ଦୁର୍ଗମ ଅଞ୍ଚଳରେ ରନ୍ଧା ଖାଦ୍ୟ ସହିତ ରାସନ ସାମଗ୍ରୀ ଦେଲେ ସଞ୍ଜୟ…

ଭୁବନେଶ୍ୱର : ଢେଙ୍କାନାଳ ଜିଲା କଙ୍କଡାହାଡ ବ୍ଲକର କାନ୍ତଲ ପଂଚାୟତ ଅନ୍ତର୍ଗତ ଚାରୋଟି ଦୁର୍ଗମ ଅଞ୍ଚଳରେ ଅବସ୍ଥିତ ଏକୁଲ, ସେକୁଲ, କୋଟପାଡ ଏବଂ କୋଟ ଗ୍ରାମକୁ ମଙ୍ଗଳବାର ରାଜ୍ୟ ଯୋଜନା ବୋର୍ଡ଼ ଉପଧକ୍ଷ ସଞ୍ଜୟ କୁମାର ଦାସ ବର୍ମା ଗସ୍ତ କରିଛନ୍ତି। (ଏକୁଲ ପାହାଡ) ପାହାଡର ସମ୍ପୂର୍ଣ 16 କିଲୋମିଟର ଉପରେ ଅବସ୍ଥିତ ଏହି ଚାରୋଟି ଗ୍ରାମର ଲୋକମାନେ କରୋନା ବିପତ୍ତି ପାଇଁ କରାଯାଇଥିବା ଲାକଡାଉନ ଯୋଗୁ ଅସୁବିଧାରେ ଫସି ରହିଛନ୍ତି। ଏଭଳି ଏକ ବିପଦ ସମୟରେ ସେହି ଉପାନ୍ତ ଅଞ୍ଚଳରେ ବାସ କରୁଥିବା ସମସ୍ତ ଗ୍ରାମବାସୀଙ୍କୁ ଶ୍ରୀଯୁକ୍ତ ବର୍ମା ରନ୍ଧା ଖାଦ୍ୟ ସହିତ ରାସନ ସାମଗ୍ରୀ ବଣ୍ଟନ କରିଛନ୍ତି। ଏଥି ସହ 4ଟି ଯାକ ଗ୍ରାମରେ ବାସ କରୁଥିବା ସମସ୍ତ ପରିବାରକୁ ଚୁଡା, ତେଲ, ସାବୁନ, ମାସ୍କ, ଡ଼ାଲି, ଚିନି, ଅମୂଲ ଆଦି ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ବଣ୍ଟନ କରିଛନ୍ତି। ସେହି ଗ୍ରାମବାସୀଙ୍କ ଅନ୍ୟାନ୍ୟ ଅସୁବିଧା ସମ୍ପର୍କରେ ପଚାରି ବୁଝିବା ସହିତ ଯଥାଶୀଘ୍ର ସେସବୁର ସମାଧାନ ଲାଗି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ମହିଳା ମାନଙ୍କ ଶାରୀରିକ ସୁସ୍ଥତାକୁ ଦୃଷ୍ଟିରେ ରଖି ସାନିଟାରୀ ନପକିନ ପ୍ରଦାନ କରିଛନ୍ତି। ଏହି ସବୁ ଅଞ୍ଚଳରେ ସରକାରଙ୍କ ପକ୍ଷରୁ ଅନେକଗୁଡ଼ିଏ ଉନ୍ନୟନମୂଳକ କାର୍ଯ୍ୟ କରାଯାଇଥିଲେ ମଧ୍ୟ ଏଠାରେ ଗମନାଗମନ ସକାଶେ ଉତ୍ତମ ରାସ୍ତା ଓ ପିଡ଼ିଏସ ସେଣ୍ଟର କରାଯିବାର ଆବଶ୍ୟକତା ଅଛି। ଢେଙ୍କାନାଳ ଜିଲାର ବଜରଙ୍ଗ କ୍ଲବ ସହାୟତାରେ ଲୋକଙ୍କୁ ଏହି ରାସନ ସାମଗ୍ରୀ ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ସରପଞ୍ଚ ପାହାନ୍ତି ପତ୍ର, ବ୍ଲକ ଅଧକ୍ଷ କାର୍ତ୍ତିକ ସାହୁ, ଜିଲା ଛାତ୍ର ସଭାପତି ସୁରୋଜ ମହାପାତ୍ର, ଯୁବ ସଭାପତି ଧରମାନନ୍ଦ ପରିଡା, ବଜରଙ୍ଗ କ୍ଲବର ଆକର୍ଷଣ ସିନହା , ସୁବ୍ରତ ଦାଶ, ସୁଭେନ୍ଦ୍ର ଷଡଙ୍ଗୀ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ।

ଖୋର୍ଦ୍ଧାରୁ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ : ମୋଟ ୧୧୯ ଛୁଇଁଲା

ଭୁବନେଶ୍ୱର: ବର୍ତ୍ତମାନ ଓଡ଼ିଶାରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେ ଖୋର୍ଦ୍ଧା ଜିଲ୍ଲାର ବୋଲି ଜଣାଇଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ। ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୯ ରେ ପହଁଚିଲା।

ନିଶା ଖର୍ଚ୍ଚ ବନାମ ଭୋକିଲା ପେଟ….

ଭୁବନେଶ୍ୱର : ପାଞ୍ଚ ଟଙ୍କିଆ ଗୁଡଖାର ଦାମ ଏବେ ୧୩ ଟଙ୍କା। ୧୦୦ ଟଙ୍କିଆ ମଦର ଦାମ ଏବେ ୪୦୦ ଟଙ୍କା । ୧୦ ଟଙ୍କିଆ ସିଗାରେଟର ଦାମ ଏବେ ୧୮ ରୁ ୨୦ ଟଙ୍କା ।ଏବେ ସବୁ ନିଶା ଦ୍ରବ୍ଯର ମୂଲ୍ୟ ଦୁଇ ଗୁଣାରୁ ଅଧିକ । ଲକ୍ ଡାଉନ ସମୟରେ ଏବେ ସବୁ ଅବକାରୀ ସାମଗ୍ରୀ ବିକ୍ରି ବନ୍ଦ । ହେଲେ ସବୁଠି ଚୋରାରେ ଏହାର କାରବାର ଚାଲିଛି। ଅବଶ୍ୟ ପୋଲିସ ଓ ଅବକାରୀ ବିଭାଗ ଏହା ଉପରେ କଡା ନଜର ରଖିଛନ୍ତି।ଆଉ ଧଡ଼ ପଗଡ଼ ମଧ୍ୟ କରୁଛନ୍ତି। ହେଲେ ନିଶାଖୋର ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଆସୁନାହିଁ। ବରଂ କଳେ ବଳେ କୌଶଳେ ନିଶା ଦ୍ରବ୍ୟ ଯୋଗାଡ଼ କରୁଛନ୍ତି। ଏହାସହ ଅଧିକ ଦରରେ କିଣି ଖାଉଛନ୍ତି । ପ୍ରତ୍ୟେକ ଦିନ ବହୁ ଲୋକ ଏହି କୁଅଭ୍ୟାସ ପାଇଁ କିଏ ୨୦୦ ତ କିଏ ୨୦୦୦ ଟଙ୍କା ଖର୍ଚ୍ଚ କରୁଛି ଏହି ଲକ୍ ଡାଉନ ସମୟରେ ।ହେଲେ ଅନ୍ୟପଟେ ଭାରତର ବିଭିନ୍ନ କୋଣରୁ ଲକ୍ ଡାଉନ ପାଇଁ ଲୋକ ଭୋକିଲା ଶୋଉଛନ୍ତି। କିଏ ଓଳିଏ ଖାଉଛି ତ, ଆଉ କିଏ ସେତକ ମଧ୍ୟ ପାଉନାହାନ୍ତି। କେବଳ ମଣିଷ ନୁହଁନ୍ତି। ପଶୁ ପକ୍ଷୀଙ୍କ ଅବସ୍ଥା ମଧ୍ୟ ସମାନ । ଖାଇବାକୁ ନପାଇ ପଶୁପକ୍ଷୀମାନେ ଡହଳ ବିକଳ ହେଉଛନ୍ତି। କରୋନା ମହାମାରୀ ପାଇଁ ଦେଶରେ ଏକ ମାସ ଧରି ଲକ୍ ଡାଉନ ଜାରି ରହିଥିବାରୁ ଏପରି ଚିତ୍ର ଦେଖିବାକୁ ମିଳିଛି । କେଉଁଠି ଭୋକ ପାଇଁ ଗର୍ଭବତୀ କୁକୁର କାହା ଗେଟ ଭିତରକୁ ଖାଦ୍ୟ ପାଇଁ ଯାଇ ମାଡ଼ ଖାଇ ଫେରି ଜୀଵନ ହାରୁଛି ତ,  ଆଉ କେଉଁଠି ଅନ୍ୟର ହାତକୁ ଚାହିଁ ବସିଛି ଭୋକିଲା ମାନସିକ ବିକୃତ ମଣିଷଟି। ସମାଜର ଏପରି ଦାରୁଣ ସମୟରେ କୁଅଭ୍ୟାସକାରୀ ମାନେ ବୁଝି ପାରୁନାହାନ୍ତି l ଯଦି ଏମାନେ  ଗୁଡଖା, ମଦ, ସିଗାରେଟ ଖର୍ଚ୍ଚରୁ ଅନ୍ୟ ଜଣେ ଭୋକିଲା ପେଟରେ ଦାନ ଓଳିଏ ଦିଅନ୍ତେ,  ତେବେ ସେ ନିଜେ ଖୁସିରେ ରହିବା ସହ ଦାନା  ଭୋକିଲା ମୁହଁରେ ହସ ଫୁଟାଇପାରନ୍ତେ l
*ସମ୍ପାଦକ ବିଗ ନିଉଜ ଓଡ଼ିଶା*

ବିଳିବିଳି ହେଉଛନ୍ତି ନବ : ଲକ ଡାଉନ ନେଇ ମତ ବଦଳାଇଲେ….

ଭୁବନେଶ୍ୱର : ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ l ଆଜି ରାଜ୍ୟ ରାଜଧାନୀରେ ନିଜର ବୟାନକୁ ନେଇ ବିଳିବିଳି ହୋଇଛନ୍ତି l ପ୍ରଥମେ ଗଣମାଧ୍ୟମକୁ ବୟାନ ଦେଲେ ଯେ ଲକଡାଉନ ଅବଧିକୁ ମାସେ ବୃଦ୍ଧି କରିବାକୁ ସେ ଦାବି କରିଛନ୍ତି l  ଏକଥା ଯେତେବେଳେ ଗଣମାଧ୍ୟମରେ ପ୍ରଚାର ହେଲା, ଏହାର ମାତ୍ର କେହି ଘଣ୍ଟା ପରେ ନିଜର ବାୟାନ ବଦଳାଇଲେ ସ୍ୱାସ୍ଥ୍ୟ ମନ୍ତ୍ରୀ l କହିଲେ ଲକ ଡାଉନ ନେଇ ଠିକ ସମୟରେ ମୁଖ୍ୟମନ୍ତ୍ରୀ ଠିକ ନିଷ୍ପତି ନେବେ l ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ଏପରି ୟୁ ଟନ ଏବେ ଚର୍ଚ୍ଚାର ବିଷୟ l ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ପରେ ନବ ଏପରି ବାୟାନ ଦେଇଥିଲେ l ଯେତେବେଳେ କି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଲକ ଡାଉନ ବୃଦ୍ଧି ନେଇ କୌଣସି ମତ ଦେଇନାହାନ୍ତି l

ତେବେ ଏହା ଛାଡ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ କରୋନା ନିୟନ୍ତ୍ରଣରେ ଅଛି ବୋଲି କହିଛନ୍ତି ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସ। ମହାରାଷ୍ଟ୍ର ଜନସଂଖ୍ୟା ତୁଳନାରେ ଆମ ଜନସଂଖ୍ୟା କମ । ଶ୍ରମିକଙ୍କୁ ପଞ୍ଚାୟତକୁ ଆଣିବାକୁ ପ୍ରାଥମିକ ଦିଆଯିବ । ଯେଉଁଠୁ ଆସୁଛନ୍ତି, ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଦାବି କରିଛନ୍ତି ନବ ଦାସ ।ଆସନ୍ତା 30 ତାରିଖ ଭିତରେ କେନ୍ଦ୍ର ସରକାର ଗାଇଡ ଲାଇନ ଆଣିବେ। ଉକ୍ତ ଗାଇଡ ଲାଇନ ଅନୁସାରେ ସମସ୍ତ କାର୍ଯ୍ୟ ହେବ । ICMR ଗାଇଡ ଲାଇନ ଅନୁସାରେ କ୍ବାରେଣ୍ଟାଇନରେ 14 ଦିନ ରଖାଯାଉଛି। ଆମେ ଅନେକ ଘରୋଇ ହସ୍ପିଟାଲରେ କ୍ବାରେଣ୍ଟାଇନ ସେଣ୍ଟର ପାଇଁ ଦାବି କରିଛୁ ବୋଲି କହିଛନ୍ତି ନବ ଦାସ ।

AMRI, HITECH, KIMS, SUM ହେଲେ ICMR ଏ ଯାଏଁ ଅନୁମତି ଦେଇନି। ସେହିପରି କୋଲକାତା ଫେରନ୍ତାଙ୍କ ରକ୍ତ ନମୁନା ପରୀକ୍ଷା କରାଯିବ ଓ ସେଠାରେ ସବୁ ଲକଡାଉନ କଡାକଡି କରିବା ଆମ ଲକ୍ଷ୍ୟ। ତେବେ ଯାଇ ଚେନ ବଢ଼ିବ ନାହିଁ। ସେହିପରି ରାପିଡ଼ ଟେଷ୍ଟ କିଟରେ ତ୍ରୁଟିପୂର୍ଣ୍ଣ ଅଛି । ସେଥିପାଇଁ ଟେଷ୍ଟିଂ ବନ୍ଦ କରାଯାଇଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ।

କରୋନା ବୀମା ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଓୟୁଜେ ସଭାପତି ପ୍ରସନ୍ନ ମହାନ୍ତି

ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମ୍ବାଦିକମାନଙ୍କ ପାଇଁ ୧୫ ଲକ୍ଷ ଟଙ୍କାର ବୀମା ଘୋଷଣା କରିଛନ୍ତି । ଏହାପରେ ଓୟୁଜେ ସଭାପତି ପ୍ରସନ୍ନ ମହାନ୍ତି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଓଡ଼ିଶା ସାମ୍ବାଦିକ ୟୁନିୟନ (ଓୟୁଜେ )ର ଅନେକ ଦିନର ଦାବି ଆଜି ପୂରଣ ହୋଇଛି। ସାମ୍ବାଦିକମାନେ କରୋନାର ଟିକ୍ ନିକ୍ ଖବର ସଂଗ୍ରହ ସହ ପରିବେଷଣ କରୁଛନ୍ତି । ଯେଉଁଥି ପାଇଁ କି ତାଙ୍କୁ ନିଜ ଜୀବନକୁ ମଧ୍ୟ ବାଜିଲଗାଇବାକୁ ପଡୁଛି। ସେଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସାମ୍ବାଦିକଙ୍କ ବିଭନ୍ନ ସମସ୍ୟା ଉପରେ ଅବଗତ କରାଇଥିଲେ ଓୟୁଜେ ସଭାପତି ପ୍ରସନ୍ନ ମହାନ୍ତି ।ଏମିତି କି ସେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱତନ୍ତ୍ର ବୀମା ଘୋଷଣା ପାଇଁ ଚିଠି ମଧ୍ୟ ଲେଖିଥିଲେ ।ବାରମ୍ବାର ବିଭିନ୍ନ ଫୋରମରେ ସେ ଏ କଥାକୁ ଉଠେଇଛନ୍ତି। ବିଶେଷ କରି ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ଉପଦେଷ୍ଟା ମାନସ ମଙ୍ଗରାଜଙ୍କ ସହ ରୀତିମତ ଏନେଇ କି ଆଲୋଚନା କରିଥିଲେ । ଜିଲ୍ଲା ସ୍ତରରେ ମଧ୍ୟ ଓୟୁଜେର କର୍ମକର୍ତ୍ତା ଜିଲ୍ଲାପାଳଙ୍କୁ ଏନେଇ ଦାବି ଜଣାଇଥିଲେ  । ଯାହାର ଫଳ ସ୍ୱରୂପ ସରକାର ବୀମା ଘୋଷଣା କରିଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଓୟୁଜେ ପକ୍ଷରୁ କୃତଜ୍ଞତା ଜଣାଯାଇଛି । ଏହାସହ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ସ୍ୱାଗତ ଯୋଗ୍ୟ ବୋଲି ସଂଘ କହିଛି । ଏହି ଘୋଷଣା  ସାମ୍ବାଦିକମାନଙ୍କ ମନବଳ ବୃଦ୍ଧି କରିଛି ବୋଲି ଓୟୁଜେ ସଭାପତି ପ୍ରସନ୍ନ ମହାନ୍ତି କହିଛନ୍ତି। ସାଧାରଣ ସମ୍ପାଦକ ଅଶୋକ ନନ୍ଦ ମଧ୍ୟ ଏହି ପ୍ୟାକେଜ ପାଇଁ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି।

ଯାଜପୁରରେ ଆଉ ଜଣେ  ଆକ୍ରାନ୍ତ ଚିହ୍ନଟ : ଜିଲ୍ଲାରେ ମୋଟ 19

ଯାଜପୁର  : ବର୍ତ୍ତମାନ ଓଡ଼ିଶାରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସବୁଠାରୁ ଚିନ୍ତାର ବିଷୟ ହେଉଛନ୍ତି ଯାଜପୁର ଜିଲ୍ଲାର । ଏହି ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ 19ଛୁଇଁଲା କରୋନା ସଂଖ୍ୟା। ସେ ବାସୁଦେବପୁର ବୋଲି ଜଣାପଡିଛି l ଆକ୍ରନ୍ତ ପଶ୍ଚିମ ବଙ୍ଗ ଫେରନ୍ତାଙ୍କ ସହ ସଂସ୍ପର୍ଶରେ ଆସିଥିଲେ ବୋଲି ଜଣାଇଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 111 l

ରାଜ୍ୟର ଆଉ ୨ ଜଣ କରୋନା ଚି଼ହ୍ନଟ : ମୋଟ 110

ଭୁବନେଶ୍ୱର : ରାଜ୍ୟରେ ବଢୁଛି କୋରନା ସଂକ୍ରମିତଙ୍କ ସଂଖ୍ୟା l ୨ ଜଣ ରୋଗୀ କରୋନା ରୋଗୀ ଚି଼ହ୍ନଟ l  ଏହି ୨ ଜଣ ଭିତରୁ ଜଣେ ବାଲେଶ୍ୱର ଓ ଜଣେ କୋରାପୁଟ ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛନ୍ତି l ରାଜ୍ୟରେ ମୋଟ 110 ଛୁଇଁଲା ସଂକ୍ରମିତଙ୍କ ସଂଖ୍ୟା l ସବୁଠାରୁ ବଡ କଥା ହେଲା ସଂକ୍ରମିତ ଜିଲ୍ଲାରେ ଯୋଡିହେଲା କୋରାପୁଟ ଜିଲ୍ଲା l  ପ୍ରଥମ ଥର ପାଇଁ ସ୍ୱାସ୍ଥ୍ୟ କର୍ମୀ ଆକ୍ରାନ୍ତ l

ସାମ୍ବାଦିକଙ୍କ ମନବଳ ବୃଦ୍ଧି କଲେ ନବୀନ : 15ଲକ୍ଷର ଅନୁକମ୍ପା ଘୋଷଣା..

ଭୁବନେଶ୍ୱର : ପୁଣି ସମସ୍ତଙ୍କୁ ଚମକାଇଲେ ନବୀନ l ସାର ଦେଶ ପାଇଁ ନବୀନ ଉଦାହରଣ ସାଜିଛନ୍ତି l କରୋନାର ଟିକନିକ ଖବର ଦେଇଥିବା ସାମ୍ବାଦିକଙ୍କ ପାଇଁ  ମୁଖ୍ୟମନ୍ତ୍ରୀ କରୋନା ପ୍ୟାକେଜ ଘୋଷଣା କରିଛନ୍ତି  ।  କରୋନାରେ  ଆକ୍ରାନ୍ତ ହୋଇ ସାମ୍ବାଦିକଙ୍କ ମୃତ୍ୟୁ ହେଲେ ମିଳିବ କ୍ଷତିପୂରଣ । ସଂକ୍ରମିତ ସାମ୍ବାଦିକଙ୍କ ପରିବାରକୁ  ୧୫ଲକ୍ଷ ଟଙ୍କାର ଅନୁକୂମ୍ପାମୂଳକ ରାଶି ପ୍ରଦାନ କରାଯିବ । ରାଜ୍ୟରେ ସାମ୍ବାଦିକମାନେ କରୋନା ସମୟରେ ନିଜ ଜୀବନକୁ ବାଜି ଲଗାଇ କାମ କରୁଛନ୍ତି l ତେଣୁ ସେମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ କରିଥିବା ସ୍ୱତନ୍ତ୍ର ପ୍ୟାକେଜ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି  ସୂଚନା ଓ ଲୋକ ସମ୍ପର୍କ ଉପଦେଷ୍ଟା ମାନସ ମଙ୍ଗରାଜ l କାର୍ଯ୍ୟରତ ସାମ୍ବାଦିକ  ଏଥିଲାଗି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି l

କେବେ ହେବା ସଚେତନ,ଯାଜପୁରରେ ସାମାଜିକ ଦୂରତାକୁ ଫୁ !

ଯାଜପୁର : ଯାଜପୁରରେ କରୋନା ରୋଗୀ ସଂଖ୍ୟା 18l  ଏହାକୁ ରୋକ ଲଗାଇବା ପାଇଁ  ଯାଜପୁର ଜିଲ୍ଲା ପ୍ରଶାସନ ଘନଘନ ବୈଠକ କରି ରଣନୀତି ପ୍ରସ୍ତୁତ କରୁଛି l  29ତାରିଖ ଯାଏ ସଟ ଡାଉନ ଜାରୀ ରହିବ l  ବହୁ ସ୍ଥାନରେ 56 ଘଣ୍ଟିଆ କଣ୍ଟେନମେଣ୍ଟ ପାଇଁ ଦୋକାନରେ ଲୋକଙ୍କ ଗହଳି। ବିଶେଷ କରି ସଉଦା ଓ ପରିବା ଦୋକାନରେ ଲୋକଙ୍କ ଭିଡ ଲାଗି ରହିଥିବା ବେଳେ ଅଧିକାଂଶ ସ୍ଥାନରେ ସାମାଜିକ ଦୂରତାକୁ ଫୁ କରି ଦେଇଛନ୍ତି। ଗତକାଲି ଜିଲ୍ଲାରେ ୬୦ ଘଣ୍ଟିଆ ସଟ୍ ଡାଉନ ଅବଧି ଶେଷ ହୋଉଥିବା ବେଳେ ଆଜି ଦିନ ୧୨ ଟାରୁ ୨୯ ତାରିଖ ସଂନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ପୁନଃ ୫ ଟି ବ୍କକ ଓ ଗୋଟିଏ ପୌରପାଳିକାକୁ କଣ୍ଟେନମେଣ୍ଟ ଅଂଚଳ ଭାବେ ଘୋଷଣା କରାଯାଇଛି। ଯାହାକି ସଟ ଡାଉନ ପରି ନିୟମ ବଳ ବତ୍ତର ରହିବ। କେବଳ ଔଷଧ ଦୋକାନ ବ୍ୟତୀତ ଅନ୍ୟ କୌଣସି ଦୋକାନ ଖୋଲା ରହିଵ।

ରାଜ୍ୟରେ କରୋନା @108….

ଭୁବନେଶ୍ୱର: ରାଜ୍ୟରେ 108ଛୁଇଁଲା କାରୋନା ଆକ୍ରାନ୍ତ ସଂଖ୍ୟା।ବର୍ତ୍ତମାନ ଓଡ଼ିଶାରେ ଆଉ 5 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସବୁଠାରୁ ଚିନ୍ତାର ବିଷୟ ହେଉଛି ସମସ୍ତ ଆକ୍ରାନ୍ତ ବାଲେଶ୍ୱର  ଜିଲ୍ଲାର । ଏହି ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ 15କୁ  ଛୁଇଁଲା କରୋନା ସଂଖ୍ୟା।

Follow us

20,832FansLike
0FollowersFollow
14,700SubscribersSubscribe

Latest news