ଓଡ଼ିଶାକୁ ଅଗ୍ରୀମ ୫୦୦ କୋଟିର ଅମ୍ପାନ ସହାୟତା ଦେଲେ ପ୍ରଧାନମନ୍ତ୍ରୀ…

ଭୁବନେଶ୍ୱର: ଅମ୍ପାନ କ୍ଷୟକ୍ଷତି ଆକଳନ ପାଇଁ ପ୍ରଧାନମନ୍ତ୍ରୀ ଆଜି ଓଡିଶା ଆସିଥିଲେ। ବିମାନ ବନ୍ଦରରେ ପହଂଚିବାର ପରେ ସେ ହେଲିକପ୍ଟର ଯୋଗେ ଯାଇ ଆକାଶ ମାର୍ଗରୁ ପ୍ରଭାବିତ ଅଞ୍ଚଳ ବୁଲି ଦେକହିଥିଲେ।ଦୀର୍ଘ ୨ ଘଣ୍ଟା ଧରି ସେ ପ୍ରଭାବିତ ଅଞ୍ଚଳ ବୁଲିଥିଲେ।ଏବଂ ସେଠାରୁ ଫେରିଲା ପରେ ଭୁବନେଶ୍ୱର ବିମାନ ବନ୍ଦର ଠାରେ ସରକାରଙ୍କ ସହ ଆଲୋଚନା କରିଥିଲେ ।ଆଲୋଚନାରେ ପ୍ରଧାନମନ୍ତ୍ରୀଙ୍କ ସମେତ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ଓ ଦୁଇ କେନ୍ଦ୍ରମନ୍ତ୍ରୀ ଉପସ୍ଥିତ ଥିଲେ। ବାତ୍ୟାର ସବୁ ଦିଗକୁ ପୁଙ୍ଖାନୁପୁଙ୍ଖ ଭାବେ ତର୍ଜମା କଲା ପରେ ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ଅଗ୍ରୀମ ୫୦୦ କୋଟି ଟଙ୍କା ସହାୟତା ଘୋଷଣା କରିଛନ୍ତି। ପରେ କେନ୍ଦ୍ରୀୟ ଟିମ୍ ଓଡିଶା ଆସିବେ । ସେ ସମୟରେ ରାଜ୍ୟସରକାରଙ୍କ ଆଲୋଚନା ହେବ।ଏବଂ ବଳକା କ୍ଷତିର ଅର୍ଥ ଦେବାକୁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।ରାଜ୍ୟ ସରକାରଙ୍କ ଅମ୍ପାନ ମୁକାବିଲାକୁ ପ୍ରଧାନମନ୍ତ୍ରୀ ପ୍ରସଂଶା କରିଛନ୍ତି।ରାଜ୍ୟ ସହ କେନ୍ଦ୍ର ସରକାର ସବୁବେଳେ ଛିଡା ହୋଇଛନ୍ତି ବୋଲି କହିଛନ୍ତି।

ପାକିସ୍ତାନରେ ଜନବସତି ଅଞ୍ଚଳରେ ବିମାନ ଦୁର୍ଘଟଣା

ଲାହୋର: ପାକିସ୍ତାନର ଲାହୋରଠାରେ ଏବେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି।ବିମାନଟି ଲାହୋରରୁ ଏକ ପାକିସ୍ତାନ ଇଣ୍ଟରନ୍ୟାସନାଲ୍ ଏୟାରଲାଇନ ବିମାନ କରାଚୀ ଅଭିମୁଖେ ଯାତ୍ରା କରୁଥିିବା ବେଳେ କରାଚୀ ବିମାନ ବନ୍ଦର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ବିମାନରେ ସମୁଦାୟ ୯୧ଜଣ ଯାତ୍ରୀ ଥିଲେ ।
ବିମାନଟି ଲାଣ୍ଡିଙ୍ଗ କରିବାର ୧ମିନିଟ୍ ପୂର୍ବରୁ ଦୁର୍ଘଟଣାଟି ଘଟିଥିଲା । ପ୍ରତ୍ୟକ୍ଷ ଦର୍ଶୀଙ୍କ କହିବା ଅନୁସାରେ ବିମାନଟି ତଳେ ଯାଉଥିବାର ଦେଖି ସମସ୍ତେ ଡରିଯାଇଥିଲେ ।ଏହାସହ ଏହା ଜନ ବସତି ଅଞ୍ଚଳରେ ଖାଦିପଡିଥିଲା। ଏବଂ ଏକ ବଡ଼ ବିସ୍ଫୋରଣ ହୋଇଥିଲା । ବିମାନଟି ଦୁର୍ଘଟଣାଗ୍ରସ୍ତ ହେବାପରେ ସ୍ଥାନୀୟ ଅଞ୍ଚଳରେ କେତେକ ଘରେ ମଧ୍ୟ ନିଆଁ ଲାଗିଯାଇଥିବାର ସୂଚନା ଏଏନଆଇ ସୂତ୍ରରୁ ଜଣାପଡ଼ିଛି ।
ଏହାସହ ଏବେ ଘଟଣାସ୍ଥଳରେ ପାକିସ୍ତାନ ସେନାବାହିନୀ ପକ୍ଷରୁ ଉଦ୍ଧାର ଲାଗି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଚାରୋଟି ଦମକଳ ସହାୟତାରେ ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା ଜରିରହିଛି।ଏବଂ ମୃତାହତ ସମ୍ପର୍କରେ ଏଯାଏଁ କିଛି ଖବର ମିଳିପାରିନାହିଁ

ରାଜ୍ୟରେ ଆଉ ୪୩ କରୋନା ଆକ୍ରାନ୍ତ ସୁସ୍ଥ. .

 

  • ଭୁବନେଶ୍ୱର:ଓଡିଶା ପାଇଁ ଏକ ଭଲ ଖବର ।ରାଜ୍ୟରେ ସୁସ୍ଥ ହେଲେ ଆଉ ୪୩ କରୋନା ପଜିଟିଭ ।ସେମାନେ ୧୫ ଜଣ ଅନୁଗୁଳ ଜିଲ୍ଲାର, ଗଞ୍ଜାମ, ରାଉଲକେଲା ଓ ଯାଜପୁରରୁ ୮ ଜଣ ଲେଖାଏଁ ଏବଂ ପୁରୀ, କେନ୍ଦ୍ରାପଡା, କଟକ ଓ ବୌଦ୍ଧ ଜିଲ୍ଲାରୁ ଜଣେ ।ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି ।ଏହାକୁ ମିଶାଇ ରାଜ୍ୟରେ କରୋନା ସୁସ୍ଥତା ସଂଖ୍ୟା ୪୩୬ କୁ ବୃଦ୍ଧି ପାଇଛି।

ଓଡ଼ିଶାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି….

ଭୁବନେଶ୍ୱର :ଲକ୍ ଡାଉନର ୮୩ ଦିନ ପରେ ଦିଲ୍ଲୀ ବାହାରକୁ ଆସିଲେ ପ୍ରଧାନମନ୍ତ୍ରୀ। ଅମ୍ପାନ ବାତ୍ୟା ପଶ୍ଚିମବଙ୍ଗ ଓ ଓଡ଼ିଶାରେ ତାଣ୍ଡବ ରଚିଥିଲା।ତାକୁ ସମୀକ୍ଷା କରିବା ପାଇଁ ପ୍ରଥମେ ପଶ୍ଚିମବଙ୍ଗ ଓ ଓଡ଼ିଶା ଗସ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ଏବେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି। ସେଠାରେ ତାଙ୍କୁ ଅଭିବାଦନ ଜଣାଇବା ପାଇଁ ରାଜ୍ୟପାଳ ଗଣେଶି ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , ମୁଖ୍ୟଶାସନ ସଚିବ ଅସିତ୍ ତ୍ରିପାଠୀ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜନ୍ତ ପଣ୍ଡା, ବିଜେପି ନେତା ଭୃଗୁ ବକ୍ସି ପତ୍ରଙ୍କ ସହ ଅନେକ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ। ସେଠାରୁ ଏବେ ସେ ସିଧାସଳଖ ହେଲିକପ୍ଟର ଯୋଗେ ଆକାଶ ମାର୍ଗରୁ ବାଲେଶ୍ଵର,ଭଦ୍ରକ ,ପାରାଦ୍ୱୀପ,କେନ୍ଦ୍ରାପଡାର ବାତ୍ୟାଞ୍ଚଳ ସମୀକ୍ଷା କରିବାକୁ ଯାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ,ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଣେଶି ଲାଲ, ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ ମଧ୍ୟ ଉପସ୍ଥିତ ଅଛନ୍ତି। ଆକାଶ ମାର୍ଗରୁ ସ୍ଥିତି ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟର ଅଧିକାରୀଙ୍କ ଏକ ଘଣ୍ଟା ଧରି ଏକ ବୈଠକ ହେବ। ପରେ ୬.୨୫ମିନିଟରେ ଦିଲ୍ଲୀ ଫେରିଯିବେ।

ପଶ୍ଚିମବଙ୍ଗକୁ ଅଗ୍ରୀମ ୧ ହାଜର କୋଟି ଘୋଷଣା କଲେ ମୋଦି…

କଲକତା : ଅମ୍ପନ କ୍ଷୟକ୍ଷତି ଆକଳନ ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗ ଗସ୍ତରେ ଆସିଛନ୍ତି। ସେଠାରେ ସେ ବିମାନ ବନ୍ଦରରେ ପହଂଚିବାର ପରେ ହେଲିକପ୍ଟର ଯୋଗେ ଯାଇ ଆକାଶ ମାର୍ଗରୁ ପ୍ରଭାବିତ ଅଞ୍ଚଳ ବୁଲି ଦେଖୁଥିଲେ। ପରେ ପଶ୍ଚିମବଙ୍ଗ ସରକାରଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ପରେ ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗକୁ ଅଗ୍ରୀମ ଏକ ହଜାର କୋଟି ଟଙ୍କା ଘୋଷଣା କରିଛନ୍ତି । ସମ୍ପୂର୍ଣ୍ଣ ଆକଳନ ପରେ ଅନ୍ୟ ପ୍ରାପ୍ୟ ଅର୍ଥ ରାଜ୍ୟକୁ ଦେବେ।ସେହିପରି ଅମ୍ପାନରେ ମୃତ୍ୟୁ ବରଣ କରିଥିବା ପରିବାରକୁ ଦୁଇ ଲକ୍ଷ ଏବଂ ଆହତ ବ୍ୟକ୍ତିକୁ ପଚାଶ ହାଜର କ୍ଷତି ପୂରଣ ଦେବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି।
କେନ୍ଦ୍ର ସରକାର ସବୁବେଳେ ପଶ୍ଚିମବଙ୍ଗ ସରକାରଙ୍କ ସହ ଅଛନ୍ତି । ଉଭୟ କରୋନା ଓ ଅମ୍ପାନକୁ ସଫଳ ମୁକାବିଲା କରିଥିବାରୁ ମମତା ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

କଲିକତା ପହଁଞ୍ଚିଲେ ମୋଦି….

କଲିକତା : କଲିକତା ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଞ୍ଚି ସାରିଛନ୍ତି। ସେଠାରେ ତାଙ୍କୁ ଅଭିବାଦନ ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଅନେକ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ। ସେଠାରୁ ସେ ଏବେ ସିଧାସଳଖ ହେଲିକପ୍ଟର ଯୋଗେ ଆକାଶ ମାର୍ଗରୁ ବାତ୍ୟା ସମୀକ୍ଷା କରିବାକୁ ଯାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟ, ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ ମଧ୍ୟ ଉପସ୍ଥିତ ଅଛନ୍ତି। ଆକାଶ ମାର୍ଗରୁ ସ୍ଥିତି ସମୀକ୍ଷା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଓ ଅଧିକାରୀଙ୍କ ଏକ ଘଣ୍ଟା ଧରି ଏକ ବୈଠକ ହେବ। ପରେ ୧.୪୫ ମିନିଟରେ ଭୁବନେଶ୍ୱର ଆସିବେ।

ବାତ୍ୟା ଅଂଚଳ ବୁଲିବେ ମୋଦି: ରହିବେ ସାଢେ ତିନି ଘଣ୍ଟା …

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁବେଳେ ଓଡ଼ିଆଙ୍କ ସହ ଅଛନ୍ତି। ପୂର୍ବ ଭାରତର ପୂର୍ବଦୋୟ ଓଡ଼ିଶାରୁ ଆରମ୍ଭ ହେବ ବୋଲି ସେ ବାରମ୍ବାର କହିଆସିଛନ୍ତି। ଦୁଇ ଦିନ ତଳେ ଓଡିଶାକୁ ବାତ୍ୟା ଅମ୍ପାନ ଆସିଥିଲା। ରାଜ୍ୟର ଚାରୋଟି ଜିଲ୍ଲା ତଥା ବାଲେଶ୍ୱର ,ଭଦ୍ରକ, ପାରାଦ୍ୱୀପ, କେନ୍ଦ୍ରାପଡାରେ ଅନେକ କ୍ଷତି କରିଛି। ତାହାର ସମୀକ୍ଷା କରିବାକୁ ଆଜି ପ୍ରଧାନମନ୍ତ୍ରୀ ଓଡିଶା ଗସ୍ତରେ ଆସୁଛନ୍ତି।ବାତ୍ୟା ପୂର୍ବ ଦିନ ମଧ୍ୟ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ମିଶି ପ୍ରଧାନମନ୍ତ୍ରୀ ରାଜ୍ୟରେ ଅମ୍ପାନ ମୁକାବିଲର ସ୍ଥିତି ପରଖିଥିଲେ।
ଆଜି ଅପରାହ୍ନ ୨.୫୦ ମିନିଟ୍ ରେ ଭୁବନେଶ୍ୱର ବନ୍ଦରରେ ପହଞ୍ଚିବେ। ୨.୫୫ ମିନିଟ୍ ରେ ଏମଆଇ-୧୭ ହେଲିକପ୍ଟରରେ ସିଧା ବାତ୍ୟାଞ୍ଚଳ ପରିଦର୍ଶନରେ ଯିବେ ।ତାଙ୍କ ସହ ଓଡ଼ିଶାର ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ ମଧ୍ୟ ରହିବେ । ତାଙ୍କ ସହ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଉପସ୍ଥିତ ରହିବେ । ପାଖାପାଖି ଦୁଇଘଣ୍ଟା ଧରି ପ୍ରଧାନମନ୍ତ୍ରୀ ଆକାଶମାର୍ଗରୁ ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ୪ ପ୍ରଭାବିତ ଜିଲ୍ଲାର ସ୍ଥିତି ଅନୁଧ୍ୟାନ କରିବେ । ୪.୫୫ ରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ଫେରି ଅପରାହ୍ନ ୫ଟାରୁ ୬ଟା ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ସହ ରିଲିଫ୍ ଓ ମରାମତି କାର୍ଯ୍ୟର ସମୀକ୍ଷା କରିବେ । ୬.୧୫ ମିନିଟ୍ ରେ ପ୍ରଧାନମନ୍ତ୍ରୀ ଦିଲ୍ଲୀ ଫେରିଯିବେ ।
ଏହା ପୂର୍ବରୁ ସେ ପଶ୍ଚିମବଙ୍ଗ ଯାଇ ସେଠାରେ ମଧ୍ୟ ଅମ୍ପାନ ସ୍ଥିତି ସମୀକ୍ଷା କରିବେ। ପଶ୍ଚିମବଙ୍ଗ ସରକାରଙ୍କ ସହ ଆଲୋଚନା କରିବେ।ସେଠାରୁ ସେ ୧.୪୫ ମିନିଟ୍ ରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ଆସିବାର କାର୍ଯ୍ୟକ୍ରମ ରହିଛି।

ରାଜ୍ୟରେ ଆଜି ଆଉ ୮୬ କରୋନା ଆକ୍ରାନ୍ତ ଚିହ୍ନଟ@୧୧୮୯…

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମିବାର ନାଁ ଧରୁ ନାହିଁ। ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି ରାଜ୍ୟରେ ଆଉ ନୂଆ ୮୬ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଯାଜପୁର ରୁ ନୂଆ ୪୬ , କଟକରୁ ୧୧ , ନୟାଗଡ ରୁ ୬ , ଗଂଜାମରୁ ୫ ଜଣ ବୋଲି ସ୍ୱସ୍ଥ୍ୟ ଓ ପରିବାର କଲ୍ୟାଣ ବିିଭାଗ ପକ୍ଷରୁ ସୂଚନା ଦେଇଛି।ସେମାନଙ୍କ ମଧ୍ୟରୁ ୮୦ ଜଣ କ୍ବାରେଣ୍ଟିନ୍ ସେଣ୍ଟର୍ ର , ଜଣେ କଣ୍ଟେନମେଣ୍ଟ ଜୋନ୍ ର ଆଉ ୫ ଜଣ ଲୋକାଲ୍ ଆକ୍ରାନ୍ତ।
ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୯ରେ ପଂହଚିଛି । ଏହାସହ ଏପର୍ଯ୍ୟନ୍ତ ୭୦୩ ଚିକିତ୍ସିତ ହେଉଥିବାବେଳେ ସୁସ୍ଥ ହୋଇ ୩୯୩ଜଣ ଘରକୁ ଫେରିଛନ୍ତି।ବର୍ତ୍ତମାନ ପ୍ରବାସୀ ଲୋକ ଆସିଲା ପରେ ରାଜ୍ୟରେ ବୃଦ୍ଧି ର ମାତ୍ରା ପାଇଛି।

ଆଜି ସାବିତ୍ରୀ, ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ବ୍ରତ କରୁଛନ୍ତି ମହିଳା ।

0

ବୀରଜା ମନ୍ଦିର ଚତୁର୍ପାଶ୍ବରେ ୧୪୪,
ସାମାଜିକ ଦୂରତ୍ବ ରକ୍ଷାକରି ବ୍ରତ ପାଳିଲେ ମହିଳା ।

ଯାଜପୁର: କାହିଁ କେଉଁ ଯୁଗରୁ ପ୍ରଚଳିତ ପ୍ରଥାକୁ ପାଳନ କରୁଛନ୍ତି ମହିଳା । ପୌରାଣିକ ତଥ୍ୟ ଅନୁସାରେ ଆଜିର ଦିନରେ ସାବିତ୍ରୀ ନିଜ ସ୍ବାମୀଙ୍କ ଜୀବନକୁ ଯମଙ୍କ ଠାରୁ ଫେରି ପାଇବାରେ ସକ୍ଷମ ହୋଇଥିଲେ ।ସାବିତ୍ରୀଙ୍କ ନିଷ୍ଠା ଓ ଭକ୍ତି ଆଗରେ ଯମରାଜ ହାର ମାନିଥିଲେ ।ସେହି ଗାଥାକୁ ପାଥେୟ କରି ବିବାହିତା ମହିଳାମାନେ ନିଜର ଶଂଖା ସିନ୍ଦୁରକୁ ବଜ୍ର କରିବା ପାଇଁ ଏହି ବ୍ରତ ପାଳନ କରିଛନ୍ତି । କରୋନାର ଭୟ ସାରା ବିଶ୍ବକୁ ଘାରିଥିବା ହେତୁ ବହୁ କଟକଣା ଜାରି ହୋଇଛି ।କିନ୍ତୁ ଯେମିତି ହେଉ ବ୍ରତ କରିବା ଯରୁରୀ । ତେଣୁ ସାମାଜିକ ଦୂରତା ରକ୍ଷା କରି ବିଭିନ୍ନ ସ୍ଥାନରେ ମହିଳାମାନେ ଏହି ବ୍ରତ ପାଳନ କରୁଥିବା ନଜରକୁ ଆସୁଛି ।ଆଜିର ଏହି ପବିତ୍ର ଦିନରେ ଯାଜପୁର ଜିଲ୍ଲାର ଅଧୀଷ୍ଠାତ୍ରି ଦେବୀ ମାଁ ବୀରଜାଙ୍କ ମନ୍ଦିରରେ ପ୍ରତିବର୍ଷ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୁଏ ।ଯେହେତୁ କରୋନା ପାଇଁ ସମଗ୍ର ଭାରତରେ ଲକଡାଉନ୍ ୪.୦ ଚାଲିଛି, ତେଣୁ ମନ୍ଦିର ଗୁଡିକରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ନିଷେଧ କରାଯାଇଛି ।ସେହିପରି ଗତକାଲି ଠାରୁ ବୀରଜାଙ୍କ ମନ୍ଦିର ଚତୁର୍ପାଶ୍ବରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ଧାରା ଲାଗୁ କରାଯାଇଛି । ଆଜି ବୀରଜାଙ୍କ ମନ୍ଦିର ପ୍ରାଙ୍ଗଣ ଜନଶୂନ୍ଯ ହୋଇଛି ।ପ୍ରକାଶ ଥାଉକି ଏହାଦ୍ବାରା ପ୍ରତ୍ୟେକ୍ଷ ଓ ପରୋକ୍ଷରେ ବହୁ ପୂଜକ ଓ ବ୍ଯବସାୟୀ ପ୍ରଭାବିତ ହୋଇଛନ୍ତି ।
ଅଜୟ ସାହୁ (ବିଗ୍ ନିଉଜ୍ ଓଡିଶା)

ପ୍ରଶଂସା ପରେ ଆଜି ଓଡିଶା ଆସୁଛନ୍ତି ମୋଦି : ଆକାଶ ମାର୍ଗରୁ କରିବେ ଅନୁଧ୍ୟାନ…

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନ 2.30 ରେ ଭୁବନେଶ୍ୱରରେ ପହଂଚିବେ ! ପ୍ରାୟ 2 ଘଣ୍ଟା ରାଜ୍ୟର ବିଭିନ୍ନ ବାତ୍ୟା ପ୍ରଭାବିତ ଜିଲ୍ଲା ଗସ୍ତ କରିବେ ! ଆକାଶ ମାର୍ଗରୁ ଏରିୟଲ ଭିୟୁ କରିବେ ! ପ୍ରଧାନମନ୍ତ୍ରୀଙ୍କ ସହିତ ଉପସ୍ଥିତ ରହିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ! ପ୍ରାୟ 2 ଘଣ୍ଟାର ଏରିୟଲ ଭିୟୁ କରିବା ପରେ ବିମାନବନ୍ଦର ଭିତରେ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହେବ ! ଏହି ବୈଠକରେ ରାଜ୍ୟ ବାତ୍ୟାରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇବ l ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଉନ୍ନୟନ କମିଶନ ସୁରେଶ ମହାପାତ୍ର, ଏସଆରସି ପ୍ରଦୀପ୍ତ ଜେନା, ପୋଲିସ ଡିଜି ଶ୍ରୀ ଅଭୟ, ଗୁଇନ୍ଦା ଡିଜି, ବରିଷ୍ଠ ପ୍ରଶାସନିକ ଅଧିକାରୀ ପ୍ରମୁଖ ଉପସ୍ଥିତ ରହିବେ ! ପ୍ରଧାନମନ୍ତ୍ରୀ ଆସିବା ପୃର୍ବରୁ ବାତ୍ୟା ପରିଚାଳନା ନେଇ ଓଡିଶା ନେଇଥିବା ପଦକ୍ଷେପକୁ ପ୍ରଶଂସା କରିଛନ୍ତି l ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଲାଗି 25 ଜଣିଆ ଏସପିଜି ଯବାନ ବିଳମ୍ବିତ ରାତିରେ ପହଁଚିଛନ୍ତି !

Follow us

20,832FansLike
0FollowersFollow
14,700SubscribersSubscribe

Latest news