ବିଳିବିଳି ହେଉଛନ୍ତି ନବ : ଲକ ଡାଉନ ନେଇ ମତ ବଦଳାଇଲେ….

- Advertisement -

ଭୁବନେଶ୍ୱର : ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ l ଆଜି ରାଜ୍ୟ ରାଜଧାନୀରେ ନିଜର ବୟାନକୁ ନେଇ ବିଳିବିଳି ହୋଇଛନ୍ତି l ପ୍ରଥମେ ଗଣମାଧ୍ୟମକୁ ବୟାନ ଦେଲେ ଯେ ଲକଡାଉନ ଅବଧିକୁ ମାସେ ବୃଦ୍ଧି କରିବାକୁ ସେ ଦାବି କରିଛନ୍ତି l  ଏକଥା ଯେତେବେଳେ ଗଣମାଧ୍ୟମରେ ପ୍ରଚାର ହେଲା, ଏହାର ମାତ୍ର କେହି ଘଣ୍ଟା ପରେ ନିଜର ବାୟାନ ବଦଳାଇଲେ ସ୍ୱାସ୍ଥ୍ୟ ମନ୍ତ୍ରୀ l କହିଲେ ଲକ ଡାଉନ ନେଇ ଠିକ ସମୟରେ ମୁଖ୍ୟମନ୍ତ୍ରୀ ଠିକ ନିଷ୍ପତି ନେବେ l ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ଏପରି ୟୁ ଟନ ଏବେ ଚର୍ଚ୍ଚାର ବିଷୟ l ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ପରେ ନବ ଏପରି ବାୟାନ ଦେଇଥିଲେ l ଯେତେବେଳେ କି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଲକ ଡାଉନ ବୃଦ୍ଧି ନେଇ କୌଣସି ମତ ଦେଇନାହାନ୍ତି l

ତେବେ ଏହା ଛାଡ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ କରୋନା ନିୟନ୍ତ୍ରଣରେ ଅଛି ବୋଲି କହିଛନ୍ତି ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସ। ମହାରାଷ୍ଟ୍ର ଜନସଂଖ୍ୟା ତୁଳନାରେ ଆମ ଜନସଂଖ୍ୟା କମ । ଶ୍ରମିକଙ୍କୁ ପଞ୍ଚାୟତକୁ ଆଣିବାକୁ ପ୍ରାଥମିକ ଦିଆଯିବ । ଯେଉଁଠୁ ଆସୁଛନ୍ତି, ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଦାବି କରିଛନ୍ତି ନବ ଦାସ ।ଆସନ୍ତା 30 ତାରିଖ ଭିତରେ କେନ୍ଦ୍ର ସରକାର ଗାଇଡ ଲାଇନ ଆଣିବେ। ଉକ୍ତ ଗାଇଡ ଲାଇନ ଅନୁସାରେ ସମସ୍ତ କାର୍ଯ୍ୟ ହେବ । ICMR ଗାଇଡ ଲାଇନ ଅନୁସାରେ କ୍ବାରେଣ୍ଟାଇନରେ 14 ଦିନ ରଖାଯାଉଛି। ଆମେ ଅନେକ ଘରୋଇ ହସ୍ପିଟାଲରେ କ୍ବାରେଣ୍ଟାଇନ ସେଣ୍ଟର ପାଇଁ ଦାବି କରିଛୁ ବୋଲି କହିଛନ୍ତି ନବ ଦାସ ।

AMRI, HITECH, KIMS, SUM ହେଲେ ICMR ଏ ଯାଏଁ ଅନୁମତି ଦେଇନି। ସେହିପରି କୋଲକାତା ଫେରନ୍ତାଙ୍କ ରକ୍ତ ନମୁନା ପରୀକ୍ଷା କରାଯିବ ଓ ସେଠାରେ ସବୁ ଲକଡାଉନ କଡାକଡି କରିବା ଆମ ଲକ୍ଷ୍ୟ। ତେବେ ଯାଇ ଚେନ ବଢ଼ିବ ନାହିଁ। ସେହିପରି ରାପିଡ଼ ଟେଷ୍ଟ କିଟରେ ତ୍ରୁଟିପୂର୍ଣ୍ଣ ଅଛି । ସେଥିପାଇଁ ଟେଷ୍ଟିଂ ବନ୍ଦ କରାଯାଇଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles