21 ତାରିଖରୁ ହେବ ମାଟ୍ରିକ ମୂଲ୍ୟାୟନ : ମନ୍ତ୍ରୀ

- Advertisement -

ଭୁବନେଶ୍ୱର : ଘୁଞ୍ଚିଲା ମାଟ୍ରିକ ମୂଲ୍ୟାୟନ ତାରିଖ। 20 ମେ ପରିବର୍ତ୍ତେ, 21 ତାରିଖରୁ ହେବ ମୂଲ୍ୟାୟନ। ଆଜି ଲୋକ ସେବା ଭବନରେ ସକାଳ ୧୧ ଟା ୩୦ରେ ବିଭାଗୀୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏସଂପର୍କରେ ବୈଠକ ବସି ଚୁଡାନ୍ତ ନିଷ୍ପତ୍ତି ହୋଇଛି। ବାତ୍ୟା ଅମ୍ପନ୍ ପାଇଁ ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବାକୁଥିବା ମାଟ୍ରିକ ଖାତା ମୂଲ୍ୟାୟନ ଘୁଞ୍ଚାଯାଇଛି। ଗତକାଲି ମାଧ୍ୟମିକ ଶିକ୍ଷା ପରିଷଦର ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଏନେଇ ନିଷ୍ପତ୍ତି ହୋଇଥିବା ବିଶ୍ଵସ୍ତ ସୂତ୍ରରୁ ସୂଚନା ମିଳିଛି। ଯେଉଁଥିରେ ୨୦ ତାରିଖ ପରିବର୍ତ୍ତେ ସପ୍ତାହେ ବିଳମ୍ବରେ ମୂଲ୍ୟାୟନ କାର୍ଯ୍ୟ ଆରମ୍ଭ କରିବାକୁ ସ୍ଥିର ହୋଇଛି। ସେହିପରି ଏକକାଳୀନ ସମସ୍ତ ୬ଟି ଯାକ ବିଷୟର ମୂଲ୍ୟାୟନ ନକରି ୩ଟି ଲେଖାଏଁ ବିଷୟର ମୂଲ୍ୟାୟନ ପର୍ଯ୍ୟାୟକ୍ରମେ କରାଯିବାକୁ ଧାର୍ଯ୍ୟ ହୋଇଛି। ଯାହାଦ୍ବାରା ସାମାଜିକ ଦୂରତା ରକ୍ଷା କରାଯାଇ ପାରିବ। ବୋର୍ଡ଼ ବୈଠକରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଏନେଇ ଅବଗତ କରାଯାଇଛି। ଜୁଲାଇ 1ରୁ 15 ଭିତରେ ଯୁକ୍ତ 2 ଅବଶିଷ୍ଟ ପରୀକ୍ଷା। ଜୁନ 1ରୁ ଖାତା ଦେଖା

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles