ଯାଜପୁର: ବର୍ତ୍ତମାନ ଓଡ଼ିଶାରେ ଆଉ ୧୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସବୁଠାରୁ ଚିନ୍ତାର ବିଷୟ ହେଉଛି ସମସ୍ତ ଆକ୍ରାନ୍ତ ଯାଜପୁର ଜିଲ୍ଲାର ।ସମସ୍ତେ କାଟିକଟା ଅଂଚଳର lଆଜି ଗୋଟେ ଦିନରେ ଯାଜପୁରରୁ ୧୭ ଜଣ ଆକ୍ରାନ୍ତ ଚିହ୍ମଟ ହୋଇଛନ୍ତ । ଏନେଇ ଏହି ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ୩୬ଛୁଇଁଲା କରୋନା ସଂଖ୍ୟା। ଆଜି ସକାଳେ ମଧ୍ୟ ସେଠାରେ ୩ଟି ପଜିଟିଭ ମିଳିଥିଲା। ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ।ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୨ ରେ ପହଁଚିଲା।
UGC ଗାଇଡ ଲାଇନର ବିଭାଗ ତର୍ଜମା କରିବ : ଉଚ୍ଚଶିକ୍ଷା ମନ୍ତ୍ରୀ..
ଭୁବନେଶ୍ୱର : UGC ଗାଇଡ ଲାଇନ ଜାରି କରିଛନ୍ତି। ଆମ ବିଭାଗ ତର୍ଜମା କରିବ, ଓଡ଼ିଶା ପରିପ୍ରେକ୍ଷୀରେ ଯାହା ଠିକ୍ ହେବ ଆମେ ତାକୁ ଗ୍ରହଣ କରିବୁ। ସେଥିଲାଗି ଏକ ଉଚ୍ଚସ୍ତରୀୟ ବୈଠକ ବସିବ। ଲକ୍ ଡାଉନ୍ ପିରିୟଡ଼ କୁ ସୁଯୋଗ ଭାବେ ଗ୍ରହଣ କରନ୍ତୁ, ପାଠ ପଢାରେ ମନାନିବେଶ୍ କରନ୍ତୁ, ଜୁନ୍ ୧୭ ରେ ଶିକ୍ଷାନଷ୍ଠାନଗୁଡ଼ିକୁ ଖୋଲିବା ପରେ ଯେ କୌଣସି ମୁହୂର୍ତ୍ତରେ ପରୀକ୍ଷା ହେବ, ଏଥିପାଇଁ ପ୍ରସ୍ତୁତ ରହିବାକୁ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଛାତ୍ରଛତ୍ରୀମାନଙ୍କୁ ଅନୁରୋଧ କଲେ।
ରୁଷି ଗଲେ ରିଷି……
ମୁମ୍ବାଇ: ବଲିଉଡ୍ ଅଭିନେତା ରିଷି କପୁର ଆଉ ନାହାନ୍ତି। ଆଜି ତାଙ୍କର ମୁମ୍ବାଇର ଏଚ୍ଏନ୍ ରିଲାଏନ୍ସ୍ ଫାଉଣ୍ଡେଶନ ହସ୍ପିଟାଲରେ ମୃତ୍ୟୁ ହୋଇଛି।ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା। କିଛି ଦିନ ହେବ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ନଥିଲା। ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେଉଥିଲା । ପରେ ତାଙ୍କରସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁଧବାର ବିଳମ୍ବିତ ରାତ୍ରରେ ମୁମ୍ବାଇର ଏଚ୍ଏନ୍ ରିଲାଏନ୍ସ୍ ଫାଉଣ୍ଡେଶନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୨୦୧୮ରେ ସେ କର୍କଟ ରୋଗରେ ପୀଡ଼ିତ ହୋଇ ଏକ ବର୍ଷଧରି ନ୍ୟୁୟର୍କରେ ଚିକିତ୍ସିତ ହେଉଥିଲେ। ତାଙ୍କ ମୃତ୍ୟୁ ପରେ ଅମିତାଭ ବଚ୍ଚନ୍ ଟୁଇଟ କରି ଦୁଃଖ ପ୍ରକାଶ କରିଛନ୍ତି।୧୯୫୨ ସେପ୍ଟେମ୍ବର ୪ରେ ସେ ମୁମ୍ବାଇର ଚେମ୍ବୁରଠାରେ ଜନ୍ମଗ୍ରହଣ କରିଥିଲେ। ଦୁଇ ଦିନରେ ଦୁଇ ଜଣ ଭେଟେରାନ ଅଭିନେତାକୁ ହରାଇ ଏବେ ସାରା ବଲିଉଡ କାନ୍ଦୁଛି ।
କରୋନା -ବିଶ୍ୱାସ ଓ ମଣିଷ…..
ଭୁବନେଶ୍ୱର :ଅୟଂ ନିଜ ପରୋଭେତି ଗଣନା ଲଘୁଚେତ ସାମ୍ ଉଦାର ଚରିତଣାମତୁ ଵାସୁଧେବ କୁଟୁମ୍ବକମ୍ । ଅର୍ଥାତ ସଂକୀର୍ଣ୍ଣ ମନା ବ୍ୟକ୍ତି ଆପଣା ପର ଭେଦ ଭାବ ରଖିଥାଏ। ଉଦାର ମନା ବ୍ୟକ୍ତିଙ୍କ ପାଇଁ ସମଗ୍ର ବିଶ୍ୱ ଗୋଟେ କୁଟୁମ୍ବ ସମାନ ହୋଇଥାଏ।ଏହି ଭାବନାର ଆଧାରରେ ହିଁ ସମ୍ପର୍ଣ୍ଣ ଭାରତୟ ସଂକୃତି ଗଠିତ। ବିଗତ କିଛି ଦିନ ମଧ୍ୟରେ କରୋନା ମହାମାରୀ ସମଗ୍ର ବିଶ୍ୱରେ ନିଜର କାୟା ବିସ୍ତାର କରିଛି। ହେଲେ ଏହି ଘଡିସନ୍ଧି ସମୟରେ ସତରେ ବଳି ପଡିଯାଉଛି କି ଆମ ମାନବିକତା ଓ ମଣିଷ ପଣିଆ ? ସମଗ୍ର ବିଶ୍ୱକୁ ନିଜର କରିବାର ତ ଦୂରରେ ଥାଉ, ଆମ ସମାଜରେ ଥିବା ମଣିଷଙ୍କ ପ୍ରତି ମଧ୍ୟ ନ୍ୟାୟ କରିପାରିନାହୁଁ। ଚାରିଆଡେ ଅବିଶ୍ୱାସର ବାତାବରଣ, ନିଜକୁ ଛାଡି ଅନ୍ୟକୁ ଭୁଲ୍ ଦେଖାଇବାରେ ମଣିଷ ପଛାଉ ନାହିଁ । ଏହାସହ ‘ଆପେ ବଂଚିଲେ ବାପାର ନାଁ’ ଲୋକ ବାଣିକୁ କିଛି ଲୋକ ଆପଣାଇ ନେଇଛନ୍ତି । ଏପରି କି ସେମାନେ ଲୋକ ମରିଗଲେ ଜନ ସଂଖ୍ୟା ହ୍ରାସ ପାଇବ ବୋଲି ମଧ୍ୟ କହିବାକୁ ପଛାଉନାହାନ୍ତି। ଏବେ କରୋନା ସମୟରେ ସରକାର ବାରମ୍ବାର ବାହାରକୁ ଗଲେ ମାସ୍କ ପିନ୍ଧିବାକୁ ଅପିଲ କରୁଛନ୍ତି। ହେଲେ ମାସ୍କ ନ ପିନ୍ଧି ବହାରକୁ ଯାଇ ନିଜେ ଏବଂ ଅନ୍ୟକୁ ବିପଦରେ ପକେଇବା ଆମର ଦୁର୍ବଳ ମାନସିକତାର ପରିଚୟ ଦେଉଛି। କରୋନା ବିରୁଦ୍ଧରେ ମଣିଷର ଲଢେଇ କେତେ ଦିନ ଚାଲିବ ତାହା କେହି ଜାଣି ନାହାନ୍ତି।ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା ଏହି ଭୁତାଣୁ ଜନିତ ରୋଗ ବିଶ୍ୱରେ ଦୁଇ ଲକ୍ଷରୁ ଅଧିକ ଲୋକଙ୍କ ଜୀଵନ ନେଇସାରିଲାଣି। ଯାହାକୁ କି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମହାମାରୀ ଘୋଷଣା କରି ସାରିଛି। ତେଣୁ ଏହି ବିପଦ ସମୟରେ ଆମେ ସାମାଜିକ ଦୁରତାକୁ ଗୁରୁତ୍ୱ ଦେଇ ପରସ୍ପର ମଧ୍ୟରେ ବିଶ୍ୱାସ ରଖି ଆଗକୁ ବଢିଲେ ହିଁ କରୋନା ପରି ଏକ ବିଭତ୍ସ ଦାନବକୁ ପରାସ୍ତ କରିବାରେ ସକ୍ଷମ ହୋଇପାରିବା।
ସନ୍ଦୀପ ପାଠୀ,
ନିଜ ଭିଟାମାଟିରେ ହଟ୍ଟହଟ୍ଟା ହେଲେ ଆନ୍ଧ୍ର ଫେରନ୍ତା ।
ଟି.ଏମ୍ .ସି. ପରିବର୍ତ୍ତେ ରହିଲେ ପଶୁ ଚିକିତ୍ସାଳୟରେ ।
- କୋରାପୁଟ : ଇତିମଧ୍ୟରେ କରୋନା ସମ୍ବନ୍ଧୀୟ ଲକଡାଉନ୍ ୩୭ଦିନ ପୁରି ଯାଇଛି । ବାହାର ରାଜ୍ୟରେ ଫସି ରହିଥିବା ଶ୍ରମିକ, ବିଦ୍ୟାର୍ଥ ତଥା ଚିକିତ୍ସା ପାଇଁ ଯାଇଥିବା ବ୍ଯକ୍ତି ମାନଙ୍କୁ ରାଜ୍ୟ ସରକାର ଫେରାଇ ଆଣିବା ପାଇଁ ବ୍ଯବସ୍ଥା କରୁଛନ୍ତି ।ଏହି ସମୟରେ ପରିବାର ପୋଷଣ ପାଇଁ ଆନ୍ଧ୍ରପ୍ରଦେଶ କୁ କାମ କରିବାକୁ ଯାଇ ଫେରିଥିବା ଦୁଇ ବ୍ଯକ୍ତିଙ୍କୁ ନିଜ ଗ୍ରାମରେ ବିରୋଧର ସମ୍ମୁଖୀନ ହେବାକୁ ପଡିଛି ।ମିଳିଥିବା ସୂଚନା ମୁତାବକ ସେମିଲିଗୁଡା ବ୍ଲକର ପରଜା ମୂଥାଇ ଗ୍ରାମର ଜନୈକ ଦୁଇ ବୃଦ୍ଧ ବ୍ୟକ୍ତି ଯଥା କ୍ରମେ ୬୦ ଓ ୬୫ ବର୍ଷ । ଦୁହେଁ ଦୀର୍ଘ ଦିନରୁ ଆନ୍ଧ୍ର ପ୍ରଦେଶ ରାଜ୍ୟ ସାଲୁର୍ ନିକଟ ତନମ ଗ୍ରାମରେ କଦଳୀ ବଗିଚାରେ କାମ କରୁଥିଲେ । କରୋନା ଲକଡାଉନ୍ ଅବଧି ବୃଦ୍ଧି ଯୋଗୁଁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଦୁହେଁ ନିଜ ଗ୍ରାମକୁ ଗତ କିଛିଦିନ ହେବ ଫେରିବା ପରେ ଦୁଇ ବୃଦ୍ଧଙ୍କୁ ନୂଆଗୁଡା ସ୍କୁଲର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କ୍ଵାରେଣ୍ଟିିନ୍ ରେ ରଖା ଯାଇଥିଲା । ଏହାକୁ ନେଇ ଗ୍ରାମ ବାସି ବିରୋଧ କରି ଆସୁଥିଲେ ।କିିନ୍ତୁ ଆଜି ଏହି ବିରୋଧ ଉଗ୍ର ରୂପ ଧାରଣ କରିଛି । ଗ୍ରାମବାସୀ ଗତ କାଲି ରାତିସାରା ଉକ୍ତ କେନ୍ଦ୍ରଟିକୁ ତାଲା ପକାଇବା ସହ ବ୍ଯକ୍ତି ଦ୍ବୟଙ୍କୁ କୌଣସି ଖାଦ୍ୟ ଦେଇନଥିଲେ l ଗ୍ରାମବାସୀଙ୍କୁ ଉକ୍ତ ଗ୍ରାମର ସରପଞ୍ଚ ବୁଝାଇବା ସତ୍ତ୍ବେ କୌଣସି ସମାଧାନ ନହେବାରୁ ସେ ବ୍ଲକ ବିଡ଼ିଓଙ୍କୁ ଜଣାଇ ଥିଲେ । ଖବର ପାଇ ସେମିଲିଗୁଡା ବିଡ଼ିଓ ସବ୍ୟସାଚୀ ବେହେରା, ତହସିଲଦାର ଶରତ ମାଝୀ ଏବଂ ନନ୍ଦପୁର ଥାନା ଅଧିକାରୀ କପିଳେଶ୍ଵର ବେହେରା ଉକ୍ତ ଗ୍ରାମରେ ପହଞ୍ଚି ଗ୍ରାମବାସୀଙ୍କୁ ବୁୁୁୁଝାସୁଝା କରିଥିଲେ ।ଏପରି ପରିସ୍ଥିତିରେ ସମସ୍ତେ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ ।କିନ୍ତୁ ଗ୍ରାମବାସୀ ଦୁଇ ବୃଦ୍ଧଙ୍କୁ ଗ୍ରାମରୁ ବାହାର କରିବାକୁ ଜିଦ୍ ଧରି ବସିିି ରହିଥିଲେ । ଶେଷରେ କୌଣସି ସମାଧାନର ସୂତ୍ର ନ ମିଳିବାରୁ ପ୍ରଶାସନ ଉକ୍ତ ବ୍ଯକ୍ତି ଦ୍ବୟଙ୍କୁ ଗ୍ରାମର ପଶୁ ଚିକିତ୍ସାଳୟର ଅଫିସକୁ ସ୍ଥାନାନ୍ତର କରାଇଥିବା ଜଣାପଡିଛି l ଏଠାରେ ପ୍ରଶ୍ନ ଉଠୁଛି, ପ୍ରଶାସନ କୁ କଣ ଅନ୍ୟ କୌଣସି ସ୍ଥାନ ମିଳିଲା ନାହିଁ ବ୍ଯକ୍ତି ଦ୍ବୟଙ୍କୁ ଥଇଥାନ କରିବାକୁ ? ଏନେଇ ବୁଦ୍ଧିଜୀବି ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।
ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା : ସରକାର ନିର୍ଦେଶ ମାନ, ଓଡିଶା କରୋନା ନିୟନ୍ତ୍ରଣ କରିବାରେ ସାରା ଦେଶରେ ଇତିହାସ
ଭୁବନେଶ୍ୱର : ମାତ୍ର ୧୦ ପ୍ରତିଶତ ଲୋକଙ୍କ ଭୁଲ ଯୋଗୁ ସମସ୍ୟା ୧୦୦ ଗୁଣ ବଢିପାରେ, ତେଣୁ ସତର୍କ ରୁହନ୍ତୁ, ସହଯୋଗ କରନ୍ତୁ
ପ୍ରିୟ ଭାଇ ଓ ଭଉଣୀମାନେ,
ନମସ୍କାର ।
ଗତ ୧୦ ଦିନ ତଳେ ମୁଁ ଆପଣମାନଙ୍କ ସହିତ କଥା ହୋଇଥିଲି । ସେତେବେଳେ ଆମ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ୬୧ ଥିଲା । ଏବେ ତାହା ଦୁଇ ଗୁଣ ବଢିଗଲାଣି । କିନ୍ତୁ ଡ଼ରିବାର କିଛି ନାହିଁ । ଆମେ ସତର୍କ ରହିଲେ ବିପଦକୁ ଏଡେଇ ପାରିବା ।
ପ୍ରଥମେ ଆମ ପାଇଁ ଚ୍ୟାଲେଞ୍ଜ ଥିଲା ବିଦେଶରୁ ଫେରୁଥିବା ଓଡିଆ ଭାଇଭଉଣୀଙ୍କ ଯତ୍ନ ନେବା । ଓଡିଶା ପ୍ରଥମ ରାଜ୍ୟ, ଯିଏ କି ସେମାନଙ୍କ ପାଇଁ ରେଜିଷ୍ଟ୍ରେସନ ଆରମ୍ଭ କଲା। ସେତେବେଳେ ସରକାରଙ୍କୁ ସହଯୋଗ କରିବା ପାଇଁ ମୁଁ ଆପଣମାନଙ୍କୁ ଅନୁରୋଧ କରିଥିଲି । ଆପଣମାନେ ସହଯୋଗ କଲେ। ଆମେ ପରିସ୍ଥିତିକୁ ଭଲ ଭାବରେ ନିୟନ୍ତ୍ରଣ କରିପାରିଲେ।
ତା ପରେ ଚ୍ୟାଲେଞ୍ଜ ହେଲା ନିଜାମୁଦିନ୍ରୁ ଫେରୁଥିବା ବନ୍ଧୁ ମାନଙ୍କ ଠିକ୍ ଭାବରେ ଯତ୍ନ ନେବା। ମୁଁ ପୁଣି ଥରେ ଆପଣମାନଙ୍କୁ ଅନୁରୋଧ କଲି । ଆପଣମାନେ ସହଯୋଗ କଲେ । ଆମେ ଏଥର ମଧ୍ୟ ପରିସ୍ଥିତିକୁ ଭଲ ଭାବରେ ନିୟନ୍ତ୍ରଣ କରିପାରିଲେ ।
ଏବେ ଆମର ତୃତୀୟ ଆହ୍ବାନ ହେଉଛି, ପଶ୍ଚିମବଙ୍ଗରୁ ଫେରୁଥିବା ଭାଇଭଉଣୀ ମାନଙ୍କର ଯତ୍ନ । ରାଜ୍ୟରେ ବର୍ତ୍ତମାନ କରୋନା ପଜିଟିଭ ମାନଙ୍କ ମଧ୍ୟରୁ କେବଳ ପଶ୍ଚିମବଙ୍ଗ ଫେରନ୍ତା ହେଉଛନ୍ତି ୫୦ । ଆପଣମାନଙ୍କ ସହଯୋଗରେ ଆମେ ପରିସ୍ଥିତିକୁ ଭଲ ଭାବରେ ମୁକାବିଲା କରିପାରିଛୁ । ପରିସ୍ଥିତି ନିୟନ୍ତ୍ରଣରେ ଅଛି ।
ଆଗାମୀ କିଛି ଦିନ ଆମ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ଦେଶର ସବୁଠାରୁ ଅଧିକ infected ରାଜ୍ୟ ମହାରାଷ୍ଟ୍ର, ଗୁଜୁରାଟ, ଦିଲ୍ଲୀ, ତାମିଲନାଡୁ, କର୍ଣ୍ଣାଟକ, ରାଜସ୍ଥାନ ତଥା ଆମ ପଡୋଶୀ ପଶ୍ଚିମବଙ୍ଗରୁ ବହୁ ଓଡିଆ ଭାଇଭଉଣୀ ରାଜ୍ୟକୁ ଫେରିବେ। ସେମାନେ ଆମ ଘର ଲୋକ। ବିପଦ ସମୟରେ ମା ଓ ମାତୃଭୂମି ଆଗ ଆମ ମନକୁ ଆସିଥାଏ । ସେମାନେ ସମସ୍ତେ ଆମର ପିଲାଛୁଆ । ଆମ ଭାଇଭଉଣୀ । ସେମାନଙ୍କ ଯତ୍ନ ନେବା ଆମର ଦାୟିତ୍ବ। ବାହାରୁ ଲୋକ ଆସିଲେ ପଜିଟିଭ ସଂଖ୍ୟା ବଢିବ। କିନ୍ତୁ ପରିସ୍ଥିତି ନିୟନ୍ତ୍ରଣରେ ରହିପାରିବ, ଯଦି ଆପଣମାନେ ସରକାରକୁ ପୁରା ସହଯୋଗ ଯୋଗାଇ ଦେବେ।
ତେଣୁ ଆମେ ସାବଧାନ ରହିବା । ଧୈର୍ଯ୍ୟ ରଖିବା । ବାହାରୁ ଫେରୁଥିବା ଲୋକଙ୍କ ରେଜିଷ୍ଟ୍ରେସନ କରିବା । ସେମାନଙ୍କୁ quarantineରେ ରଖିବାରେ ସରକାରଙ୍କୁ ପୁରା ସହଯୋଗ କରିବା । ଏହାଦ୍ବାରା ସେମାନେ ସୁସ୍ଥ ରହିବେ । ଆମ ପରିବାର ସୁସ୍ଥ ରହିବ। ଆମ ଗାଁ ଓ ଆମ ସମାଜ ମଧ୍ୟ ସୁସ୍ଥ ରହିବ। ଆପଣମାନଙ୍କର ଟିକିଏ ହେଳା ସମସ୍ତଙ୍କୁ ବିପଦରେ ପକାଇ ପାରେ । ଏହା ହେଉଛି ଜୀବନ ଓ ମୃତ୍ୟୁର କଥା । ଏପରିକି ୧୦ ପ୍ରତିଶତ ଲୋକଙ୍କ ଭୁଲ ଦ୍ବାରା, ସମସ୍ୟା ୧୦୦ ଗୁଣ ବଢିଯିବ।
ଓଡିଶାର ପରିସ୍ଥିତି ଅନ୍ୟ ରାଜ୍ୟମାନଙ୍କ ଠାରୁ ବହୁତ ଭଲ ଅଛି । ଆମେ ଯଦି ସରକାରଙ୍କ ନିୟମ ମାନି ଚଳିବା, ସରକାରଙ୍କୁ ପୁରା ସହଯୋଗ ଯୋଗାଇ ଦେବା, ତେବେ ଓଡିଶା କରୋନା ନିୟନ୍ତ୍ରଣ କରିବାରେ ସାରା ଦେଶରେ ଇତିହାସ ସୃଷ୍ଟି କରିପାରିବ।
ଆରପାରିରେ ବଲିଉଡ ଅଭିନେତା ଇରଫାନ ଖାନ୍
ଆରପାରିରେ ବଲିଉଡ ଅଭିନେତା ଇରଫାନ ଖାନ୍
ମୁମ୍ବାଇ, : ଆଜି ବଲିଉଡ ଅଭିନେତା ଇରଫାନ ଖାନଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୩ବର୍ଷ ହୋଇଥିଲା । ସେ କ୍ୟାନସର ରୋଗରେ ପୀଡ଼ିତ ଥିଲେ । ମୁମ୍ବାଇର କୋକିଳାବେନ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଗତକାଲି ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ତାଙ୍କ ମୃତ୍ୟୁରେ ବଲିଉଡ଼ ଜଗତରେ ଶୋକର ଛାୟା ଖେଳିଯାଇଛି ।ଏଥିପାଇଁ ଅନେକ ଅଭିନେତା ଟୁଇଟ କରି ନିଜର ଦୁଃଖ ପ୍ରକାଶ କରିଛନ୍ତି ।
ଦେଶରେ ୧୦୦୦ ଛୁଇଁଲା କରୋନା ମୃତ୍ୟୁ ସଂଖ୍ୟା…
ନୂଆଦିଲ୍ଲୀ : ଆଜି ଦେଶରେ ୧୦୦୦ ଟପିଛି କରୋନା ମୃତ୍ୟୁ ସଂଖ୍ୟା ।ଏହା ଏବେ ୧୦୦୭ରେ ପହଁଚିଛି ।ମହାମାରୀ କରୋନା ପ୍ରଭାବରେ ଭାରତ ଦ୍ରୁତ ଗତିରେ ସଂକ୍ରମିତ ହୋଇ ଚାଲିଛି। ବର୍ତ୍ତମାନ ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୩୧,୩୩୨ ରେ ପହଞ୍ଚୀଛି। ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏବେ ଭାରତରେ କରୋନା ଜନିତ ମୃତ୍ୟୁ ,୧୦୦୭ରେ ପହଁଚିଥିବା ବେଳେ, ୭୬୯୫ ଜଣ କରୋନା କବଳରୁ ସୁସ୍ଥ ହୋଇ ଘରକୁ ଫେରୁଥିବା ଜଣାପଡିଛି ।
ଯାଜପୁର ଫେରିବା ପାଇଁ ୨୮ ହଜାର ପଞ୍ଜିକରଣ….
ଯାଜପୁର : ଯାଜପୁର ଜିଲ୍ଲାକୁ ରାଜ୍ୟ ବାହାରୁ ଆସିବା ପାଇଁ ପଞ୍ଜିକରଣ ଅଣ୍ଟା ଭିଡିଛନ୍ତି ପୂର୍ବତନ ପୌରପାଳ ଭବ ପ୍ରସାଦ ଦାସ l ଯାଜପୁର ସହରର ବିଭିନ୍ନ ସ୍ଥାନରେ ଭବ ନିଜେ ବିଭିନ୍ନ ରାଜ୍ୟରେ ଫସିଥିବା ଯାଜପୁରବାସୀଙ୍କ ପାଇଁ ସେ ପଞ୍ଜିକରଣ କରୁଛନ୍ତି l ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ୍ୟ ଏହି ପଞ୍ଜିକରଣ ଜୋରଦାର କରାଯାଇଛି l ଫଳରେ ପାଖାପାଖି ୨୮ ହଜାର ବ୍ୟକ୍ତି ୧୦ଟି ବ୍ଲକ ସହ ୨ଟି ପୋୖରାଞ୍ଚଳରେ ପଞ୍ଜିକରଣ କରିଛନ୍ତି । ଏ ନେଇ ଜିଲ୍ଲାପାଳ ମଧ୍ୟ ଆସିବାକୁ ଥିବା ବ୍ୟକ୍ତି ଏବଂ ସ୍ତାନୀୟ ଯାଜପୁର ବାସୀଙ୍କୁ ମଧ୍ୟ ନିବେଦନ କରିଛନ୍ତି କି ୩ ତାରିଖ ପରେ ଲକ ଡାଉନ ଖୋଲିଲା ପରେ ଆସିବାକୁ ଥିବା ଲୋକମାନେ ଗ୍ରାମଞ୍ଚଳରରେ ଥିବା ସଂଘରୋଧ ଗୃହରେ ରହିବା ସହ ସାମାଜିକ ଦୂରତା ବଜାଇ ରଖିବାକୁ ଅନୁରୋଧ ମଧ୍ୟ କରିଛନ୍ତି ।














