ଓଡ଼ିଶା ପ୍ରତି ପ୍ରଧାନମନ୍ତ୍ରୀଙ୍କ ଭଲପାଇବା : ୨୪ ଘଣ୍ଟା ଭିତରେ ମିଳିଲା ଅମ୍ପାନ ସହାୟତା

- Advertisement -

ଭୁବନେଶ୍ୱର:ଭାରତ ଇତିହାସରେ ପ୍ରଥମ ଥର। ଘୋଷଣାର ୨୪ ଘଣ୍ଟା ନ ପୁରଣୁ ସହାୟତା ମିଳିଲା। ଗତ କାଲି ପ୍ରଧାନମନ୍ତ୍ରୀ ଅମ୍ପାନ କ୍ଷୟକ୍ଷତି ଆକଳନ ପାଇଁ ଓଡ଼ିଶା ଆସିଥିଲା। ଏବଂ ଅନୁକମ୍ପା ସ୍ୱରୂପ ଅଗ୍ରୀମ ୫୦୦ କୋଟି ଟଙ୍କା ଘୋଷଣା କରିଥିଲେ। ଯାହାକି ଆଜି କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ଓଡ଼ିଶା ସରକାରଙ୍କୁ ୫୦୦ କୋଟି ଟଙ୍କା ପ୍ରଦାନ କରିଛି। ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ଟ୍ୱିଟ୍ ଯୋଗେ ଏହି ସୂଚନା ଦେଇଛନ୍ତି। ଏହାସହ ଏହି ତ୍ବରିତ ପଦକ୍ଷେପ ପାଇଁ ପ୍ରଦୀପ ଜେନା ଗୃହ ମନ୍ତ୍ରଣାଳୟ ଏବଂ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛିନ୍ତି।
ସୂଚନାଥାଉକି ଗତକାଲି ଅମ୍ପାନ କ୍ଷୟକ୍ଷତି ଆକଳନ ପାଇଁ ପ୍ରଧାନମନ୍ତ୍ରୀ ଓଡିଶା ଆସିଥିଲେ। ବିମାନ ବନ୍ଦରରେ ପହଂଚିବାର ପରେ ସେ ହେଲିକପ୍ଟର ଯୋଗେ ଯାଇ ଆକାଶ ମାର୍ଗରୁ ପ୍ରଭାବିତ ଅଞ୍ଚଳ ବୁଲି ଦେଖିଥିଲେ।ଦୀର୍ଘ ୨ ଘଣ୍ଟା ଧରି ସେ ପ୍ରଭାବିତ ଅଞ୍ଚଳ ବୁଲିଥିଲେ।ଏବଂ ସେଠାରୁ ଫେରିଲା ପରେ ଭୁବନେଶ୍ୱର ବିମାନ ବନ୍ଦର ଠାରେ ସରକାରଙ୍କ ସହ ଆଲୋଚନା କରିଥିଲେ । ଆଲୋଚନାରେ ପ୍ରଧାନମନ୍ତ୍ରୀଙ୍କ ସମେତ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ଓ ଦୁଇ କେନ୍ଦ୍ରମନ୍ତ୍ରୀ ଉପସ୍ଥିତ ଥିଲେ। ବାତ୍ୟାର ସବୁ ଦିଗକୁ ପୁଙ୍ଖାନୁପୁଙ୍ଖ ଭାବେ ତର୍ଜମା କଲା ପରେ ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ଅଗ୍ରୀମ ୫୦୦ କୋଟି ଟଙ୍କା ସହାୟତା ଘୋଷଣା କରିଥିଲେ। ପରେ କେନ୍ଦ୍ରୀୟ ଟିମ୍ ଓଡିଶା ଆସିବେ । ସେ ସମୟରେ ରାଜ୍ୟସରକାରଙ୍କ ଆଲୋଚନା ହେବ।ଏବଂ ବଳକା କ୍ଷତିର ଅର୍ଥ ଦେବାକୁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।ରାଜ୍ୟ ସରକାରଙ୍କ ଅମ୍ପାନ ମୁକାବିଲାକୁ ପ୍ରଧାନମନ୍ତ୍ରୀ ପ୍ରସଂଶା କରିଛନ୍ତି।ରାଜ୍ୟ ସହ କେନ୍ଦ୍ର ସରକାର ସବୁବେଳେ ଛିଡା ହୋଇଛନ୍ତି ବୋଲି କହିଛନ୍ତି।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles