ଶ୍ରମିକଙ୍କ ସାରଥୀ ଶ୍ରମମନ୍ତ୍ରୀ……

- Advertisement -

ଭୁବନେଶ୍ୱର : ଶ୍ରମମନ୍ତ୍ରୀ ହେବ ତ ଏମିତି l ଯିଏ ଦିନ ରାତି ଶ୍ରମିକଙ୍କ ଚିନ୍ତା କରୁଥିବ । ଶ୍ରମିକଙ୍କ ସୁଖ ଦୁଃଖର ସାଥି ହୋଇଥିବ । ସେ ପ୍ରାକୃତିକ ବିପର୍ଯୟ ହେଉ ବା ସାଧାରଣ ସମୟ । ସବୁବେଳେ ଶ୍ରମିକମାନେ କିଭଳି ଖୁସିରେ ରହିବେ ସେ ଚିନ୍ତା ଘାରିଥାଏ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ । ରାଜ୍ୟ ମନ୍ତ୍ରୀମଣ୍ଡଳର କ୍ୟାବିନେଟ ପାହ୍ୟାରେ ଥିବା ସୁଶାନ୍ତ ସିଂହ ସବୁବେଳେ ନିଜର ମହାନ କାମ ପାଇଁ ଚର୍ଚା କୁ ଆସିଥାନ୍ତି । ମୁଖ୍ୟମନ୍ତ୍ରୀ ଯେଉଁ ଆହ୍ୱାନ ଦେଇଥିଲେ ବିଜେଡି ନେତାମାନଙ୍କୁ ତାକୁ ଅକ୍ଷରେ ଅକ୍ଷରେ ପାଳନ କୁରୁଛନ୍ତି । ନବୀନ କାହିଥିଲେ ଯେ , ଲୋକଙ୍କ ସୁଖଦୁଃଖର ସାଥି ହୁଅ । ସରଳ ଜୀବନ କଟା , ବିଳାସପୁର୍ଣ ଜୀବନ ଛାଡ଼ ନିଜେ ମନ୍ତ୍ରୀ ନୁହେଁ ବରଂ ଜଣେ ସେବକ ଭାବରେ ଲୋକଙ୍କ ପାଇଁ କାମ କର । ଆଜି ମୁଖ୍ୟମନ୍ତ୍ରୀଙ୍କ ଏହି କଥାର ସବୁଠାରୁ ବଡ ଉଦାହରଣ ସାଜିଛନ୍ତି କ୍ୟାବିନେଟ ମନ୍ତ୍ରୀ ସୁଶାନ୍ତ ସିଂହ । ଲକଡାଉନ ସମୟରେ ସିକନ୍ଦ୍ରାବାଦରୁ ବହୁ ଶ୍ରମିକ ତାଙ୍କ ନିର୍ବାଚନ ମଣ୍ଡଳୀରେ ପହଂଚିଥିଲେ ବାହାର ରାଜ୍ୟରୁ ଆସି । ସେମାନେ ବୌଦ୍ଧ, ସୋନପୁର ଆଦି ବିଭିନ୍ନ ଅଂଚଳକୁ ଯିବାକୁ ଚାହୁଁଥିଲେ । ରାତିରେ ମନ୍ତ୍ରୀ ସୁଶାନ୍ତ ସିଂହ ତାଙ୍କ ପାଖରେ ପହଂଚି ପ୍ରଥମେ ସେମାନଙ୍କ ଖାଦ୍ୟର ବ୍ୟବସ୍ଥା କରିଥିଲେ । ଏହାପରେ ସେମାନେ ନିଜ ନାଁ ପଞ୍ଜିକରଣ କରିଛନ୍ତି କି ନାହିଁ ତାହା ପଚାରି ବୁଝିଥିଲେ ଓ ପଞ୍ଜିକରଣ କରାଇଥିଲେ ମଧ୍ୟ । ଏହାପରେ ଯେତେବେଳେ ଶ୍ରମିକମାନେ ନିଜ ଗନ୍ତବ୍ୟ ସ୍ଥଳକୁ ଯିବାକୁ ଚାହିଁଲେ ସେତେବେଳେ ଆବଶ୍ୟକୀୟ ଗାଡି ମିଳିନଥିଲା । ଯେଉଁ କିଛି ଗାଡି ମିଳିଲା ତାଭିତରୁ କିଛି ଗାଡ଼ିରେ ଡ୍ରାଇଭର ମଧ୍ୟ କମ ପଡିଲେ ଆଉ ଠିକ ଏହି ସମୟରେ ମନ୍ତ୍ରୀ ନିଜେ ଗୋଟିଏ ଗାଡିର ଡ୍ରାଇଭର ସାଜି ଶ୍ରମିକମାନଙ୍କୁ ଗନ୍ତବ୍ୟ ସ୍ଥଳରେ ଛାଡିଥିଲେ । ଶ୍ରମିକମାନଙ୍କ ପାଇଁ କ୍ୟାବିନେଟ ମନ୍ତ୍ରୀ ଡ୍ରାଇଭର ସାଜିବା ଏବେ ପୁରା ରାଜ୍ୟରେ ଚର୍ଚାର ବିଷୟ । ସମସ୍ତେ କୁହାକୁହି ହେଉଛନ୍ତି ଶ୍ରମମନ୍ତ୍ରୀ ହେବ ତ ସୁଶାନ୍ତଙ୍କ ପରି । କେବଳ ସେତିକି ନୁହେଁ ନିଜ ନିର୍ବାଚନ ମଣ୍ଡଳୀରେ ଲକ ଡାଉନ ଯୋଗୁ ରାଜସ୍ଥାନ ଅଂଚଳରେ ଫସିଥିବା କିଛି ଶ୍ରମିକଙ୍କୁ ତାଙ୍କ ରାଜ୍ୟକୁ ପଠାଇବାରେ ସୁଶାନ୍ତ ମଧ୍ୟ ପ୍ରମୁଖ ଭୂମିକା ନେଇଛନ୍ତି । ନିଜ ନିର୍ବାଚନୀ ମଣ୍ଡଳୀ ସହ ରାଜ୍ୟ ଭିତରେ ଏବଂ ରାଜ୍ୟ ବାହାରେ ଥିବା ଶ୍ରମିକମାନେ କିପରି ଅସୁବିଧା ନଭୋଗିବେ ସେ ଚିନ୍ତା ଏବେ ଘାରିଛି ସୁଶାନ୍ତଙ୍କୁ , ଯେଉଁଥିପାଇଁ ସେ ଦିନ ରାତି ଏକ କରି କାମ କୁରୁଛନ୍ତି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles