ଭୁବନେଶ୍ୱର: ବର୍ତ୍ତମାନ ଓଡ଼ିଶାରେ ଆଉ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେ ଝାରସୁଗୁଡା ଜିଲ୍ଲାର ।ତାଙ୍କ ପୂର୍ବରୁ ଆଜି ପ୍ରଥମ ଥର ପାଇଁ ଗଞ୍ଜାମକୁ ଛୁଇଁଛି କରୋନା ।ସେଠାରେ ୨ ଜଣଙ୍କୁ କରୋନା ଚିହ୍ନଟ କରାଯାଇଛି।ଆଜି ଏପର୍ଯ୍ୟନ୍ତ ୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି। ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ।ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୦ରେ ପହଁଚିଲା।
ଭୁବନେଶ୍ୱରକୁ ଟପିଲା ଯାଜପୁର : ୪୮ ରେ ପହଁଚିଲା କରୋନା ଆକ୍ରାନ୍ତ
ଭୁବନେଶ୍ୱର: ବର୍ତ୍ତମାନ ଓଡ଼ିଶାରେ ଆଉ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିନ୍ତାର ବିଷୟ ହେଉଛି ସେ ମଧ୍ୟ ଯାଜପୁର ଜିଲ୍ଲାର ବରୀ ବ୍ଲକ୍ ର।ତାଙ୍କ ବୟସ ୬୧ ବର୍ଷ ।ତାଙ୍କର ମଧ୍ୟ କଲିକତା ଲିଙ୍କ୍ ରହିଛି। ଆଜି ଗୋଟିଏ ଦିନରେ ୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି। ଏହି ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ୪୮ଛୁଇଁଲା କରୋନା ସଂଖ୍ୟା।ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ।ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୮ରେ ପହଁଚିଲା। ଏବେ ଓଡ଼ିଶାର କରୋନା ହଟ ଷ୍ପଟ ପାଲଟିଛି ଯାଜପୁର ଜିଲ୍ଲା । ଏବେ ଭୁବନେଶ୍ୱରକୁ ଅତିକ୍ରମ କରି ଓଡ଼ିଶାର ଅଧିକ କରୋନା ଆକ୍ରାନ୍ତ ଜିଲ୍ଲା ହୋଇଛି।
ଯାଜପୁରରେ ୪୭ଛୁଇଁଲା କରୋନା ଆକ୍ରାନ୍ତ….
ଯାଜପୁର: ବର୍ତ୍ତମାନ ଓଡ଼ିଶାରେ ଆଉ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସବୁଠାରୁ ଚିନ୍ତାର ବିଷୟ ହେଉଛି ସମସ୍ତ ଆକ୍ରାନ୍ତ ଯାଜପୁର ଜିଲ୍ଲାର ।ଆଜି ଗୋଟିଏ ଦିନରେ ୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି। ଏହି ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ୪୭ଛୁଇଁଲା କରୋନା ସଂଖ୍ୟା।ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ।ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୬ରେ ପହଁଚିଲା। ଏବେ ଓଡ଼ିଶାର କରୋନା ହଟ ଷ୍ପଟ ପାଲଟିଛି ଯାଜପୁର ଜିଲ୍ଲା ।
ଗ୍ରୀନ ଜୋନ ପାଇଁ କୋହଳ ହେଲା ଲକ୍ ଡାଉନ: ଗଡିବ ବାସ୍ ,ଖୋଲିବ ମଦ ଦୋକାନ
ନୂଆଦିଲ୍ଲୀ : ଆଜି କେନ୍ଦ୍ର ସରକାର ୨ ସପ୍ତାହ ପାଇଁ ଲକଡାଉନ ଅବଧି ବଢ଼ାଇଛନ୍ତି । ଯାହା କି ମେ ୧୭ ଯାଏଁ ରହିବ।ହେଲେ ଏଥର ଲକ୍ ଡାଉନରେ ଲୋକଙ୍କ ପାଇଁ କିଛି କହୋଳ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଉଭୟ ଗ୍ରୀନ ଓ ଅରେଞ୍ଜ ଜୋନରେ ଏହି କୋହଳ ବ୍ୟବସ୍ଥା ଲାଗୁହେବ।ଏ ନେଇ ଆଜି ସନ୍ଧ୍ୟାରେ କେନ୍ଦ୍ର ସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି |ତେବେ ଆସନ୍ତୁ ଜାଣିବା ଗାଇଡ଼ ଲାଇନରେ କଣ ଅଛି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଗ୍ରୀନ ଜୋନରେ ବସ ଚଳା ଚଳ କରିପାରିବ। ଏହା ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ
ଚାଲିପାରିବ ବୋଲି କୁହାଯାଇଛି |ମଦ ଦୋକାନ ଖୋଲା ରହିପାରିବ। ଏହାସହ ପାନ ଦୋକାନ ମଧ୍ୟ ଖୋଲା ରହିବ |ପୂର୍ବ ପାରି ସାମଜିକ ଦୂରତା ବଜାୟ ରହିବ ।ତେବେ ଦୋକାନରେ ଗ୍ରାହକମାନେ ପରସ୍ପର ଠାରୁ ଅତିକମରେ ୬ ଫୁଟ ଦୂରତା ଅବଲମ୍ବନ କରିବାକୁ କୁହାଯାଇଛି |
ସେହିପରି କିଛି ସର୍ତ୍ତସହ ଟ୍ୟାକ୍ସି ଓ କ୍ୟାବ ଚାଲିପାରିବ।ସେହିପରି ଅନ୍ତଃରାଜ୍ୟ ଯାତାୟତ ପାଇଁ ଅନୁମତି ନେବାକୁ ପଡ଼ିବ।ଚାରି ଚକିଆ ଗାଡ଼ିରେ ଡ୍ରାଇଭର ସହ ୨ଜଣ ଯାତାୟତ କରିପାରିବେ।
ରେଡ଼ ଜୋନରେ ପୂର୍ବପରି ସମସ୍ତ ଲକ୍ ଡାଉନର କଟକଣା ଲାଗୁରହିବ। ପୁର୍ବ ନିର୍ଦ୍ଧାରିତ ସବୁ ନିୟମକୁ କଡାକଡି ଭାବେ ପାଳନ କରାଯିବ ବୋଲି ଗୃହ ମନ୍ତ୍ରାଳୟ ସ୍ପଷ୍ଟ କରିଛି।
ଲକ୍ ଡାଉନ ୧୭ ମେ’ ଯାଏଁ ବୃଦ୍ଧି….
ନୂଆଦିଲ୍ଲୀ : ଲକ୍ ଡାଉନକୁ ଗୃହ ମନ୍ତ୍ରାଳୟ ଆଉ ଦୁଇ ସପ୍ତାହ ବୃଦ୍ଧି କରିଛନ୍ତି । ପୂର୍ବରୁ ଲାକଡାଉନର ଅବଧି ମେ ୩ ତାରିଖ ଯାଏଁ ଅଛି । ମେ ୪ ତାରିଖରୁ ଏହା ମେ ୧୭ ତାରିଖ ଯାଏଁ ରହିବ। ଏଥର କିନ୍ତୁ ଗ୍ରୀନ ଜୋନ ଏବଂ ଅରେଞ୍ଜ ଜୋନ ରେ ଥିବା ସହରରେ ଏହା କିଛି ମାତ୍ରାରେ କହୋଳ ରହିବ। କିନ୍ତୁ ରେଡ଼ ଜୋନରେ ଏହା ପୂର୍ବପରି ବଳବତ୍ତର ରହିବ ବୋଲି ଗୃହ ମନ୍ତ୍ରାଳୟ ସୂଚନା ଦେଇଛି ।
ପୁଣି ସୁସ୍ଥ ହେଲେ ରାଜ୍ୟର ୧୪ କରୋନା ଆକ୍ରାନ୍ତ
ଭୁବନେଶ୍ୱର: ଓଡିଶା ପାଇଁ ସବୁଠୁ ଖୁସିର ଖବର l ଏବେ ରାଜ୍ୟ ପାଇଁ ଏକ ଭଲ ଖବର ଆସିଛି। କରୋନା ଆକ୍ରାନ୍ତ ଥିବା ୧୪ ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଏଥିରେ ବାଲେଶ୍ଵର-୩ ,ଭଦ୍ରକ-୭ କେନ୍ଦ୍ରାପଡା-୧, ଭୁବନେଶ୍ୱର-୩ ଜଣ ଲେଖାଏଁ ଅଛନ୍ତି। ଏହି ୧୪ଜଣଙ୍କୁ ମିଶାଇ ଏବେ ମୋଟ ୫୫ଜଣ ରାଜ୍ୟରେ ଆରୋଗ୍ୟ ହେଲେଣି।କେନ୍ଦ୍ରାପଡା ରାଜ୍ୟର ଦ୍ୱିତୀୟ ଜିଲ୍ଲା ଭାବରେ କରୋନାମୁକ୍ତ ହୋଇଛି । ଏପଟେ ଆଜି ରାଜ୍ୟରୁ ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି।
ବଲାଙ୍ଗୀରକୁ ବ୍ୟାପିଲା କରୋନା,ଯାଜପୁରରେ ଆଉ ୩ :@୧୪୮
ଭୁବନେଶ୍ୱର : ବର୍ତ୍ତମାନ ଓଡ଼ିଶାରେ ଆଉ ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସବୁଠାରୁ ଚିନ୍ତାର ବିଷୟ ହେଉଛି ପ୍ରଥମଥର ପାଇଁ ବଲାଙ୍ଗୀରରୁ ୨ଜଣ ଚିହ୍ନଟ ହୋଇଛନ୍ତି । ଉଭୟଙ୍କ ବୟସ ୨୨ ଓ ୧୮ ବର୍ଷ ଲେଖାଏଁ ।ସେମାନେ ତାମିଲନାଡୁ ଫେରନ୍ତା । ଏପଟେ ଯାଜପୁର ଜିଲ୍ଲାରୁ ଆଉ ତିନି ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ଜିଲ୍ଲାରେ ୩୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। କଟିକାଟା ବର୍ତ୍ତମାନ ଜିଲ୍ଲାର କରୋନା ସେଣ୍ଟର ପାଲଟିଛି।ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ।ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୮ ରେ ପହଁଚିଲା। ଯାଜପୁର ରେଡ ଜୋନରେ ଅଛି l
ଶ୍ରମିକ ଦିବସରେ ଶ୍ରମିକର ଭବିଷ୍ୟତ ଚିନ୍ତା ।
- ଯାଜପୁର : ଆଜି ମଇ ମାସ ୧ ତାରିଖ ଶ୍ରମିକ ଦିବସ। କିନ୍ତୁ ଶ୍ରମିକ ମାନଙ୍କ ମଧ୍ୟରେ ଖୁସି ବଦଳରେ ମନରେ ଭରିଛି ଶଙ୍କା ।ଇସ୍ପାତ ହବ୍ ହେବାକୁ ଥିବା କଳିଙ୍ଗନଗର ଶିଳ୍ପାଞ୍ଚଳରେ ଶ୍ରମିକ ମାନେ ଭୋକ ଉପାସରେ କାଟୁଛନ୍ତି ଦିନ । କରୋନା ଲକଡାଉନ୍ ଓ ସଟଡାଉନ୍ ଉଜାଡି ଦେଲାଣି ସବୁ କିଛି ।କଞ୍ଚାମାଲ୍ ର ଅଭାବ ଦର୍ଶାଇ ନୀଳାଚଳ ଇସ୍ପାତ ନିଗମ ବନ୍ଦ ରଖିଥିବା ବେଳେ ପ୍ରାୟ ଦୁଇ ରୁ ଅଧିକ ମାସର ଦରମା ବକେୟା ରଖିଛି । ମେସ୍କୋ ଷ୍ଟିଲ୍ର ମଧ୍ୟ କୌଣସି ପାଉଣା ନ ଦେଇ ତାର ଅଧିକାଂଶ ଶ୍ରମିକଙ୍କୁ ଛଟେଇ କରିଦେଇଛି ।ସେହିପରି ମୈଥାନ ଇସ୍ପାତ କର୍ମଚାରୀ ମାନଙ୍କୁ ଚକମା ଦେଇ ଚାଲିଯାଇଛି ।ସେହିପରି ଏହି ଅଞ୍ଚଳରେ ଥିବା ଅନେକ କାରଖାନା କର୍ତ୍ତୃପକ୍ଷ କରୋନା ଆଳରେ ଶ୍ରମିକ ମାନଙ୍କ ପ୍ରତି ବୈମାତୃକ ହୋଇଛନ୍ତି ।ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଏଭଳି ଘଡିସନ୍ଧି ମୁହୁର୍ତ୍ତରେ କୌଣସି କର୍ମଚାରୀଙ୍କୁ କୌଣସି ସଂସ୍ଥା ଛଟେଇ କରିପାରିବେ ନାହିଁ କିମ୍ବା କର୍ମଚାରୀଙ୍କ ଦରମା ବନ୍ଦ କରିପାରିବେ ନାହିଁ । କିନ୍ତୁ କୌଣସି ସଂସ୍ଥା ଏହି ନିୟମକୁ ପାଳନ କରିବାକୁ ଯେପରି ନାରାଜ୍ ।ଏଥିପ୍ରତି ସରକାର ଦୃଷ୍ଟି ନଦେଲେ କଳିଙ୍ଗନଗର ଶିଳ୍ପାଞ୍ଚଳରେ କାମ କରୁଥିବା ହଜାର ହଜାର ସଂଖ୍ୟକ ଶ୍ରମିକଙ୍କ ପରିବାର ଦୁର୍ଦ୍ଦଶା ମଧ୍ୟରେ ଗତି କରିବେ । ସହ ସମ୍ପାଦକ bignewsodisha .
ଲଢ଼ିବ ଯାଜପୁର, ହାରିବ କରୋନା
ଯାଜପୁର : ରାଜ୍ୟରେ ଏବେ ମୋଟ ୧୪୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିରୁ କେବଳ ଯାଜପୁର ଜିଲ୍ଲାର ୩୬ ଜଣ ଅଛନ୍ତି। ସବୁଠାରୁ ଚିନ୍ତାର ବିଷୟ ହେଲା ଆଜି ଗୋଟେ ଦିନରେ ଯାଜପୁରରେ ୧୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଯାହା କି ରାଜ୍ୟ ସରକାରଙ୍କ ଚିନ୍ତାର କାରଣ ପାଲଟିଛି। ଯାଜପୁରକୁ ଏହି ଚିନ୍ତା ଦେଇଛି କଲିକତା । ଯାଜପୁରର କଟିକତା ଅଞ୍ଚଳରେ ଆଜି ଚିହ୍ନଟ ହୋଇଥିବା ୧୪ କରୋନା ଆକ୍ରାନ୍ତ କଲିକତା ଫେରନ୍ତାଙ୍କ ସଂସ୍ପର୍ଶରେ ଆସିଛନ୍ତି। ଏହି କଟିକଟା ଅଞ୍ଚଳକୁ ଜିଲ୍ଲା ପ୍ରଶାସନ ପୂର୍ବରୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିସାରିଛି। ସେଥିପାଇଁ ଏଥିରେ କୌଣସି ଭୟବିତ ହେବାର କାରଣ ନାଇ ବୋଲି ରାଜ୍ୟ ସରକାର କହିଛନ୍ତି ।ତେବେ ଯାଜପୁରବାସୀ ଭାରି ସାହାସି। ଯେତେବେଳେ ବି ବିପଦ ଆସେ ଧର୍ଯ୍ୟ, ନିଷ୍ଠା ,ସାହସର ସହ ମୁକାବିଲା କରନ୍ତି। ଯାହାର ଅନେକ ଉଦାହରଣ ଇତିହାସ ପୃଷ୍ଠାରେ ଲିପିବଦ୍ଧ ଅଛି। ୧୫୬୮ ମସିହାରେ କଳାପାହାଡ଼ ଯାଜପୁରକୁ ଆକ୍ରମଣ କରିଥିଲା । ଆଉ ମନ୍ଦିର ମାଳିନୀ ଯାଜପୁରକୁ ଧ୍ୱଂସ କରିବାରେ ଲାଗିଥିଲା। ସେହି ସମୟରେ କଳାପାହାଡର ମୁକାବିଲା କରି ଯାଜପୁରବାସୀ ଧର୍ଯ୍ୟ ଓ ସାହସିର ପ୍ରମାଣ ଦେଇସାରିଛନ୍ତି ।ଆଜି ଯାଜପୁରକୁ ସେହି ପୁର୍ବ ବୀରତ୍ବ ଦେଖାଇବାର ସମୟ ଆସିଛି। ସେହି ଧର୍ଯ୍ୟ ଓ ନିଷ୍ଠା ପାଳନ କରିବାର ସମୟ ପୁଣି ଆସିଛି। ଆଉ ଏହି କଳାପାହାଡ ରୂପୀ ଅଦୃଶ୍ୟ କରୋନାକୁ ହରାଇ ପ୍ରମାଣିତ କରିବାକୁ ପଡିବ। କରୋନା ଏକ ଅଦୃଶ୍ୟ ଶତ୍ରୁ ହୋଇଥିବାରୁ ତାକୁ ଭୟ କରିବା ଉଚିତ । କିନ୍ତୁ ସେ ଯେବେ ସାମ୍ନାରେ ଛିଡା ହୋଇସାରିଛି, ତାକୁ ଆଉ ଭୟ କରିବା ଅନୁଚିତ। ଏବେ କରୋନା ସହ ଲଢେ଼ଇ କରି ତାକୁ ହରେଇବାର ଅଛି । ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ସରକାରଙ୍କ ନିର୍ଦ୍ଦେଶକୁ ପାଳନ କରିବାକୁ ପଡିବ। ଉଭୟ ପ୍ରଶାସନ ଓ ଜିଲ୍ଲାବାସୀ ଏକଜୁଟ ହୋଇ ଲଢ଼ିଲେ “ଜିତିବ ଯାଜପୁର ହାରିବ କରୋନା”।













