ଗ୍ରୀନ ଜୋନ ପାଇଁ କୋହଳ ହେଲା ଲକ୍ ଡାଉନ: ଗଡିବ ବାସ୍ ,ଖୋଲିବ ମଦ ଦୋକାନ

- Advertisement -

ନୂଆଦିଲ୍ଲୀ : ଆଜି କେନ୍ଦ୍ର ସରକାର ୨ ସପ୍ତାହ ପାଇଁ ଲକଡାଉନ ଅବଧି ବଢ଼ାଇଛନ୍ତି । ଯାହା କି ମେ ୧୭ ଯାଏଁ ରହିବ।ହେଲେ ଏଥର ଲକ୍ ଡାଉନରେ ଲୋକଙ୍କ ପାଇଁ କିଛି କହୋଳ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଉଭୟ ଗ୍ରୀନ ଓ ଅରେଞ୍ଜ ଜୋନରେ ଏହି କୋହଳ ବ୍ୟବସ୍ଥା ଲାଗୁହେବ।ଏ ନେଇ ଆଜି ସନ୍ଧ୍ୟାରେ କେନ୍ଦ୍ର ସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି |ତେବେ ଆସନ୍ତୁ ଜାଣିବା ଗାଇଡ଼ ଲାଇନରେ କଣ ଅଛି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଗ୍ରୀନ ଜୋନରେ ବସ ଚଳା ଚଳ କରିପାରିବ। ଏହା ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ
ଚାଲିପାରିବ ବୋଲି କୁହାଯାଇଛି |ମଦ ଦୋକାନ ଖୋଲା ରହିପାରିବ। ଏହାସହ ପାନ ଦୋକାନ ମଧ୍ୟ ଖୋଲା ରହିବ |ପୂର୍ବ ପାରି ସାମଜିକ ଦୂରତା ବଜାୟ ରହିବ ।ତେବେ ଦୋକାନରେ ଗ୍ରାହକମାନେ ପରସ୍ପର ଠାରୁ ଅତିକମରେ ୬ ଫୁଟ ଦୂରତା ଅବଲମ୍ବନ କରିବାକୁ କୁହାଯାଇଛି |
ସେହିପରି କିଛି ସର୍ତ୍ତସହ ଟ୍ୟାକ୍ସି ଓ କ୍ୟାବ ଚାଲିପାରିବ।ସେହିପରି ଅନ୍ତଃରାଜ୍ୟ ଯାତାୟତ ପାଇଁ ଅନୁମତି ନେବାକୁ ପଡ଼ିବ।ଚାରି ଚକିଆ ଗାଡ଼ିରେ ଡ୍ରାଇଭର ସହ ୨ଜଣ ଯାତାୟତ କରିପାରିବେ।
ରେଡ଼ ଜୋନରେ ପୂର୍ବପରି ସମସ୍ତ ଲକ୍ ଡାଉନର କଟକଣା ଲାଗୁରହିବ। ପୁର୍ବ ନିର୍ଦ୍ଧାରିତ ସବୁ ନିୟମକୁ କଡାକଡି ଭାବେ ପାଳନ କରାଯିବ ବୋଲି ଗୃହ ମନ୍ତ୍ରାଳୟ ସ୍ପଷ୍ଟ କରିଛି।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles