ପୁରୀର ନିରୁଦ୍ଧିଷ୍ଟ ଶିଶୁ ଦେବଗଡରେ ଉଦ୍ଧାର…

- Advertisement -

ଦେବଗଡ଼ : ଦୀର୍ଘ ୪ ମାସ ହେଲା ପୁରୀ ଜିଲ୍ଲାରୁ ନିଖୋଜ ହୋଇଥିବା ଶିଶୁ ଦେବଗଡ ଜିଲ୍ଲାର ବୁଡ।ବ।ହ।ଳ ଗ୍ରାମରୁ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ଵାରା ଆଜି ଅପରାହ୍ନରେ ଉଦ୍ଧାର କରାଯାଇଛି । ପ୍ରାପ୍ତ ସୂଚନା ଅନୁଯାୟୀ ଚିଣ୍ଟୁ ନନ୍ଦ (୧୫ ବର୍ଷ) ଗତ ଫେବ୍ରୁଆରି ମାସରେ କାହାକୁ କିଛି ନ କହି ପୁରୀ ନିବାସୀ ତା କକା ଘରୁ କୁଆଡେ ଚାଲି ଯାଇଥିଲା । ପୁରୀ ରେଳ ଷ୍ଟେସନରେ ଚେନ୍ନାଇ ଅଭିମୁଖେ ଯାଉଥିବା ଏକ ଟ୍ରେନରେ ବାହାରି ଯାଇଥିଲା । କିନ୍ତୁ ବିଶାଖ।ପଟନମ ଷ୍ଟେସନରେ ଓଲହାଇ କିଛି ଦିନ ଏଣେତେଣେ ଖାଦ୍ୟ ଅନ୍ଵେଷଣରେ ଘୁରି ବୁଲିଥିଲା ।

କିଏ ଦୟା ଦେଖାଇ କିଛି ଦେଲେ ସେ ଖାଉଥିଲା । ଲକଡାଉନ ପୂର୍ବରୁ ଗତ ମାର୍ଚ ମାସରେ , ଚେନେଇର କୌଣସି ଏକ ମାଛ ପ୍ୟାକିଙ୍ଗ ସଂସ୍ଥାରେ ଶ୍ରମିକ ଭାବେ କାମ କରୁଥିବା ଦେବଗଡ଼ ଜିଲ୍ଲା ବୁଡ।ବ।ହ।ଳ ଗ୍ରାମର କୁନି ଦେହୁରି ଅନ୍ୟ କିଛି ମହିଳା ଶ୍ରମିକଙ୍କ ସାଙ୍ଗରେ ରେ ନାଗାବଳୀ ଏକ୍ସପ୍ରେସରେ ଫେରୁଥିବା ସମୟରେ , ବିଶାଖ।ପଟନମ ଷ୍ଟେସନରେ ରାତ୍ରି ଯାପନ କରିଥିଲେ । ସେହି ସମୟରେ ସେମାନେ ଓଡିଆ ବୋଲି ଜାଣି ପାରି , ଚିଣ୍ଟୁ ସେମାନଙ୍କ ପାଖକୁ ଆସି ଖାଦ୍ୟ ମାଗିଥିଲା । ବଡବ।ହ।ଳ ଗ୍ରାମର ସେହି ମହିଳାମାନେ ତାଠୁ ସବୁ ଶୁଣି ତାକୁ ଖାଦ୍ୟ ଓ ପାଣି ଦେଇଥିଲେ ଓ ପରବର୍ତୀ ଟ୍ରେନରେ ଆସି ସମ୍ବଲପୁର ରେଳ ଷ୍ଟେସନରେ ଓଲହାଇ ଦେବଗଡ ଜିଲ୍ଲାର ବୁଡ।ବ।ହ।ଳ ଗ୍ରାମରେ ତାକୁ ଆଶ୍ରୟ ଦେଇ ରଖିଥିଲେ । ଦୀର୍ଘ ଦୁଇ ମାସ ରହିଲା ପରେ ଧୀରେ ଧୀରେ ସୁସ୍ଥ ଅନୁଭବ କରି ନିଜ ପରିଚୟ ଗ୍ରାମବାସୀଙ୍କ ଆଗରେ ପ୍ରକାଶ କଲା ।

ଏହି ନିରୁଦ୍ଧିଷ୍ଟ ଶିଶୁ ସମ୍ପର୍କରେ ଅଙ୍ଗନବାଡି କର୍ମୀ ଜୟନ୍ତୀ ନାୟକ ଦେବଗଡ ଛାଇଲ୍ଡଲାଇନକୁ ସୂଚନା ଦେଇଥିଲେ ।ଖବର ପାଇ ଆଜି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପ।ତ୍ର ଛାଇଲ୍ଡଲାଇନ ସଦସ୍ୟ ଉପେନ୍ଦ୍ର ଭଞ୍ଜଙ୍କ ସହିତ ବୁଡାବ।ହ।ଳ ଗ୍ରାମକୁ ଯାଇ ଘଟଣା ର ତଦନ୍ତ କରିଥିଲେ ଓ ଶିଶୁକୁ ଉଦ୍ଧାର କରି ଆଣିଥିଲେ । ଛାଇଲ୍ଡଲାଇନ ପକ୍ଷରୁ ଉକ୍ତ ଶିଶୁକୁ ସି.ଡବ୍ଲୁ.ସି ଅଧକ୍ଷ୍ୟ ଅତୁଲ୍ୟ ପୂଜାରୀଙ୍କ ପାଖରେ ଉପସ୍ଥାପିତ ପରେ ଦିଶା ଶିଶୁ ଗୃହରେ ଅନୁସ୍ଥାନିକ ଯତ୍ନ ପାଇଁ ରକ୍ଷାଗଲା ।

ଶିଶୁଟି ପିତୃମାତୃହୀନ ଓ ପୁରୀ ଜିଲ୍ଲାର ବ୍ରହ୍ମଗିରି ବ୍ଲକର ଖଜରିଆ ପଞ୍ଚାୟତର ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମହାପ।ତ୍ରଙ୍କ ପ୍ରାଥମିକ ତଦନ୍ତରୁ ସୂଚନା ମିଳୁଛି । ତଦନ୍ତରୁ ସମ୍ପୂର୍ଣ ସୂଚନା ହସ୍ତଗତ ହେଲା ପରେ ଆଇନସିଦ୍ଧ ଅଭିଭାବକଙ୍କୁ ଶିଶୁକୁ ହସ୍ତାନ୍ତର କରାଯିବ ବୋଲି ବିଭାଗରୁ ସୂଚନା ଦିଅ ଯାଇଛି । ଏଠାରେ ସୂଚନା ଯୋଗ୍ୟ ଯେ ଗତ ବର୍ଷ ଚିଲିକା ଅଞ୍ଚଳରୁ ନିଖୋଜ ହୋଇଥିବା ଏକ ଶିଶୁ କନ୍ୟାକୁ ବୁଡାବ।ହ।ଳ ଗ୍ରାମବାସୀମାନେ ୩ ମାସ କାଳ ଗ୍ରାମରେ ଆଶ୍ରୟ ଦେଇ ଏକ ଉଦାହରଣ ସୃଷ୍ଟି କରି ପ୍ରଶଂସିତ ହୋଇଥିଲେ ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles