ରାଜ୍ୟରେ କରୋନା ପୁଣି ସେଞ୍ଚୁରି: ସହ ନେଲା ଆଉ ଜଣଙ୍କ ଜୀଵନ

- Advertisement -

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମିବାର ନାଁ ଧରୁ ନାହିଁ। ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି ରାଜ୍ୟରେ ଆଉ ୧୦୨ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୯୭ ଜଣ କ୍ୱାରେଣ୍ଟାଇନ ସେଣ୍ଟର ରେ ରହିଥିଲେ।ଆଉ ୫ ଜଣ ସ୍ଥାନୀୟ ଲୋକ ବୋଲି ଜଣାପଡିଛି।ଯାଜପୁର-୩୧, ଜଗତସିଂହପୁର-୨୩ ,ଭଦ୍ରକ-୨୧ , କେନ୍ଦ୍ରାପଡ଼ା-୮, କଟକ-୪, ଖୋର୍ଦ୍ଧା-୪,ପୁରୀ- ୪ ,ଅନୁଗୁଳ- ୨,ବାଲେଶ୍ଵର- ୨ ,ସମ୍ବଲପୁର- ୨ ,ନୟାଗଡ଼-୧ ।ଏହାସହ ଆଜି ଆଉ ଜଣଙ୍କର ମୃତ୍ୟୁ ହୋଇଛି।ରାଜ୍ୟରେ ମୃତ୍ୟୁ ସଂଖ୍ୟା ଏବେ ୫ରେ ପହଞ୍ଚିଛି।ମୃତକ ଜଣଙ୍କ କଟକ ଜିଲାର।ସେ ୭୫ ବୟସ୍କ ।ଏ ନେଇ ସ୍ୱସ୍ଥ୍ୟ ଓ ପରିବାର କଲ୍ୟାଣ ବିିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୭୮ରେ ପଂହଚିଛି ।ବର୍ତ୍ତମାନ ପ୍ରବାସୀ ଲୋକ ଆସିଲା ପରେ ରାଜ୍ୟରେ ବୃଦ୍ଧି ର ମାତ୍ରା ପାଇଛି।ଏ ପର୍ଯ୍ୟନ୍ତ ରାଜ୍ୟରେ ୬୭୬ ଜଣ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ୨୭୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles