ପ୍ରଣବଙ୍କ ପାଇଁ ଫେରିଲେ ପ୍ରବାସୀ….

- Advertisement -

ଭୁବନେଶ୍ୱର : ବିପଦର ବନ୍ଧୁ ପ୍ରଣବ l କିଏ ଦୁଃଖରେ ଥିଲେ ସେ ସହାୟତାର ହାତ ବଢ଼ାନ୍ତି l ସବୁବେଳେ ଓ ସବୁ ସମୟରେ l ଲୋକଙ୍କ ପ୍ରତି ପ୍ରଣବଙ୍କ ଏହି ଭଲ ପାଇବା ପଣକୁ ବୁଝିଛନ୍ତି ନବୀନ l ଯେଉଁଠି ପାଇଁ ନବୀନଙ୍କ ଅତି ପ୍ରିୟ ଆଉ ଘନିଷ୍ଟ ହେଉଛନ୍ତି ପ୍ରଣବ । ଲୋକଙ୍କ ସହ ସବୁବେଳେ ରହି ଲୋକଙ୍କ ସେବାରେ ନିଜକୁ ସମର୍ପିତ କରିଥିବା ମଣିଷଟେ ସେ। ସେଥିପାଇଁ ତ କିଏ ବିପଦରେ ଥିବା ଖବର ପାଇଲା ମାତ୍ରେ ସେ ସେଠାରେ ପହଁଚି ଯାଆନ୍ତି। ଅଏସ ଆରାମ ଅପେକ୍ଷା ପରିଶ୍ରମ କରିବାକୁ ଭଲ ପାଆନ୍ତି ସେ । ଯାହାର ପୂର୍ବରୁ ଅନେକ ନିଦର୍ଶନ ଅଛି। ଆଉ ଏବେ ଓଡ଼ିଶାକୁ କରୋନା ଆସିବା ଦିନରୁ ରାଜ୍ୟରେ କରୋନାକୁ ହରାଇବା ପାଇଁ ପୁଲ ଦମ ଲଗେଇ ଦେଇଛନ୍ତି । ବର୍ତ୍ତମାନ ସମୟରେ ଓଡ଼ିଶାରୁ ବାହାରେ ଥିବା ପ୍ରବାସୀ ଶ୍ରମିକ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇଛି। ସେମାନଙ୍କୁ କେମିତି ରାଜ୍ୟକୁ ଫେରାଇ ଅଣାଯିବ । ଯାହାର ଭାର ମୁଣ୍ଡାଇଛନ୍ତି ଖୋଦ ପ୍ରଣବ ।କେହି ଓଡ଼ିଆ ଭାଇ ବାହାରେ ଭୋକରେ ଯେମିତି ନ ରହେ ତାରି ଉପରେ ତୀକ୍ଷ୍ଣ ନଜର ତାଙ୍କରି। ଏମିତି କି ସୋସିଆଲ ମିଡିଆରେ ଯଦି କିଏ ଗୁହାରି କରୁଛି ।
ତାକୁ ବି ଗୁରୁତର ସହ ଗ୍ରହଣ କରୁଛନ୍ତି ପ୍ରଣବ । ଏହି ନିକଟ ଯାଜପୁର ନିର୍ବାଚନୀ ମଣ୍ଡଳୀର ବହୁ ଶ୍ରମିକ ତାମିଲନାଡୁରେ ଫସି ରହିଥିଲେ l ଦେଶରେ ଲକ ଡାଉନ ଘୋଷଣା ପରେ ସେମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ l ଆଉ ଓଡ଼ିଶା ଫେରିବା ପାଇଁ ଅନେକ ଚେଷ୍ଟା କରିଥିଲେ। ଟ୍ରେନ ରେ ଆସିବାକୁ ଚେଷ୍ଠା କରି ବିଫଳ ହୋଇଥିଲେ l ବିଜେଡି ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବଙ୍କୁ ଯୋଗାଯୋଗ କରିଥିଲେ ଏହି ଶ୍ରମିକ ମାନେ l ଏ ଖବର ପ୍ରଣବ ପାଇଁ ମାତ୍ରେ ସେମାନଙ୍କୁ ଆଣିବା ପାଇଁ ପ୍ରୟାସ କରିଥିଲେ। ବସର ବ୍ୟବସ୍ତା କରିଥିଲେ ଫସିଥିବା ପ୍ରବାସୀଙ୍କ ପାଇଁ l ଏବେ ଗୋଟିଏ ବସ ଯୋଗେ ପ୍ରବାସୀମାନେ ଯାଜପୁର ଫେରିଥିଲେ। ଏହି ପ୍ରବାସୀ ମାନେ ଏକ ଭିଡ଼ିଓ ମାଧ୍ୟମରେ ବବିଙ୍କୁ ହାତ ଯୋଡି ଧନ୍ୟବାଦ ଜଣାଇଛନ୍ତି । ଆଉ ଭିଡିଓ ବାର୍ତ୍ତାରେ ପ୍ରବାସୀଙ୍କ ଖୁସି ଦେଖି ଅନେକ କୁହାକୁହି ହେଉଛନ୍ତି ଆମର ଏମିତି ନେତା ଆବଶ୍ୟକ l ଯେ କେବଳ ନିର୍ବାଚନ ସମୟରେ ନୁହେଁ, ବରଂ ସବୁ ସମୟରେ ଆମ ପାଖରେ ଥିବ l….

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles