ନବୀନଙ୍କୁ ନିରଞ୍ଜନଙ୍କ ପରାମର୍ଶ : ଓଡିଆ ଗରିବମାନଙ୍କୁ ବଂଚାନ୍ତୁ…

- Advertisement -

ଭୁବନେଶ୍ୱର : ଓଡିଶାରେ କରୋନା ପରିସ୍ଥିତି ଜଟିଳ ହେବାରେ ଲାଗିଛି । ବିଶେଷକରି ଗଞ୍ଜାମ ଜିଲ୍ଲାରେ ୪୦ ହଜାରରୁ ଅଧିକ ଲୋକ ଆସି ପହଂଚିଲେଣି । ଆହୁରି ମଧ୍ୟ ଆସିବେ । ସେମାନଙ୍କର ସଂପୂର୍ଣ୍ଣ ବ୍ୟବସ୍ଥା ଖାଲି ୩ ଜଣ ପ୍ରଶାସନିକ ଅଧିକାରୀଙ୍କୁ ଦେଇଦେଲେ ହେବନାହିଁ l ଅନ୍ୟାନ୍ୟ ସହଯୋଗୀ କାର୍ଯ୍ୟକ୍ରମ ସେଠାରେ ଆରମ୍ଭ କରିବାର ଆବଶ୍ୟକତା ରହିଛି । ବାଚସ୍ପତି ମହାଶୟ ନିଜେ କାଲି ଗଣମାଧ୍ୟମ ଜରିଆରେ କହିଥିଲେ ଯେ ଗାଁ ମଝିରେ କ୍ୱାରେନ୍‌ଟାଇନ୍ ସେଂଟର
ଖୋଲାଯାଇଛି । ରାତିରେ କେହି ରହୁନାହାନ୍ତି, ଘରକୁ ପଳାଉଛନ୍ତି । ତେଣୁ ଏ ସବୁ କାର୍ଯ୍ୟକ୍ରମକୁ ଆହୁରି ସୁଧାରୁ ରୂପେ କରିବାକୁ ସରକାରଙ୍କୁ ନିବେଦନ କରିଛନ୍ତି ଶ୍ରୀଯୁକ୍ତ ପଟ୍ଟନାୟକ । ସେ ଆହୁରି କହିଛନ୍ତି ଯେ ଆମେ ଯାହା ସରକାରଙ୍କୁ ପ୍ରସ୍ତାବ ଦେଲୁ ସରକାର ଆମ କଥା ଶୁଣିଲେ ନାହିଁ । ଏବେ ମଧ୍ୟ ସମୟ ଅଛି ସେଠାକାର ବିଭିନ୍ନ ରାଜନୈତିକ ଲୋକ, ସେବାକାରୀ ସଂସ୍ଥା, ନାଗରିକ ସମାଜକୁ ନେଇ ସେଠାରେ ମନୋବଳ ସୃଷ୍ଟି କରାଯାଉ ଏବଂ ଅନ୍ୟାନ୍ୟ ଜିଲ୍ଲାର ଯେଉଁମାନେ ଦାଦନ ଶ୍ରମିକ ଖଟିବାକୁ ରାଜ୍ୟ ବାହାରକୁ ଯାଇଛନ୍ତି, ସେମାନେ ଫେରି ନାହାନ୍ତି । ଫେରିଲେ ଗଞ୍ଜାମ ଭଳି ଭୟାବହ ସ୍ଥିତି
ଦେଖାଯାଇପାରେ । ଏହାଛଡା ଗଞ୍ଜାମ ଜିଲ୍ଲାରେ ବିଗୁଡୁଥିବା ସ୍ଥିତି ତୁଳନାରେ ମାତ୍ର ୨୦୦ ବେଡ୍ ଥିବା ହସ୍‌ପିଟାଲ ବ୍ୟବସ୍ଥା କରାଯାଇଛି । ତେଣୁ ସଂକ୍ରମଣକୁ କେମିତି ଆୟତ କରାଯିବ ତାହା ଏବେ ବଡ ପ୍ରଶ୍ନ । ଯେଉଁଠି ଆବଶ୍ୟକତା ନାହିଁ, ସେଠରେ ଅଧିକ ବେଡ୍‌ର କୋଭିଡ୍ ବ୍ୟବସ୍ଥା କରିଛନ୍ତି ସରକାର । କିନ୍ତୁ ଯେଉଁଠି ଆବଶ୍ୟକତା ଅଛି ସେଠାରେ ବ୍ୟବସ୍ଥା କରାଯାଇନାହିଁ । ତେଣୁ ଏହି ଅସୁବିଧାକୁ ଦୃଷ୍ଟିରେ ରଖିସରକାର ବର୍ତମାନ ଉଚିତ୍ ପଦକ୍ଷେପ ନେବା ନିହାତି ଆବଶ୍ୟକ । ଆମେ ସରକାରଙ୍କୁ ନିବେଦନ କରୁଛୁ
ଓଡିଆ ଗରିବମାନଙ୍କୁ ବଂଚାନ୍ତୁ ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles