ବାତ୍ୟା ପରେ ପ୍ରକୃତି ସଜାଇଲା ଶ୍ରୀକ୍ଷେତ୍ର ଆକାଶ…

ପୁରୀ : ଓଡ଼ିଶାକୁ ପ୍ରତି ବର୍ଷ କିଛି ନା କିଛି ବିପଦ ଆସିଥାଏ। ହେଲେ ଜଗତର ନାଥ ଜଗନ୍ନାଥଙ୍କ ଆଶୀର୍ବାଦରୁ ସବୁ ଠିକ୍ ହୋଇଯାଏ।ଆଉ ବିପଦ ଆସିଲା ଆଉ ଗଲା ପରେ କିଛି ନା କିଛି ଅଲୈକିକ ଘଟଣା ଘଟିଥାଏ। ଯାହା ଆଜି ମଧ୍ୟ ହୋଇଛି। ଓଡ଼ିଶାକୁ ଆଜି ମହାବାତ୍ୟା ଆସିଥିଲା ।ଆଉ ଚାଲିଗଲା। ତାର ଯିବା ଠିକ୍ ପରେ ପରେ ଶ୍ରୀକ୍ଷେତ୍ରର ଆକାଶର ରଙ୍ଗ ବଦଳି ଯାଇଥିଲା । ମେଘାଛନ୍ନ ଆକାଶ ହଠାତ୍ ରଙ୍ଗୀନ ହୋଇଯାଇଥିଲା। ନାଲି ନେଳି ରଙ୍ଗର ଏକ ଆସ୍ତରଣ ଚାରିଆଡେ ଖେଳିଯାଇଥିଲା। ଏମିତି ଦୃଶ୍ୟ ଗତ ବର୍ଷ ଫନି ବାତ୍ୟା ସମୟରେ ମଧ୍ୟ ଦେଖିବାକୁ ମିଳିଥିଲା।ଯେମିତି ବିପଦ ଚାଲିଗଲା ପରେ ଲୋକଙ୍କ ମୁହଁରେ ହସ ଖେଳିଯାଏ। ଠିକ୍ ସେହିପରି ଶ୍ରୀକ୍ଷେତ୍ର ଆକାଶରେ ରଙ୍ଗ ଖେଳି ଯାଇଥିଲା।ଆଉ ଏଜାତିକୁ ଏ ଅମ୍ପାନ ରୂପୀ ବିପଦରୁ ଉଧାର କରିଥିବାରୁ ପ୍ରଭୁ ଜଗନ୍ନାଥଙ୍କୁ ଏ ବିଶାଳ ଆକାଶ ରଙ୍ଗ ବଦଳାଇ ଧନ୍ୟବାଦ ଜଣାଉଥିଲା। ଏ ଦୃଶ୍ୟ ଏତେ ମନୋରମ ଥିଲା ଯେ ଯିଏ ବି ସେ ବାଟ ଦେଇ ଯାଉଥିଲା ଘଡିଏ ପାଇଁ ତା ପାଦ ଅଟକି ଯାଉଥିଲା ।ଆଉ ଶ୍ରୀକ୍ଷେତ୍ର ଆକାଶର ସୁନ୍ଦରତା ଉପଭୋଗ କରୁଥିଲା।

ଅମ୍ପନ,ଅଞ୍ଚଳରେ କରିଛି ସାମାନ୍ୟ କମ୍ପନ ।

0

ବିଜୁଳି ଆଲୁଅ ଓ ପିଇବା ପାଣି ପାଇଁ ହନ୍ତସନ୍ତ ଅଞ୍ଚଳ ବାସୀ ।

ଯାଜପୁର : ସାମୁଦ୍ରିକ ଝଡ଼ ଅମ୍ପନର ସାମାନ୍ୟ ପ୍ରଭାବ ବ୍ୟାସନଗର ଅଞ୍ଚଳରେ ପରିଲକ୍ଷିତ ହୋଇଛି ।ପୂର୍ବ ସୂଚନା ଅନୁଯାୟୀ ଗତ ରାତିରୁ ସାମାନ୍ୟ ବର୍ଷା ସହ ପବନ ଅନୁଭୂତ ହୋଇଥିଲା ।ଆଜି ସଖାଳୁ ପବନ ସହ ବର୍ଷାର ବେଗ ସାମାନ୍ୟ ଅଧିକ ବଢିଥିଲା ।ଦିନ ତମାମ ତୁହାକୁ ତୁହା ବର୍ଷା ସାଙ୍ଗକୁ ପବନ ବହୁଛି । ଫଳରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି ।ଗତ ରାତିରୁ ବିଜୁଳି ସରବରାହ ବନ୍ଦ ଥିବାରୁ ଅଞ୍ଚଳବାସୀ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ବିଜୁଳି ସରବରାହ ବନ୍ଦ ଯୋଗୁଁ ଅଞ୍ଚଳବାସୀ ପିଇବା ପାଣି ପାଇବାରୁ ବଞ୍ଚିତ ହୋଇଛନ୍ତି ।ଏହି ଅଞ୍ଚଳରେ ଅମ୍ପନର ବିଶେଷ ପ୍ରଭାବ ନଥିବା ବେଳେ ବିଜୁଳି ଓ ଜଳ ଯୋଗାଣ ବନ୍ଦକୁ ସାଧାରଣରେ ନାପସନ୍ଦ କରିଛନ୍ତି ।ମିଳିଥିବା ସୂଚନା ମୁତାବକ ପବନ ଯୋଗୁଁ ଚୋରଦା, କହ୍ନେଇପୁର ଅଞ୍ଚଳରେ କିଛି ଗଛ ଭାଙ୍ଗିବା ସହ ବିଦ୍ଯୁତ ତାର ଛିଣ୍ଡିଥିବାରୁ ବିଦ୍ଯୁତ ବିଭାଗ କର୍ମଚାରୀ ଏକାଧିକ ଗୋଷ୍ଠୀରେ ଭାଗ ହୋଇ ଯଥା ଶୀଘ୍ର ବିଜୁଳି ସଂଯୋଗ କରିବାକୁ ଚେଷ୍ଟା କରୁଛନ୍ତି ।
ଅଜୟ ସାହୁ (ବିଗ୍ ନିଉଜ୍ ଓଡିଶା)

3 ଘଣ୍ଟା ପରେ ଲାଣ୍ଡଫଲ କରିବ ବାତ୍ୟା ଆମ୍ପନ..

ଭୁବନେଶ୍ୱର : 3 ଘଣ୍ଟା ପରେ ଲାଣ୍ଡଫଲ କରିବ ବାତ୍ୟା ଆମ୍ପନ। ଭାରତୀୟ ପାଣିପାଗ କେନ୍ଦ୍ର ଯାହା କହିଥିଲା ସାଗର ଦ୍ୱୀପରୁ ହଟିଆ ଦ୍ୱୀପରେ ଲାଣ୍ଡଫଲ କରିବା ସମ୍ଭାବନା। 5 ଟା ରୁ 5,30 ଭିତରେ ଲାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହେବ। ପାରାଦୀପରୁ 120 କିଏମ ଦୂରରେ ଗଲା। ପାରାଦ୍ୱୀପ ରେ 110 ରୁ 120 କିଲୋମିଟର ପବନ। ଧାମରା 100 ରୁ 110 ପବନ। ବାଲେଶ୍ୱର ରେ ପବନ ବଢ଼ିଛି। ପ୍ରକୋପରେ ପ୍ରାଥମିକ ତଥ୍ୟ ଅନୁଯାୟୀ ଗଛ ଉପୁଡିଛି। ଇଲେକ୍ଟ୍ରିକ ଖୁଣ୍ଟି ତାର ଛିଡିଛି। ଟେଲିକମ ଟାୱାର ଭାଙ୍ଗିନୀ। ଜଗତସିଂହପୁର କେନ୍ଦ୍ରାପଡା ଭଦ୍ରକ ରେ ଗଛ କାଟି ରାସ୍ତା ସଫା କାମ ଆରମ୍ଭ ହୋଇଛି। ଓଡ୍ରାଫ ଏନ୍ଡ଼ିରଫ 36 ଟିମ ପଠାଯାଇଛି। ପୂର୍ବରୁ 31 ଟି ଟିମ ପଠାଯାଇଥିଲା। ପରେ 5 ଟି ଟିମ ପଠାଯାଇଛି। ଜିଲ୍ଲା ପ୍ରଶାସନକୁ ଏମାନେ ସାହାଯ୍ୟ କରିବେ। କେନ୍ଦ୍ରାପଡା କୁ 6 ଟିମ, 3 ଓଡ୍ରାଫ 3 ଏନ୍ଡ଼ିରଫ ଟିମ ପଠାଯାଇଥିବା ବେଳେ ଜଗତସିଂହପୁରକୁ 5 ଟା ପୁରୀ 3 ଟା, ବାଲେଶ୍ୱର 10, ଭଦ୍ରକ 7, ମୟୁରଭଞ୍ଜ 2ଟା ଟିମ ଯାଇଛି। ଓଏଫଡ଼ିସିର100 ଟିମ ପଠାଯାଇଛି। 2921 ଶେଲ୍ଟରରେ 1 ଲକ୍ଷ 48ହଜାର 486 ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। 921 ଆଶ୍ରୟସ୍ଥଳୀ ରେ ରଖାଯାଇଛି। ସନ୍ଧ୍ୟା ଶୁଦ୍ଧ ଫେରିଯିବେ। ସୁବିଧା ଦେଖି ଲୋକ ଯିବେ। 1885 ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ରଖାଯାଇଛି। ଫାୟାର ଆମ୍ବୁଲାନ୍ସ ରେ ପ୍ରସବ କରିଛନ୍ତି ଜଣେ ମହିଳା। ପାନୀୟ ଜଳ ଯୋଗାଣ ପାଇଁ ପ୍ରସ୍ତୁତି। ଦୁଇ ଘଣ୍ଟା ପରେ ଜିଲାପାଳ ଙ୍କା ଠୁ ଫିଡ଼ବ୍ୟାକ ନିଆଯିବ। ଭଦ୍ରକ ତିହିଡିରେ ଯୁବକ ମୃତ୍ୟୁ ଖବର। ଶବ ବ୍ୟବଚ୍ଛେଦ ପରେ ଜଣାପଡିବ। କେନ୍ଦ୍ରାପଡା ରୁ ସାତଭାୟା ବଗବଟିଆ 67 ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ତଦନ୍ତ ହେବ ମୃତ୍ୟୁର ତା ପରେ ଜଣାପଡିବ। ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁଜାୟ ହିଁ ସବୁ ହୋଇଛି। ନର୍ଥ ନର୍ଥ ଇଷ୍ଟ ଦିଗରେ ହିଁ ବାତ୍ୟା ଗତି କଲା। ଏସଆରସି ଙ୍କ ସୂଚନା।

ରାଜ୍ୟରେ ହଜାରେ ଟପିଲା କରୋନା ଆକ୍ରାନ୍ତ ସଂଖ୍ୟା:ମୃତ୍ୟ ସଂଖ୍ୟା ୬କୁ ବୃଦ୍ଧି

0

ରାଜ୍ୟରେ ହଜାରେ ଟପିଲା କରୋନା ଆକ୍ରାନ୍ତ ସଂଖ୍ୟା:ମୃତ୍ୟ ସଂଖ୍ୟା ୬କୁ ବୃଦ୍ଧି
ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମିବାର ନାଁ ଧରୁ ନାହିଁ। ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି ରାଜ୍ୟରେ ଆଉ ନୂଆ ୭୪ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୭୨ କ୍ୱାରେଣ୍ଟାଇନ ସେଣ୍ଟର ରେ ଥିଲାବେଳେ ୨ଜଣ ସ୍ଥାନୀୟ ଲୋକ।ଆଜି ପ୍ରଥମ ଥର ପାଇଁ ମାଲକାନଗିରିକୁ କରୋନା ଛୁଇଁଲା।ସେଠାରୁ ୨ ଜଣ ପଜିଟିଭି ଚିହ୍ନଟ ହୋଇଛନ୍ତି।ଏହାସହ ଆଜି ବୌଦ୍ଧରୁ ସର୍ବାଧିକ ୨୮ଜଣ କରୋନା ଆକ୍ରାନ୍ତ ଥିବା ଜଣାପଡିଛି।ପୁରୀରେ ୧୧, କଟକରେ ୯, ଖୋର୍ଦ୍ଧାରେ ୭, ଗଞ୍ଜାମରେ ୬, ଯାଜପୁରରେ ୬, କେନ୍ଦ୍ରାପଡ଼ାରେ ୨, ବାଲେଶ୍ୱରରେ ୧, ଢେଙ୍କାନାଳରେ ୧ ଓ କନ୍ଧମାଳରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଏହାସହ ଆଜି ଆଉ ଜଣଙ୍କର ମୃତ୍ୟୁ ହୋଇଛି।ରାଜ୍ୟରେ ମୃତ୍ୟୁ ସଂଖ୍ୟା ଏବେ ୬ରେ ପହଞ୍ଚିଛି।ମୃତକ ଜଣଙ୍କ ଖୋର୍ଧା ଜିଲାର।ସେ ୭୫ ବୟସ୍କ ।ଏ ନେଇ ସ୍ୱସ୍ଥ୍ୟ ଓ ପରିବାର କଲ୍ୟାଣ ବିିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୪ରେ ପଂହଚିଛି ।ବର୍ତ୍ତମାନ ପ୍ରବାସୀ ଲୋକ ଆସିଲା ପରେ ରାଜ୍ୟରେ ବୃଦ୍ଧି ର ମାତ୍ରା ପାଇଛି।

ଆସନ୍ତୁ ଜାଣିବା କେଉଁ ଜିଲ୍ଲାରୁ କେତେ କରୋନା ଆକ୍ରାନ୍ତ-

ଭୁବନେଶ୍ୱର: ରାଜ୍ୟରେ ପ୍ରତେକ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି। ଏହାସହ ଗୋଟେ ପରେ ଗୋଟେ ଜିଲ୍ଲାକୁ ମଧ୍ୟ ମାଡିବାରେ ଲାଗିଛି। ଆଜି ଖବର ଅନୁସାରେ ଏବେ ରାଜ୍ୟର ୨୪ ଜିଲ୍ଲା କରୋନା କବଳରେ। ଆଜି ପ୍ରଥମ ଥର ପାଇଁ ମାଲକାନଗିରିକୁ ମଧ୍ୟ କରୋନା ଛୁଇଁଛି ।ଏବେ ରାଜ୍ୟରେ ମୋଟ ୧୦୭୫ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି ।ଏବଂ ୬ ଲୋକ ମୃତ୍ୟୁବରଣ କଲେଣି।ତେବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ-
ଗଞ୍ଜାମ : ୩୧୩
ଯାଜପୁର : ୧୭୪
ବାଲେଶ୍ୱର : ୧୨୨
ଭଦ୍ରକ : ୯୫
ଖୋର୍ଦ୍ଧା : ୭୧
ପୁରୀ : ୪୪
କେନ୍ଦ୍ରାପଡ଼ା : ୪୦
କଟକ : ୩୬
ବୌଦ୍ଧ : ୩୩
ଜଗତସିଂହପୁର : ୨୮
ସୁନ୍ଦରଗଡ଼ : ୨୭
ଅନୁଗୁଳ : ୧୭
ମୟୂରଭଞ୍ଜ : ୧୧
ନୟାଗଡ଼ : ୧୦
କେନ୍ଦୁଝର : ୮
ବଲାଙ୍ଗୀର : ୬
କନ୍ଧମାଳ : ୩
ସମ୍ବଲପୁର : ୩
ଦେବଗଡ଼ : ୨
ଢେଙ୍କାନାଳ : ୨
ଝାରସୁଗୁଡ଼ା : ୨
କଳାହାଣ୍ଡି : ୨
ମାଲକାନାଗିରି : ୨
କୋରାପୁଟ : ୧

ଭୟଙ୍କର ରୂପ ନେଇ ମାଡି ଆସୁଛି ବାତ୍ୟା ଅମ୍ପାନ…

ଭୁବନେଶ୍ୱର: ବାତ୍ୟା । ପ୍ରତ୍ୟେକ ବର୍ଷ ଓଡ଼ିଶା ସାମ୍ନା କରୁଛି। କେବେ ଫନି ତ କେତେବେଳେ ବୁଲବୁଲ ରୂପରେ। ଆଉ ଏବେ ଅମ୍ପାନ ଭାବରେ । ଅମ୍ପାନ ହେଉଛି ୧୯୯୯ ମସିହା ମହାବାତ୍ୟା ପରେ ଦ୍ୱିତୀୟ ଥର ପାଇଁ ବଙ୍ଗପ ସାଗରରେ ସୃଷ୍ଟ ଘୁର୍ଣ୍ଣି ଝଡ଼। ଯାହା କି ଏବେ ଅତି ଭୟଙ୍କର ରୁପ ନେଇ ସ୍ଥଳ ଭାଗ ଆଡକୁ ମାଡି ଆସୁଛି। ଅମ୍ଫାନର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ବଢ଼ୁଛି ପବନର ବେଗ। ପାଣିପାଗ ବିଭଗର ଆକଳନ ଅନୁସାରେ ଏହା ଆଜି ଅପରାହ୍ନ ସୁଦ୍ଧା ଏହା ପଶ୍ଚିମବଙ୍ଗ ସ୍ଥିତ ସୁନ୍ଦରବନକୁ ଛୁଇଁବ ।
ଏହା ବର୍ତ୍ତମାନ ପାରାଦୀପ ଠାରୁ ୧୨୫ କ.ମି ଦୂରରେ ରହିଛି । ଏହାସହ ଯେତେବେଳେ ବାତ୍ୟା ଓଡ଼ିଶା ଉପକୂଳ ଦେଇ ଅତିକ୍ରମ କରିବା ସମୟରେ ପବନର ବେଗ ବଢିବ ମଧ୍ୟ ବଢିବ। ଗତ କାଲି ରାତି ଠାରୁ ଉପକୂଳ ଅଞ୍ଚଳରେ ବର୍ଷା ସହ ପବନ ଆରମ୍ଭ ହୋଇ ସାରିଲେଣି । ବର୍ତ୍ତମାନ ପାରାଦ୍ୱୀପରେ ଘଣ୍ଟା ପ୍ରତି ପବନର ବେଗ ରହିଛି ୧୦୨ କିମି ରହିଛି।ସେହିପରି ଚାନ୍ଦବାଲିରେ ୭୪ କିମି ଭୁବନେଶ୍ୱରରେ ୫୬ କିମି ରହିଛି। ପବନ ପାଇଁ ବିଭିନ୍ନ ଜାଗାରେ ଗଛ ମଧ୍ୟ ଭାଙ୍ଗି ପଡିଛି।ଏହାସହ ଢ଼ିଙ୍କିଆରେ କିଛି ପାନ ବରଜ ଭାଙ୍ଗିଛି। ଜଗତସିଂହପୁର ଦେଇ ଆଗାମୀ ଦୁଇ ଘଣ୍ଟା ଭିତରେ ବାତ୍ୟା ଅତିକ୍ରମ କରିବାର ସମ୍ଭାବନା ରହିଛି। ସେହିପରି ବାଲେଶ୍ବର ତଲସରିରେ ଅପରାହ୍ନ ୪ ଟା ରୁ ୫ଟା ଭିତରେ ଓଡିଶା ଉପକୂଳ ଅତିକ୍ରମ କରିବ ବାତ୍ୟା ଅମ୍ପାନ ଏର୍ସମା, ପାରାଦ୍ୱୀପ, ମହାକାଳପଡ଼ା, ଚାନ୍ଦବାଲି, ଭୋଗରାଇ, ବାଲିଆପାଳ, ଭଦ୍ରକ ତିହିଡିରେ ବାତ୍ୟାର ଅଧିକ ପ୍ରଭାବ ପଡିବ ପଡିବ ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି ।
ଏହି ମହାବାତ୍ୟାର ମୁକାବିଲା କରିବାକୁ ସରକାରଙ୍କ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଥିପାଇଁ ୧୫ ଟିମ ଓଡ୍ରାଫ, ୧୬ ଟିମ୍‌ ଏନଡିଆରଏଫ ଏବଂ ଅଗ୍ନୀଶମ ବିଭାଗର ୧୧୭ଟି ଟିମ ମୁତୟନ ଅଛନ୍ତି।ବର୍ତ୍ତମାନ ସୁଦ୍ଧା ୧ଲକ୍ଷ ୩୭ ହଜାର ଲୋକଙ୍କୁ ସ୍ଥାନନ୍ତର କରାଯାଇଛି। ଯାହାକି ସ୍ୱତନ୍ତ୍ର ରିଲିଫ କମିଶନର କହିଛନ୍ତି।

ଦିଗ ବଦଳାଇଲା ବାତ୍ୟା ଅମ୍ପାନ: ଏବେ ପାରାଦ୍ୱୀପଠାରୁ ଏକ ୧୨୫ କିମି

ଭୁବନେଶ୍ୱର : ଏବେ ଦିଗ ଦିଗ ବଦଳାଇଲା ବାତ୍ୟା ଅମ୍ପାନ। ପୂର୍ବ ନିର୍ଦ୍ଧାରିତ ଦିଗ ପାରାଦ୍ୱୀପ ଠାରୁ ଏବେ ସାମାନ୍ୟ ଭୁଲିଯାଇଛି ଅମ୍ପାନ। ଏହା ଏବେ ପାରାଦ୍ୱୀପ ଠାରୁ ପୂର୍ବ ଓ ଦିକ୍ଷଣ ପୂର୍ବ ଦିଗରେ ଗତି କରୁଛି। ଏ ନେଇ ଏବେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ ଆର ବିଶ୍ୱାଳ ସୂଚନା ଦେଇଛନ୍ତି । ବାତ୍ୟା ଅମ୍ପାନ ଏବେ ପାରାଦୀପଠାରୁ ୧୨୫ କିମି ଦୂରରେ ଅଛି। ସେହିପରି ବାଲେଶ୍ଵର ଦୀଘାଠାରୁ ୨୪୦ କିମି ଦୂରରେ ଏବେ ଅମ୍ପାନ ଅଛି।

ଗ୍ରାଉଣ୍ଡ ଜିରୋରେ ପ୍ରଣବ…..

ଭୁବନେଶ୍ୱର: ରାଜ୍ୟ ଏବେ ଦୁଇ ଦୁଇଟି ପ୍ରାକୃତିକ ବିପତ୍ତି ସହ ଲଢ଼ୁଛି। ଗୋଟେ ପଟେ କରୋନା କାଳ ସାଜିଥିବା ବେଳେ ଏବେ ମହାବାତ୍ୟା ଅମ୍ପାନ ଆମ ସାମ୍ନାରେ ଛିଡା ହୋଇଛି। କଥାରେ ଅଛି ଓଡ଼ିଆ ପୁଅ ଭାରି ସାହାସି। ସବୁ ବିପତ୍ତି ସାମ୍ନା କରିବାରେ ମାହୀର। ଯାହା କି ପୂର୍ବରୁ ରାଜ୍ୟ ସରକାର କରିକି ଦେଖେଇଛନ୍ତି। ସେ ଫନି ହେଉ କି ହୁଡ଼ ହୁଡ଼ ସବୁର ସଫଳ ମୁକାବିଲା କରିଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ । ଯେଉଁଥିପାଇଁ କି ଜାତୀୟ ସ୍ତରରେ ମଧ୍ୟ ପୁରସ୍କୃତ ହୋଇଛନ୍ତି । ତେଣୁ ଏଥର ମଧ୍ୟ ଉଭୟ କରୋନା ଓ ଅମ୍ପାନର ମୁକାବିଲା ରାଜ୍ୟ ସରକାର ସଫଳତାର ସହ କରିବେ ବୋଲି ବିଶ୍ୱାସ ରଖିଛନ୍ତି ।
ରାଜ୍ୟରେ ଉଭୟ କରୋନା ଓ ଅମ୍ପାନ ମୁକାବିଲାର ଭାର ସମ୍ଭାଳିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପ୍ରିୟ ତଥା ବିଜେଡି ସଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି)। ଆଜି ମୁଖ୍ୟମନ୍ତ୍ରୀଙ୍କ ହନୁମାନ ସାଜି ସେ ବାତ୍ୟା ପୂର୍ବରୁ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ପରିଦର୍ଶନ କରିଛନ୍ତି ।ଯାଜପୁର, ବାଲେଶ୍ବର, ଭଦ୍ରକ ଗସ୍ତ କରିଛନ୍ତି । ସେଠାକାର ବାସ୍ତବିକ ଚିତ୍ରକୁ ଅନୁଧ୍ୟାନ କରିଛନ୍ତି। ଏ ବିପର୍ଯ୍ୟୟର ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି । ଏହାସହ ସବୁ ଜିଲ୍ଲାପାଳ ଅଫିସ ଯାଇ ସେଠାରେ ମଧ୍ୟ ପୁଙ୍ଖାନୁପୁଙ୍ଖ ଭାବରେ ଜିଲ୍ଲାମୁଖ୍ୟଙ୍କ ସହ ଆଲୋଚନା କରିଛନ୍ତି ପ୍ରଣବ।ସେଠାକାର ବିଧାୟକ , ସ୍ଥାନୀୟ ବିଜେଡି ନେତୃତ୍ୱଙ୍କୁ ଲୋକଙ୍କ ଯେମିତି କିଛି ଅସୁବିଧା ନ ହୁଏ ସେଥିପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି। କାରଣ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି ବାତ୍ୟାରେ ଯେପରି ଜଣଙ୍କର ବି ଜୀବନ ଯିବ ନାହିଁ ତାହା ପ୍ରତି ଦୃଷ୍ଟି ଦେବାକୁ ବାସ ସେହି କାମରେ ଲାଗିପଡିଛନ୍ତି ନେତା ଓ ଜନତା l ରାଜ୍ୟ ସରକାର ଏବଂ ନେତାଙ୍କ ଉଦ୍ୟମ ଫଳରେ ଫଳରେ ଏପର୍ଯ୍ୟନ୍ତ ୯୦ ହଜାର ଲୋକଙ୍କୁ ସ୍ଥାନାନ୍ତରଣ କରାଗଲାଣି ।ଯାହାକି କାଲି ସକାଳ ସୁଦ୍ଧା ୧ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରୁବାକୁ ଯୋଜନା କରାଯାଇଛି। ତେବେ ସବୁବେଳେ ବିପଦ ସମୟରେ ଲୋକଙ୍କ ସହ ରହି ଲଢ଼ିବାକୁ ଭଲ ପାଆନ୍ତି ପ୍ରଣବ l ଲୋକଙ୍କ ପାଇଁ ତାଙ୍କ ଦଳ ସବୁବେଳେ ଓ ସବୁ ସମୟରେ ତାହା ସେ ନିଜେ ନିଜର କାମରେ ପ୍ରମାଣିତ କରନ୍ତି l ଖାସ ସେଥିପାଇଁ ତ ମୁଖ୍ୟମନ୍ତ୍ରୀଙ୍କର ସେ ଅତି ପ୍ରିୟ ହୋଇପାରିଛନ୍ତି।

ଜୁନ ୧ ଆରମ୍ଭ ହେବ ରେଳ ସେବା: ରେଳ ମନ୍ତ୍ରୀ

ନୂଆଦିଲ୍ଲୀ : ଦେଶବାସୀଙ୍କ ପାଇଁ ଆସିଛି ଏକ ଖୁସି ଖବର। ଆସନ୍ତା ଜୁନ ୧ ତାରିଖରୁ ଦେଶରେ ୨୦୦ ଶୀତତାପ ନିୟନ୍ତ୍ରଣ ବିହୀନ ଟ୍ରେନ୍ ଚାଲିବ।ଏହାର ବୁକିଙ୍ଗ ଖୁବ ଶୀଘ୍ର ଆରମ୍ଭ ହେବ ବୋଲି ରେଳ ମନ୍ତ୍ରୀ ପିଉଷ ଗୋୟାଲ ଟୁଇଟ କରି ଜଣାଇଛନ୍ତି।ଯାହାକି ସାଧାରଣ ଲୋକଙ୍କ ଗମନାଗମନ କ୍ଷେତ୍ରରେ ଅନେକ ସାହାର୍ଯ୍ୟ କରିବ। ଲକ୍ ଡାଉନ ପାଇଁ ଦୀର୍ଘ ଦୁଇ ମାସ ହେଲାଣି ଦେଶର ରେଳ ସେବା ବନ୍ଦ ଅଛି । ମାତ୍ର ବାହାର ରାଜ୍ୟରେ କାମ କରୁଥିବା ପ୍ରବାସୀ ଲୋକଙ୍କୁ ଆଣିବା ପାଇଁ କେତେକ ସ୍ୱତନ୍ତ୍ର ଟ୍ରେନ୍ ଚାଲୁଛି।

ହାତ ଯୋଡି ନିବେଦନ କଲେ ଦବଙ୍ଗ ଅଫିସର ଆଶିଷ ସିଂ…

କେନ୍ଦ୍ରାପଡା: ଦକ୍ଷିଣାଞ୍ଚଳ ଡିଆଜି ଆଶିଷ ସିଂ । ଯାହାକୁ ସମସ୍ତେ ଦବଙ୍ଗ ଅଫିସର ବୋଲି କୁହନ୍ତି। ଏହି ଦବଙ୍ଗ ଅଫିସର ଏବେ ଲୋକଙ୍କୁ ହାତ ଯୋଡୁଛନ୍ତି। ଅନୁରୋଧ କରିଛନ୍ତି। ହେଲେ କଣ ପାଇଁ ? କେଉଁଠି ଏପରି ଦେଖିବାକୁ ମିଳୁଛି । ଯେତେବେଳେ ବାତ୍ୟା ଅମ୍ପାନ ଉପକୂଳ ମୁହାଁ ହୋଇଛି ,ସେତେବେଳେ ଡିଆଜି ଆଶିଷ ସିଂ କେନ୍ଦ୍ରାପଡା ଦାୟିତ୍ୱ ନେଇଛନ୍ତି । କେନ୍ଦ୍ରାପଡା ଲୋକଙ୍କୁ ବୁଝାସୁଝା କରି କିପରି ବାତ୍ୟା ଆଶ୍ରୟସ୍ଥଳିକୁ ଅଣାଯାଇପାରିବ ସେ କାମରେ ଲାଗିପଡିଛନ୍ତି ଆଶିଷ ସିଂ । ନିଜେ ବାତ୍ୟା ଆଶ୍ରୟ ସ୍ଥଳି ବୁଲୁଛନ୍ତି। ସମୁଦ୍ରକୂଳିଆ ସ୍ଥାନରୁ ବାତ୍ୟା ଆଶ୍ରୟ ସ୍ଥଳିକୁ ଆଣିବାକୁ ହାତ ଯୋଡି ଅନୁରୋଧ କରିଛନ୍ତି। ଲୋକଙ୍କ ଜୀଵନ ବଞ୍ଚେଇବା ପାଇଁ। ଆଉ ବୁଝାଉଛନ୍ତି। କେବେଳ ଗୋଟିଏ ଦିନର କଥା । ଆଶ୍ରୟ ସ୍ଥଳୀରେ ରହି ପରିବାରକୁ ସୁରକ୍ଷିତ ରଖୁବାକୁ। ଏଥିପାଇଁ ଗ୍ରାଉଣ୍ଡରେ ଆଶିଷ । ଦିନରାତି ଏକ କରି କାମ କରୁଛନ୍ତି । ତାଙ୍କ ସହ କେନ୍ଦ୍ରାପଡା ଏସପି ନୀତିଶ ଦେଖାଵତ, ତାଳଚୁଆ ଥାନା ଅଧିକାରୀ ସୁକାନ୍ତ ବାରିକ ଅଞ୍ଚଳର ସମୀକ୍ଷା କରିଛନ୍ତି। ଆଉ ଲୋକଙ୍କୁ ବୁଝାଉଛନ୍ତି ।କେବଳ ସେତିକି ନୁହଁ ବିଭିନ୍ନ ଆଶ୍ରୟସ୍ଥଳୀ ଯାଇ ଆଶିଷ ସିଂ ଲୋକଙ୍କ ଭଲ ମନ୍ଦ ବୁଝୁଛନ୍ତି ଓ ଶୁଖିଲା ଖାଦ୍ୟ ଦେଉଛନ୍ତି। lଦବଙ୍ଗ ଅଫିସରଙ୍କ ଏହି ନିଆରା ପ୍ରୟାସ ଏବେ ଚର୍ଚ୍ଚାର ବିଷୟ।

Follow us

20,832FansLike
0FollowersFollow
14,700SubscribersSubscribe

Latest news