ଜୁଲାଇ ୨୪ରେ +୩ ଶେଷ ସେମିଷ୍ଟର ପରୀକ୍ଷା : ଉଚ୍ଚଶିକ୍ଷା ମନ୍ତ୍ରୀ…

- Advertisement -

ଭୁବନେଶ୍ୱର : ଜୁଲାଇ ୨୪ରେ +୩ ଶେଷ ସେମିଷ୍ଟର ପରୀକ୍ଷା ହେବ । ଏହାସହ ୨୦ ଅଗଷ୍ଟରେ pg ଶେଷ ସେମିଷ୍ଟର ପରୀକ୍ଷା ହେବ ବୋଲି କୁଳପତି ମାନଙ୍କ ସହ ଭିଡିଓ କନଫରେନ୍ସ ବୈଠକ ପରେ ନିଷ୍ପତ୍ତି ନିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ। ସେହିପରି ଚଳିତ ବର୍ଷ ଠାରୁ ଆରମ୍ଭ ହେବାକୁ ଥିବା pg ଏକକ ପ୍ରବେଶିକା ପରୀକ୍ଷା ସେପ୍ଟେମ୍ବର ଓ ଅକ୍ଟୋବର ରେ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ନଭେମ୍ବରରୁ pg ପ୍ରଥମ ବର୍ଷ କ୍ଲାସ ଆରମ୍ଭ ହେବ। ଏହାଛଡା ଛାତ୍ରଛାତ୍ରୀ ମାନଙ୍କୁ ଅନଲାଇନରେ ଶିକ୍ଷାଦାନ ଏବଂ study material ଯୋଗାଇ ଦେବାକୁ ଏକ କମିଟି ଗଠନ କରାଯାଇଛି । କମିଟି ଏନେଇ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ବ। ଆସନ୍ତାକାଲିଠାରୁ ସବୁ ଡିଗ୍ରୀ କଲେଜ ଓ ବିଶ୍ଵବିଦ୍ୟାଳୟ ଗୁଡିକ ଏକ ତୃତୀୟାଂଶ କର୍ମଚାରୀଙ୍କୁ ନେଇ କ୍ୟାମ୍ପସ ଖୋଲିବେ। ପ୍ରତି ୧୫ ଦିନରେ ଥରେ କୁଳପତିମାନଙ୍କ ସହ ଭିଡିଓ କନଫରେନ୍ସ ଜରିଆରେ ସ୍ଥିତି ସମ୍ପର୍କରେ ଆଲୋଚନା କରାଯିବ ବୋଲି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି। ଲୋକ ସେବା ଭବନରେ ଅନୁଷ୍ଠିତ ଭିଡିଓ କନଫରେନ୍ସ ବୈଠକରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅଧ୍ୟକ୍ଷତା କରିଥିବା ବେଳେ ବିଭାଗୀୟ ସଚିବ ଶାଶ୍ବତ ମିଶ୍ର, ଉଚ୍ଚ ଶିକ୍ଷା ପରିଷଦ ର ଉପାଧ୍ୟକ୍ଷ ଅଶୋକ ଦାସ ଉପସ୍ଥିତ। ୧୧ଟି ବିଶ୍ଵବିଦ୍ୟାଳୟ ର କୁଳପତି ମାନେ ଭିଡିଓ କନଫରେନ୍ସ ଜରିଆରେ ଯୋଗ ଦେଇଥିଲେ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles