ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମିବାର ନାଁ ଧରୁ ନାହିଁ। ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି ରାଜ୍ୟରେ ଆଉ ୧୦୨ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୯୭ ଜଣ କ୍ୱାରେଣ୍ଟାଇନ ସେଣ୍ଟର ରେ ରହିଥିଲେ।ଆଉ ୫ ଜଣ ସ୍ଥାନୀୟ ଲୋକ ବୋଲି ଜଣାପଡିଛି।ଯାଜପୁର-୩୧, ଜଗତସିଂହପୁର-୨୩ ,ଭଦ୍ରକ-୨୧ , କେନ୍ଦ୍ରାପଡ଼ା-୮, କଟକ-୪, ଖୋର୍ଦ୍ଧା-୪,ପୁରୀ- ୪ ,ଅନୁଗୁଳ- ୨,ବାଲେଶ୍ଵର- ୨ ,ସମ୍ବଲପୁର- ୨ ,ନୟାଗଡ଼-୧ ।ଏହାସହ ଆଜି ଆଉ ଜଣଙ୍କର ମୃତ୍ୟୁ ହୋଇଛି।ରାଜ୍ୟରେ ମୃତ୍ୟୁ ସଂଖ୍ୟା ଏବେ ୫ରେ ପହଞ୍ଚିଛି।ମୃତକ ଜଣଙ୍କ କଟକ ଜିଲାର।ସେ ୭୫ ବୟସ୍କ ।ଏ ନେଇ ସ୍ୱସ୍ଥ୍ୟ ଓ ପରିବାର କଲ୍ୟାଣ ବିିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୭୮ରେ ପଂହଚିଛି ।ବର୍ତ୍ତମାନ ପ୍ରବାସୀ ଲୋକ ଆସିଲା ପରେ ରାଜ୍ୟରେ ବୃଦ୍ଧି ର ମାତ୍ରା ପାଇଛି।ଏ ପର୍ଯ୍ୟନ୍ତ ରାଜ୍ୟରେ ୬୭୬ ଜଣ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ୨୭୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ସୁନ୍ଦରବନ ପାଖରେ ଲ୍ୟାଣ୍ଡ ଫଲ୍ ହେବ ଅମ୍ଫାନ…
ଭୁବନେଶ୍ୱର : ସୁନ୍ଦରବନ ପାଖରେ ଲ୍ୟାଣ୍ଡ ଫଲ୍ ହେବ ଅମ୍ଫାନ । ସେହି ସମୟରେ ପବନର ବେଗ ସର୍ବାଧିକ ୧୮୫ କିମି ରହିବ । ଆଜି ଠୁ ଦକ୍ଷିଣ ଉପକୂଳ ଓଡିଶାରେ ବର୍ଷା । ଜଗତସିଂପୁର, ବାଲେଶ୍ବର, କେନ୍ଦ୍ରପଡା, କଟକ, ଖୋର୍ଦା ମୟୁରଭଂଜରେ ବର୍ଷା ପବନ । ୨୦ରେ ପ୍ରବଳ ବର୍ଷା ବାଲେଶ୍ବର, କେନ୍ଦ୍ରାପଡା,ଭଦ୍ରକମୟୁରଭଂଜରେ ହେବ । ଆଜିଠାରୁ ୫୫ରୁ ୬୫ କିମି ବେଗରେ ଦକ୍ଷିଣ ଉପକୂଳରେ ପବନ ହେବ । ପରେ ଉତ୍ତର ଓଡିଶାରେ ବଢିବ । ୨୦ ତାରିଖ ସକାଳେ ଏହି ୫ ଜିଲ୍ଲାର ସକାଳ ସମୟରେ ୧୧୦ରୁ ୧୨୦ କିମି ସର୍ବାଧିକ ବେଗରେ ପବନ ହେବାର ସମ୍ଭାବନା ରହିଛି । କଟକ ପୁରୀ ଖୋର୍ଦ୍ଦାରେ ୫୫ରୁ ୬୫ ବେଗରେ ପବନ ହେବ । ଏହା ସହ ପ୍ରବଳ ବର୍ଷା ହେବ । ୨୦ ତାରିଖ ଯାଏଁ ମତ୍ସଜୀବୀ ସମୁଦ୍ରକୁ ବାରଣ । ପୁରୀ ଓ ଗୋପାଳପୁର ବନ୍ଦର ୱାର୍ଣିଂ ୩ ନଂବର ବିପଦ ସଂକେତ ଓ ଧାମରା ପାରାଦ୍ବୀପରେ ୪ ନଂବର । ଅଧିକ ଡ୍ୟାମେଜ୍ ଜଗତସିଂପୁର କେନ୍ଦ୍ରାପଡା ଭଦ୍ରକ ବାଲେଶ୍ବର ମଂୟୁରଭଂଜରେ ହେବ ।
21 ତାରିଖରୁ ହେବ ମାଟ୍ରିକ ମୂଲ୍ୟାୟନ : ମନ୍ତ୍ରୀ
ଭୁବନେଶ୍ୱର : ଘୁଞ୍ଚିଲା ମାଟ୍ରିକ ମୂଲ୍ୟାୟନ ତାରିଖ। 20 ମେ ପରିବର୍ତ୍ତେ, 21 ତାରିଖରୁ ହେବ ମୂଲ୍ୟାୟନ। ଆଜି ଲୋକ ସେବା ଭବନରେ ସକାଳ ୧୧ ଟା ୩୦ରେ ବିଭାଗୀୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏସଂପର୍କରେ ବୈଠକ ବସି ଚୁଡାନ୍ତ ନିଷ୍ପତ୍ତି ହୋଇଛି। ବାତ୍ୟା ଅମ୍ପନ୍ ପାଇଁ ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବାକୁଥିବା ମାଟ୍ରିକ ଖାତା ମୂଲ୍ୟାୟନ ଘୁଞ୍ଚାଯାଇଛି। ଗତକାଲି ମାଧ୍ୟମିକ ଶିକ୍ଷା ପରିଷଦର ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଏନେଇ ନିଷ୍ପତ୍ତି ହୋଇଥିବା ବିଶ୍ଵସ୍ତ ସୂତ୍ରରୁ ସୂଚନା ମିଳିଛି। ଯେଉଁଥିରେ ୨୦ ତାରିଖ ପରିବର୍ତ୍ତେ ସପ୍ତାହେ ବିଳମ୍ବରେ ମୂଲ୍ୟାୟନ କାର୍ଯ୍ୟ ଆରମ୍ଭ କରିବାକୁ ସ୍ଥିର ହୋଇଛି। ସେହିପରି ଏକକାଳୀନ ସମସ୍ତ ୬ଟି ଯାକ ବିଷୟର ମୂଲ୍ୟାୟନ ନକରି ୩ଟି ଲେଖାଏଁ ବିଷୟର ମୂଲ୍ୟାୟନ ପର୍ଯ୍ୟାୟକ୍ରମେ କରାଯିବାକୁ ଧାର୍ଯ୍ୟ ହୋଇଛି। ଯାହାଦ୍ବାରା ସାମାଜିକ ଦୂରତା ରକ୍ଷା କରାଯାଇ ପାରିବ। ବୋର୍ଡ଼ ବୈଠକରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଏନେଇ ଅବଗତ କରାଯାଇଛି। ଜୁଲାଇ 1ରୁ 15 ଭିତରେ ଯୁକ୍ତ 2 ଅବଶିଷ୍ଟ ପରୀକ୍ଷା। ଜୁନ 1ରୁ ଖାତା ଦେଖା
ଓଡିଶାର ପ୍ରଥମ ମହିଳା ଇସ୍ରୋ ବୈଜ୍ଞାନିକ ସୁଷମା ପାଣିଗ୍ରାହୀଙ୍କ ବିୟୋଗ
ଭୁବନେଶ୍ୱର : ଓଡ଼ିଶାର ପ୍ରଥମ ମହିଳା ଇସ୍ରୋ ବୈଜ୍ଞାନିକ ଡକ୍ଟର ସୁଷମା ପାଣିଗ୍ରାହୀଙ୍କର ରବିବାର ମେ 17 ତାରିଖ ଦିନ ଗୁଜୁରାଟର ଆହମଦାବାଦ ସହର ଠାରେ ବିୟୋଗ ହୋଇଯାଇଛି l
67 ବର୍ଷୀୟା ସୁଷମା କ୍ୟାନ୍ସର ରୋଗରେ ପୀଡିତ ଥିଲେ l
17 ଅକ୍ଟୋବର 1952 ମସିହାରେ ଗଞ୍ଜାମ ଜିଲ୍ଲା ଆସ୍କା ଠାରେ ଜନ୍ମଗ୍ରହଣ କରିଥିବା ସୁଷମା 1974 ମସିହାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ବୋଟାନି ରେ ଏମଏସସି କରିଥିବା ବେଳେ ଆଇଆଇଟି ଖଡଗପୁରରୁ 1982 ମସିହାରେ ପିଏଚଡି ଡିଗ୍ରୀ ହାସଲ କରିଥିଲେ l
ଇସ୍ରୋରେ ଡକ୍ଟର ସୁଷମା ପାଣିଗ୍ରାହୀ 1983 ମସିହାରେ ଆହମଦାବାଦ ଠାରେ ଯୋଗ ଦେଇଥିଲେ l ରିମୋଟ ସେନସିଙ୍ଗ ବିଷୟ ବସ୍ତୁ ଉପରେ ଗବେଷଣା କରୁଥିବା ଡକ୍ଟର ପାଣିଗ୍ରାହୀ ବିପର୍ଯ୍ୟୟ ପରିଚାଳନା, ବାତ୍ୟା, ବନ୍ୟା ଏବଂ ଫସଲ ପରିଚାଳନା କ୍ଷେତ୍ରରେ 30 ବର୍ଷ ଧରି ନିଷ୍ଠାପର ଭାବେ ଅନେକ କାର୍ଯ୍ୟ କରିଛନ୍ତି l
ତାଙ୍କ ସ୍ୱାମୀ ଡକ୍ଟର ମାନବ ଚକ୍ରବର୍ତ୍ତି ମଧ୍ୟ ପରମାଣୁ ବିଜ୍ଞାନୀ ଏବଂ ଅନେକ ବର୍ଷ ଧରି ଇସ୍ରୋରେ କାର୍ଯ୍ୟ କରିଛନ୍ତି l
ତାଙ୍କ ଏକମାତ୍ର ପୁଅ ସୂଦୀପ ଚକ୍ରବର୍ତ୍ତି ଜଣେ ଇଂଜିନିୟର l.
ଖରିଫ ପାଇଁ ଖସଡ଼ା ପ୍ରସ୍ତୁତ କଲେ କୃଷିମନ୍ତ୍ରୀ…
ଭୁବନେଶ୍ୱର : ଚଳିତ ୨୦୨୦ ବର୍ଷର ରାଜ୍ୟରେ ଖରିଫ କାର୍ଯ୍ୟକ୍ରମର ଖସଡା ପ୍ରସ୍ତୁତ କରିବା ପାଇଁ ଆଜି ପୂର୍ବାହ୍ନରେ ରାଜ୍ୟସ୍ତରୀୟ ବୈଠକ ଲୋକସେବା ଭବନ ଠାରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଭିଡିଓ କନଫେର୍ନ୍ସି ମାଧ୍ୟମରେ କୃଷି ବିଭାଗର ଜିଲ୍ଲା ସ୍ତରୀୟ ଓ ବ୍ଲକ ସ୍ତରୀୟ ଅଧିକାରୀମାନେ ଏହି ବୈଠକରେ ଯୋଗଦାନ କରିଥିଲେ । କୋଭିଡ୍-୧୯ ସଂକ୍ରମଣ ପରିପ୍ରେକ୍ଷୀରେ ଦେଶ ସମେତ ସାରା ରାଜ୍ୟରେ ଲକ୍ଡାଉନ୍ ପରିସ୍ଥିତିରେ କୃଷି କ୍ଷେତ୍ରକୁ କ୍ର୍ରି୍ର୍ରୟାଶୀଳ କରିବା ପାଇଁ ଉପଯୁକ୍ତ ଫସଲ ଯୋଜନା ସହ କୃଷି ସଂପ୍ରସାରଣ ଓ ସଠିକ ବଜାର ସଂଯୋଗୀକରଣ ପାଇଁ ଗୁରୁତ୍ୱ ଦେଇ ଖରିଫ ଚାଷ କରିବା ପାଇଁ ମନ୍ତ୍ରୀ ଡ଼ଃ ସାହୁ କହିଥିଲେ । ରାଜ୍ୟରେ ପ୍ରାୟ ୭୦ ଭାଗ ଲୋକ ଜୀବିକା ଉପାର୍ଜନ ପାଇଁ ପ୍ରତ୍ୟକ୍ଷ ବା ପରୋକ୍ଷରେ କୃଷି ଉପରେ ନିର୍ଭର କରିଥିବାରୁ ଏହି ଆପାଦକାଳୀନ ସ୍ଥିତିରେ କୃଷି ହିଁ ଏକମାତ୍ର ଆଲୋକର ଶିଖା ରୁପେ ଦେଖାଦେଇଛି ବୋଲି ମନ୍ତ୍ରୀ ଡ଼ଃ ସାହୁ କହିଛନ୍ତିା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ୫ଟି ଆଧାରରେ ସମସ୍ତ ପ୍ରକାରର କୃଷିକାର୍ଯ୍ୟ ଆଗେଇନେବା ସହିତ କୌଣସି ପ୍ରକାର ଅପ୍ରତ୍ୟାଶିତ ପରିସ୍ଥିତିର ସମ୍ମୁଖୀନ ହେବାପାଇଁ ପ୍ରସ୍ତୁତ ରହିବାପାଇଁ କହିଛନ୍ତି । ଚାଷୀମାନଙ୍କ ନିକଟରେ ପହଂଚିବା ପାଇଁ ସୋସିଆଲ୍ ମେଡିଆ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହୋଇଥିବାରୁ ପ୍ରତ୍ୟେକ ପଂଚାୟତରେ ୧୦୦ରୁ ୨୦୦ କୃଷକଙ୍କୁ ନେଇ ହ୍ୱାଟ୍ସଆପ୍ ଗ୍ରୁପ ଗଠନ କରାଯାଇଛି । କୃଷି ସମ୍ବନ୍ଧୀୟ ସୁଚନା , ବିଭାଗୀୟ ବାର୍ତା ଓ ପରାମର୍ଶ ତଥା ଭିଡିଓ କ୍ଲିପ୍ ମାଧ୍ୟମରେ ଚାଷୀମାନଙ୍କୁ ଆବଶ୍ୟକୀୟ ସୁଚନା ଦିଆଯାଉଛିବୋଲି ମନ୍ତ୍ରୀ ଡ଼ଃ ସାହୁ ପ୍ରକାଶ କରିଛନ୍ତି ।ଚଳିତ ଖରିଫରେ ମୋଟ ୯୬ ଲକ୍ଷ ଟନ୍ ଖାଦ୍ୟଶସ୍ୟ ଉତ୍ପାଦନର ଲକ୍ଷ୍ୟ ରଖାଯାଇଛି ।ଖରିଫ ଋତୁରେ ଆମ ରାଜ୍ୟରେ ୬୧.୮୦ ଲକ୍ଷ ହେକ୍ଟର ଜମିରେ ବିଭିନ୍ନ ଫସଲ ଚାଷ ହୋଇଥାଏ । ସେଥମଧ୍ୟରୁ ମୁଖ୍ୟ ଫସଲ ଧାନ ୩୬.୫୦ ଲକ୍ଷ ହେକ୍ଟର ଜମିରେ କରାଯିବ ।
ସେହିପରି ମୁଗ, ବିରି ଓ ହରଡ଼ ଆଦି ଡାଲିଜାତୀୟ ଫସଲ ୮ ଲକ୍ଷ ହେକ୍ଟର ରେ କରାଯିବ ।ରାଶି, ଚିନାବାଦାମ ଭଳି ତୈଳବୀଜ ଫସଲ ୩.୮୧ ଲକ୍ଷ ହେକ୍ଟରରେ ଚାଷ କରାଯିବବୋଲି ଲକ୍ଷ୍ୟଧାର୍ଯ୍ୟ କରାଯାଇଛି । ମକା ଫସଲ ଉଚ୍ଚ ଜମିରେ ଏକ ପ୍ରମୁଖ ଫସଲ ଏବଂ ଏହା ୨.୭୦ ଲକ୍ଷ ହେକ୍ଟର ହେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ।
କପା ମଧ୍ୟ ଉଚ୍ଚ ଜମିରେ ଏକ ଲାଭଜନକ ଫସଲ ଏବଂ ଚଳିତ ବର୍ଷ ୧.୮୦ ଲକ୍ଷ ହେକ୍ଟର ଜମିରେ କପା ଚାଷ କାର୍ଯ୍ୟକ୍ରମ ରହିଛି ।
ସେହିଭଳି ବିଭିନ୍ନ ପନିପରିବା ଫସଳ ୫.୬୦ ଲକ୍ଷ ହେକ୍ଟରରେ ହେବାର ଲକ୍ଷ୍ୟ ରହିଛି ।ଓଡ଼ିଶାରେ ଚଳିତ ଖରିଫ ଊତୁରେ ୪.୫୦ ଲକ୍ଷ ଛଗ୍ଧକ୍ଷ. ଧାନ ଓ ୧.୦୭ ଲକ୍ଷ ଛଗ୍ଧକ୍ଷ. ଅନ୍ୟାନ୍ୟ ବିହନ ଉତ୍ପାଦନ ଓ ଯୋଗାଣ ଲକ୍ଷ୍ୟ ରହିଛି । ଫଳ, ପନିପରିବା ଓ ଫୁଲଚାଷ ଭଳି ଅର୍ଥକାରୀ ଫସଲ ଚାଷ ପାଇଁ ଆମ ସରକାର ବିଶେଷ ପ୍ରଯତ୍ନ କରୁଛନ୍ତି ।ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ଫସଳ ବୀମା ଯୋଜନା ଉଭୟ ୠଣୀ ଓ ଅଣଋଣୀ କୃଷକମାନଙ୍କ ପାଇଁ ଇଚ୍ଛାଧିନ କରାଯାଇଛି । ଚଳିତ ଖରିଫ ଋୁତୁରେ ୧୦ ଲକ୍ଷ ଅଣଋଣୀ କୃଷକଙ୍କ ସମେତ ସମୁଦାୟ ୨୫ ଲକ୍ଷଚାଷୀ ଓ ବୀମାଭୁକ୍ତ ଫସଲ ଆୟତନର ଶତକଡ଼ା ୪୦ ଭାଗ ବୀମାଭୁକ୍ତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଗତବର୍ଷ ଖରିଫ ଋତୁରେ ୭୩୩୦.୫୬ କୋଟି ଟଙ୍କାର କୃଷିୠଣ ୧୭ ଲକ୍ଷ ୯୧ ହଜାର ଚାଷୀଙ୍କୁ ଯୋଗାଇ ଦିଆଯାଇଥିବାବେଳେ ଚଳିତ ବର୍ଷ ୨୦୨୦ ଖରିଫ ଋତୁରେ ୭୫୦୦ କୋଟି ଟଙ୍କାର ଋଣ ଚାଷୀମାନଙ୍କୁ ଯୋଗାଇ ଦେବାର ଲକ୍ଷ୍ୟ ରଖାଯାଇଛି ।ଏହି ଅବସରରେ ଖରିଫ କାର୍ଯ୍ୟକ୍ରମ -୨୦୨୦ ପୁସ୍ତିକାକୁ ମନ୍ତ୍ରୀ ଡ଼ଃ ସାହୁ ଉନ୍ମୋଚନ କରିଥିଲେ ।ବୈଠକରେ ଉନ୍ନୟନ କମିଶନର ତଥା କୃଷି ଉତ୍ପାଦନ କମିଶନର ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ଼ ସୌରଭ ଗର୍ଗ, ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ
ସୁରେନ୍ଦ୍ର କୁମାର, ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ବିଭାଗର କମିଶନର ତଥା ଶାସନ ସଚିବ, କୁଳପତି ଡ଼. ପବନ କୁମାର ଅଗ୍ରୱାଲ୍ , କୃଷି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ସୁରେଶ
କୁମାର ବଶିଷ୍ଠ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଏମ୍. ମୁଥୁ କୁମାର, ମୃତିକା ସଂରକ୍ଷଣ ଓ ଜଳ ବିଭାଜିକା ନିର୍ଦ୍ଦେଶକ ହେମନ୍ତ କୁମାର ପଣ୍ଡାଙ୍କ ସମେତ କୃଷି ଓ ଅନ୍ୟାନ୍ୟ ବିଭାଗର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ l
ଜଗତସିଂହପୁରରୁ ନୂଆ ୨୦ କରୋନା ଆକ୍ରାନ୍ତ ଚିହ୍ନଟ..
ଭୁବନେଶ୍ୱର : ଜଗତସିଂହପୁର ପାଇଁ କିଛି ସମୟ ପୂର୍ବରୁ ଆସିଥିଲା ଏକ ଖୁସି ଖବର। ସମ୍ପୂର୍ଣ୍ଣ ଜିଲ୍ଲାକୁ କରୋନା ମୁକ୍ତ ଘୋଷଣା କରିଥିଲେ ସରକାର ।ହେଲେ ତାର କିଛି ସମୟ ପରେ ସବୁ ଖୁସି ପାଣିରେ ମିଳେଇ ଗଲା।ଜିଲ୍ଲାରେ ଏବେ ଆଉ ୨୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।ସେମାନେ ନାଉଗାଁ ରୁ ୧୯ ଓ କୁଜଙ୍ଗରୁ ଜଣେ ।ସମସ୍ତେ କଲକାତା ଫେରନ୍ତା ।ତେଣୁ ତାଙ୍କ ଟ୍ରାଭେଲ ହିଷ୍ଟୋରି ଷ୍ଟ୍ରେସିଂ ର ଆବଶ୍ୟକତା ନାହିଁ ବୋଲି ଜିଲ୍ଲାପାଳ କହିଛନ୍ତି।ସେମାନେ ନାଉଗାଁ ରୁ ୧୯ ଓ କୁଜଙ୍ଗରୁ ଜଣେ ।ସମସ୍ତେ କଲକାତା ଫେରନ୍ତା ।ତେଣୁ ତାଙ୍କ ଟ୍ରାଭେଲ ହିଷ୍ଟୋରି ଷ୍ଟ୍ରେସିଂ ର ଆବଶ୍ୟକତା ନାହିଁ ବୋଲି ଜିଲ୍ଲାପାଳ କହିଛନ୍ତି।
ବିପର୍ଯ୍ୟୟ ମୁକାବିଲା ପାଇଁ ଅଣ୍ଟା ଭିଡ଼ିଲେ ପ୍ରଣବ…
ଭୁବନେଶ୍ୱର:ଏବେ ରାଜ୍ୟ ମହାମାରୀ କରୋନା ସହ ଲଢ଼ୁଛି । ହେଲେ ଏହି ସମୟରେ ଆଉ ଏକ ପ୍ରାକୃତିକ ବିପର୍ଯ୍ୟୟ ରାଜ୍ୟବାସୀ ଓ ସରକାର ସାମ୍ନା କରିବାକୁ ଯାଉଛନ୍ତି । ଏହା ହେଉଛି ସାମୁଦ୍ରିକ ଝଡ଼ ଅମ୍ପାନ। ଏହାକୁ ମୁକାବିଲା କରିବାକୁ ସରକାର ମଧ୍ୟ ସମସ୍ତ ପ୍ରସ୍ତୁତି କରିସାରିଲେଣି । କାରଣ ଏପରି ବିପର୍ଯ୍ୟୟ ଓଡିଶା ପୂର୍ବରୁ ମଧ୍ୟ ସାମ୍ନା କରିଛି। ଆଉ ମୁଖ୍ୟମନ୍ତ୍ରୀଙ୍କ ସୁପରିଚାଳନା ପାଇଁ ସବୁଠି ପ୍ରସଂଶା ସାଉଁଟିଛି। ଏଥର ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିରୋ କାଜୁଆଲିଟିକୁ ଗୁରୁତ୍ୱ ଦେଇଛନ୍ତି । ସେଇ ଅନୁସାରେ ପ୍ରଶାସନିକ ସ୍ତରରେ ସଜାଗ ଓ ତତ୍ପରତା ପ୍ରକାଶ ପାଇଛି। ମନ୍ତ୍ରୀ ଓ ନେତାମାନେ ମଧ୍ୟ ଅମ୍ପାନ ମୁକାବିଲା ପାଇଁ ପ୍ରସ୍ତୁତି ଜୋରଦାର କରିଛନ୍ତି। ଓଡ଼ିଶାର କ୍ରାଇସିସ ମ୍ୟାନେଜର ତଥା ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ମଧ୍ୟ ଅମ୍ପାନ ମୁକାବିଲା ପାଇଁ ଅଣ୍ଟା ଭିଡିଛନ୍ତି। ନିଜ କଠିନ ପରିଶ୍ରମ ପାଇଁ ନବୀନଙ୍କ ପ୍ରିୟ ପାତ୍ର ସାଜିଥିବା ପ୍ରଣବ ଏବେ ଅମ୍ପାନ ମୁକାବିଲା ପାଇଁ ସମୀକ୍ଷା କରୁଛନ୍ତି । ଦଳୀୟ ଓ ପ୍ରଶାସନିକ ସ୍ତରରେ ବାତ୍ୟା ମୁକାବିଲା ପାଇଁ ପ୍ରଚେଷ୍ଟା ଜାରୀ ରଖିଛନ୍ତି। ଘୁର୍ଣ୍ଣି ଝଡ଼ର ରୂପ ନେଇଥିବା ଅମ୍ପାନ ବୁଧବାର ଦୀଘା ଓ ହାତିଆ ମଧ୍ୟବର୍ତ୍ତୀ ଅଞ୍ଚଳରେ ସ୍ଥଳ ଭାଗକୁ ଛୁଇଁବା ସମ୍ଭାବନା ଅଛି। ପ୍ରଭାବିତ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ଲାଗିପଡିଛନ୍ତି ଲୋକେ । ଜିଲ୍ଲା ସ୍ତରରେ ଜିଲ୍ଲା ପ୍ରଶାସନକୁ ସ୍ଥାନୀୟ ନେତା ଓ ବିଧାୟକ କିପରି ସହଯୋଗ କରିବେ ତା ଉପରେ ଗୁରୁତ୍ୱ ଦେଇଛନ୍ତି ପ୍ରଣବ। ତେବେ ରାଜନୈତିକ ଗୋଟି ଚାଳନା ହେଉ କି ପ୍ରାକୃତିକ ବିପର୍ଯ୍ୟୟ ସବୁଥିରେ ପ୍ରଣବ ସକ୍ରିୟ ଭୂମିକା ନେଇ କାମ କରନ୍ତି। ସେଥିପାଇଁ ତ ତାଙ୍କୁ ବିପଦର ସାଥି କହନ୍ତି ଲୋକେ।
ଉତ୍ତର ଦିଗକୁ ଗତି କରୁଛି ବାତ୍ୟା : SRC
ଭୁବନେଶ୍ୱର : ସାମୁଦ୍ରିକ ଝଡ଼ ପାରାଦ୍ୱୀପ ଠାରୁ 780 କିମି ଦୂରରେ ରହିଛି। ଉତ୍ତର ଦିଗକୁ ଗତି କରୁଛି। ଗତ 6 ଘଣ୍ଟାରେ 13 କିମି ବେଗରେ ଆସୁଛି। ଆଜି ସଂଧାକୁ ମହାବାତ୍ୟା ରୂପ ନେବ। ସମୁଦ୍ର ଭିତରେ ପବନର ବେଗ 230 କିମି ଘଣ୍ଟକ ପ୍ରତି ରହିବ। ଆସନ୍ତାକାଲି ସକାଳ ଯାଏ ରହିବ। ଅତି ଭୟଙ୍କର ରୁପ ନେଇ ଉପକୂଳ ଛୁଇଁବ। ପଶ୍ଚିମବଙ୍ଗ ଦୀଘା ରୁ ବାଙ୍ଗଳାଦେଶ ହଟିଆ ଭିତରେ ସ୍ଥଳଭାଗ ଛୁଇଁବ। ଆଜିଠୁ ଓଡ଼ିଶାରେ ମାଧ୍ୟମ ଧରଣର ବର୍ଷ ହେବ। କୋରାପୁଟ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀରେ ବର୍ଷା ହେବ। ଆସନ୍ତାକାଲି ବିଭିନ୍ନ ସ୍ଥାନରେ ବର୍ଷା ହେବ। କେନ୍ଦ୍ରାପଡ଼ା, ମୟୁରଭଞ୍ଜ, ବାଲେଶ୍ଵର, କଟକ, ପୁରୀରେ ବର୍ଷ ହେବ। ପବନର ବେଗ ଆଜିଠୁ 40ରୁ 50 କିମି ରହିପାରେ। 19 ତାରିଖ ସକାଳ ପରଠୁ 75ରୁ 85 କିମି ପର୍ଯ୍ୟନ୍ତ ହେବ। ଉପକୂଳ 20 ସକାଳୁ ବାଲେଶ୍ଵର, ଭଦ୍ରକ, ଜଗତସିଂହପୁର, ମୟୁରଭଞ୍ଜ ରେ ପବନର ବେଗ ବଢିବ। ଉପକୂଳ ଅଂଚଳ ପାରାଦ୍ୱୀପ, ଧାମରା, ଭିତରକନିକ, ଭୋଗରାଇ ଅଂଚଳରେ 110 କିମି ବେଗରେ ପବନ ହେବ। ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କଚ୍ଚା ଘର, ଟାଇଲ ଚାପର ଘରକୁ ନିରାପଦ ସ୍ଥାନକୁ ନିଆଯିବ। ତଳିଆ ଅଂଚଳ ଲୋକଙ୍କୁ ସ୍ଥାନାନ୍ତର କରାଯିବ। ଆଜି ଅପରାହ୍ନ ପରଠୁ ସ୍ଥାନାନ୍ତର ନ କରାଯିବ। ଆସନ୍ତାକାଲି ଅଧିକ ଫୋକସ ଦିଆଯିବ। କ୍ବାରେ8ନ ସେଣ୍ଟର ଯେଉଁଠାରେ ନେଗେଟିଭ ରିପୋର୍ଟ ଆସିଛି ପକ୍କା ଘର ଥିଲେ ଯାଇପାରିବେ ଘରକୁ। ଜଗତସିଂହପୁର ଜିଲ୍ଲାରେ ପଠା ଯାଇଛି। ସମୁଦ୍ର ଅଶାନ୍ତ ରହିଛି। ମୋଟର ବୋଟ ବାନ୍ଧି ରଖିବାକୁ କୁହାଯାଇଛି। ସମସ୍ତ ଡଙ୍ଗା ମାଲିକଙ୍କୁ ଅପିଲ କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର। ଡ଼ଙ୍ଗାମଝିରେ ରବର ଦେଇ ରଖିବାକୁ କୁହାଯାଇଛି। 10 need, 15 ideas ଯାଇଛି। ଆଜି ଆଉ 2 ଓଡ୍ରାଫ ଟିମ ପଠାଯାଇଛି। ବାଲେଶ୍ଵର ଓ ଭଦ୍ରକ କୁ ଦୁଇଟି ଟିମ ପଠାଯାଇଛି। ପକଲିସ ଡିଜିପି ବାଲେଶ୍ଵର ଯାଇ ସ୍ଥିତି ଅନୁ ଧ୍ୟାନ କରିଚିନ୍ତି। ଫାୟାର ସର୍ଭିସର ଅତିରିକ୍ତ ଟିମ ରଖାଯାଇଛି। ପ୍ରତି ଟିମ୍ରେ 8 ଜଣ ରହିଛନ୍ତି। ଯଥେଷ୍ଟ ସଂଖ୍ୟକ ଟିମ ନିୟୋଜିତ କରାଯିବ। OFDC ର 15 ଟିମ ନିୟୋଜିତ ହେବେ। PWD, RD, ଜଳସମ୍ପଦ ବିଭାଗ ଇଞ୍ଜିନିୟର ପ୍ରତି ଜିଲ୍ଲାରେ ପ୍ରସ୍ତୁତ ରହିବେ। ସମସ୍ତ ଙ୍କୁ ନିରାପଦ ସ୍ଥାନରେ ରହିବାକୁ ଅପିଲ କରିଛନ୍ତି ସରକାର। ଏହା ସହ ବାତ୍ୟା ପାଇଁ src କେତେକ ପରାମର୍ଶ ଦେଇଛନ୍ତି l ବାତ୍ୟା ନସାରିବା ଯାଏ ଘରୁ ନବାହାରିବାକୁ କୁହାଯାଇଛି l
ରାଜ୍ୟରେ ଆଉ ୪୮ କରୋନା ଆକ୍ରାନ୍ତ: ମୋଟ ୮୭୬
ଭୁବନେଶ୍ୱର :ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମିବାର ନାଁ ଧରୁ ନାହିଁ। ଦିନକୁ ଦିନ ବଢ଼ିବାରେ ଲାଗିଛି। ଏବେ ରାଜ୍ୟରେ ଆଉ ୪୮ ଜଣ ପଜେଟିଭ ଟିହ୍ନଟ ହୋଇଛନ୍ତି । ଏ ନେଇ ସୂଚନା ଦେଲେ ଜିଲ୍ଲାପାଳ। ସେଥିମଧ୍ୟରୁ ୪୭ ଜଣ କ୍ୱାରେଣ୍ଟାଇନ ସେଣ୍ଟରରେ ଥିଲେ ।ଏମାନଙ୍କ ଭିତରୁ ଯାଜପୁର ଜିଲ୍ଲାରୁ ୧୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାସହ ଖୋର୍ଦ୍ଧାରୁ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାରୁ ୧୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଠିକ୍ ସେହିପରି ବଲାଙ୍ଗୀର ଜିଲ୍ଲାରେ ଓ କନ୍ଧମାଳ ଜିଲ୍ଲାରେ ୨ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅପରପକ୍ଷରେ ବୌଦ୍ଧ ଓ କଟକ ଜିଲ୍ଲାରୁ ଜଣେ, କେନ୍ଦ୍ରାପଡ଼ାରୁ ୩ଜଣ ପୁରୀରୁ ୪ଜଣ, ନୟାଗଡ଼ ଜିଲ୍ଲାରୁ ୩ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।ଏବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬୫୨ ଥିବା ବେଳେ ୨୨୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୪ଜଣଙ୍କର ମୃତ୍ୟୁ ଘଟିଛି।
ରାଜନୀତିର ଚାଣକ୍ଯ,ସାଜିଛନ୍ତି ଚାଟଶାଳୀ ଶିକ୍ଷକ ।
ଯାଜପୁର : ଅଶି ଦଶକରେ ରାଜନୀତି କ୍ଷେତ୍ରରେ ଚାଣକ୍ଯ ବୋଲାଉଥିବା ପୂର୍ବତନ ଅର୍ଥ ମନ୍ତ୍ରୀ ଶ୍ରୀ ଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ସାଜିଛନ୍ତି ଘରୋଇ ଶିକ୍ଷକ ।ଦିନ ଥିଲା ରାଜନୀତି କ୍ଷେତ୍ରରେ ବିଭିନ୍ନ ସମୟରେ ବହୁ ଯୁବକ ଯୁବତୀ ମାନଙ୍କୁ ରାଜନୀତିର ପାଠ ପଢାଉଥିଲେ ।ଆଜି କିନ୍ତୁ ଚିତ୍ର କିଛି ଭିନ୍ନ ।କରୋନା ଲକଡାଉନ୍ ଯୋଗୁଁ ସମସ୍ତେ ଘରେ ରହୁଛନ୍ତି ।ଏହି ସମୟରେ ଶ୍ରୀ ଘଡାଇ ନିଜ ଘରେ ରହି ସାଜିଛନ୍ତି ଟିଉସନ୍ ମାଷ୍ଟ୍ର ।ନିଜ ନବବିବାହିତା ପୁତ୍ରବଧୂକୁ ପଢାଉଛନ୍ତି ବର୍ଣ୍ଣବୋଧ ।ଏଠାରେ ଉଲ୍ଲେଖ କରାଯାଇପାରେ ଏଇ କିଛି ଦିନ ତଳେ ପ୍ରୀତିରଞ୍ଜନ ଘଡାଇ, ବଙ୍ଗିୟ ଅଭିନେତ୍ରୀ ଝିଲିକିଙ୍କୁ ବିବାହ କରିଥିଲେ ।ଯେହେତୁ ସେ ବଙ୍ଗଳା ଝିଅ ତେଣୁ ଓଡିଆ ଭାଷା ଶିକ୍ଷା ପାଇଁ ସେ ଚେଷ୍ଟା କରୁଛନ୍ତି ।ତେଣୁ ବାହାରକୁ ନ ଯାଇ ଘରେ ନିଜ ଶଶୁରଙ୍କୁ କରିଛନ୍ତି ଗୁରୁ । ଏପରି ଏକ ଫଟୋ ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଘୁରିବୁଲୁଛି । ଯେଉଁଥିରେ ବିଜେଡିର ଉପ ସଭାପତି ବର୍ଣ୍ଣବୋଧ ପଢାଉଛନ୍ତି ନିଜ ବୋହୁକୁ ।ଯାହାକୁ ନିଜେ ଝିଲିକି ନିଜ ଫେସବୁକ୍ ରେ ସେୟାର କରିଛନ୍ତି ।
ଅଜୟ ସାହୁ (ବିଗ୍ ନିଉଜ୍ ଓଡିଶା)














