ଦେବଗଡ଼ ବିଜେଡି 60ୟୁନିଟ ରକ୍ତ ସଂଗ୍ରହ : ନେତୃତ୍ୱ ନେଉଛନ୍ତି ରମାଞ୍ଚ…

- Advertisement -

ଦେବଗଡ଼: ଦେବଗଡ଼ ଜିଲ୍ଲା ବିଜେଡି ପକ୍ଷରୁ ନେତାଜୀ କ୍ଲବ , ଟିଙ୍କବିର ସହାୟତା ରେ ଆଜି ଟିଙ୍କବିର ଠାରେ ଏକ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା । ବିଜେଡି ଜିଲ୍ଲା ସଭାପତି ରମାଞ୍ଚ ରଂଜନ ବିଶ୍ୱାଳ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିରରେ ୬୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଅଜିତ ବେହେରା ପ୍ରଥମେ ରକ୍ତ ଦାନ କରି ଶୁଭାରମ୍ଭ କରିଥିବା ବେଳେ ଫନିନ୍ଦ୍ର ଜ୍ୟୋତିଷ ଶେଷ ରକ୍ତ ଦାତା ଭାବେ ରକ୍ତ ଦାନ କରିଥିଲେ । କ୍ଲବ ର ସଦସ୍ୟ ହୃଦୟ ନାଥ ସାହୁ, ସିକୁନ ଜ୍ୟୋତିଷ, ଲିଲୁ ଦଲବେହେରା, ଲିପୁ ସାହୁ, ଗିରି ସାହୁ, ସୁଶାନ୍ତ ବେହେରା, ଆଲୋକ ବେହେରା, ବ୍ଳକ ବିଜେଡି ସଭାପତି ବୈକୁଣ୍ଠ ପାଇକରାୟ ଓ ନଗର ସଭାପତି ଶୁକଦେବ ଭଂଜ ପ୍ରମୁଖ ଉପସ୍ଥିତ ରହି ରକ୍ତ ଦାତା ଙ୍କୁ ଉତ୍ସାହିତ କରିଥିଲେ ।ଏଠାରେ ସୂଚନାଯୋଗ୍ୟ ଯେ, ଗତ ଏପ୍ରିଲ ମାସ ରେ ଦଶ ଦିନ ଧରି ବିଜେଡି ପକ୍ଷରୁ ସ୍ଥାନୀୟ ସରକାରୀ ଡାକ୍ତରଖାନା ସ୍ଥିତ ରକ୍ତ ଭଣ୍ଡାର ରେ ଜୀଵନ ବିନ୍ଦୁ କାର୍ଯ୍ୟକ୍ରମ ଜରିଆରେ ୧୩୯ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles