ନିଶା ଖର୍ଚ୍ଚ ବନାମ ଭୋକିଲା ପେଟ….

- Advertisement -

ଭୁବନେଶ୍ୱର : ପାଞ୍ଚ ଟଙ୍କିଆ ଗୁଡଖାର ଦାମ ଏବେ ୧୩ ଟଙ୍କା। ୧୦୦ ଟଙ୍କିଆ ମଦର ଦାମ ଏବେ ୪୦୦ ଟଙ୍କା । ୧୦ ଟଙ୍କିଆ ସିଗାରେଟର ଦାମ ଏବେ ୧୮ ରୁ ୨୦ ଟଙ୍କା ।ଏବେ ସବୁ ନିଶା ଦ୍ରବ୍ଯର ମୂଲ୍ୟ ଦୁଇ ଗୁଣାରୁ ଅଧିକ । ଲକ୍ ଡାଉନ ସମୟରେ ଏବେ ସବୁ ଅବକାରୀ ସାମଗ୍ରୀ ବିକ୍ରି ବନ୍ଦ । ହେଲେ ସବୁଠି ଚୋରାରେ ଏହାର କାରବାର ଚାଲିଛି। ଅବଶ୍ୟ ପୋଲିସ ଓ ଅବକାରୀ ବିଭାଗ ଏହା ଉପରେ କଡା ନଜର ରଖିଛନ୍ତି।ଆଉ ଧଡ଼ ପଗଡ଼ ମଧ୍ୟ କରୁଛନ୍ତି। ହେଲେ ନିଶାଖୋର ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଆସୁନାହିଁ। ବରଂ କଳେ ବଳେ କୌଶଳେ ନିଶା ଦ୍ରବ୍ୟ ଯୋଗାଡ଼ କରୁଛନ୍ତି। ଏହାସହ ଅଧିକ ଦରରେ କିଣି ଖାଉଛନ୍ତି । ପ୍ରତ୍ୟେକ ଦିନ ବହୁ ଲୋକ ଏହି କୁଅଭ୍ୟାସ ପାଇଁ କିଏ ୨୦୦ ତ କିଏ ୨୦୦୦ ଟଙ୍କା ଖର୍ଚ୍ଚ କରୁଛି ଏହି ଲକ୍ ଡାଉନ ସମୟରେ ।ହେଲେ ଅନ୍ୟପଟେ ଭାରତର ବିଭିନ୍ନ କୋଣରୁ ଲକ୍ ଡାଉନ ପାଇଁ ଲୋକ ଭୋକିଲା ଶୋଉଛନ୍ତି। କିଏ ଓଳିଏ ଖାଉଛି ତ, ଆଉ କିଏ ସେତକ ମଧ୍ୟ ପାଉନାହାନ୍ତି। କେବଳ ମଣିଷ ନୁହଁନ୍ତି। ପଶୁ ପକ୍ଷୀଙ୍କ ଅବସ୍ଥା ମଧ୍ୟ ସମାନ । ଖାଇବାକୁ ନପାଇ ପଶୁପକ୍ଷୀମାନେ ଡହଳ ବିକଳ ହେଉଛନ୍ତି। କରୋନା ମହାମାରୀ ପାଇଁ ଦେଶରେ ଏକ ମାସ ଧରି ଲକ୍ ଡାଉନ ଜାରି ରହିଥିବାରୁ ଏପରି ଚିତ୍ର ଦେଖିବାକୁ ମିଳିଛି । କେଉଁଠି ଭୋକ ପାଇଁ ଗର୍ଭବତୀ କୁକୁର କାହା ଗେଟ ଭିତରକୁ ଖାଦ୍ୟ ପାଇଁ ଯାଇ ମାଡ଼ ଖାଇ ଫେରି ଜୀଵନ ହାରୁଛି ତ,  ଆଉ କେଉଁଠି ଅନ୍ୟର ହାତକୁ ଚାହିଁ ବସିଛି ଭୋକିଲା ମାନସିକ ବିକୃତ ମଣିଷଟି। ସମାଜର ଏପରି ଦାରୁଣ ସମୟରେ କୁଅଭ୍ୟାସକାରୀ ମାନେ ବୁଝି ପାରୁନାହାନ୍ତି l ଯଦି ଏମାନେ  ଗୁଡଖା, ମଦ, ସିଗାରେଟ ଖର୍ଚ୍ଚରୁ ଅନ୍ୟ ଜଣେ ଭୋକିଲା ପେଟରେ ଦାନ ଓଳିଏ ଦିଅନ୍ତେ,  ତେବେ ସେ ନିଜେ ଖୁସିରେ ରହିବା ସହ ଦାନା  ଭୋକିଲା ମୁହଁରେ ହସ ଫୁଟାଇପାରନ୍ତେ l
*ସମ୍ପାଦକ ବିଗ ନିଉଜ ଓଡ଼ିଶା*

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles