ୟୁଜିସି ଗାଇଡଲାଇନର ତର୍ଜମା କରୁଛି ଉଚ୍ଚ ଶିକ୍ଷା ବିଭାଗ…

- Advertisement -

ଭୁବନେଶ୍ୱର : ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କୁଳପତି ମାନଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ବୈଠକ ଆରମ୍ଭ ହୋଇଛି । ଲୋକସେବା ଭବନରେ ବିଭାଗୀୟ ମନ୍ତ୍ରୀ, ସଚିବ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଉପାଧ୍ୟକ୍ଷ ପ୍ରମୁଖ ଉପସ୍ଥିତ। ଲକ୍ ଡାଉନ୍ ହେତୁ ଜୁନ ୧୭ ଯାଏଁ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବା ବେଳେ ୟୁଜିସି ଗାଇଡଲାଇନ ମୁତାବକ ରାଜ୍ୟରେ ଚଳିତ ଶିକ୍ଷାବର୍ଷ କେବେ ଓ କିପରି ଆରମ୍ଭ ହେବ, ପରୀକ୍ଷା ପରିଚାଳନା କିପରି ହେବ ସେନେଇ ଚାଲିଛି ବିଚାର ବିମର୍ଷ। ଇ ଲର୍ଣିଂ, ଛାତ୍ରଛାତ୍ରୀଙ୍କ ସ୍କ୍ରିନିଂ ଉପରେ ଆଲୋଚନା ଜାରି ରହିଛି l ପୂର୍ବରୁ ଉଚ୍ଚଶିକ୍ଷା ମନ୍ତ୍ରୀ ଜୁନ 17ପରେ ଯେକୌଣସି ସମୟରେ ପରୀକ୍ଷା ହେବ ବୋଲି କହିଥିଲେ l ତେଣୁ ଛାତ୍ରଛାତ୍ରୀ ମାନେ ଲକ ଡାଉନ ସୁଯୋଗ ଉଠାଇ ପାଠପଢିବା ପାଇଁ ମନ୍ତ୍ରୀ ଅନୁରୋଧ କରିଥିଲେ l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles