କରୋନା ବୀମା ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଓୟୁଜେ ସଭାପତି ପ୍ରସନ୍ନ ମହାନ୍ତି

- Advertisement -

ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମ୍ବାଦିକମାନଙ୍କ ପାଇଁ ୧୫ ଲକ୍ଷ ଟଙ୍କାର ବୀମା ଘୋଷଣା କରିଛନ୍ତି । ଏହାପରେ ଓୟୁଜେ ସଭାପତି ପ୍ରସନ୍ନ ମହାନ୍ତି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଓଡ଼ିଶା ସାମ୍ବାଦିକ ୟୁନିୟନ (ଓୟୁଜେ )ର ଅନେକ ଦିନର ଦାବି ଆଜି ପୂରଣ ହୋଇଛି। ସାମ୍ବାଦିକମାନେ କରୋନାର ଟିକ୍ ନିକ୍ ଖବର ସଂଗ୍ରହ ସହ ପରିବେଷଣ କରୁଛନ୍ତି । ଯେଉଁଥି ପାଇଁ କି ତାଙ୍କୁ ନିଜ ଜୀବନକୁ ମଧ୍ୟ ବାଜିଲଗାଇବାକୁ ପଡୁଛି। ସେଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସାମ୍ବାଦିକଙ୍କ ବିଭନ୍ନ ସମସ୍ୟା ଉପରେ ଅବଗତ କରାଇଥିଲେ ଓୟୁଜେ ସଭାପତି ପ୍ରସନ୍ନ ମହାନ୍ତି ।ଏମିତି କି ସେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱତନ୍ତ୍ର ବୀମା ଘୋଷଣା ପାଇଁ ଚିଠି ମଧ୍ୟ ଲେଖିଥିଲେ ।ବାରମ୍ବାର ବିଭିନ୍ନ ଫୋରମରେ ସେ ଏ କଥାକୁ ଉଠେଇଛନ୍ତି। ବିଶେଷ କରି ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ଉପଦେଷ୍ଟା ମାନସ ମଙ୍ଗରାଜଙ୍କ ସହ ରୀତିମତ ଏନେଇ କି ଆଲୋଚନା କରିଥିଲେ । ଜିଲ୍ଲା ସ୍ତରରେ ମଧ୍ୟ ଓୟୁଜେର କର୍ମକର୍ତ୍ତା ଜିଲ୍ଲାପାଳଙ୍କୁ ଏନେଇ ଦାବି ଜଣାଇଥିଲେ  । ଯାହାର ଫଳ ସ୍ୱରୂପ ସରକାର ବୀମା ଘୋଷଣା କରିଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଓୟୁଜେ ପକ୍ଷରୁ କୃତଜ୍ଞତା ଜଣାଯାଇଛି । ଏହାସହ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ସ୍ୱାଗତ ଯୋଗ୍ୟ ବୋଲି ସଂଘ କହିଛି । ଏହି ଘୋଷଣା  ସାମ୍ବାଦିକମାନଙ୍କ ମନବଳ ବୃଦ୍ଧି କରିଛି ବୋଲି ଓୟୁଜେ ସଭାପତି ପ୍ରସନ୍ନ ମହାନ୍ତି କହିଛନ୍ତି। ସାଧାରଣ ସମ୍ପାଦକ ଅଶୋକ ନନ୍ଦ ମଧ୍ୟ ଏହି ପ୍ୟାକେଜ ପାଇଁ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles