ପ୍ରବାସୀ ଙ୍କୁ ସହାୟତା ର ହାତବଢ଼ାଇଲେ ଛାତ୍ର

- Advertisement -

ଦେବଗଡ଼ : ଦେବଗଡ଼ ସହର ଦେଇ ଯାଇଥିବା ବମ୍ବେ — କଲିକତା ଜାତୀୟ ରାଜପଥ ରେ ଶହ ଶହ ସଂଖ୍ୟାରେ ଯାଉଥିବା ପ୍ରବାସୀ ଙ୍କୁ ଗତ ସମବାର ଠାରୁ ବିଭିନ୍ନ ଶୁଖା ଖାଦ୍ୟ ସହ ପାଣି ବଂଟନ କରୁଛନ୍ତି ଦେବଗଡ଼ ସ୍ଥିତ ରାଜା ବାସୁଦେବ ହାଇସ୍କୁଲ ର ୧୯୮୯ ମସିହାର ମ୍ୟାଟ୍ରିକ ବ୍ୟାଚ ର ଛାତ୍ର ମାନେ । ,୧୯୮୯ ବ୍ୟାଚ ର ଛାତ୍ର ଦିଲୀପ ସାହୁ, ଫକୀର ମହାପାତ୍ର, ଅରୁଣ ଗଏଲ, ପ୍ରଶାନ୍ତ ଭୁକ୍ତା, ଶଙ୍କର୍ଷଣ ମିଶ୍ର, ପ୍ରତାପ ନାଏକ ଓ ଲୁଲୁ ନାଏକ ପ୍ରମୁଖ ବହୁ ଛାତ୍ର ବିଦ୍ୟାଳୟ ନିକଟରେ ରହି  ଜାତୀୟ ରାଜପଥ ରେ ଯାଉଥିବା ପ୍ରବାସୀ ମାନଙ୍କୁ ଶୁଖା ଖାଦ୍ୟ, ପାଣି ଓ ଗ୍ଲୁକୋଜ ଇତ୍ୟାଦି ଦେଉଛନ୍ତି ।   ତାଙ୍କର ଏପରି ମହତ କାର୍ଯ୍ୟ କୁ ବିଭିନ୍ନ ମହଲରେ ସାଧୁବାଦ ଜଣାଇଛନ୍ତି । ଏହି କାର୍ଯ୍ୟ  ଆଜି ଷଷ୍ଠ ଦିନ ରେ ପହଞ୍ଚି ଛି । ଏପରି ଏକ ଘଡିସନ୍ଧି ମୁହୂର୍ତ୍ତରେ ପ୍ରବାସୀ ମାନେ ନିଜ ଭିଟାମାଟି କୁ ଅତିକଷ୍ଟ ସହ ବିଭିନ୍ନ ଉପାୟରେ ଯାଉଥିବା ବେଳେ ଛାତ୍ର ମାନଙ୍କ ଏହି ସାହାଯ୍ୟ କୁ ସେମାନେ ଭୂୟସୀ ପ୍ରଶଂସା କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, କିଛି ଦିନହେବ ରାଜପଥ ରେ ଟ୍ରକ, ବସ, ସାଇକେଲ, ଚାଲି ଚାଲି ପ୍ରବାସୀ ମାନେ ଦେଶର ବିଭିନ୍ନ ସ୍ଥାନକୁ ଯାଉଥିବା ଦେଖିବାକୁ ମିଳିଛି ।ଛାତ୍ର ମାନେ ପ୍ରତ୍ୟେକ ଦିନ ଦୁଇବେଳ ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ବ ପ୍ରବାସୀ ଙ୍କୁ ଖାଦ୍ୟ ଯୋଗାଣ କରୁଛନ୍ତି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles