ଲକଡାଉନ ଦୁଃଖ : ପୁଅର ମୃତ୍ୟୁ ଖବର ଶୁଣି ରାସ୍ତାରେ କାନ୍ଦୁଛି ବାପା….

ଭୁବନେଶ୍ୱର : ସତରେ ଏ ସମୟଟା ଭାରି ନିଷ୍ଠୁର ହୋଇଯାଇଛି।ଦୁରେଇ ଦେଇଛି ନିଜ ଲୋକଙ୍କ ଠାରୁ। ଚୋରାଇ ନେଇଛି ଆଖିର ନିଦ। ଆଉ ଭାସାଇ ଦେଇଛି ଲୁହ ଦାରିଆରେ। ଆଉ ଦେଇଯାଇଛି ଅଲିଭା କ୍ଷତ। ଯେଉଁଠି ବାପର ଶବ ଛୁଇଁବା, ପୁଅ ପାଇଁ ପାପ। ଆଜି ଏମିତି ବି ସମୟ ଆସିଛି ବାପକୁ ମୁଖାଜ୍ଞି ଦେଇପାରିନି ପୁଅ। ଏପଟେ ଜୁଇ ଜଳିଲା ବେଳେ ସେପଟେ ଭିଡିଓ କଲିଙ୍ଗ ପୁଅ ଦେଖୁଛି। ହେଲେ କିଛି କରିପାରୁନି।ବାସ୍ ବିଦେଶରେ ଥାଇ ଲୁହ ଗଡାଉଛି।
ଏବେ ଆଉ ଏକ ଚିତ୍ର ସାମ୍ନାକୁ ଆସିଛି। ଯାହାକୁ ଜାଣିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ। ଯାହା ସ୍ୱପ୍ନ ପୂରଣ ପାଇଁ ବାପା ବାହାର ରାଜ୍ୟରେ ଦାଦନ ଖଟୁଛି। ସେ ବାପର ସ୍ୱପ୍ନ ଭାଙ୍ଗି ଦେଇଛି। ବାପା ଘରକୁ ଆସିବେ। ଆଉ ସେ ଏକ ବର୍ଷର କୁନି ପୁଅ ସହ ମନ ଭରି ଖେଳିବେ। ସେ ଘୋଡା ହେବେ। ଆଉ ପୁଅକୁ ପିଠିରେ ବସେଇ ସାରା ଗାଁରେ ବୁଲେଇବେ। ହେଲେ ସବୁ ଆଶା ଆଶାରେ ରହିଗଲା। ଲକ୍ ଡାଉନ ପାଇଁ ନା ସେ ଘରକୁ ପହଂଚି ପାରିଲେ । ନା ପୁଅ ତାଙ୍କୁ ଅପେକ୍ଷା କଲା। ଚାଲି ଗଲା । ସବୁ ଦିନ ପାଇଁ ଏକା କରି ।ଏ ସମୟ ବି ଏତେ ନିଷ୍ଠୁର ଯେ ଶେଷ ଥର ପାଇଁ ପୁଅକୁ ବି ଦେଖି ପାରିଲାନି ଏ ଅଭାଗ ବାପାଟା। ଏମିତି ଏକ ଚିତ୍ର ଏବେ ଚାରିଆଡେ ଘୁରି ବୁଲୁଛି। ଫଟୋଟିକୁ ଉଠାଇଛନ୍ତି ଖବର ସରବରାହ ସଂସ୍ଥା ପିଟିଆର ଫଟୋଗ୍ରାଫର ଅତୁଲ ୟାଦବ। ଜଣେ ପ୍ରବାସୀ ଭାଇ ଫୋନଟିକୁ କାନରେ ଧରି ଜୋରରେ କାନ୍ଦୁଛନ୍ତି।ସେ କାନ୍ଦୁଥିବା ବ୍ୟକ୍ତି ଜଣଙ୍କ ବିହାର ର।ତାଙ୍କ ନାମ ରାମ ପୁକାର ପଣ୍ଡିତ। ସେ ଦିଲ୍ଲୀରେ କାମ କରନ୍ତି।
ସେ ତାଙ୍କର ଏକ ବର୍ଷ ପୁଅକୁ ସବୁଦିନ ପାଇଁ ହରାଇ ଦେଇଛନ୍ତି । ଆଉ ଖୋଜିଲେ ବି ପାଇବେନି। ପୁଅକୁ ଦେଖିବା ପାଇଁ ଘରକୁ ଯିବାକୁ ବହୁତ ଚେଷ୍ଟା କରିଛନ୍ତି। ହେଲେ ଏ କଡା ଆଇନ କାନୁନ ତାଙ୍କ ଗୋଡ଼ରେ କଡ଼ି ପକେଇ ଦେଲା। ତାଙ୍କୁ ଉତ୍ତର ପ୍ରଦେଶର ସୀମାରେ ପୋଲିସ ଅଟକାଇ ଦେଲା। ସେଠାରେ ସେ ବସି ଥିବା ସମୟରେ ପୁଅର ମୃତ୍ୟୁ ଖବର ଶୁଣି କାନ୍ଦୁଛନ୍ତି। ସତରେ ଏ ଦୃଶ୍ୟ ଭାରି ହୃଦୟ ବିଦାରକ।

ଲକ୍ ଡାଉନ ୪.୦:ମେ ୩୧ ଯାଏଁ ବୃଦ୍ଧି: କଣ ନିୟମ ପଢନ୍ତୁ…

ନୂଆଦିଲ୍ଲୀ: ଆଜି କେନ୍ଦ୍ର ସରକାରଙ୍କ ତରଫରୁ ଲକ୍ ଡାଉନକୁ ବୃଦ୍ଧି କରାଯାଇଛି।ଦେଶରେ ଲକ୍ ଡାଉନ ୪.୦ ଲାଗୁହୋଇଛି।ସରକାର ଏହାକୁ ମେ ୩୧ ଯାଏଁ ବଢ଼ାଇଛନ୍ତି। ତେବେ ଆସନ୍ତୁ ଜାଣିବା।ଏହି ସମୟରେ କଣ କଟକଣା ଜାରି କରିଛନ୍ତି ସରକାର-
●ସ୍କୁଲ, କଲେଜ ହୋଟେଲ, ସିନେମା ହଲ, ରେଷ୍ଟୁରାଂଟ, ଜିମ, ସୁଇମିଂପୁଳ, ପାର୍କ, ଥିଏଟର, ବାର୍ ଆଦି ବନ୍ଦ ରହିବ ।
●ଧର୍ମାନୁଷ୍ଠାନ ଗୁଡିକ ସାଧାରଣ ଲୋକଙ୍କ ପାଇଁ ବନ୍ଦ ରହିବ ।
●ଘରୋଇ ଓ ଆର୍ନ୍ତଜାତୀୟ ବିମାନ ସେବା ମଧ୍ୟ ବନ୍ଦ ରହିବ ।
●ସର୍ବସାଧାରଣ ସ୍ଥାନରେ ମଦ ପାନ, ଗୁଟଖା ଖାଇବା ମନା ।
●ମେଟ୍ରେସେବା ଉପରେ କଟକଣା ଲଗାଯାଇଛି ।
●ରାଜ୍ୟ ଓ ରାଜ୍ୟ ଭିତରେ ବୁଝାମଣା ମଧ୍ୟରେ ବସ ଚାଲିବ ।
●ସର୍ବ ସାଧାରଣ ସ୍ଥାନ ଓ କାର୍ଯ୍ୟକ୍ଷେତ୍ରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।
●ସନ୍ଧ୍ୟା ୭ରୁ ସକାଳ ୭ ଯାଏଁ କର୍ଫ୍ୟୁ ଜାରି ରହିବ ।
●କଟେଂନମେଂଟ ଜୋନ୍‌ରେ ଅଧିକ କଟକଣା ଲାଗୁ ହେବ ।
●କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଗତିବିଧିକୁ ଅନୁମତି ମିଳିବ ।
●ମାଲ ପରିବହରେ କୌଣସି ରୋକ ଲଗାଯାଇନାହିଁ
●ସନ୍ଧ୍ୟା ୭ରୁ ସକାଳ ୭ ଯାଏଁ କର୍ଫ୍ୟୁ ଜାରି ରହିବ ।
● ସ୍କୁଲ କଲେଜ ସବୁ ବନ୍ଦ ରହିବ।କେବଳ ଅନଲାଇନ ମଧ୍ୟରେ ପାଠ ପଢ଼ାହେବ।

ଭୀଷଣ ରୂପ ନେଉଛି ଅମ୍ପାନ: ପାରାଦ୍ୱୀପଠାରୁ ୯୬୦ କିମି ଦୂରରେ

ଭୁବନେଶ୍ୱର : ଆଜି ଅମ୍ଫାନ ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହୋଇଛି।ବର୍ତ୍ତମାନ ଏହା ପାରାଦୀପରୁ ୯୬୦କିମି ଦୂରରେ ଏହା ଅଛି ବୋଲି ଆଇଏମଡି ପକ୍ଷରୁ ସୂଚନା ମିଳିଛି।
ଏହା ଗତ ୬ଘଣ୍ଟାରେ ୫ କିମି ଘଣ୍ଟାପ୍ରତି
ବେଗରେ ଗତି କରୁଛି ।ଆଗାମୀ ୨୪ ଘଣ୍ଟାରେ ଏହା ଆହୁରି ତୀବ୍ରତର ହେବ ।
ଆସନ୍ତା 12 ଘଣ୍ଟା ମଧ୍ୟରେ ଅତି ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହେବ । ହେଲେ ଯାହା ଲାଗୁଛି ରିକର୍ଭ ହେବା ପାଇଁ ଆହୁରି ୧୨ ଘଣ୍ଟା ସମୟ ଲାଗିପାରେ ! ବର୍ତ୍ତମାନ ଯାହା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଆସୁଛି ଏହା ପଶ୍ଚିମବଙ୍ଗ ଦୀଘା ଠାରୁ ବାଂଲାଦେଶ ହାତିଆ ମଧ୍ୟରେ ସ୍ଥଳଭାଗ ଛୁଇଁବ ।ଏହାର ଗତିପଥରେ ବାରମ୍ବାର ପରିବର୍ତ୍ତନ ହେଉଛି । ଯେତେବେଳେ ଏହା ସ୍ଥଳଭାଗ ଛୁଇଁବ ଏହା ଭେରୀ ସିଭିଅର ସାଇକ୍ଲୋନିକ ପରିଣତ ହେଇ ଛୁଇଁବ ! ୧୮ ମଧ୍ୟରାତ୍ରୀରୁ ୧୯ ତାରିଖ ସମ୍ପୂର୍ଣ ଦିନ ସମୁଦ୍ର ମଧ୍ୟରେ ସିଭିଅର ସାଇକ୍ଲୋନିକ ଷ୍ଟ୍ରମ ହେଇ ରହିବ ।୧୮ସନ୍ଧ୍ୟାରୁ କୋଷ୍ଠଲ ଜିଲ୍ଲାରେ ସାମାନ୍ୟରୁ ମାଧ୍ୟମ ଧରଣ ବର୍ଷା ଆରମ୍ଭ ହେବ ! ୧୯ରେ ଉପକୂଳରେ କିଛି ଜିଲ୍ଲାରେ ପ୍ରବଳ ବର୍ଷା ଓ କିଛି ଜିଲ୍ଲାରେ ମାଧ୍ୟମ ଧରଣ ବର୍ଷା ହେବ ! ୨୦ରେ ଉତ୍ତର ଉପକୂଳ ଜିଲ୍ଲାରେ ପ୍ରବଳ ବର୍ଷିବ ! ୧୮ ତାରିଖରେ ପବନ ବେଗ ୪୫ ରୁ ୫୫ ରହିବ ! ୧୯ରେ ଏହା ୭୫ ରୁ ୮୦ କିମି ହୋଇପାରେ ! ୨୦ତାରିଖରେ ଏହାର ବେଗ ଘଣ୍ଟା ପ୍ରତି୧୧୦ରୁ ୧୩୫ କିମି ଯାଏଁ ହେବାର ସମ୍ଭାବନା ! ଓଡ୍ରାଫର ୧୫ ଟି ଟିମ ଓ ଏନଡିଆରଫ ର ୧୦ଟି ଟିମକୁ ପ୍ରଭାଭିତ ଜିଲ୍ଲାରେ ମୁତୟନ କରାଯାଇଛି ! ଆଗକୁ ଆହୁରି କରାଯିବା ଲାଗି ବ୍ୟବସ୍ଥା କରାଯାଉଛି ! ଅତ୍ୟାବଶ୍ୟକ ଜିନିଷ ପ୍ରଯ୍ୟାପ୍ତ ପରିମାଣରେ ମହଜୁଦ ଅଛି ! ଭୟଭିତ ହେବାର ଆବଶ୍ୟକ ନାହିଁ ! ସମସ୍ତଙ୍କୁ ଅନୁରୋଧ କେହି ଯାଇ ଅତ୍ୟାବଶ୍ୟକ ଜିନିଷ ସାରିଯିବା ଭୟରେ କିଣି ପକାନ୍ତୁ ନାହିଁ !

ରଥଖଳାରୁ ଆସିଲାଣି ସଂକେତ : ବଡ ଦାଣ୍ଡରେ ଗଡିବ ରଥ…

ପୁରୀ: ଆଉ କମ୍ ଦିନ ରହିଲା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ରଥ ତିଆରି ଆରମ୍ଭ ପରେ ଚଳ ଚଞ୍ଚଳ ପୁରୀ ଶ୍ରୀକ୍ଷେତ୍ର। ରଥଯାତ୍ରାକୁ ନେଇ ଥିବା ଆଶଙ୍କା ଏବେ ଧିରେ ଧିରେ କମିବାକୁ ଲାଗିଲାଣି। କାରଣ ପ୍ରଶାସନ ଓ ସେବାୟତଙ୍କ ମିଳିତ ଉଦ୍ୟମରେ ରଥ କାର୍ଯ୍ୟ ଜୋରଦାରରେ ହୋଇଛି । ଯାହାକି ସଭିଙ୍କ ମନରେ ରଥଯାତ୍ରାକୁ ନେଇ ଆଶା ସଂଚାର କରିଛି। ସଭିଙ୍କୁ ଏକାଠି ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରସାଶକ କ୍ରିଷନ କୁମାର ,ଗଜପତି ମହାରାଜ ଓ ଜଗତଗୁରୁ ଶଙ୍କରାଚାର୍ୟ୍ଯଙ୍କ ପରାମର୍ଶ ଓ କୋଭିଡ 19 ଗାଇଡ଼ ଲାଇନ ଅନୁସାରେ ରଥ ତିଆରି କାମ ମହାରଣା ଦ୍ୱାରା ଜୋରଦାର କରିଛନ୍ତି । ମହାରଣା ଓ ଭୋଇ ସେବକମାନେ ମଧ୍ୟ ଦ୍ରୁତ ଗତିରେ ରଥ କାମରେ ଲାଗିପଡିଛନ୍ତି। ଏଥର ରଥ ଖଳାର ଆକାର ବୃଦ୍ଧି କରାଯାଇଛି। ଯେମିତି ସାମାଜିକ ଦୂରତା ନିୟମ ବଜାୟ ରଖାଯାଇପାରିବ। ପ୍ରତ୍ୟେକ ଦିନ ୧୪ ଘଣ୍ଟାରୁ ଅଧିକ ପରିଶ୍ରମ କରୁଛନ୍ତି କାରିଗରମାନେ । ୧୨ ଦିନ ବିଳମ୍ବରେ ରଥ ନିର୍ମାଣ ହୋଇଥିଲେ ମଧ୍ୟ ଚକ ଡେରା ନୀତିକୁ ସଠିକ ସମୟରେ ସମ୍ପାଦନ କରାଯାଇଛି । ଏହା ସହ ହାଇକୋର୍ଟର ନିୟମ ଅନୁସାରେ ଜୁନ ୨୨ ପୂର୍ବରୁ ରଥ ନିର୍ମାଣ ଶେଷ ପାଇଁ ଲାଗିପଡିଛନ୍ତି ମହାରଣା ଓ ଭୋଇ ସେବକମାନେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିଜେ ପୁରୀରେ ସବୁ କାର୍ଯ୍ୟ ତଦାରଖ କରୁଛନ୍ତି । ଏହାସହ ପ୍ରତ୍ୟେକ ଦିନ ସେବାୟତ ମାନଙ୍କର ସ୍ୱାସ୍ଥ ପରୀକ୍ଷା କରାଯାଉଛି। ସେମାନଙ୍କ ରହିବା ଖାଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ବର୍ତ୍ତମାନ ସୁଦ୍ଧା ୪୦ ଟି ତୁମ୍ବର ସମସ୍ତ କାର୍ଯ୍ୟ ସରିଛି । ବାକି ଦୁଇଟି ତୁମ୍ବର ବିନ୍ଧ କାର୍ଯ୍ୟ ଚାଲିଛି । ଓରା ବିନ୍ଧ କରାଯାଇ ସାରିଛି । ପୋଟଳ ଓରା , ପୋଟଳ ପାରେଣି ତିଆରି ସରିଛି । ୮ଟି ଭୂଇଁ ଖମ୍ବି ମଧ୍ୟ ତିଆରି ସରିଛି । ୬ଟି ଚକ କାଲି ଅଖ ସଂଯୁକ୍ତ ହୋଇଥିଲା , ଆଉ ୯ଟି ଚକ କାର୍ଯ୍ୟ ଶେଷ ହୋଇଛି । ଆସନ୍ତାକାଲି ଅନ୍ୟ ଚକଗୁଡିକର କାର୍ଯ୍ୟ କରାଯିବ ।
ରଥ ନିର୍ମାଣ ଆରମ୍ଭ ଦିନ ଠାରୁ ନିତ୍ୟ ନୈମିତ୍ତିକ ଭାବେ ଆଜି ସକାଳେ ରଥଖଳାରେ କାମ ଆରମ୍ଭ ପୂର୍ବରୁ ରଥ ନିର୍ମାଣ ସଂପୃକ୍ତ ସମସ୍ତ ସେବକମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଛି । ସମସ୍ତ ସେବକ ସୁସ୍ଥ ଅଛନ୍ତି । ସେପଟେ ଭକ୍ତ କହିଲେ ରଥଖଳାରୁ ଆସିଲାଣି ସଂକେତ ବଡ ଦାଣ୍ଡରେ ଗଡିବ ବଡ଼ ଠାକୁରଙ୍କ ରଥ ଦୁରେଇ ଯିଵ କରୋନା l…..

ରାଜ୍ୟରେ ନୂଆ ୯୧ କରୋନା ଆକ୍ରାନ୍ତ: ସମ୍ବଲପୁରରୁ ପ୍ରଥମ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ପ୍ରଥମ ଥରପାଇଁ ସମ୍ବଲପୁରକୁ ଛୁଇଁଲା କରୋନା । ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମିବାର ନାଁ ଧରୁ ନାହିଁ। ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି ରାଜ୍ୟରେ ଆଉ ୯୧କରୋନା ପଜେଟିଭ ଟିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୮୭ ଜଣ କ୍ୱାରେଣ୍ଟାଇନ ସେଣ୍ଟରରେ ଥିଲେ।ଏହାସହ ରାଜ୍ୟରେ ଆଉ ଦୁଇଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା
ସ୍ୱସ୍ଥ୍ୟ ଓ ପରିବାର କଲ୍ୟାଣ ବିିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମୃତକ ଦୁଇଜଣ ଗଂଜାମ ଜିଲ୍ଲାର ।ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୨୮ରେ ପଂହଚିଛି ।ବର୍ତ୍ତମାନ ପ୍ରବାସୀ ଲୋକ ଆସିଲା ପରେ ରାଜ୍ୟରେ ବୃଦ୍ଧି ର ମାତ୍ରା ପାଇଛି।ଏଥିମଧ୍ୟରୁ ରାଜ୍ୟରେ ଜଣ ସୁସ୍ଥ ୧୯୬ ହୋଇଥିବା ବେଳେ ୫ ଜଣଙ୍କର ମୃତ୍ୟୁ ହୋଇଛି।

କରୋନାର କରୁଣ କାହାଣୀ……

ଭୁବନେଶ୍ୱର :ଦିନେ ଭୋକ ପାଇଁ ସହର ଯାଇଥିଲେ। ଆଉ ଆଜି ଭୋକ ପାଇଁ ଗାଁକୁ ଫେରୁଛନ୍ତି।ଆଉ ଦିନ ରାତି ରାଜ ରାସ୍ତାରେ ମାଇଲ ମାଇଲ ପାଦରେ ଚାଲୁଛନ୍ତି ।ସାରା ରାସ୍ତାରେ ଭୋକିଲା ଚେହେରା।ଛଳ ଛଳ ସଭିଙ୍କ ଆଖି। ଘରକୁ ପହଂଚିବାର ଲକ୍ଷ ଆଗରେ ଯେମିତି ହାର ମାନିଯାଇଛି ପେଟର ଭୋକ ।ଏମିତି ଭୋକ ସହ ଲଢେ଼ଇ କରି ଗାଁକୁ ଫେରୁଛନ୍ତି ଲକ୍ଷ ଲକ୍ଷ ପ୍ରବାସୀ ଭାଇ। କିଏ ଘରେ ପହଞ୍ଚୁଛି ତ ! କିଏ ମଝି ରାସ୍ତାରେ ମଧ୍ୟ ଟଳି ପଡୁଛି। ବାସ୍ ଇଏ ହେଉଛି କରୋନା ଯୁଦ୍ଧର କରୁଣା କାହାଣୀ।
ନିଜ ରାଜ୍ୟ ବାହାରେ ଏବେ ଲକ୍ଷ ଲକ୍ଷ ଲୋକ ଫସି ରହିଛନ୍ତି। ଲକ୍ ଡାଉନରେ ସାରା ଦେଶ ଏବେ ବନ୍ଦ ।ସେଥିପାଇଁ ତ ଆଉ କାମ ବି ମିଳୁନି।ପାଖରେ ସଞ୍ଚୟ କରି ରଖିଥିବା ଟଙ୍କା ପାଇସା ବି ସରିଲାଣି।ଏବେ ସମସ୍ତେ ଖାଇବେ କଣ? ବାସ୍ ବଂଚିବାର ଏକ ମାତ୍ର ସାହାରା ହେଉଛି। ନିଜର ଗାଁ।କିନ୍ତୁ ଏବେ ଦେଶରେ ଟ୍ରେନ୍, ବସ୍ ସବୁ ବନ୍ଦ।ଆଉ ଘରକୁ ଯିବେ କେମିତି।ହେଲେ ଭୋକର ଜ୍ୱାଳା ଏତେ ବଢିଗଲା ଯେ ଘରକୁ ଆସିବାକୁ ଆଉ ଯାନ ବାହାନକୁ ଅପେକ୍ଷା କରିବା ସମ୍ଭବ ହେଲା ନି। ଆଉ ଶେଷରେ ଶହ ଶହ ମାଇଲ ଚାଲି ଚାଲି ଘରକୁ ଫେରୁଛନ୍ତି ପ୍ରବାସୀ।
ସାମାଜିକ ଗଣମାଧ୍ୟମରେ ଘୁରିବୁଲୁଥିବା ଚିତ୍ରଗୁଡିକ ବେଶ ହୃଦୟ ବିଦାରକ ।ଛୋଟ ଛୁଆ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ରାସ୍ତାରେ ପାଦରେ ଚାଲୁଛନ୍ତି। ଏମିତି ଆଉ ଏକ ଦୃଶ୍ୟ ଯାହାକି ଯିଏ ବି ଦେଖୁଛି ଆପେ ଆପେ ଆଖିରୁ ଲୁହ ବାହାରି ଆସୁଛି। ଜଣେ ମା’ ପ୍ରବାସୀ ଶ୍ରମିକଙ୍କ ସହିତ ମିଶି ପଞ୍ଜାବରୁ ବାହାରି ଝାନ୍‌ସୀ ଅଭିମୁଖେ ଯାତ୍ରା କରି ଘରକୁ ଫେରୁଛନ୍ତି। ଏହି ସମୟରେ ଚାଲିଚାଲି ଥକି ପଡ଼ିଥିବା ଶିଶୁ ମା’ ଧରିଥିବା ସୁଟ୍‌କେସ୍‌ ଉପରେ ଶୋଇ ପଡ଼ିଛି। ଥକି ପଡ଼ିଥିବା ଶିଶୁୁକୁ ସୁଟକେସ୍‌ ଉପରୁ ମା’ ଚାହିଁଲେ ବି ଉଠାଇ ପାରୁ ନାହିଁ। କାରଣ ସେ ବି ତାର ଶିଶୁର ଯନ୍ତ୍ରଣାକୁ ଅନୁଭବ କରି ପାରୁଛି। କିଛି ଉପାୟ ନପାଇ ଶିଶୁଟି ସେମିତି ସୁଟକେସ୍‌ ଉପରେ ଶୋଇଥିବା ଅବସ୍ଥାରେ ହିଁ ମା’ ତାକୁ ଟାଣିଟାଣି ଘର ଅଭିମୁଖେ ଯାତ୍ରା କରୁଛି।
ଏହାସହ ମହାରାଷ୍ଟ୍ରର ଔରଙ୍ଗାବାଦ ଠାରେ ହୋଇଥିବା ରେଳ ଦୁର୍ଘଟଣା ବେଶ ଚିନ୍ତାର ବିଷୟ। ମଧ୍ୟପ୍ରଦେଶରୁ ଆରମ୍ଭ ହୋଇଥିବା ପଦ ଯାତ୍ରା ରେଳଧାରଣାରେ ଶେଷ ହୋଉଗଲା। ଚାଲି ଚାଲି ଥକି ଯାଇଥିବା ପାଦ ରେଳ ଧାରଣା ଉପରେ ଅଟକି ଯାଇଥିଲା। ଆଉ କିଛି ସମୟ ବିଶ୍ରାମ ନେଇଥିଲା ।୧୫ ଜଣ ଲୋକ ଶୋଇଥିବାବେଳେ ଲୁହାର ଇଞ୍ଜିନଟା ତାଙ୍କ ଉପରେ ଚଢ଼ିଗଲା। ଆଉ ଅଧା ରହିଗଲା ତାଙ୍କ ଘର ବାହୁଡା।
ବୟସରେ ଅନ୍ତିମ ଚରଣରେ ପହଞ୍ଚିଥିବା ବୁଢ଼ୀ ମାଆ ବି ଏଥିରୁ ବାଦ ପଡିନି। ଭୋକର ଦାଉ ସହି ନ ପାରି ଘରକୁ ଫେରୁଛି । ଗୋଡ଼ରୁ ତାର ଫାଟି ସାରିଲାଣି। ଚାଲି ଚାଲି ରକ୍ତ ବାହାରିଲାଣି। ତଥାପି ଘରକୁ ଭୋକର ଦାଉ ସହି ନ ପାରି ନିଜର ଭିଟା ମାଟିକୁ ଯିବାକୁ ବାହାରିଛି ।ପାଖରେ ଖାଇବାକୁ ଖାଦ୍ୟ ନାଇ। ପିଇବାକୁ ପାଣି ନାଇ। ଏମିତି ଲକ୍ଷ ଲକ୍ଷ ଲୋକ ଚାଲି ଚାଲି ଘରକୁ ଫେରୁଛନ୍ତି । ଯାହାକି ବହୁତ ଦୁଃଖ ଦାୟକ ।
ସୌଜନ୍ୟ : ଲେଖା ଲେଖକଙ୍କ ବ୍ୟକ୍ତି ଲେଖା ନବ କିଶୋର ସାହୁ,

ବଲାଙ୍ଗୀରରେ ନୂଆ୨କରୋନା ଆକ୍ରାନ୍ତ: ମୋଟ ୭୩୮…

ଭୁବନେଶ୍ୱର :ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମିବାର ନାଁ ଧରୁ ନାହିଁ। ଦିନକୁ ଦିନ ବଢ଼ିବାରେ ଲାଗିଛି। ଏବେ ବଲାଙ୍ଗୀରରେ ଆଉ ଦୁଇ ଜଣ ପଜେଟିଭ ଟିହ୍ନଟ ହୋଇଛନ୍ତି । ଏ ନେଇ ସୂଚନା ଦେଲେ ଜିଲ୍ଲାପାଳ। ଉଭୟ ସୁରଟ ଫେରନ୍ତା ଓ କ୍ୱାରେଣ୍ଟାଇନ ସେଣ୍ଟରରେ ଥିଲେ । ଅଧିକ ଚିକିତ୍ସା ପାଇଁ ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯିବ।ଏବେ ରାଜ୍ୟରେ ମୋଟ ୭୩୯ଆକ୍ରାନ୍ତଙ୍କ ସଂଖ୍ୟା ରେ ପଂହଚିଛି ।

ବାପା ସାଜିଲେ ଶ୍ରବଣ କୁମାର: ଛୁଆଁକୁ ଭାରରେ ବୋହି ଚାଲିଲେ ୨୫୦କିମି…

ବାରିପଦା: ବାପା । ଛୁଆଁଙ୍କ ଉତ୍ତର ଦାୟିତ୍ୱ ତାଙ୍କ ମୁଣ୍ଡରେ। ପରିବାରର ଭାର ନିଜ କାନ୍ଧରେ ଉଠାନ୍ତି। ଦିନ ରାତି ବାହାରେ ପରିଶ୍ରମ କରନ୍ତି। ତୁଣ୍ଡ ଝାଳ ମୁଣ୍ଡେ ମାରି ଅର୍ଥ ଉପାର୍ଜନ କରନ୍ତି । ଆଉ ପରିବାର ଭରଣ ପୋଷଣ କରନ୍ତି ।
ଏବେ ଦେଶରେ ଲକ୍ ଡାଉନ ସମୟ ।ବାହାରେ କାମ କରୁଥିବା ସବୁ ଲୋକ ଏବେ ଗାଁ ମୁହାଁ। ହେଲେ ଗାଡି ମଟର ସବୁ ବନ୍ଦ। ବାସ୍ ଘରକୁ ଯିବାର ଏକ ମାତ୍ର ସାହା ହେଉଛି ପାଦ। ଗୋଟେ ପଟେ ପେଟର ଭୋକ ଅନ୍ୟ ପଟେ ଘରେ ପହଂଚିବାର ଲକ୍ଷ। ଏମିତିରେ ସହ ସହ ଲୋକ ଜୀଵନ ସହ ସଂଗ୍ରାମ କରୁଛନ୍ତି। ଏବେ ମୟୁରଭଞ୍ଜରୁ ଏକ ଫୋଟ ସାମାଜିକ ଗଣମାଧ୍ୟମରେ ଭାଇରଲ ହେବାରେ ଲାଗିଛି। ଏଠି ବାପା ପାଲଟିଛନ୍ତି ଶ୍ରବଣ କୁମାର । ଏକ ଭାରରେ ନିଜ ଛୁଆକୁ ଭାରରେ ବୋହି ୨୫୦ କିଲୋମିଟର ଚାଲି ଚାଲି ଯାଇଛନ୍ତି। ଥରେ ଭାବନ୍ତୁ ସେ ନିସହାୟ ବାପାର ଦୁଃଖ । ଭାରର ଗୋଟେ ପାର୍ଶ୍ଵରେ ନିଜର ଛୁଆ।ଅନ୍ୟ ପାର୍ଶ୍ଵରେ ଘରର ଆସବାବପତ୍ର । ଆଉ କାନ୍ଧରେ ଭର।ଏମିତି ୧୫୦ କିମି ପଦରେ ଚାଲି ଚାଲି ମୟୁରଭଂଜରେ ପହଂଚିଛନ୍ତି ମୋରଡା ବ୍ଲକ ବଳଦିଆ ଗାଁର ରୁପାୟ ଟୁଡୁ ।ସେ କଟକର ଏକ ଇଟାଭାଟିରେ କାମ କରୁଥିଲେ । ଲକଡାଉନ୍ ଯୋଗୁଁ ଯାତାୟତ ବନ୍ଦ ଥିବାରୁ ସେ ଚାଲିଚାଲି କଟକରୁ ମୟୂରଭଂଜ ଫେରିଛନ୍ତି ।

ରାଜ୍ୟରେ ନୂଆ ୬୫କରୋନା ଆକ୍ରାନ୍ତ: ମୋଟ ୭୩୭…

ଭୁବନେଶ୍ୱର :ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମିବାର ନାଁ ଧରୁ ନାହିଁ। ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି ରାଜ୍ୟରେ ଆଉ ୬୫କରୋନା ପଜେଟିଭ ଟିହ୍ନଟ ହୋଇଛନ୍ତି । ସେମାନେ ,ଯାଜପୁର-୩୧ ଗଂଜାମ-୧୩,କଟକ-୬,କେନ୍ଦ୍ରାପଡା-୪,ପୁରୀ-୪,ଖୋର୍ଦ୍ଧା-୩,ଖୋର୍ଦ୍ଧା-୩,ମୟୁରଭଞ୍ଜ-୨,ନୟାଗଡ଼-୨ ବୋଲି ସ୍ୱସ୍ଥ୍ୟ ଓ ପରିବାର କଲ୍ୟାଣ ବିିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏବେ ରାଜ୍ୟରେ ମୋଟ ୭୩୭ ଆକ୍ରାନ୍ତଙ୍କ ସଂଖ୍ୟା ରେ ପଂହଚିଛି ।

ଖରିଫ୍‌ରେ ଚାଷୀମାନଙ୍କୁ ବିହନ ଦେବାକୁ କୃଷିମନ୍ତ୍ରୀ ତତ୍ପରତା…

ଭୁବନେଶ୍ୱର : କରୋନା ଭୂତାଣୁ ସଂକ୍ରମଣ (କୋଭିଡ୍‌-୧୯)ର ମୁକାବିଲା ଲାଗି ଦେଶ ତଥା ସାରା ରାଜ୍ୟରେ ଲକ୍‌ ଡାଉନ୍‌ ଜାରି ରହିଥିବାବେଳେ ଚଳିତ ଖରିଫ୍‌ରେ ଚାଷୀମାନଙ୍କୁ ସୁବିଧାରେ ଅଧିକ ଉତ୍ପାଦନକ୍ଷମ ଓ ଉନ୍ନତ ମାନର ବିହନ ଓଡ଼ିଶା ରାଜ୍ୟ ବିହନ ନିଗମ ପକ୍ଷରୁ ଯୋଗାଇଦେବା ନିମନ୍ତେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ଚାଷ କାର୍ଯ୍ୟକୁ ଦ୍ରୁତ ଗତିରେ ଆଗେଇ ନେବା ପାଇଁ ଜିଲ୍ଲାର ବିଭିନ୍ନ ବିହନ ବିକ୍ରୟ କେନ୍ଦ୍ରଗୁଡ଼ିକରେ ଆବଶ୍ୟକ ବିହନ ଯୋଗାଣ ଦିଗରେ ଅଧିକ ତତ୍ପରତା ପ୍ରକାଶ କରିବା ଦିଗରେ ମନ୍ତ୍ରୀ ଡ.ସାହୁ ଗୁରୁତ୍ୱାରୋପ କରିଛନ୍ତି ।

ଆଜି ପୂର୍ବାହ୍ନରେ ଡ. ସାହୁ ଓଡ଼ିଶା ରାଜ୍ୟ ବିହନ ନିଗମ ପରିଚାଳିତ ସାମନ୍ତପୁରସ୍ଥିତ ବିହନ ପ୍ରକ୍ରିୟାକରଣ କେନ୍ଦ୍ର ବୁଲି ଦେଖିବା ସହିତ ରାଜ୍ୟ ବିହନ ପରୀକ୍ଷାଗାର, ଜିନ୍‌ ବ୍ୟାଙ୍କ୍‌ ଏବଂ ଚନ୍ଦକାସ୍ଥିତ ବିହନ ପ୍ରକ୍ରିୟାକରଣ କେନ୍ଦ୍ରଗୁଡ଼ିକ ପରିଦର୍ଶନ କରିଥିଲେ । ସାମନ୍ତପୁରର ବିହନ ପ୍ରକ୍ରିୟାକରଣ କେନ୍ଦ୍ରରେ ମନ୍ତ୍ରୀ ଡ. ସାହୁ ବିହନର ପ୍ରକ୍ରିୟାକରଣ, ନମୁନା ସଂଗ୍ରହ ଏବଂ ପ୍ୟାକିଂ ଆଦି ହେଉଥିବା କାର୍ଯ୍ୟକୁ ଅନୁଧ୍ୟାନ କରିଥିଲେ । ବିହନ ପରୀକ୍ଷାଗାରରେ ବିହନର ଗୁଣାତ୍ମକ ମାନ କିପରି ପରୀକ୍ଷା କରାଯାଇଛି ସେ ସଂପର୍କରେ ପଚାରି ବୁଝିଥିଲେ ଏବଂ ସର୍ବଦା ବିହନର ଗୁଣାତ୍ମକ ମାନ ବଜାୟ ରଖିବା ଦିଗରେ ନିର୍ଦ୍ଦେଶ ଦେଇଥିଲେ । ଏଥି ସହିତ ସେଠାରେ ଥିବା ବିହନର ଏକ ଜିନ୍‌ବ୍ୟାଙ୍କ ମଧ୍ୟ ବୁଲି ଦେଖିଥିଲେ । ଏହି ଜିନ୍‌ ବ୍ୟାଙ୍କରେ ପ୍ରାୟ ୧୨୦୦ରୁ ୧୩୦୦ ପ୍ରକାରର ବିହନ ସାଇତି ରଖାଯାଇଥିବା ମନ୍ତ୍ରୀ ଡ. ସାହୁ ଦେଖିଥିଲେ ।

ଏହାପରେ ମନ୍ତ୍ରୀ ଡ. ସାହୁ ଓଡ଼ିଶା ରାଜ୍ୟ ବିହନ ନିଗମର ଚନ୍ଦକାସ୍ଥିତ ବିହନ ପ୍ରକ୍ରିୟାକରଣ ପ୍ଲାଣ୍ଟ ମଧ୍ୟ ପରିଦର୍ଶନ କରିଥିଲେ । ସେଠାରେ ବିହନର ପ୍ରକ୍ରିୟାକରଣ, ନମୁନା ସଂଗ୍ରହ ଏବଂ ଗୋଦାମରେ ବିହନ କିପରି ସୁରକ୍ଷିତ ଭାବେ ରଖାଯାଉଛି ସେ ସବୁକୁ ବୁଲି ଦେଖିଥିଲେ । ଓଡ଼ିଶା ରାଜ୍ୟ ବିହନ ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଜ୍ୟୋତି ପ୍ରକାଶ ମିଶ୍ର ଏବଂ ଉପସ୍ଥିତ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀମାନଙ୍କ ସହିତ ଆଲୋଚନା କରିବା ଅବସରରେ ରାଜ୍ୟରେ କୋଭିଡ୍‌-୧୯ ପରିସ୍ଥିତିରେ ଚାଷୀମାନଙ୍କୁ ବିହନ ଯୋଗାଣ ଦିଗରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ପଚାରି ବୁଝିଥିଲେ । ଚାଷୀମାନେ ଯେପରି ଠିକଣା ସମୟରେ ଉନ୍ନତ ମାନର ବିହନ ସହଜରେ ପାଇପାରିବେ ସେଥି ନିମନ୍ତେ ସମସ୍ତ ପ୍ରକାରର ପ୍ରସ୍ତୁତି କରିବା ନିମନ୍ତେ ମନ୍ତ୍ରୀ ଡ. ସାହୁ ନିର୍ଦ୍ଦେଶ ଦେଇଥିଲେ ।

Follow us

20,832FansLike
0FollowersFollow
14,700SubscribersSubscribe

Latest news