ସାମ୍ବାଦିକଙ୍କ ମନବଳ ବୃଦ୍ଧି କଲେ ନବୀନ : 15ଲକ୍ଷର ଅନୁକମ୍ପା ଘୋଷଣା..

- Advertisement -

ଭୁବନେଶ୍ୱର : ପୁଣି ସମସ୍ତଙ୍କୁ ଚମକାଇଲେ ନବୀନ l ସାର ଦେଶ ପାଇଁ ନବୀନ ଉଦାହରଣ ସାଜିଛନ୍ତି l କରୋନାର ଟିକନିକ ଖବର ଦେଇଥିବା ସାମ୍ବାଦିକଙ୍କ ପାଇଁ  ମୁଖ୍ୟମନ୍ତ୍ରୀ କରୋନା ପ୍ୟାକେଜ ଘୋଷଣା କରିଛନ୍ତି  ।  କରୋନାରେ  ଆକ୍ରାନ୍ତ ହୋଇ ସାମ୍ବାଦିକଙ୍କ ମୃତ୍ୟୁ ହେଲେ ମିଳିବ କ୍ଷତିପୂରଣ । ସଂକ୍ରମିତ ସାମ୍ବାଦିକଙ୍କ ପରିବାରକୁ  ୧୫ଲକ୍ଷ ଟଙ୍କାର ଅନୁକୂମ୍ପାମୂଳକ ରାଶି ପ୍ରଦାନ କରାଯିବ । ରାଜ୍ୟରେ ସାମ୍ବାଦିକମାନେ କରୋନା ସମୟରେ ନିଜ ଜୀବନକୁ ବାଜି ଲଗାଇ କାମ କରୁଛନ୍ତି l ତେଣୁ ସେମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ କରିଥିବା ସ୍ୱତନ୍ତ୍ର ପ୍ୟାକେଜ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି  ସୂଚନା ଓ ଲୋକ ସମ୍ପର୍କ ଉପଦେଷ୍ଟା ମାନସ ମଙ୍ଗରାଜ l କାର୍ଯ୍ୟରତ ସାମ୍ବାଦିକ  ଏଥିଲାଗି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles