ମଦ ପ୍ରେମେ ଲୋକେ ହେଲେ ବାଇ ……

- Advertisement -

ମଭୁବନେଶ୍ୱର : କ୍ଷୀରଵାଲା ବୁଲେ ଦୁଆର ଦୁଆର ଜମାରୁ ବିକିରି ହେଉନି, ନାଲି ପାଣି ଦୋକାନ ସବୁଠି ଖୋଲି,ଅନାନୀ ଲାଇନ ଲାଗିଛି। ଏହି ପଦଟି ଏକ ଓଡ଼ିଆ ଗୀତରୁ ଆସିଛି। ଯେଉଠିକି ଜଣେ କ୍ଷୀରଵାଲା ଘର ଘର ବୁଲି କ୍ଷୀର ବିକ୍ରି କରୁଛି । ହେଲେ କେହି ନେଉ ନାହାନ୍ତି। ଆଉ ଏପଟେ ମଦ ଦୋକାନ ସାମ୍ନାରେ ଲମ୍ବା ଲାଇନ ଲାଗିଛି। ଏମିତି କି ଖରାଦିନରେ ମଧ୍ୟ ଖରାକୁ ଖାତିର କରୁନାହାନ୍ତି ଲୋକମାନେ। ସେ ପୁଅ ହେଉ କି ଝିଅ। ପିଲା ହେଉ କି ବୁଢ଼ା ସମସ୍ତେ ଘଣ୍ଟା ଘଣ୍ଟା ଧରି ମଦ କିଣିବାକୁ ଛିଡା ହୋଇଛନ୍ତି । ଗତ କାଲି ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ।
ଏବେ ଦେଶରେ କରୋନା ଆତଙ୍କ । ଫଳରେ ସାରା ଦେଶରେ ଲକ୍ ଡାଉନ ପରିସ୍ଥିତି । ଦୋକାନ ବଜାର ସବୁ ବନ୍ଦ। ଏବେ ଲକ୍ ଡାଉନକୁ କିଛି ମାତ୍ରାରେ କହଳ କରିଛନ୍ତି କେନ୍ଦ୍ର ସରକାର । କରୋନାର ମାତ୍ରାକୁ ନେଇ ସାରା ଦେଶକୁ ୩ଟି ଜୋନ୍ ରେ ବିଭକ୍ତ କରାଯାଇଛି । ଯେମିତିକି ରେଡ଼ଜୋନ୍, ୟେଲୋ ଜୋନ୍,ଆଉ ଗ୍ରୀନ ଜୋନ୍ ।ଏବେ ଗ୍ରୀନ ଜୋନରେ କଟକଣାର ମାତ୍ରାକୁ ଟିକେ କହୋଳ କରାଯାଇଛି ।ଫଳରେ ସେଠାରେ ମଦ ବିକ୍ରି ଉପରୁ ଅଙ୍କୁଶ ଉଠିଛି। ଏହାସହ ଗତ କାଲିଠାରୁ ମଦ ବିକ୍ରି ଆରମ୍ଭ ହୋଇଛି।
ହେଲେ ବିଡ଼ମ୍ବନାର ବିଷୟ ହେଉଛି ସାରା ଦେଶ ଏବେ କରୋନା ହରାଇବା ପାଇଁ ଆପ୍ରାଣ ଉଦ୍ୟମ କରୁଛି । ଆଉ ଏପଟେ ଲୋକ ମଦ କିଣିବାରେ ପ୍ରତିଯୋଗିତା କରୁଥିବାର ଦେଖାଯାଇଥିଲା ।ଗତ କାଲି ମଦ ଦୋକାନ ଖୋଲିବାର ଢେର ପୂର୍ବରୁ ଲୋକ ଲାଇନରେ ଠିଆ ହୋଇଥିଲେ। ଆଉ ଦୋକାନ ଖୋଲିବାକୁ ଅପେକ୍ଷା କରି ରହିଥିଲେ । ଏଥିରୁ ଲୋକ କେତେ ନିଶାଖୋର ତାହା ଜଣାପଡୁଛି । ଏମିତି ବି କିଛି ଲୋକଥିଲେ ଯେଉଁମାନେ କି ଅଧିକ ପରିମାଣରେ ତଥା ପେଟି ପେଟି ମଦ ନେବାକୁ ପ୍ରତିଯୋଗିତା କରୁଥିବାର ଚିତ୍ର ମଧ୍ୟ ସାମ୍ନାକୁ ଆସିଥିଲା । ଉତ୍ତର ପ୍ରଦେଶ , ଦିଲ୍ଲୀ ,କର୍ଣ୍ଣାଟକ ଆଦି ରାଜ୍ୟରେ ଲୋକ ପ୍ରଚୁର ପରିମାଣରେ ମଦ କିଣୁଥିବା ଦେଖାଯାଇଥିଲା। ଲୋକଙ୍କ ପାଖରେ ଖାଇବା ପାଇଁ ପଇସା ନାହିଁ କହୁଛନ୍ତି। ହେଲେ ମଦ ଦୋକାନ ସାମ୍ନାରେ ଏ ଭିଡ଼ ଆଉ କିଛି ବୟାନ କରୁଛି। ଲୋକ ଘଣ୍ଟା ଘଣ୍ଟା ଅପେକ୍ଷା କରି ମାଡ଼ ପିଟ କରି ମଦ କିଣିବା ସତରେ କରୋନା ଯୁଦ୍ଧକୁ ଦୁର୍ବଳ କରିଦେଲା ପରି ମାନେହେଉଛି ।
ମଦର ଏପରି ବିକ୍ରିକୁ ଦେଖି ଦିଲ୍ଲୀ ସରକାରଙ୍କ ଏକ ବଡ଼ ଘୋଷଣା ସାମ୍ନାକୁ ଆସିଛି। ମଦ ଉପରେ କରୋନା ଟାସ୍କ ଭାବରେ ଅତିରିକ୍ତ ୭୦℅ କର ଲାଗୁକରିଛନ୍ତି। ତା ପରେ ମଧ୍ୟ ସେଠାରେ ଲୋକଙ୍କ ଭିଡ଼ କମିବାର ନାଁ ଧରୁନାହିଁ। ପ୍ରବଳ ଖରା ଯୋଗୁଁ ଆନ୍ଧ୍ରପ୍ରଦେଶରେ ଲୋକ ଛତା ଧରି ଛିଡା ହୋଇଥିବାର ମଧ୍ୟ ଦେଖାଡାଇଛି ଆଜି ।
ପୂର୍ବରୁ ସରକାର ସ୍ପଷ୍ଟ ଗାଇଡ଼ ଲାଇନ କରିଛନ୍ତି ଯେ ପ୍ରତେକ କ୍ରେତା ମାସ୍କ ସହ ୬ ଫୁଟ ସାମାଜିକ ଦୂରତା ରଖିବା ନିହାତି ଆବଶ୍ୟକ । ହେଲେ ଏହି ଆଇନକୁ ଅନେକ ସ୍ଥାନରେ ପାଳନ କାରାଯାଉଥିବା ଜଣାଯାଇଛି। ଯାହାକି ଉଭୟ ସରକାର ଓ ସାଧାରଣ ଲୋକଙ୍କ ପାଇଁ ଚିନ୍ତାର କାରଣ କୁହାଇପାରେ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles