ମଦ ବିକ୍ରି କାହିଁକି ଜରୁରୀ?….

- Advertisement -

ବିଶ୍ୱବ୍ୟାପି କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା 36ଲକ୍ଷ ରୁ ଅଧିକ ହୋଇସାରିଲାଣି | ମୃତ୍ୟୁ ସଂଖ୍ୟା 2ଲକ୍ଷ 55ହଜାର ଟପିଲାଣି |ଏଥିରେ ଆମେରିକା ପ୍ରଥମରେ ଅଛି ଏବଂ ଭାରତରେ ମଧ୍ୟ 46000 ଆକ୍ରାନ୍ତ ଙ୍କ ସଂଖ୍ୟା ଛୁଇଁଛି | ଭାରତରେ 12ଲକ୍ଷ ନମୁନା ପରୀକ୍ଷା କରାଯାଇଛି | ଯଦି ଭାରତ କରୋନାକୁ ରୋକିବାରେ କିଛି ସଫଳ ତ ତାହା କେବଳ lockdown ପାଇଁ | ହେଲେ ଏହି ସବୁ ଭିତରେ ଦେଖା ଯାଉଛି ଯେ କେତେକ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳ ନିଜ ରାଜ୍ୟ ରେ ମଦ ବିକ୍ରି ପାଇଁ ଅନୁମତି ଦେଇଛନ୍ତି | ଏଥିପାଇଁ social distancing ମଧ୍ୟ ଠିକ ରେ କାମ କରୁନାହିଁ |ତେବେ ପ୍ରଶ୍ନ ଉଠୁଛି ଯେତେବେଳେ ସବୁକିଛି ଠିକ ଚାଲିଛି ମଦ ଦୋକାନ ଖୋଲି କରୋନା କୁ ପ୍ରଶ୍ରୟ ଦେବା ର ଆବଶ୍ୟକତା କଣ? ଉତ୍ତର ହେଉଛି ବିଗତ ଚାଳିଶ ଦିନ ର lockdown ରେ ରାଜ୍ୟ ସରକାର ମାନଙ୍କ ବଜେଟ କ୍ଷତିଗ୍ରସ୍ତ ହୋଇଛି | ସରକାରଙ୍କ ପାଖ ରେ ଆୟ କମ ହେଲାଣି | ବହୁତ ଲୋକଙ୍କୁ ଖାଇବା ସହ ଅନ୍ୟ ସୁବିଧା ଦରକାର ତେଣୁ ଅର୍ଥ ଆବଶ୍ୟକ |ହେଲେ ସରକାର ଙ୍କ ଆୟ ଅଶି ରୁ ନବେ ପ୍ରତିଶତ କାମିଲାଣି |ଗୁଜୁରାଟ ଏବଂ ବିହାର କୁ ଛାଡି ଦେଶ ର ଅନ୍ୟ ରାଜ୍ୟ ରେ ମଦ ରୁ ଏକ ବଡ ଆୟ ହୋଇଥାଏ | Reserv bank of india ର state finance -A study of budgets of 2019-20 ରିପୋର୍ଟ ଅନୁସାରେ ରାଜ୍ୟ ର ଦଶ ରୁ ପନ୍ଦର ପ୍ରତିଶତ ଆୟ ମଦ ରୁ ହିଁ ଆସିଥାଏ | ସମସ୍ତ ରାଜ୍ୟ ଓ ଦିଲ୍ଲୀ, ପୁଡୁଚେରୀ ରୁ 2019-20ଆର୍ଥିକ ବର୍ଷ ରେ 1, 75, 501, 42କୋଟି ଅର୍ଥ ମଦ ରୁ ହିଁ ଆସିଥିଲା ବୋଲି RBI ର ରିପୋର୍ଟ କହିଥିଲା | ଯାହା ବିଗତ ବର୍ଷ ତୁଳନା ରେ 16 ପ୍ରତିଶତ ଅଧିକ | କେବଳ ଉତ୍ତର ପ୍ରଦେଶ ରେ 2500କୋଟି ପ୍ରତି ମାସ ରେ ମଦ ରୁ ଆୟ ହୁଏ | ପ୍ରତି ବର୍ଷ ହିସାବ ରେ 30000କୋଟି ରୁ ଅଧିକ | ଆପଣ କଳନା କରି ପାରିବେ ରାଜ୍ୟ ଚାଲିବା ପାଇଁ ମଦ କେତେ ଆବଶ୍ୟକ | ପଂଜାବ ରେ ଅବକାରୀ ବିଭାଗ ସରକାର ଙ୍କୁ ପ୍ରସ୍ତାବ ଦେଲେ ମଦ କୁ ଘରେ ପହଞ୍ଚାଇ ବା ପାଇଁ |2010ରୁ 2017ମଧ୍ୟ ରେ ଭାରତ ରେ ମଦ୍ୟପ ଙ୍କ ସଂଖ୍ୟା ରେ 38ପ୍ରତିଶତ ବୃଦ୍ଧି ହୋଇଛି | AIIMS ଅନୁସାରେ ଭାରତ ରେ 5.7କୋଟି ଲୋକ ପ୍ରତ୍ୟେକ ଦିନ ମଦ ପିଅନ୍ତି | ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହେ ଭାରତ ରେ ପ୍ରତି ବର୍ଷ ଦୁଇ ଲକ୍ଷ ଷାଠିଏ ହଜାର ଲୋକ ମଦ ପିଇ ମୃତ୍ୟୁ ବରଣ କରନ୍ତି | ତେବେ ଏହି ପରିସ୍ଥିତିରେ ଏଣୁ ମାରିଲେ ଗୋହତ୍ୟା ତେଣୁ ମାରିଲେ ବ୍ରହ୍ମ ହତ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି,  ଯେ ପର୍ଯ୍ୟନ୍ତ ଏହାର କୌଣସି ବିକଳ୍ପ ବାହାରି ନାହିଁ ସେ ପର୍ଯ୍ୟନ୍ତ ଏଥିରୁ ନିସ୍ତାର ନାହିଁ |

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles