ମାଆ ମନକୁ ବୁଝିବା…..

- Advertisement -

ଭୁବନେଶ୍ୱର : ମାଆ । ଏହି ଶବ୍ଦରେ ଥାଏ ନିଃସ୍ୱାର୍ଥପର ଭଲ ପାଇବା। ସ୍ନେହ ଆଦର, ଯାହା ଜୀବନର ସବୁକିଛି । ଦଶ ମାସ ଦଶ ଦିନ ଯିଏ ଗର୍ଭରେ ରଖି ଯିଏ ଆମକୁ ଏହି ସୁନ୍ଦର ଦୁନିଆକୁ ଆଣିଥାଏ। ସେ ମାଆ । ଯାହାର ହୃଦୟ ବ୍ୟାପକ। ସୁଖ ଦୁଃଖ ର ପ୍ରକୃତ ବନ୍ଧୁ । ସେ ସବୁବେଳେ ନିଜେ ଦୁଃଖ କଷ୍ଟରେ ରହି ସନ୍ତାନକୁ ସୁଖ ପ୍ରଦାନ କରେ। ପୁରା ପୃଥିବୀ ଭାର ମୁଣ୍ଡାଉଛି ଧରିତ୍ରୀ ମାତା ।ସବୁ ବୋଝକୁ ମୁଣ୍ଡେଇ ଆମକୁ ଖୁସିରେ ରଖିଛି। ସେଥିପାଇଁ ତ ମାଆ ହେଉଛି ଜଗତ ଜନନୀ। ସେ ହେଉଛି ଦୁର୍ଗା କାଳି। ସେ ସବୁବେଳେ ଚାହେଁ ତା ସନ୍ତାନ ଖୁସିରେ ରହୁ। ଆଜି ମାତୃତ୍ୱ ଦିବସ। କିଏ ମା କିଏ ବୋଉ କିଏ ମମି ଆଉ କିଏ ମୋମ ନାଁ ରେ ନିଜର ଫୋଟକୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରୁଛନ୍ତି । ମାକୁ ମାତୃତ୍ୱ ଦିବସର ଅଭିନନ୍ଦନ ଜଣାଉଛି । ଏହା ଏକ ଖୁସିର କଥା। ଏମିତି ପୋଷ୍ଟ କରିବା ଉଚିତ । ହେଲେ ଏହି ପୋଷ୍ଟ କେତେ ମାଆ ଦେଖୁଛନ୍ତି । ଆଉ କେତେ ମା ଦେଖି ପାରୁନାହାନ୍ତି। ହେଲେ ସନ୍ତାନ ମାଆର ଫଟୋକୁ ଦେଇ ଅଭିନନ୍ଦନ ଜଣାଉଛି । ମା ପ୍ରତି ଭଲ ପାଇବାର ଏମିତି ପ୍ରଚେଷ୍ଟା ହେବା ମଧ୍ୟ ଦରକାର । ହେଲେ ମା ଆଜି କଣ ଚାହୁଁଛି, ତା ସନ୍ତାନ ବୁଝିବା ଦରକାର । ଯେମିତି କିଛି ଗୋଟେ ଆମର ବିପଦ ପଡିଲେ ଆମ ପାଟିରୁ ବାହାରି ଆସେ ମାଆ । ଠିକ୍ ସେହି ପରି ସନ୍ତାନକୁ ସବୁବେଳେ ତା ମାଆ ଖୋଜେ। ତା ପୁଅ ଦେଶର ସର୍ବୋଚ୍ଚ ପଦବୀରେ ଥାଉ ଅବା ବେକାର । ମା ସବୁବେଳେ ଚାହେଁ ତା ପୁଅ ତା ପାଖରେ ଥାଉ। କିଛି ଦେଉ ଅବା ନ ଦେଉ।ସବୁବେଳେ ମା ତା ପୁଅକୁ ଦେଖୁ । ଆଜି ମାତୃତ୍ୱ ଦିବସରେ ସମୟ ଆସିଛି ଏକଥା ଭାବିବା ପାଇଁ । ମା କିଛି ଚାହେଁ ନାହିଁ । ଚାହେଁ ତ ଖାଲି ପୁଅ ଠାରୁ କିଛି ସମୟ। ବିଶେଷ କରି ଜୀବନର ଶେଷ ସମୟରେ ତା ସନ୍ତାନ ତା ପାଖରେ ଥାଉ। ଏତିକି ସେ ସବୁବେଳେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରେ।ଏ କଥା ଅଳ୍ପବହୁତେ ସମସ୍ତେ ଅନୁଭବ କରିଥିବେ । ଆଜିର ବ୍ୟବସ୍ଥା ଓ ଜୀଵନ ଜୀବିକା ପାଇଁ ଇଚ୍ଛା ନ ଥିଲେ ମଧ୍ୟ ଆମେ ମାଆ ଠାରୁ ଦୂରେଇ ଥାଉ। ଆଉ କିଛି ନିଜ ସ୍ୱାର୍ଥ ପାଇଁ ମାକୁ ଦୁରେଇ ଦିଅନ୍ତି। ଆଜି ମା କେଉଁଠି ନିରାଶ ହୋଇ ଜୀଵନ କାଟୁଛି ତ ଆଉ କେଉଁଠି ସବୁଥାଇ ମଧ୍ୟ ନିଜକୁ ଏକୁଟିଆ ମନେ କରୁଛି। ନିଃସ୍ୱାର୍ଥ ପର ହୋଇ ସବୁ କଷ୍ଟ ସହି ଯିଏ ସେବା ଦିଏ ସେ ହେଉଛି ମାଆ । ଆଜି ମାତୃତ୍ୱ ଦିବସରେ ମାଆ ର ଫୋଟ ପୋଷ୍ଟ କରି ନୁହେଁ। ବରଂ ବର୍ଷର ୩୬୫ ମାଆ କେମିତି ଖୁସିରେ ରହିବ ଓ ମାଆକୁ କିପରି ଅଧିକ ସମୟ ଦେଇ ପାରିବା ସେ ଚିନ୍ତା କରିବା ଉଚିତ।
ମୁଖ୍ୟ ସମ୍ପାଦକ ,ବିଗ ନିଉଜ ଓଡ଼ିଶା

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles