେତନତା କରିଥିଲେ। ହେଲେ ଏହାକୁ ପାଣିଚିଆ କରିଦେଇଥିଲେ କିଛି ଅସାବଧାନତା ବ୍ୟକ୍ତି ।ଯେଉଁମାନେ କି ବାହାର ରାଜ୍ୟରୁ ଆସି ଘରେ ଲୁଚିକି ରହିଲେ ଓ ଜିଲ୍ଲା ପ୍ରଶାସନକୁ ସହଯୋଗ କଲେନାହିଁ । ଯାହା ପ୍ରଶାସନର ସବୁ ପ୍ରସ୍ତୁତିକୁ ପାଣିଚିଆ କରିଦେଇଛି l ଏବେ ଯାଜପୁରରେ କରୋନା ଆକ୍ରାନ୍ତ ସଂଖ୍ୟା ୧୮ରେ ପହଞ୍ଚିଛି । ଏହି ସଂଖ୍ୟା ଯେମିତି ନ ବଢିବ ସେ ନେଇ ଜିଲ୍ଲା ପ୍ରଶାସନ ସହ ମିଶି ବିଧାୟକ ପ୍ରଣବ ପ୍ରସ୍ତୁତ କରୁଛନ୍ତି ନୂଆ ଷ୍ଟାଟେଜି ।ଏହାସହ କରୋନା ଯୁଦ୍ଧର ସବୁ ଯୋଦ୍ଧାର ମନବଳ ବଢ଼େଇବା ପାଇଁ ଚେଷ୍ଟା କରିଛନ୍ତି l ଆଗକୁ ଯେପରି ଯାଜପୁରରେ କରୋନା ଟେଷ୍ଟ ଅଧିକ ହୋଇପାରିବ ତାହା ଉପରେ ଗୁରୁତ୍ୱ ଦିଆଯାଇଛି l ମାସ୍କ ପିନ୍ଧିବା ଜିଲ୍ଲାରେ କଡାକଡି କରାଯିବା ଉପରେ ବୈଠକରେ ନିଷ୍ପତି ନିଆଯାଇଛି l
ଜମିରେ ଅଖିମୁଠି ଅନୁକୂଳ କଲେ କୃଷିମନ୍ତ୍ରୀ ଅରୁଣ…
()ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଆଜି ନୟାଗଡ଼ ଦଳୀୟ କାର୍ଯ୍ୟାଳୟ ନିକଟସ୍ଥ ଜଣେ କୃଷକଙ୍କ ଜମିରେ ଅଖିମୁଠି ଅନୁକୂଳ କରିଛନ୍ତି । ପୂଜାପାଠ ପରେ ମନ୍ତ୍ରୀ ବିହନ ବୁଣିବା ସହ ହଳ ଲଙ୍ଗଳ ଧରି ଚାଷ କାର୍ଯ୍ୟ କରିଛନ୍ତି । ସୂଚନାନୁସାରେ, ବୈଶାଖ ମାସ ଶୁକ୍ଲ ପକ୍ଷ ତୃତୀୟା ତିଥିକୁ ଅକ୍ଷୟ ତୃତୀୟା ଭାବେ ପାଳନ କରାଯାଏ । ଏହିଦିନ କୃଷକମାନେ ସେମାନଙ୍କ ଜମିରେ ଅଖିମୂଠି ଅନୁକୂଳ କରି କୃଷି କାର୍ଯ୍ୟର ଶୁଭାରମ୍ଭ କରିଥାନ୍ତି । କରୋନା ମହାମାରୀ କାରଣରୁ ଏହାକୁ ସରକାରୀ ଭାବେ ପାଳନ ନକରି ଆଜି କୃଷି ମନ୍ତ୍ରୀ ବ୍ୟକ୍ତିଗତଭାବେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଅଖିମୁଠି ଅନୁକୂଳ କରିଛନ୍ତି । ଅକ୍ଷୟ ତୃତୀୟା ହେଉଛି ଏକ କୃଷି ଭିତ୍ତ୍ଖଳ ପର୍ବ । ଚାଷୀପାଇଁ ଏହା ହେଉଛି ଏକ ଶୁଭର ଦିନ ଏହି ଦିନରେ ଓଡ଼ିଶାର ପୂରପଲ୍ଲୀର ଚାଷୀମାନେ ଚାଷ କାର୍ଯ୍ୟ ଆରମ୍ଭ କରିଥାନ୍ତି । ଅକ୍ଷୟ ତୃତୀୟା ଏପରି ଏକ ଦିବସ ଯେଉଁ ଦିବସରେ ବିନା ପାଞ୍ଜିରେ କାମ ଆରମ୍ଭ ହୁଏ । ଏହି ଦିବସରେ ଯେଉଁ କାର୍ଯ୍ୟ ଆରମ୍ଭ କରାଯାଏ, ଏହା ଅତ୍ୟନ୍ତ ଶୁଭ ହୋଇଥାଏ ବୋଲି କୃଷି ମନ୍ତ୍ରୀ ରାଜ୍ୟର କୃଷକଙ୍କ ଉଦ୍ଦେଶ୍ୟରେ କହିଛନ୍ତି । ଏବର୍ଷର ପାଣିପାଗ, ଚାଷ ଅନୁକୂଳ ପାଇଁ ଭଲ ରହିଛି । କରୋନା ମୁକାବିଲା କରିବା ପାଇଁ ରାଜ୍ୟ ସରକାର କରାଯାଇଥିବା ଲକ୍ଡାଉନ୍କୁ କୃଷି କାର୍ଯ୍ୟ ନିମନ୍ତେ କୋହଳ କରିଛନ୍ତି । କୃଷକମାନେ ବିନା ଦ୍ୱିଧାରେ ସାମାଜିକ ଦୂରତା ରକ୍ଷା କରି କୃଷି କାର୍ଯ୍ୟରେ ନିୟୋଜିତ ରହିବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ଚାଷୀର ବଡ଼ ପର୍ବ ଅକ୍ଷୟ ତୃତୀୟା : ମହାପ୍ରଭୁଙ୍କ ରଥ କାର୍ଯ୍ୟର ହେବ ଅନୁକୂଳ..
ଭୁବନେଶ୍ୱର :ଆଜି ପବିତ୍ର ଅକ୍ଷୟ ତୃତୀୟା। ଅନୁକୂଳର ଦିନ । ଓଡ଼ିଆ ପରମ୍ପରାର ପ୍ରତୀକ ।ଚାଷିପୁଅ ଏହି ଦିନ ଚାଷ କାର୍ଯ୍ୟ ଆରମ୍ଭ କରିଥାଏ । ଏହା ବିଶେଷ କରି ପଶ୍ଚିମ ଓଡିଶାରେ ଅଧିକ ପାଳନ କରାଯାଇଥାଏ ।ଏହି ଦିନ ଚାଷୀ ପୁଅ ଅକ୍ଷିମୁଠି ଅନୁକୂଳ କରିଥାଏ। ଏହି ପର୍ବ ଓଡ଼ିଶା ଭଳି କୃଷି ପ୍ରଧାନ ରାଜ୍ୟ ପାଇଁ ଅନେକ ଦୃଷ୍ଟିରୁ ପ୍ରାସଙ୍ଗିକ। କିନ୍ତୁ ଏ ବର୍ଷ ଲକ୍ ଡାଉନ ପ୍ରଭାବରେ ଏହି ଅକ୍ଷୟ ତୃତୀୟା ଟିକେ ଫିକା ପଡିଯାଇଛି । କାରଣ ସବୁ ବନ୍ଦ ।ହେଲେ ମଧ୍ୟ ଚାଷୀ ପୁଅ ନିଜ ଜମିକୁ ଯାଇ ଚାଷ ଅନୁକୂଳ କରିଛି। ଏହା ସହ ପ୍ରଭୁ ଜଗନ୍ନାଥଙ୍କ ରଥ କାର୍ଯ୍ୟ ମଧ୍ୟ ଆଜିଠାରୁ ଆରମ୍ଭ ହୋଇଥାଏ।
ପୁରାଣ ଅନୁସାରେ ଦିନ ଏହି ନିର୍ଦ୍ଦିଷ୍ଟ ଦିନରେ ଜ୍ଞାନ ଓ ବୁଦ୍ଧିର ଦେବତା ପ୍ରଭୁ ଗଣେଶ ବେଦବ୍ୟାସଙ୍କ କଣ୍ଠରେ ବସି ତାଙ୍କ ମାଧ୍ୟମରେ ମହାଭାରତ ଲେଖାଇବା ଆରମ୍ଭ କରିଥିଲେ। ଏହି ଦିନକୁ ବିଷ୍ଣୁ ଶାସନ କରିଥିବାରୁ ହିନ୍ଦୁମାନଙ୍କ ପାଇଁ ଏହା ଏକ ସମୃଦ୍ଧ ଦିବସ ଭାବେ ପରିଗଣିତ ହୁଏ ବୋଲି ମତ ରହିଛି। ସେହିପରି ଅକ୍ଷୟ ତୃତୀୟାକୁ ବିଷ୍ଣୁଙ୍କ ଦଶାବତାର ମଧ୍ୟରୁ ଷଷ୍ଠ ଅବତାର ପର୍ଶୁରାମଙ୍କ ଜନ୍ମଦିନ ଭାବେ ପାରମ୍ପରିକ ଭାବେ ପାଳନ କରାଯାଏ। ପୁଣି ଏହି ନିର୍ଦ୍ଦିଷ୍ଟ ଦିନରେ ତ୍ରେତୟା ଯୁଗ ଆରମ୍ଭ ହୋଇଥିବା ବେଳେ ପବିତ୍ର ଗଙ୍ଗାନଦୀ ସ୍ବର୍ଗରୁ ପୃଥିବୀପୃଷ୍ଠକୁ ଓହ୍ଲାଇ ଆସିଥିବା ଭଳି ପୌରାଣିକ ମତମାନ ରହିଛି। ତେଣୁ ଅକ୍ଷୟ ତୃତୀୟାକୁ ପବିତ୍ର ଦିନ ଭାବେ ଧରା ଯାଉଥିବା ବେଳେ ଚଷାମାନେ ବିଲରେ ପୂଜା କରି ବିହନ ବୁଣି ଚଳିତବର୍ଷର ଚାଷ କାର୍ଯ୍ୟ ଶୁଭାରମ୍ଭ କରିଥାନ୍ତି ।ଆଜି ପାଗ ମଧ୍ୟ ଚାଷ ଅନୁକୂଳ ରହିଛି । ଆକାଶ ଖଣ୍ଡ ଖଣ୍ଡ ମେଘରେ ଭର୍ତ୍ତି । ମେଘୁଆ ପାଗ ।
ଋଣ ସୁଝିବାର ସମୟ ଆସିଛି…..
ଭୁବନେଶ୍ୱର: ମା ଓ ଗାଁ। ବିପଦ ସମୟରେ ପ୍ରତ୍ୟେକ ବ୍ୟକ୍ତି ଏମାନଙ୍କ କୋଳରେ ରହିବାକୁ ଭଲ ପାଆନ୍ତି । କାରଣ ଦୁଇ ଜଣ ହେଉଛନ୍ତି ନିଃସ୍ୱାର୍ଥପର ଓ ସ୍ନେହର ପ୍ରତୀକ । କିଛି ଆଶା କରନ୍ତି ନାହିଁ , ଆଜିର ବ୍ୟସ୍ତ ବହୁଳ ଜୀବନରେ ଆମେ ସଭିଏଁ ଏମାନଙ୍କୁ ଦୁରେଇ ଦେଇଥିଲେ ନିଜର ଜୀବନ ଜୀବିକା ପାଇଁ । କର୍ତ୍ତବ୍ୟ ଆଗରେ ମାଆ ର ସ୍ନେହ ଥିଲା ଓ ଗାଁର ପୁରୁଣା ସ୍ମୃତି ମଧ୍ୟ ଜୀବିତ ଥିଲା । ଆଜି ମହାମାରୀ କରୋନା ସାରା ବିଶ୍ୱରେ କାୟା ବିସ୍ତାର କରିଛି। ଭୁତାଣୁ ସଂକ୍ରମଣ ଭୟ ଏବେ ସାରା ବିଶ୍ୱକୁ ଘରିଛି। ପୁରା ବିପଦରେ ସାରା ବିଶ୍ୱ , ଆଉ ଏ ବିପଦ ସମୟକୁ ଲୋକଙ୍କୁ ନେଇ ସରକାର ମୁକାବିଲା କରୁଛନ୍ତି। ଆଜି କରୋନା ମୁକାବିଲା କରିବା ପାଇଁ ଅନେକ କଟକଣା ହୋଇଛି । ଏତିକି ବେଳେ ଅନେକ ନିଜ ଗାଁକୁ ମନେ ପକାଉଛନ୍ତି ।ସବୁ ଏବେ ଗାଁ ମୁହାଁ , କାରଣ ସମୟ ସଭିଙ୍କୁ ଗାଁ ମୁହାଁ ହେବାକୁ ବାଧ୍ୟ କରିଛି। ଗାଁ ର ସେହି ପୋଖରୀ ତୁଠ , ଖେଳ ପଡିଆ,ଗାଁ ମନ୍ଦିର, ପିଲା ଦିନର ସାଥି ଓ ନିଜ ପରିବାର । ସବୁକିଛି ଏହି ଲକ୍ ଡାଉନ ବେଶି ନିଜର କରିଦେଇଛି। ଖାସ ସେଥିପାଇଁ ତ କିଏ ଦରିଆ ପାର ହୋଇ ତ ଆଉ କିଏ ରାତାରାତି ସଡ଼କ ପଥରେ । ପୁଣି କିଏ ଚାଲିଚାଲି ତ କିଏ ସାଇକେଲରେ ଗାଁକୁ ଆସୁଛନ୍ତି ।ଅନେକ ଆସିବା ପାଇଁ ସରକାରଙ୍କୁ ହାତ ଯୋଡି ନିବେଦନ କଲେଣି । ଏହା ସହ ବାହାର ରାଜ୍ୟରେ ଥିବା ଶ୍ରମିକ ମାନଙ୍କୁ ଫେରେଇ ଆଣିବା ପାଇଁ ସରକାର ମଧ୍ୟ ପ୍ରୟାସ କଲେଣି । ଜୀଵନ ଜୀବିକା ଏବଂ ଗାଁ ମା ଭିତରେ ଏ ଭୂତାଣୁ ସାଜିଛି ପ୍ରତିବନ୍ଧକ । କେତେକ କଟକଣା ମଧ୍ୟ ରହିଛି।ତାହାରି ଭିତରେ ଗାଁ ଫେରିବାକୁ ମଣିଷ କରୁଛି ସଂଘର୍ଷ । ଗାଁକୁ ଫେରିବେ ତ ସତ, ହେଲେ ଏବେ ଗାଁ ପାଇଁ ଥିବା ମମତା ଦେଖେଇବାର ସମୟ ଆସିଛି। କାରଣ ଭଲ ପାଇବା ରେ ଥାଏ ତ୍ୟାଗ । ସେହି ତ୍ୟାଗ ଏବେ ପ୍ରତେକ ଗାଁ ଫେରନ୍ତା ପାଇଁ ଆବଶ୍ୟକ । ନିଜ ଗାଁ ଏବଂ ପରିବାରକୁ କରୋନା ସଂକ୍ରମଣରୁ ମୁକ୍ତ କରିବା ପାଇଁ ସରକାରୀ ନିୟମକୁ ମାନିବାକୁ ପଡିବ। ନିଜ ନାଁ କୁ ପ୍ରଥମେ ପଞ୍ଜିକରଣ କରିବା ସହ ୧୪ ଦିନ ଗାଁରେ ହୋଇଥିବା କ୍ୱାରେଣ୍ଟାଇନ ସେଣ୍ଟରରେ ରହିବାକୁ ପଡିବ। ଆଉ ଏହି ନିୟମ ମାନିଲେ ଗାଁ ପ୍ରତି ଭଲ ପାଇବା ଏ ସମୟରେ ପ୍ରତିପାଦିତ ହେବ । କାରଣ ଯେଉଁ ଗାଁ ଦାଣ୍ଡରେ ଖେଳି ବୁଲି ଆଜି ଆଗକୁ ଯାଇଛେ ସେ ଗାଁର ସୁରକ୍ଷା ପାଇଁ ୧୪ ଦିନ କ୍ୱାରେଣ୍ଟାଇନରେ ରହିବାକୁ ପଡିବ। ତାହା ହିଁ ହେବ ଗାଁ ପ୍ରତି ଭଲ ପାଇବାର ଶ୍ରେଷ୍ଠ ଉଦାହରଣ ।କଥାରେ ଅଛି ଗାଁର ଋଣ ସୁଝୁବା ସଭିଙ୍କୁ ଭାଗ୍ୟରେ ନ ଥାଏ।ଏହି କରୋନା ସମୟରେ ଗାଁ ଭୁତାଣୁ ମୁକ୍ତ କରିବା ପାଇଁ କଷ୍ଟ ସହିବାକୁ ପଡିବ।ହେଲେ ପରବର୍ତ୍ତୀ ସମୟରେ ଏହା ଗାଁ ପ୍ରତି ହେବ ଶ୍ରେଷ୍ଠ ଉପହାର ।
ମୁଖ୍ୟ ସମ୍ପାଦକ Big News Odisha….
ତିନି ଅଙ୍କ ଧରିଲା ରାଜ୍ୟ କରୋନା ଆକ୍ରାନ୍ତ ସଂଖ୍ୟା ।
ରାଜ୍ୟ ସରକାର ବଢାଇବେ କି ଲକଡାଉନ୍ ?
ବ୍ଯୁରୋ : କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଯେତେ କଡା ପଦକ୍ଷେପ ନେଉଥିଲେ ମଧ୍ୟ ରୋକ୍ ଲାଗି ପାରୁନାହିଁ ଆକ୍ରାନ୍ତ ସଂଖ୍ୟା ଉପରେ ।କେଇ ଦିନ ପୂର୍ବରୁ ଆକ୍ରାନ୍ତଙ୍କ ସଂଖ୍ୟା ସିମିତ ଥିବା ବେଳେ ଆଜି ଏହି ସଂଖ୍ୟା ତିନି ଅଙ୍କରେ ପହଞ୍ଚି ୧୦୩ ଛୁଇଁଛି ।ଏଇ କିଛି ଦିନ ହେବ ପଶ୍ଚିମ ବଙ୍ଗ ଫେରନ୍ତା ବଢାଇଥିଲା ବାଲେଶ୍ବର, ଭଦ୍ରକ ଓ ଯାଜପୁର ର ଚିନ୍ତା । ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସବୁ ଜିଲ୍ଲା ମାନଙ୍କରେ ଗତ ୨୩ ତାରିଖ ରାତି ୧୦ ଟା ଠାରୁ ୬୦ ଘଣ୍ଟା ସଟ୍ ଡାଉନ୍ ଘୋଷଣା କରିଥିଲେ ।ଏହି ସମୟରେ ଗତକାଲି ରାତିରେ ଯାଜପୁର ଜିଲ୍ଲାରୁ ୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ପରେ ଆଜି ସଖାଳୁ ସୁନ୍ଦରଗଡରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଇତିମଧ୍ୟରେ ରାଜ୍ୟରେ ୨୨୮୧୬ ଜଣ ବ୍ୟକ୍ତିଙ୍କର ରାପିଡ୍ ଟେଷ୍ଟ ହୋଇଥିବା ବେଳେ ୪୯୭୫ ଜଣ ବ୍ୟକ୍ତିଙ୍କର ରାପିଡ୍ ଆଣ୍ଟିବଡି ଟେଷ୍ଟ କରାଯାଇଛି । ସେଥିମଧ୍ୟରୁ ୧୦୩ ଜଣ ବ୍ୟକ୍ତିଙ୍କର ପଜିଟିଭ ଥିବା ସୂଚନା ।ଇତିମଧ୍ୟରେ କେନ୍ଦ୍ର ସରକାର ଲକଡାଉନ୍ କୁ ମେ ମାସ ୩ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରଖିଛନ୍ତି । ଏପରି ସ୍ଥଳେ ଓଡିଶାରେ ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଏହି ଲକଡାଉନ୍ ଅବଧିକୁ ନେଇ ସାଧାରଣରେ ବିଭିନ୍ନ ଆଶଙ୍କା ଦେଖାଦେଇଛି । ଏପରି ପରିସ୍ଥିତିରେ ରାଜ୍ୟ ସରକାର ଲକଡାଉନ୍ ସମୟ ସୀମା ବଢାଇ ପାରନ୍ତି ବୋଲି ସାଧାରଣରେ କଳ୍ପନା ଜଳ୍ପନା ସୃଷ୍ଟି ହୋଇଛି ।
ରାଜ୍ୟରେ କରୋନା @୧୦୦
ଭୁବନେଶ୍ୱର: ରାଜ୍ୟରେ ୧୦୦ ଛୁଇଁଲା କାରୋନା ଆକ୍ରାନ୍ତ ସଂଖ୍ୟା।ବର୍ତ୍ତମାନ ଓଡ଼ିଶାରେ ଆଉ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସବୁଠାରୁ ଚିନ୍ତାର ବିଷୟ ହେଉଛି ସମସ୍ତ ଆକ୍ରାନ୍ତ ଯାଜପୁର ଜିଲ୍ଲାର । ଏହି ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ୧୮ ଛୁଇଁଲା କରୋନା ସଂଖ୍ୟା।ଆକ୍ରନ୍ତ ପଶ୍ଚିମ ବଙ୍ଗ ଫେରନ୍ତାଙ୍କ ସହ ସଂସ୍ପର୍ଶରେ ଆସିଥିଲେ ବୋଲି ଜଣାଇଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ।ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ରେ ପହଁଚିଲା।
ଚିନ୍ତା ବଢ଼ାଉଛି ଯାଜପୁର : ୫ନୂଆ ଆକ୍ରାନ୍ତ ଚିହ୍ନଟ
ଭଦ୍ରକ : ବର୍ତ୍ତମାନ ଓଡ଼ିଶାରେ ଆଉ ୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସବୁଠାରୁ ଚିନ୍ତାର ବିଷୟ ହେଉଛି ସମସ୍ତ ଆକ୍ରାନ୍ତ ଯାଜପୁର ଜିଲ୍ଲାର । ଏହି ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ୧୭ ଛୁଇଁଲା କରୋନା ସଂଖ୍ୟା। ସମସ୍ତ କଟିକତା ଅଞ୍ଚଳର ।
ଆକ୍ରନ୍ତ ପଶ୍ଚିମ ବଙ୍ଗ ଫେରନ୍ତାଙ୍କ ସହ ସଂସ୍ପର୍ଶରେ ଆସିଥିଲେ ବୋଲି ଜଣାଇଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ।ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୯ ରେ ପହଁଚିଲା।













