ନବରଙ୍ଗପୁର ଓ ଗଜପତିକୁ ଛୁଇଁଲା କରୋନା: ରାଜ୍ୟରେ ୧୨୬୯

- Advertisement -

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମିବାର ନାଁ ଧରୁ ନାହିଁ। ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି ରାଜ୍ୟରେ ଆଉ ନୂଆ ୮୦ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ପ୍ରଥମ ଥର ପାଇଁ ଆଜି ନବରଙ୍ଗପୁରକୁ ଓ ଗଜପତିକୁ ଆଜି କରୋନା ଛୁଇଁଛି। ଗଞ୍ଜାମ -୧୯, ଯାଜପୁର-୧୪, ବାଲେଶ୍ୱର-୩, ପୁରୀ-୧୭, କଟକ-୧, ସୁନ୍ଦରଗଡ-୫, ନୟାଗଡ-୫, ବଲାଙ୍ଗିର-୧, ମାଲକାନଗିରି-୫, କନ୍ଧମାଳ-୨, ଝାରସୁଗୁଡା-୩, ନବରଙ୍ଗପୁର-୧, ଗଜପତି -୪ ଜଣ ଚିହ୍ନଟ । ବୋଲି ସ୍ୱସ୍ଥ୍ୟ ଓ ପରିବାର କଲ୍ୟାଣ ବିିଭାଗ ପକ୍ଷରୁ ସୂଚନା ଦେଇଛି।ସେମାନଙ୍କ ମଧ୍ୟରୁ ୭୧ଜଣ କ୍ବାରେଣ୍ଟିନ୍ ସେଣ୍ଟର୍ ର , ହୋମ କ୍ୱାରେଣ୍ଟାଇନ ଦୁଇ ଜଣ ଥିବାବେଳେ ୭ ଜଣ ଲୋକାଲ୍ ବୋଲି ଆକ୍ରାନ୍ତ ବୋଲି ଜଣାପଡିଛି।
ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୬୯ରେ ପଂହଚିଛି । ଏହାସହ ଏପର୍ଯ୍ୟନ୍ତ ୮୨୬ ଚିକିତ୍ସିତ ହେଉଥିବାବେଳେ ସୁସ୍ଥ ହୋଇ ୪୩୬ଜଣ ଘରକୁ ଫେରିଛନ୍ତି। ଏହାସହ ୭ ଜଣ ମୃତ୍ୟୁ ବରଣ କରିଛନ୍ତି।ବର୍ତ୍ତମାନ ପ୍ରବାସୀ ଲୋକ ଆସିଲା ପରେ ରାଜ୍ୟରେ ବୃଦ୍ଧି ର ମାତ୍ରା ପାଇଛି।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles