ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମିବାର ନାଁ ଧରୁ ନାହିଁ। ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି ରାଜ୍ୟରେ ଆଉ ନୂଆ ୬୭ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ପ୍ରଥମ ଥର ପାଇଁ ଆଜି ନୂଆପଡାକୁ କରୋନା ଛୁଇଁଛି।
ଗଞ୍ଜାମ : ୭, ପୁରୀ : ୧୬ ,ଖୋର୍ଦ୍ଧା : ୩କଟକ : ୨ ,ନୟାଗଡ଼ : ୧୩ ,ସୁନ୍ଦରଗଡ଼ : ୪,ଅନୁଗୁଳ : ୬, ବଲାଙ୍ଗୀର : ୭ ,କଳାହାଣ୍ଡି : ୪, ମାଲକାନଗିରି : ୨ ,ଜଗତସିଂହପୁର : ୧,ଢେଙ୍କାନାଳ : ୧,ନୂଆପଡ଼ା : ୧ ବୋଲି ସ୍ୱସ୍ଥ୍ୟ ଓ ପରିବାର କଲ୍ୟାଣ ବିିଭାଗ ପକ୍ଷରୁ ସୂଚନା ଦେଇଛି।ସେମାନଙ୍କ ମଧ୍ୟରୁ ୬୦ଜଣ କ୍ବାରେଣ୍ଟିନ୍ ସେଣ୍ଟର୍ ର , ହୋମ କ୍ୱାରେଣ୍ଟାଇନ ୪ ଜଣ ଥିବାବେଳେ ୩ ଜଣ ଲୋକାଲ୍ ବୋଲି ଆକ୍ରାନ୍ତ ବୋଲି ଜଣାପଡିଛି।
ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୬ରେ ପଂହଚିଛି । ଏହାସହ ୭ ଜଣ ମୃତ୍ୟୁ ବରଣ କରିଛନ୍ତି।ବର୍ତ୍ତମାନ ପ୍ରବାସୀ ଲୋକ ଆସିଲା ପରେ ରାଜ୍ୟରେ ବୃଦ୍ଧି ର ମାତ୍ରା ପାଇଛି।
ରାଜ୍ୟରେ ଆଉ ୬୭ କରୋନା ଆକ୍ରାନ୍ତ ଚିହ୍ନଟ @୧୩୩୬
ନନ୍ଦିଘୋଷ ରଥର ୧୧ଟି ଚକ ସମ୍ପୂର୍ଣ୍ଣ….
ପୁରୀ : ତାଳଧ୍ୱଜ ରଥର ୧୧ଟି ଚକ ଶେଷ ହୋଇ ଅନ୍ୟ ଦୁଇଟି ଚକ ମଧ୍ୟରୁ ଗୋଟିକରେ ପଇ ପିନ୍ଧାକାର୍ଯ୍ୟ ଚାଲିଥିବା ବେଳେ ଅନ୍ୟ ଚକଟିରେ ତୁମ୍ବରେ ଅର ସଂଯୋଗ ସରିଛି ।
ଦେବଦଳନ ରଥର ୧୦ଟି ଚକ ସମ୍ପୂର୍ଣ୍ଣ ହୋଇ ଅନ୍ୟ ଏକ ଚକରେ ପଇ ପିନ୍ଧାକାର୍ଯ୍ୟ ଚାଲିଛି ।
ନନ୍ଦୀଘୋଷ ରଥର ୧୧ଟି ଚକ ସମ୍ପୂର୍ଣ୍ଣ ହୋଇ ଦୁଇଟି ତମ୍ବୁରେ ଅର ସଂଯୋଗ କାର୍ଯ୍ୟ ଚାଲିଥିବା ବେଳେ ଅନ୍ୟ ଦୁଇଟି ପିନ୍ଧରେ ପଇ ସଂଯୋଗ ସରି ବିଲେଇ ବାଡିଆ କାର୍ଯ୍ୟ ଚାଲିଛି ।
ତାଳଧ୍ୱଜ ରଥ ଏବଂ ଦେବଦଳନ ରଥର ଅଖ ନିର୍ମାଣ ଶେଷ ହୋଇଥିବା ବେଳେ ନନ୍ଦିଘୋଷ ରଥର ୭ଟି ଅଖ ଶେଷ ହୋଇ ଶେଷ ଅଖଟିର ମାଠେଣି କାର୍ଯ୍ୟ ଆରମ୍ଭ ହେବ ।
ତିନି ରଥର ଚାରିଆହାକା କାର୍ଯ୍ୟ ଶେଷ ହୋଇଛି । ପ୍ରତିରଥର ଦୁଇଟି ଲେଖାଏଁ ଗରଗରା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ।
ତିନି ରଥର ୧୦ଟି ଲେଖାଏଁ ଗୁଜ କାମ ଶେଷ ହୋଇ ବାକି ଗୁଜ ଗୁଡିକରେ ଖୋଦେଇ କାମ ଏବଂ ଅଲଙ୍କାର କାମ ଚାଲିଛି । କରତି ସେବକଙ୍କ ଦ୍ୱାରା ଦୋଳ ବେଦି ଠାରେ ନନ୍ଦିଘୋଷ ରଥର ଗୟଳ ଚିରିଟ କାମ ପୂର୍ବରୁ ବାଇଁସି ଚାଲିଛି । ଏହାପରେ ସୁୂତା ମାପ କରାଯାଇ ଚିରିଟ କାର୍ଯ୍ୟ କରାଯିବ ।
ଦୋଳ ବେଦୀ ଠାରେ ଅସ୍ଥାଇଶାଳରେ ଓଝା ସେବକଙ୍କ ଦ୍ୱାରା ତିନି ରଥ ପାଇଁ ୨୦ଏମଏମ ମୋଟେଇର ଅଖ କଣ୍ଟା ତିଆରି ଚାଲିଛି ଯାହାକି ଆଗ ପାତେଳି ଓ ଚଉରସ କଣ୍ଟା ଭାବେ ବଶାଯାଏ । ଆଗ ପାତେଳି କଣ୍ଟା ତମ୍ବୁର ବାହ୍ୟ ଅଂଶରେ ଅଖଦଣ୍ଡା ଓ କୁଡୁକାମୁ ଯୋଡିଥାଏ । ସକୀଚରର ସ୍ପି୍ରଙ୍ଗ ଭଳି କାର୍ଯ୍ୟ କରେ । ‘ଚଉରସ କଣ୍ଟା’ ତମ୍ବୁର ଭିତର ଅଂଶ ଅଖ ଦଣ୍ଡାରେ ବାଡିଆ ଯାଏ । ଅଖଦଣ୍ଡାକୁ ଫିକ୍ସ କରେ । ‘ଗରଗରା କଣ୍ଟା ଉପରେ ଚାରି ନାହାକା ଠିଆ ହୁଏ । ଏହା ଦଣ୍ଡା, ଅଖ, ଗରଗରାକୁ ବାନ୍ଧି ରଖେ ।
ସେହିପରି ନୀଳାଦ୍ରୀ’ ଭକ୍ତ ନିବାସ ସମ୍ମିଳନୀ କକ୍ଷରେ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୁରୀ ସ୍ୱାସ୍ଥ୍ୟ ବିଭାଗଙ୍କ ସହଯୋଗରେ କରୋନା ଭୂତାଣୁ ସମ୍ପର୍କରେ ‘ଗରାବଡୁ’ ସେବକମାନଙ୍କ ନିମନ୍ତେ ସଚେତନତା ଶିବିର ଶ୍ରୀମନ୍ଦିର ପ୍ରଶାସକ, ଉନ୍ନୟନ ଶ୍ରୀଯୁକ୍ତ ଅଜୟ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିଲା । ଏଥିରେ ଜିଲ୍ଲା ପ୍ରଶାସନର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ବିନୟ କୁମାର ଦାଶ, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀଯୁକ୍ତ ନୀଳକଣ୍ଠ ମିଶ୍ର ଏବଂ ଉପ ସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀଯୁକ୍ତ ଦେବୀ ପ୍ରସାଦ ମହାପାତ୍ର, ଶ୍ରୀମନ୍ଦିର ପରିଚାଳନା କମିଟି ସଭ୍ୟ ଶ୍ରୀଯୁକ୍ତ ମାଧବ ଚନ୍ଦ୍ର ମହାପାତ୍ର ଏବଂ ଗରାବଡୁ ନିଯୋଗର ସଭାପତି ଓ ସମ୍ପାଦକଙ୍କ ସହ ସମସ୍ତ ଗରାବଡୁ ସେବକ ମାନେ ଉପସ୍ଥିତ ରହି କରୋନା ଭୂତାଣୁ ସଂକ୍ରମଣ ଠାରୁ ରକ୍ଷା ପାଇବା ପାଇଁ ସଚେତନ କରାଇଥିଲେ ।
ଆଜି ସକାଳେ ରଥଖଳାରେ କାମ ଆରମ୍ଭ ପୂର୍ବରୁ ରଥ ନିର୍ମାଣରେ ସମ୍ପୃକ୍ତ ସେବକ ମାନଙ୍କର ଥର୍ମାଲ ସ୍କି୍ରନିଂ କରାଯାଇଥିଲା । ସମସ୍ତ ସେବକ ସୁସ୍ଥ ଥିବା ଜଣାଯାଇଛି ।
ଶେଷ ପର୍ଯ୍ୟାୟରେ ରଥ କାମ…..
ପୁରୀ :ଜଗତର ନାଥ ଜଗନ୍ନାଥ। ବିଶ୍ୱର ଦେବତା। ବର୍ଷକୁ ଥରେ ଭକ୍ତଙ୍କୁ ଦର୍ଶନ ଦେବାକୁ ଓଲ୍ହାଇ ଆସନ୍ତି ବଡ଼ଦାଣ୍ଡକୁ। ଜୁନ ୨୩ତାରିଖ ଏହି ପବିତ୍ର ଦିନ। ଘୋଷ ଯାତ୍ରା। ଏଥିପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ରଥ ଖଳାରେ କାରିଗର ବି ବ୍ୟସ୍ତ। ରଥ ନିର୍ମାଣରେ । କାରଣ ରଥରେ ହିଁ ବିଜେ ହେବେ ଶ୍ରୀଜୀଉ। ଆଉ ଦର୍ଶନ ଦେବେ କୋଟି କୋଟି ଭକ୍ତଙ୍କୁ। ସେଦିନ ଗୁହାରି ଶୁଣିବେ ମଣିମା। ଏହି ପବିତ୍ର ଦିନଟି ଏବେ ପାଖେଇ ଆସୁଛି। ଏପଟେ ଯାତ୍ରା ଯେତେ ପାଖୁଛି ସେପଟେ ପ୍ରଭୁଙ୍କ ଆଶୀଷରୁ ରଥ କାର୍ଯ୍ୟ ମଧ୍ୟ ସେତିକି ସରି ସରି ଆସୁଛି। ଯାହାକି ଏବେ ଶେଷ ପର୍ଯ୍ୟାୟରେ। ଶନିବାର ସନ୍ଧ୍ୟା ଶେଷ ସୁଦ୍ଧା ତାଳଧ୍ୱଜ ରଥର ୧୧ଟି ଚକ ଶେଷ ହୋଇ ଅନ୍ୟ ଦୁଇଟି ଚକ ମଧ୍ୟରୁ ଗୋଟିକରେ ପଇ ପିନ୍ଧାକାର୍ଯ୍ୟ ଚାଲିଥିବା ବେଳେ ଅନ୍ୟ ଚକଟିରେ ତୁମ୍ବରେ ଅର ସଂଯୋଗ ସରିଛି । ଦେବଦଳନ ରଥର ୧୦ଟି ଚକ ସମ୍ପୂର୍ଣ୍ଣ ହୋଇ ଅନ୍ୟ ଏକ ଚକରେ ପଇ ପିନ୍ଧାକାର୍ଯ୍ୟ ଚାଲିଛି । ନନ୍ଦିଘୋଷ ରଥର ୧୧ଟି ଚକ ସମ୍ପୂର୍ଣ୍ଣ ହୋଇ ଦୁଇଟି ତମ୍ବୁରେ ଅର ସଂଯୋଗ କାର୍ଯ୍ୟ ଚାଲିଥିବା ବେଳେ ଅନ୍ୟ ଦୁଇଟି ପିନ୍ଧରେ ପଇ ସଂଯୋଗ ସରି ବିଲେଇ ବାଡିଆ କାର୍ଯ୍ୟ ଚାଲିଛି। ଏବେ ସାରା ଦେଶରେ କରୋନା ଆତଙ୍କ । ସେଥିପାଇଁ ରଥ ନିର୍ମାଣରେ ୧୨ ଦିନ ବିଳମ୍ବ ହୋଇଥିଲା। ହେଲେ କାରିଗର ଓ ସେବାୟତଙ୍କ ଅକ୍ଳାନ୍ତ ପରିଶ୍ରମ ଫଳରେ କ୍ଷିପ୍ର ଗତିରେ ଆଗେଇ ଚାଲିଛି ରଥ କାମ।ଶ୍ରୀମନ୍ଦିର ପ୍ରଶାସନ ତରଫରୁ ମଧ୍ୟ କାରିଗରଙ୍କୁ ସବୁ ପ୍ରକାର ସୁବିଧା ଯୋଗାଇ ଦିଆଯାଇଛି। ବଡ଼ ଦିଅଁଙ୍କ ଇଚ୍ଛାରେ ସବୁ କିଛି ଚାଲେ। ସେ ଚାହିଁଲେ ମଧ୍ୟ ଏଥର ଭକ୍ତ ଭଗବାନଙ୍କ ନିଶ୍ଚୟ ଭେଟ ହେବ। କରୋନା ମହାମାରୀ ମଧ୍ୟ ପ୍ରଚେରୀ ହୋଇ ଛିଡା ହୋଇ ପାରିବନି । ସେଥିପାଇଁ ତ ତାଙ୍କୁ ଭାବର ଠାକୁର କୁହାଯାଏ। ତାଙ୍କୁ ଭାବରେ ଡାକିଲେ ସେ ନିଶ୍ଚୟ ଶୁଣନ୍ତି। ସେ ଥରେ ବଡ଼ଦାଣ୍ଡରେ ବିଜେ ହୋଇଗଲେ କରୋନା ମହାମାରୀ ମଧ୍ୟ ଦୁରେଇ ଯିବ। ଆଉ ଭକ୍ତ ଭଗବାନଙ୍କ ମିଳନ ହେବ। କାରଣ ଆଜିକି ୨ ମାସ ହେଲାଣି ଭକ୍ତ ଠାରୁ ଭଗବାନ ଦୂରରେ। ଭକ୍ତ ନିଜ ଠାକୁର ଘରେ ବସି ପ୍ରଭୁଙ୍କୁ ନୀତି ଝୁରୁଛି।ତାର ଟିକେ ଝଲକ ପାଇବା ପାଇଁ। ସେଥିପାଇଁ ସମସ୍ତେ ଘୋଷ ଯାତ୍ରାକୁ ଚାହିଁ ବସିଛନ୍ତି। ପ୍ରଶାସନ ମଧ୍ୟ ସେଥିପାଇଁ ବେଶ ତତ୍ପରତା ଦେଖାଉଛି।କେମିତି ଭକ୍ତ ଭଗବାନଙ୍କ ମିଳନ ହେବ। ସେ ନେଇ ସବୁ ସ୍ତରରେ ଚେଷ୍ଟା ଜାରି ରହିଛି।
ଗଣତନ୍ତ୍ରର ତାଲା ଖୋଲନ୍ତୁ ସରକାର – ନିରଞ୍ଜନ ପଟ୍ଟନାୟକ
ଭୁବନେଶ୍ୱର: ବାତ୍ୟା ଅଞ୍ଚଳ ପରିଦର୍ଶନ କରିବା ପାଇଁ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିଥିଲେ । ତାଙ୍କର ନୈତିକ କର୍ତ୍ତବ୍ୟ ସେ କରିଛନ୍ତି । ସେଥିପାଇଁ ପି.ସି.ସି. ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଆଜିର ପ୍ରେସ୍ ବାର୍ତ୍ତା ମାଧ୍ୟମରେ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ସାଧାରଣ ଲୋକ ହିସାବରେ ଆମେ ଜାଣିପାରିଲୁ ନାହିଁ ବାତ୍ୟାର କ୍ଷୟକ୍ଷତି ନେଇ ଓଡ଼ିଶା ସରକାର କେନ୍ଦ୍ର ସରକାରଙ୍କୁ କେତେ କୋଟି ଟଙ୍କା ମାଗିଛନ୍ତି । ଯେମିତି ପଶ୍ଚିମବଙ୍ଗ ସରକାର ୧ ଲକ୍ଷ କୋଟି ଟଙ୍କା ମାଗିଲେ, ସେମିତି ଆମ ସରକାର କେତେ କୋଟି ଟଙ୍କା ମାଗିଲେ ତାହାର ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ନାହିଁ । ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ଯେଉଁ ୫୦୦ କୋଟି ଦେଲେ ସରକାର ସେଥିରେ ସନ୍ତୁଷ୍ଟ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ପ୍ରକୃତରେ ଦେଖିବାକୁ ଗଲେ ଏହି ବାତ୍ୟାରେ ଆମ ଚାଷୀମାନଙ୍କର, ସେହିପରି ଚାଳଘର କରି ରହିଥିବା ଲୋକଙ୍କ ଭୟାବହ କ୍ଷତି ହେବା ସହ ଆମ ଭିତ୍ତିଭୂମି ଯଥା- ରାସ୍ତା, ଘାଟ, ବିଦ୍ୟୁତ୍ ଇତ୍ୟାଦି ବିପର୍ଯ୍ୟସ୍ତ ହୋଇପଡ଼ିଛି । ସେଥିରେ ବିଶେଷକରି ଆମ ଚାଷୀଭାଇମାନଙ୍କର ଅଦ୍ଭୁତପୂର୍ବ କ୍ଷତି ହୋଇଛି, ସେମାନଙ୍କର କିପରି ଭରଣା କରାଯିବ ସରକାର ଚିନ୍ତା କରିବା ଦରକାର ବୋଲି ସେ ପ୍ରକାଶ କରିଥିଲେ । ଗତ ‘ଫନି’ ରେ କ୍ଷତିଗ୍ରସ୍ତ ହୋଇଥିବା ଖୋର୍ଦ୍ଧା, ପୁରୀ ଇତ୍ୟାଦି ଜିଲ୍ଲା ଲୋକଙ୍କ ଉଜୁଡ଼ି ଯାଇଥିବା ଚାଷ, ଭାଙ୍ଗି ଯାଇଥିବା ଘର ପାଇଁ ଏପର୍ଯ୍ୟନ୍ତ ଆର୍ଥିକ ସହାୟତା ପାଇଲେନାହିଁ । ତେଣୁ ଏସବୁ କଥାକୁ ଦୃଷ୍ଟିରେ ରଖି ସରକାର କାମ କରନ୍ତୁ । ‘ଫନି’ ବେଳେ ମୁଖ୍ୟମନ୍ତ୍ରୀ ମହାଶୟ କିଛି ସ୍ଥାୟୀ ସମାଧାନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ । ସେତେବେଳେ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ ସ୍ଥାୟୀ ସମାଧାନ ପାଇଁ ଖସଡ଼ା ପ୍ରସ୍ତୁତ କରି ଦେବାପାଇଁ । ସେତେବେଳେ ଏହି କଥାଟି ଉଠିଥିଲା, କିନ୍ତୁ ବର୍ତ୍ତମାନ ସୁଦ୍ଧା ଖସଡ଼ା ପ୍ରସ୍ତୁତ କରି ଦେଲେଣି କି ଓ କିଏ ଖସଡ଼ା ପ୍ରସ୍ତୁତ କରି ଦେବ, ସରକାର ବର୍ତ୍ତମାନ ଜଣାଇବା ଦରକାର । ଦୁଃଖ ଓ ପରିତାପର ବିଷୟ ଖସଡ଼ା ପ୍ରସ୍ତୁତ ନ କରି ଖାଲି ଟିଭିରେ କହିବା ପାଇଁ ଏ ବ୍ୟବସ୍ଥା, କାମରେ କିଛି ନୁହଁ । ଓଡ଼ିଶା ଲୋକେ ବାତ୍ୟାରେ ଚଳିବାରେ ଅଭ୍ୟସ୍ତ ଏବଂ ଯେପରି ଭାବେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଉଛି, ସେଥିରେ ଲୋକ ସତର୍କ ରହୁଛନ୍ତି । ସେହି ସତର୍କତା ଦୃଷ୍ଟିରୁ ଆମ ରାଜ୍ୟରେ ମୃତ୍ୟୁସଂଖ୍ୟା ବଢୁନାହିଁ । ତେଣୁ ଏହା ଲୋକଙ୍କ ବାହାଦୁରୀ, ଏଥିରେ ସରକାରଙ୍କ କିଛି ବାହାଦୂରୀ ନାହିିଁ । ବର୍ତ୍ତମାନ କରୋନା ପାଇଁ ସାରା ଦେଶ ଓ ରାଜ୍ୟରେ ଯେଉଁ ଭୟାବୟ ପରିସ୍ଥିତି ଦେଖାଦେଲାଣି, ସେଥିପାଇଁ ସରକାର ଦାୟୀ । ପ୍ରଧାନମନ୍ତ୍ରୀ ମହାଶୟ, ବନାରସରେ ମାର୍ଚ୍ଚ ୧୮ରେ ଯେଉଁ କଥା କହିଥିଲେ କି, ମହାଭାରତ ଯୁଦ୍ଧ ୧୮ ଦିନରେ ସରିଥିଲା, ମୁଁ ସେହିପରି ୨୧ ଦିନ ସମୟ ମାଗୁଛି ସାରା ଭାରତବାସୀଙ୍କଠାରୁ ଏ ଦେଶରୁ କରୋନାମୁକ୍ତ କରିବାକୁ । କିନ୍ତୁ ଦୁଃଖ ଓ ପରିତାପର ବିଷୟ, ୨୧ ଦିନରୁ ଯାଇ ୩ ମାସ ହେଲାଣି, କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବଢି ଚାଲିଛି । ଏହା କେନ୍ଦ୍ର ଓ ରାଜ୍ୟସରକାରଙ୍କ ଅପାରଗତା ପାଇଁ । ତାହାର କାରଣ, ପ୍ରଥମେ ସରକାର କହିଲେ କିଛି ଅଫିସରମାନେ କରୋନା ମହାମାରୀକୁ ମୁକାବିଲା କରିବାପାଇଁ । ପରବର୍ତ୍ତି ସମୟରେ କହିଲେ ଯେଉଁ ପ୍ରବାସୀମାନେ ଓଡ଼ିଶାକୁ ଫେରିବେ, ସେମାନେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହିବେ ଓ ତାଙ୍କ କଥା ସରକାର ବୁଝିବେ । ଏହା ଘୋଷଣା କଲାପରେ ଲୋକେ ଘରମୁହାଁ ହୋଇଗଲେ । ସିଆଡ଼େ ଚାକିରୀ ନାହିଁ, ଖାଇବାକୁ ନାହିଁ, ତେଣୁ ଲୋକେ ଦୁର୍ଦ୍ଦିନରେ ଅଛନ୍ତି । ଏଣୁ ନିଜ ରାଜ୍ୟ ଆସିବା ପାଇଁ ବିକଳ ହୋଇ କିଏ ଚାଲିଚାଲି, କିଏ ସାଇକେଲ୍ରେ, କିଏ ଟ୍ୟାଙ୍କର ମାଧ୍ୟମରେ ଆସିଲେ । ପୁଣି ମଝିରେ ଗୋଟେ ସରକାର କଥା କହିଲେ ନିଜ ରାଜ୍ୟକୁ ପ୍ରବାସୀ ଶ୍ରମିକଙ୍କ ପାଇଁ ରେଳଭଡ଼ା ଖର୍ଚ୍ଚ କେନ୍ଦ୍ର ସରକାର ୮୫ ପ୍ରତିଶତ ଓ ରାଜ୍ୟ ସରକାର ୧୫% ବହନ କରିବେ । ଜାତୀୟ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିର୍ଦ୍ଦେଶରେ ପ୍ରବାସୀ ଶ୍ରମିକଙ୍କ ରେଳଭଡ଼ା ଖର୍ଚ୍ଚ ସମ୍ପୂର୍ଣ୍ଣ ବହନ କରିବୁ ବୋଲି ପ୍ରସ୍ତାବ ଦେଲୁ । କିନ୍ତୁ ସରକାର ଆମ କଥା ଶୁଣିଲେ ନାହିଁ, ସମୟ ଦେଲେନାହିଁ କି ସହଯୋଗ ମଧ୍ୟ କଲେନାହିଁ । ବର୍ତ୍ତମାନ ଏହି ସ୍ଥିତିରେ ତାଲବନ୍ଦ ଆସ୍ତେଆସ୍ତେ ଖୋଲିବା ଆରମ୍ଭ କଲାଣି । କିନ୍ତୁ ସରକାର ଗଣତନ୍ତ୍ର ତାଲାଟିକୁ କାହିଁକି ବନ୍ଦ କରି ରଖିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ପଟ୍ଟନାୟକ । କାରଣ ଯାହା ଦେଖାଯାଉଛି, ପ୍ରଧାନମନ୍ତ୍ରୀ ମୋଦି ମହାଶୟ କାଲି ଯେଉଁ ମିଟିଂ କଲେ, ସେଥିରେ ଆମ ରାଜ୍ୟର କେହି ମନ୍ତ୍ରୀ ନଥିଲେ, କିନ୍ତୁ କେନ୍ଦ୍ରମନ୍ତ୍ରୀ ଥିଲେ । ୧୯୯୯ ମସିହା ମହାବାତ୍ୟା ପରେ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଓଡ଼ିଶା ଗସ୍ତରେ ଆସିଥିଲେ । ସେ ଯେଉଁ ମିଟିଂ କରିଥିଲେ, ସେଥିରେ ସ୍ୱାସ୍ଥ୍ୟ ଓ ଶକ୍ତି ମନ୍ତ୍ରୀ ହିସାବରେ ଆମେ ଯୋଗ ଦେଇଥିଲୁ । କିନ୍ତୁ ଏଠାରେ ଉଭୟ ମୋଦି ଓ ନବୀନ ବୈଜ୍ଞାନିକ କାରଣ ଦର୍ଶାଇ କୌଣସି ରାଜନୈତିକ ଲୋକ, ସାମାଜିକ ଲୋକ, ବରିଷ୍ଠ ଲୋକଙ୍କ ସହିତ ଆଲୋଚନା କରୁନାହାଁନ୍ତି । ତେଣୁ ଏ ଗଣତନ୍ତ୍ରକୁ ଏକ ରକମ ଚାବି ପକାଇ ରଖିଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଦୟାକରି ଗଣତନ୍ତ୍ର ତାଲାକୁ ଖୋଲି ଏବଂ ସମସ୍ତଙ୍କ ସହିତ ଆଲୋଚନା କରି ଯେଉଁ ମହବିପତ୍ତି ଆସୁଛି ବୋଲି ତାକୁ ସାମ୍ନା କରିବାକୁ ପ୍ରସ୍ତୁତ ରୁହନ୍ତୁ । ବର୍ତ୍ତମାନ ଯେଉଁ ପରିସ୍ଥିତି ଦେଇ ଗତି କରୁଛି ବା ପରବର୍ତ୍ତୀ ସମୟରେ ଯେଉଁ ଭୟାବହ ପରିସ୍ଥିତି ହେବ, ଜନସାଧାରଣ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ କ୍ଷମା କରିବେ ନାହିଁ । ଗୋଟେ ଉଦାହଣ ଦେଇ ଶ୍ରୀ ପଟ୍ଟନାୟକ କହିଲେ ୨୦ ବର୍ଷ ଧରି ପ୍ରଚାର କରୁଛନ୍ତି, ଆମେ ଏତେ କୋଠା ଘର କରିଛୁ, ତେବେ ଏବେ ପ୍ରଶ୍ନ ଉଠୁଛି, ଏତେ ଚାଳଘର ଆସିଲା କେଉଁଠୁ । ଯେଉଁ ଚାଳଘରକୁ ସେହି ଚାଳଘର ରହିଛି । ଦୀର୍ଘବର୍ଷ ଧରି ତିଆରି ହେଉଥିବା କୋଠାଘର କାହାକୁ ଦିଆଯାଉଛି ବୋଲି ସରକାର ଉଚ୍ଚ ଦେବା ଉଚିତ୍ । କିଛି ମୁଷ୍ଟିମେୟ ସରକାରୀ ଅଫିସରଙ୍କୁ ଧରି ଏହି ମହାମାରୀ ‘କରୋନା’କୁ ମୁକାବିଲା କରିବା ଅସମ୍ଭବ । ଶାସନ ଏମିତି କରାଯାଏନାହିଁ । ଅନ୍ୟ ରାଜ୍ୟରୁ କିଛି ଶିଖନ୍ତୁ । ବର୍ତ୍ତମାନ ଯେମିତି ଓଡ଼ିଶାରେ ଶାସନ ଚାଲିଛି, ଲୋକେ ହନ୍ତସନ୍ତ ହେଉଛନ୍ତି, ଆହୁରି ମଧ୍ୟ ହେବେ । ଏଣୁ ପି.ସି.ସି. ସଭାପତି ଶ୍ରୀ ପଟ୍ଟନାୟକ ସରକାରଙ୍କୁ ଅନୁରୋଧ କରିଛନ୍ତି, ଶୀଘ୍ର ଗଣତନ୍ତ୍ରର ତାଲା ଖୋଲି ସମସ୍ତଙ୍କ ସହ ଆଲୋଚନା କରି କାର୍ଯ୍ୟ କରିବାକୁ । ନ ହେଲେ ଭୟାବହ ପରିସ୍ଥିତି ପାଇଁ ସରକାର ଦାୟୀ ରହିବେ ।
ଓଡ଼ିଶା ପ୍ରତି ପ୍ରଧାନମନ୍ତ୍ରୀଙ୍କ ଭଲପାଇବା : ୨୪ ଘଣ୍ଟା ଭିତରେ ମିଳିଲା ଅମ୍ପାନ ସହାୟତା
ଭୁବନେଶ୍ୱର:ଭାରତ ଇତିହାସରେ ପ୍ରଥମ ଥର। ଘୋଷଣାର ୨୪ ଘଣ୍ଟା ନ ପୁରଣୁ ସହାୟତା ମିଳିଲା। ଗତ କାଲି ପ୍ରଧାନମନ୍ତ୍ରୀ ଅମ୍ପାନ କ୍ଷୟକ୍ଷତି ଆକଳନ ପାଇଁ ଓଡ଼ିଶା ଆସିଥିଲା। ଏବଂ ଅନୁକମ୍ପା ସ୍ୱରୂପ ଅଗ୍ରୀମ ୫୦୦ କୋଟି ଟଙ୍କା ଘୋଷଣା କରିଥିଲେ। ଯାହାକି ଆଜି କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ଓଡ଼ିଶା ସରକାରଙ୍କୁ ୫୦୦ କୋଟି ଟଙ୍କା ପ୍ରଦାନ କରିଛି। ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ଟ୍ୱିଟ୍ ଯୋଗେ ଏହି ସୂଚନା ଦେଇଛନ୍ତି। ଏହାସହ ଏହି ତ୍ବରିତ ପଦକ୍ଷେପ ପାଇଁ ପ୍ରଦୀପ ଜେନା ଗୃହ ମନ୍ତ୍ରଣାଳୟ ଏବଂ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛିନ୍ତି।
ସୂଚନାଥାଉକି ଗତକାଲି ଅମ୍ପାନ କ୍ଷୟକ୍ଷତି ଆକଳନ ପାଇଁ ପ୍ରଧାନମନ୍ତ୍ରୀ ଓଡିଶା ଆସିଥିଲେ। ବିମାନ ବନ୍ଦରରେ ପହଂଚିବାର ପରେ ସେ ହେଲିକପ୍ଟର ଯୋଗେ ଯାଇ ଆକାଶ ମାର୍ଗରୁ ପ୍ରଭାବିତ ଅଞ୍ଚଳ ବୁଲି ଦେଖିଥିଲେ।ଦୀର୍ଘ ୨ ଘଣ୍ଟା ଧରି ସେ ପ୍ରଭାବିତ ଅଞ୍ଚଳ ବୁଲିଥିଲେ।ଏବଂ ସେଠାରୁ ଫେରିଲା ପରେ ଭୁବନେଶ୍ୱର ବିମାନ ବନ୍ଦର ଠାରେ ସରକାରଙ୍କ ସହ ଆଲୋଚନା କରିଥିଲେ । ଆଲୋଚନାରେ ପ୍ରଧାନମନ୍ତ୍ରୀଙ୍କ ସମେତ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ଓ ଦୁଇ କେନ୍ଦ୍ରମନ୍ତ୍ରୀ ଉପସ୍ଥିତ ଥିଲେ। ବାତ୍ୟାର ସବୁ ଦିଗକୁ ପୁଙ୍ଖାନୁପୁଙ୍ଖ ଭାବେ ତର୍ଜମା କଲା ପରେ ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ଅଗ୍ରୀମ ୫୦୦ କୋଟି ଟଙ୍କା ସହାୟତା ଘୋଷଣା କରିଥିଲେ। ପରେ କେନ୍ଦ୍ରୀୟ ଟିମ୍ ଓଡିଶା ଆସିବେ । ସେ ସମୟରେ ରାଜ୍ୟସରକାରଙ୍କ ଆଲୋଚନା ହେବ।ଏବଂ ବଳକା କ୍ଷତିର ଅର୍ଥ ଦେବାକୁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।ରାଜ୍ୟ ସରକାରଙ୍କ ଅମ୍ପାନ ମୁକାବିଲାକୁ ପ୍ରଧାନମନ୍ତ୍ରୀ ପ୍ରସଂଶା କରିଛନ୍ତି।ରାଜ୍ୟ ସହ କେନ୍ଦ୍ର ସରକାର ସବୁବେଳେ ଛିଡା ହୋଇଛନ୍ତି ବୋଲି କହିଛନ୍ତି।
ପ୍ରବାସୀ ଙ୍କୁ ସହାୟତା ର ହାତବଢ଼ାଇଲେ ଛାତ୍ର
ଦେବଗଡ଼ : ଦେବଗଡ଼ ସହର ଦେଇ ଯାଇଥିବା ବମ୍ବେ — କଲିକତା ଜାତୀୟ ରାଜପଥ ରେ ଶହ ଶହ ସଂଖ୍ୟାରେ ଯାଉଥିବା ପ୍ରବାସୀ ଙ୍କୁ ଗତ ସମବାର ଠାରୁ ବିଭିନ୍ନ ଶୁଖା ଖାଦ୍ୟ ସହ ପାଣି ବଂଟନ କରୁଛନ୍ତି ଦେବଗଡ଼ ସ୍ଥିତ ରାଜା ବାସୁଦେବ ହାଇସ୍କୁଲ ର ୧୯୮୯ ମସିହାର ମ୍ୟାଟ୍ରିକ ବ୍ୟାଚ ର ଛାତ୍ର ମାନେ । ,୧୯୮୯ ବ୍ୟାଚ ର ଛାତ୍ର ଦିଲୀପ ସାହୁ, ଫକୀର ମହାପାତ୍ର, ଅରୁଣ ଗଏଲ, ପ୍ରଶାନ୍ତ ଭୁକ୍ତା, ଶଙ୍କର୍ଷଣ ମିଶ୍ର, ପ୍ରତାପ ନାଏକ ଓ ଲୁଲୁ ନାଏକ ପ୍ରମୁଖ ବହୁ ଛାତ୍ର ବିଦ୍ୟାଳୟ ନିକଟରେ ରହି ଜାତୀୟ ରାଜପଥ ରେ ଯାଉଥିବା ପ୍ରବାସୀ ମାନଙ୍କୁ ଶୁଖା ଖାଦ୍ୟ, ପାଣି ଓ ଗ୍ଲୁକୋଜ ଇତ୍ୟାଦି ଦେଉଛନ୍ତି । ତାଙ୍କର ଏପରି ମହତ କାର୍ଯ୍ୟ କୁ ବିଭିନ୍ନ ମହଲରେ ସାଧୁବାଦ ଜଣାଇଛନ୍ତି । ଏହି କାର୍ଯ୍ୟ ଆଜି ଷଷ୍ଠ ଦିନ ରେ ପହଞ୍ଚି ଛି । ଏପରି ଏକ ଘଡିସନ୍ଧି ମୁହୂର୍ତ୍ତରେ ପ୍ରବାସୀ ମାନେ ନିଜ ଭିଟାମାଟି କୁ ଅତିକଷ୍ଟ ସହ ବିଭିନ୍ନ ଉପାୟରେ ଯାଉଥିବା ବେଳେ ଛାତ୍ର ମାନଙ୍କ ଏହି ସାହାଯ୍ୟ କୁ ସେମାନେ ଭୂୟସୀ ପ୍ରଶଂସା କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, କିଛି ଦିନହେବ ରାଜପଥ ରେ ଟ୍ରକ, ବସ, ସାଇକେଲ, ଚାଲି ଚାଲି ପ୍ରବାସୀ ମାନେ ଦେଶର ବିଭିନ୍ନ ସ୍ଥାନକୁ ଯାଉଥିବା ଦେଖିବାକୁ ମିଳିଛି ।ଛାତ୍ର ମାନେ ପ୍ରତ୍ୟେକ ଦିନ ଦୁଇବେଳ ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ବ ପ୍ରବାସୀ ଙ୍କୁ ଖାଦ୍ୟ ଯୋଗାଣ କରୁଛନ୍ତି ।
ପ୍ରଣବଙ୍କ ପାଇଁ ଫେରିଲେ ପ୍ରବାସୀ….
ଭୁବନେଶ୍ୱର : ବିପଦର ବନ୍ଧୁ ପ୍ରଣବ l କିଏ ଦୁଃଖରେ ଥିଲେ ସେ ସହାୟତାର ହାତ ବଢ଼ାନ୍ତି l ସବୁବେଳେ ଓ ସବୁ ସମୟରେ l ଲୋକଙ୍କ ପ୍ରତି ପ୍ରଣବଙ୍କ ଏହି ଭଲ ପାଇବା ପଣକୁ ବୁଝିଛନ୍ତି ନବୀନ l ଯେଉଁଠି ପାଇଁ ନବୀନଙ୍କ ଅତି ପ୍ରିୟ ଆଉ ଘନିଷ୍ଟ ହେଉଛନ୍ତି ପ୍ରଣବ । ଲୋକଙ୍କ ସହ ସବୁବେଳେ ରହି ଲୋକଙ୍କ ସେବାରେ ନିଜକୁ ସମର୍ପିତ କରିଥିବା ମଣିଷଟେ ସେ। ସେଥିପାଇଁ ତ କିଏ ବିପଦରେ ଥିବା ଖବର ପାଇଲା ମାତ୍ରେ ସେ ସେଠାରେ ପହଁଚି ଯାଆନ୍ତି। ଅଏସ ଆରାମ ଅପେକ୍ଷା ପରିଶ୍ରମ କରିବାକୁ ଭଲ ପାଆନ୍ତି ସେ । ଯାହାର ପୂର୍ବରୁ ଅନେକ ନିଦର୍ଶନ ଅଛି। ଆଉ ଏବେ ଓଡ଼ିଶାକୁ କରୋନା ଆସିବା ଦିନରୁ ରାଜ୍ୟରେ କରୋନାକୁ ହରାଇବା ପାଇଁ ପୁଲ ଦମ ଲଗେଇ ଦେଇଛନ୍ତି । ବର୍ତ୍ତମାନ ସମୟରେ ଓଡ଼ିଶାରୁ ବାହାରେ ଥିବା ପ୍ରବାସୀ ଶ୍ରମିକ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇଛି। ସେମାନଙ୍କୁ କେମିତି ରାଜ୍ୟକୁ ଫେରାଇ ଅଣାଯିବ । ଯାହାର ଭାର ମୁଣ୍ଡାଇଛନ୍ତି ଖୋଦ ପ୍ରଣବ ।କେହି ଓଡ଼ିଆ ଭାଇ ବାହାରେ ଭୋକରେ ଯେମିତି ନ ରହେ ତାରି ଉପରେ ତୀକ୍ଷ୍ଣ ନଜର ତାଙ୍କରି। ଏମିତି କି ସୋସିଆଲ ମିଡିଆରେ ଯଦି କିଏ ଗୁହାରି କରୁଛି ।
ତାକୁ ବି ଗୁରୁତର ସହ ଗ୍ରହଣ କରୁଛନ୍ତି ପ୍ରଣବ । ଏହି ନିକଟ ଯାଜପୁର ନିର୍ବାଚନୀ ମଣ୍ଡଳୀର ବହୁ ଶ୍ରମିକ ତାମିଲନାଡୁରେ ଫସି ରହିଥିଲେ l ଦେଶରେ ଲକ ଡାଉନ ଘୋଷଣା ପରେ ସେମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ l ଆଉ ଓଡ଼ିଶା ଫେରିବା ପାଇଁ ଅନେକ ଚେଷ୍ଟା କରିଥିଲେ। ଟ୍ରେନ ରେ ଆସିବାକୁ ଚେଷ୍ଠା କରି ବିଫଳ ହୋଇଥିଲେ l ବିଜେଡି ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବଙ୍କୁ ଯୋଗାଯୋଗ କରିଥିଲେ ଏହି ଶ୍ରମିକ ମାନେ l ଏ ଖବର ପ୍ରଣବ ପାଇଁ ମାତ୍ରେ ସେମାନଙ୍କୁ ଆଣିବା ପାଇଁ ପ୍ରୟାସ କରିଥିଲେ। ବସର ବ୍ୟବସ୍ତା କରିଥିଲେ ଫସିଥିବା ପ୍ରବାସୀଙ୍କ ପାଇଁ l ଏବେ ଗୋଟିଏ ବସ ଯୋଗେ ପ୍ରବାସୀମାନେ ଯାଜପୁର ଫେରିଥିଲେ। ଏହି ପ୍ରବାସୀ ମାନେ ଏକ ଭିଡ଼ିଓ ମାଧ୍ୟମରେ ବବିଙ୍କୁ ହାତ ଯୋଡି ଧନ୍ୟବାଦ ଜଣାଇଛନ୍ତି । ଆଉ ଭିଡିଓ ବାର୍ତ୍ତାରେ ପ୍ରବାସୀଙ୍କ ଖୁସି ଦେଖି ଅନେକ କୁହାକୁହି ହେଉଛନ୍ତି ଆମର ଏମିତି ନେତା ଆବଶ୍ୟକ l ଯେ କେବଳ ନିର୍ବାଚନ ସମୟରେ ନୁହେଁ, ବରଂ ସବୁ ସମୟରେ ଆମ ପାଖରେ ଥିବ l….
ରାଜ୍ୟରେ ଆସନ୍ତାକାଲି ଠାରୁ ଅନଲାଇନରେ ମିଳିବ ମଦ
ଭୁବନେଶ୍ୱର : ରାଜ୍ୟ ସରକାର ମଦକୁ ନେଇ ବଡ଼ ଘୋଷଣା। ଆସନ୍ତାକାଲି ଠାରୁ ଅନଲାଇନରେ ମିଳିବ ମଦ । ଆଜି ଏନେଇ ସରକାର ଅନୁମତି ପ୍ରଦାନ କରିଛନ୍ତି । କଣ୍ଟେନମେଣ୍ଟ ଜୋନ ଛାଡି ଆଉ ସବୁ ଜୋନରେ ଅନଲାଇନରେ ମଦ ମିଳିବ । ଏହାସହ ମଦ ଉପରେ କୋଭିଡ଼ ଫି’ ଲଗାଯାଇଛି । କୋଭିଡ଼ ଫି ୫୦% ଲଗାଯାଇଥିବାରୁ ମଦ ଦାମ ଦେଢ଼ଗୁଣା ହୋଇଯିବ । ଏମଆରପି ଉପରେ ହିଁ ଏହି ଫି’ ଲାଗୁ ହେବ । କୋଭିଡ଼ ଫି’ ବାବଦକୁ ମିଳିବାକୁ ଥିବା ଅର୍ଥ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଖର୍ଚ୍ଚ କରାଯିବ । କେବଳ ବିଦେଶୀ ମଦ ଓ ବିୟର ଉପରେ କୋଭିଡ଼ ଦର ଲାଗୁ କରାଯାଇଛି । ଏହା ସକାଳ ୭ଟାରୁ ଦିନ ୧ଟା ମଧ୍ୟରେ ଅନ୍ଲାଇନ୍ ଅର୍ଡର ନିଆଯିବ । ପରେ ସନ୍ଧ୍ୟା ୬ଟା ମଧ୍ୟରେ ଡେଲିଭରି କରାଯିବ। ଦେଶରେ ଲକ୍ ଡାଉନ ଆରମ୍ଭ ହେବା ପରେ ମଦ ଦୋକାନ ସବୁ ବନ୍ଦ ଥିଲା। ଫଳରେ ରାଜ୍ୟରେ ଅନେକ ଜାଗାରେ ଚୋରା ମଦ ବିକ୍ରି ହେଉଥିବାର ଅନେକ ନଜିର ଅଛି।
ଆସନ୍ତୁ ଜାଣିବା କେଉଁ ଜିଲ୍ଲାରୁ କେତେ କରୋନା ଆକ୍ରାନ୍ତ-
ଭୁବନେଶ୍ୱର: ରାଜ୍ୟରେ ପ୍ରତେକ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି। ଏହାସହ ଗୋଟେ ପରେ ଗୋଟେ ଜିଲ୍ଲାକୁ ମଧ୍ୟ ମାଡିବାରେ ଲାଗିଛି। ଆଜି ଖବର ଅନୁସାରେ ଏବେ ରାଜ୍ୟର ୨୬ ଜିଲ୍ଲା କରୋନା କବଳରେ। ଆଜି ପ୍ରଥମ ଥର ପାଇଁ ନବରଙ୍ଗପୁର ଓ ଗଜପତିକୁ ମଧ୍ୟ କରୋନା ଛୁଇଁଛି । ରାଜ୍ୟରେ ମୋଟ ୧୨୬୯ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି ।
ତେବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୮୨୬ରେ ପହଞ୍ଚିଥିବାବେଳେ ୪୩୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାସହ ୭ଜଣଙ୍କର ମୃତ୍ୟୁ ଘଟିଛି।
ତେବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ-
୧-ଗଞ୍ଜାମ ଜିଲ୍ଲାରେ – ୩୪୧
୨- ଯାଜପୁର ଜିଲ୍ଲାରେ -୨୩୯
୩-ବାଲେଶ୍ୱର ଜିଲ୍ଲାରେ -୧୨୮
୪- ଭଦ୍ରକ ଜିଲ୍ଲାରେ -୯୮
୫-ଖୋର୍ଦ୍ଧା ଜିଲ୍ଲାରେ -୭୪
୬-ପୁରୀ ଜିଲ୍ଲାରେ -୬୫
୭-କଟକ ଜିଲ୍ଲାରେ -୫୭
୮- କେନ୍ଦ୍ରାପଡ଼ା ଜିଲ୍ଲାରେ -୪୦
୯- ସୁନ୍ଦରଗଡ଼ ଜିଲ୍ଲାରେ -୩୩
୧୦-ବୌଦ୍ଧ ଜିଲ୍ଲାରେ -୩୩
୧୧-ନୟାଗଡ଼ ଜିଲ୍ଲାରେ -୩୨ ଜଣ
୧୨-ଜଗତସିଂହପୁର ଜିଲ୍ଲାରେ- ୩୦ ଜଣ ୧୩-ଅନୁଗୁଳ ଜିଲ୍ଲାରେ- ୧୯
୧୪-ମୟୂରଭଞ୍ଜ ଜିଲ୍ଲାରେ -୧୪
୧୫-କଳାହାଣ୍ଡି ଜିଲ୍ଲାରୁ -୧୩
୧୬- କେନ୍ଦୁଝର ଜିଲ୍ଲାରେ -୧୧
୧୭-ବଲାଙ୍ଗୀର ଜିଲ୍ଲାରେ -୯
୧୮-ମାଲକାନଗିରି ଜିଲ୍ଲାରେ -୮
୧୯-ଝାରସୁଗୁଡ଼ା ଜିଲ୍ଲାରେ -୫
୨୦-ସମ୍ବଲପୁର ଜିଲ୍ଲାରେ -୫
୨୧-କନ୍ଧମାଳ ଜିଲ୍ଲାରେ -୫
୨୨-ଗଜପତି ଜିଲ୍ଲାରେ -୪
୨୩-ଦେବଗଡ଼ ଜିଲ୍ଲାରେ- ୨
୨୪-ଢେଙ୍କାନାଳ ଜିଲ୍ଲାରେ- ୨
୨୫- କୋରାପୁଟ ଜିଲ୍ଲାରେ- ୧
୨୬-ନବରଙ୍ଗପୁର ଜିଲ୍ଲାରେ -୧
ନବରଙ୍ଗପୁର ଓ ଗଜପତିକୁ ଛୁଇଁଲା କରୋନା: ରାଜ୍ୟରେ ୧୨୬୯
ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମିବାର ନାଁ ଧରୁ ନାହିଁ। ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି ରାଜ୍ୟରେ ଆଉ ନୂଆ ୮୦ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ପ୍ରଥମ ଥର ପାଇଁ ଆଜି ନବରଙ୍ଗପୁରକୁ ଓ ଗଜପତିକୁ ଆଜି କରୋନା ଛୁଇଁଛି। ଗଞ୍ଜାମ -୧୯, ଯାଜପୁର-୧୪, ବାଲେଶ୍ୱର-୩, ପୁରୀ-୧୭, କଟକ-୧, ସୁନ୍ଦରଗଡ-୫, ନୟାଗଡ-୫, ବଲାଙ୍ଗିର-୧, ମାଲକାନଗିରି-୫, କନ୍ଧମାଳ-୨, ଝାରସୁଗୁଡା-୩, ନବରଙ୍ଗପୁର-୧, ଗଜପତି -୪ ଜଣ ଚିହ୍ନଟ । ବୋଲି ସ୍ୱସ୍ଥ୍ୟ ଓ ପରିବାର କଲ୍ୟାଣ ବିିଭାଗ ପକ୍ଷରୁ ସୂଚନା ଦେଇଛି।ସେମାନଙ୍କ ମଧ୍ୟରୁ ୭୧ଜଣ କ୍ବାରେଣ୍ଟିନ୍ ସେଣ୍ଟର୍ ର , ହୋମ କ୍ୱାରେଣ୍ଟାଇନ ଦୁଇ ଜଣ ଥିବାବେଳେ ୭ ଜଣ ଲୋକାଲ୍ ବୋଲି ଆକ୍ରାନ୍ତ ବୋଲି ଜଣାପଡିଛି।
ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୬୯ରେ ପଂହଚିଛି । ଏହାସହ ଏପର୍ଯ୍ୟନ୍ତ ୮୨୬ ଚିକିତ୍ସିତ ହେଉଥିବାବେଳେ ସୁସ୍ଥ ହୋଇ ୪୩୬ଜଣ ଘରକୁ ଫେରିଛନ୍ତି। ଏହାସହ ୭ ଜଣ ମୃତ୍ୟୁ ବରଣ କରିଛନ୍ତି।ବର୍ତ୍ତମାନ ପ୍ରବାସୀ ଲୋକ ଆସିଲା ପରେ ରାଜ୍ୟରେ ବୃଦ୍ଧି ର ମାତ୍ରା ପାଇଛି।












