ଓଡିଶାର ପ୍ରଥମ ମହିଳା ଇସ୍ରୋ ବୈଜ୍ଞାନିକ ସୁଷମା ପାଣିଗ୍ରାହୀଙ୍କ ବିୟୋଗ

- Advertisement -

ଭୁବନେଶ୍ୱର : ଓଡ଼ିଶାର ପ୍ରଥମ ମହିଳା ଇସ୍ରୋ ବୈଜ୍ଞାନିକ ଡକ୍ଟର ସୁଷମା ପାଣିଗ୍ରାହୀଙ୍କର ରବିବାର ମେ 17 ତାରିଖ ଦିନ ଗୁଜୁରାଟର ଆହମଦାବାଦ ସହର ଠାରେ ବିୟୋଗ ହୋଇଯାଇଛି l
67 ବର୍ଷୀୟା ସୁଷମା କ୍ୟାନ୍ସର ରୋଗରେ ପୀଡିତ ଥିଲେ l
17 ଅକ୍ଟୋବର 1952 ମସିହାରେ ଗଞ୍ଜାମ ଜିଲ୍ଲା ଆସ୍କା ଠାରେ ଜନ୍ମଗ୍ରହଣ କରିଥିବା ସୁଷମା 1974 ମସିହାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ବୋଟାନି ରେ ଏମଏସସି କରିଥିବା ବେଳେ ଆଇଆଇଟି ଖଡଗପୁରରୁ 1982 ମସିହାରେ ପିଏଚଡି ଡିଗ୍ରୀ ହାସଲ କରିଥିଲେ l
ଇସ୍ରୋରେ ଡକ୍ଟର ସୁଷମା ପାଣିଗ୍ରାହୀ 1983 ମସିହାରେ ଆହମଦାବାଦ ଠାରେ ଯୋଗ ଦେଇଥିଲେ l ରିମୋଟ ସେନସିଙ୍ଗ ବିଷୟ ବସ୍ତୁ ଉପରେ ଗବେଷଣା କରୁଥିବା ଡକ୍ଟର ପାଣିଗ୍ରାହୀ ବିପର୍ଯ୍ୟୟ ପରିଚାଳନା, ବାତ୍ୟା, ବନ୍ୟା ଏବଂ ଫସଲ ପରିଚାଳନା କ୍ଷେତ୍ରରେ 30 ବର୍ଷ ଧରି ନିଷ୍ଠାପର ଭାବେ ଅନେକ କାର୍ଯ୍ୟ କରିଛନ୍ତି l
ତାଙ୍କ ସ୍ୱାମୀ ଡକ୍ଟର ମାନବ ଚକ୍ରବର୍ତ୍ତି ମଧ୍ୟ ପରମାଣୁ ବିଜ୍ଞାନୀ ଏବଂ ଅନେକ ବର୍ଷ ଧରି ଇସ୍ରୋରେ କାର୍ଯ୍ୟ କରିଛନ୍ତି l
ତାଙ୍କ ଏକମାତ୍ର ପୁଅ ସୂଦୀପ ଚକ୍ରବର୍ତ୍ତି ଜଣେ ଇଂଜିନିୟର l.

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles