କୁକୁର ଆକ୍ରମଣରେ ହରିଣ ମୃତ….

- Advertisement -

ଦେବଗଡ଼: ଦେବଗଡ଼ ବନଖଣ୍ଡ ତିଳେଇବଣି ସେକ୍ସନ ଅନ୍ତର୍ଗତ ବରଘାଟ ଗ୍ରାମରେ ଗତକାଲି ବିଳମ୍ବିତ ରାତ୍ରିରେ କୁକୁର ଙ୍କ ଆକ୍ରମଣରେ ଗୋଟିଏ ହରିଣର ମୃତ୍ୟୁ ଘଟିଥିବା ଜଣାପଡିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଗତକାଲି ରାତ୍ରି ପ୍ରାୟ ଏକଟା ସମୟରେ ବରଘାଟ ଗ୍ରାମକୁ ନିକଟସ୍ଥ ପ୍ରଭାସୁଣୀ ସଂରକ୍ଷିତ ଜଙ୍ଗଲ ମଧ୍ୟରୁ ଏକ ହରିଣ ବାଟ ବଣା ହୋଇ ଚାଲି ଆସିଥିଲା। ତେବେ ହରିଣକୁ ଗାଁ’ରେ ଦେଖି କୁକୁର ମାନେ ତା ଉପରକୁ ଆକ୍ରମଣ କରିଥିଲେ।
ଏହା ଦେଖି କେତେକ ଗ୍ରାମବାସୀ କୁକୁର ଙ୍କ କବଳରୁ ହରିଣକୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା କରାଇଥିଲେ। ଏଥିସହ ବନ ବିଭାଗକୁ ସୂଚନା ଦେଇଥିଲେ। ସୂଚନା ପାଇ ଦେବଗଡ଼ ଫରେଷ୍ଟ ରେଞ୍ଜ ଅଫିସର ଦେବବ୍ରତ ନନ୍ଦ ଓ ତିଳେଇବଣି ସେକ୍ସନ ଅଫିସର ସୁଧାଂଶୁ ବେହେରା ସଦଳେବଳେ ଘଟଣାସ୍ଥଳରେ ପହଞ୍ଚି ଆହତ ହରିଣକୁ ଉଦ୍ଧାର କରି ଦେବଗଡ଼ ସ୍ଥିତ ପ୍ରାଣୀଧନ ଚିକିତ୍ସା କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିବାବେଳେ ଭୋରରେ ହରିଣଟିର ମୃତ୍ୟୁ ଘଟିଥିଲା। ପରେ ବନବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ମୃତ ହରିଣର ବ୍ୟବଚ୍ଛେଦ କରାଇଥିବା ଜଣାପଡିଛି।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles