ଲଢ଼ିବ ଯାଜପୁର, ହାରିବ କରୋନା

- Advertisement -

ଯାଜପୁର : ରାଜ୍ୟରେ ଏବେ ମୋଟ ୧୪୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିରୁ କେବଳ ଯାଜପୁର ଜିଲ୍ଲାର ୩୬ ଜଣ ଅଛନ୍ତି। ସବୁଠାରୁ ଚିନ୍ତାର ବିଷୟ ହେଲା ଆଜି ଗୋଟେ ଦିନରେ ଯାଜପୁରରେ ୧୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଯାହା କି ରାଜ୍ୟ ସରକାରଙ୍କ ଚିନ୍ତାର କାରଣ ପାଲଟିଛି। ଯାଜପୁରକୁ ଏହି ଚିନ୍ତା ଦେଇଛି କଲିକତା । ଯାଜପୁରର କଟିକତା ଅଞ୍ଚଳରେ ଆଜି ଚିହ୍ନଟ ହୋଇଥିବା ୧୪ କରୋନା ଆକ୍ରାନ୍ତ କଲିକତା ଫେରନ୍ତାଙ୍କ ସଂସ୍ପର୍ଶରେ ଆସିଛନ୍ତି। ଏହି କଟିକଟା ଅଞ୍ଚଳକୁ ଜିଲ୍ଲା ପ୍ରଶାସନ ପୂର୍ବରୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିସାରିଛି। ସେଥିପାଇଁ ଏଥିରେ କୌଣସି ଭୟବିତ ହେବାର କାରଣ ନାଇ ବୋଲି ରାଜ୍ୟ ସରକାର କହିଛନ୍ତି ।ତେବେ ଯାଜପୁରବାସୀ ଭାରି ସାହାସି। ଯେତେବେଳେ ବି ବିପଦ ଆସେ ଧର୍ଯ୍ୟ, ନିଷ୍ଠା ,ସାହସର ସହ ମୁକାବିଲା କରନ୍ତି। ଯାହାର ଅନେକ ଉଦାହରଣ ଇତିହାସ ପୃଷ୍ଠାରେ ଲିପିବଦ୍ଧ ଅଛି। ୧୫୬୮ ମସିହାରେ କଳାପାହାଡ଼ ଯାଜପୁରକୁ ଆକ୍ରମଣ କରିଥିଲା । ଆଉ ମନ୍ଦିର ମାଳିନୀ ଯାଜପୁରକୁ ଧ୍ୱଂସ କରିବାରେ ଲାଗିଥିଲା। ସେହି ସମୟରେ କଳାପାହାଡର ମୁକାବିଲା କରି ଯାଜପୁରବାସୀ ଧର୍ଯ୍ୟ ଓ ସାହସିର ପ୍ରମାଣ ଦେଇସାରିଛନ୍ତି ।ଆଜି ଯାଜପୁରକୁ ସେହି ପୁର୍ବ ବୀରତ୍ବ ଦେଖାଇବାର ସମୟ ଆସିଛି। ସେହି ଧର୍ଯ୍ୟ ଓ ନିଷ୍ଠା ପାଳନ କରିବାର ସମୟ ପୁଣି ଆସିଛି। ଆଉ ଏହି କଳାପାହାଡ ରୂପୀ ଅଦୃଶ୍ୟ କରୋନାକୁ ହରାଇ ପ୍ରମାଣିତ କରିବାକୁ ପଡିବ। କରୋନା ଏକ ଅଦୃଶ୍ୟ ଶତ୍ରୁ ହୋଇଥିବାରୁ ତାକୁ ଭୟ କରିବା ଉଚିତ । କିନ୍ତୁ ସେ ଯେବେ ସାମ୍ନାରେ ଛିଡା ହୋଇସାରିଛି,  ତାକୁ ଆଉ ଭୟ କରିବା ଅନୁଚିତ। ଏବେ କରୋନା ସହ ଲଢେ଼ଇ କରି ତାକୁ ହରେଇବାର ଅଛି । ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ସରକାରଙ୍କ ନିର୍ଦ୍ଦେଶକୁ ପାଳନ କରିବାକୁ ପଡିବ। ଉଭୟ ପ୍ରଶାସନ ଓ ଜିଲ୍ଲାବାସୀ ଏକଜୁଟ ହୋଇ ଲଢ଼ିଲେ “ଜିତିବ ଯାଜପୁର ହାରିବ କରୋନା”।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles