ଭୁବନେଶ୍ୱର: ଆଜି ଭୁବନେଶ୍ୱର ଓ କଟକରେ ଗଡିବ ମୋ ବସ। ଆଜି ଏହି ଦୁଇ ସହରରେ ପ୍ରଥମ ପର୍ଯ୍ୟାୟରେ ୭ଟି ରୁଟରେ ଚାଲିବ ଏହି ବସ୍। ଯଥା ଏୟାରପୋର୍ଟ-ସିଡିଏ, ନନ୍ଦନବିହାର-ଲିଙ୍ଗିପୁର, ମାଷ୍ଟରକ୍ୟାଣ୍ଟିନ-ସିଡିଏ ରେ ବସ୍ ଚାଲିବ। ସେହିପରି ମାଷ୍ଟରକ୍ୟାଣ୍ଟିନ-ଖୋର୍ଦ୍ଧା, ମାଷ୍ଟରକ୍ୟାଣ୍ଟିନ-ସମ୍ ହସ୍ପିଟାଲ, ଡୁମୁଡୁମା-ମଞ୍ଚେଶ୍ୱରରେ ବସ୍ ଚାଲିବ। ମାଷ୍ଟରକ୍ୟାଂଟିନ ଓ ଏମ୍ସ ମଧ୍ୟରେ ବି ବସ୍ ଚଳାଚଳ କରିବ।
ଦୀର୍ଘ ଦୁଇ ମାସ ପରେ ପରୀକ୍ଷା ମୂଳକ ଭାବେ ଏହି ବସ ଚାଲିବ। ସକାଳ ୭ ରୁ ସନ୍ଧ୍ୟା ୭ ମଧ୍ୟରେ ସବୁ ବସ୍ ଚାଲିବ। ସିଟଠାରୁ ଅଧିକ ଲୋକ ଯାଇପାରିବେନି। ଅର୍ଥାତ କେହି ବସରେ ଠିଆ ହୋଇ ଯାଇପାରିବେ ନାହିଁ। ଓ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କାରାଯାଇଛି।ଏହା ସହ ଟିକଟ ମୂଲ୍ୟ ଯେତିକି ସେତିକି ଖୁଚୁରା ଦେବାକୁ କୁହାଯାଇଛି।
ଆଜି ଗଡିବ ସିଟି ବସ….
ଟିକ୍ ଟକ ନିଶାରେ ଯୁବପିଢି…..
ଅନୁଗୁଳ : ଟିକ୍ ଟକ । ବହୁତ କମ ଦିନରେ ଏହି ଆପ ଭାରତରେ ବେଶ ଲୋକପ୍ରିୟ। ଏଥିପାଇଁ କମ୍ପାନୀ ମଧ୍ୟ ଭିଡିଓ କରୁଥିବା ଲୋକଙ୍କୁ ଟଙ୍କା ମଧ୍ୟ ଦେଉଛି। ଏଥିରେ କ୍ଷୁଦ୍ର ଭିଡିଓ ପ୍ରସ୍ତୁତ କାରାଯାଏ।ଏହାର ଅବଧି ବି ବହୁତ କମ୍। ମାତ୍ର ୧୦-୧୫ ସେକେଣ୍ଡ ମଧ୍ୟରେହେଲେ ବି ଏହା ମନୋରଞ୍ଜନର ମାଧ୍ୟମ ସାଜିଛି | ଏବେ ଦେଶରେ ଛୁଆ ଠାରୁ ବୁଢା ଯାଏଁ ଏହାର ମାୟାଜାଲରେ। ରାତାରାତି ସେଲିବ୍ରିଟି ହେବାର ନିଶା ଏମାନଙ୍କୁ। ସେଥିରେ ଟିକେ ନାଚିଦେବା। ଆଉ ଆମକୁ ହାଜର ହଜାର ଲୋକ ଦେଖିବେ। ଲାଇକ କରିବେ। କମେଣ୍ଟ ଦେବେ। ଆଉ ଆମେ ଫେମସ୍ ହୋଇଯିବୁ। କିଏ ହିରୋ ହେବୁ ତ ଆଉ କିଏ ହିରୋଇନ। ବଜାରରେ ଆମର ଖାତିର ବଢିବ । ଏମିତି କେତେ କଣ ସ୍ୱପ୍ନ ଏହି ଟିକ୍ ଟକ କଳାକାରଙ୍କର। ଏ ହେଉଛି ତାଙ୍କର ବ୍ୟକ୍ତିଗତ ବ୍ୟାପାର ।ଏଥିରେ କିଛି କହିବାର ନାହିଁ।
ଯଦି କଥା ଏତିକିରେ ସୀମିତ ରୁହନ୍ତା ତାହାଲେ ଠିକ୍।ହେଲେ ନା !ଏବେ ଲୋକ ଟିକ୍ ଟକ ନିଶାରେ ପାଗଳ। ସେଲିବ୍ରିଟି ହେବାର ନିଶାଟା ତାଙ୍କୁ ଘାରିଛି ।କିଏ କିଏ ଭିଡିଓ ପାଇଁ ଜୀବନକୁ ବାଜି ଲଗେଇ ଦେଉଛନ୍ତି ତ ଆଉ କିଏ କିଏ ଝିଅ ଦେହକୁ ।ବାପା ମାଆଙ୍କ ଠାରୁ ଲୁଚିକି ହେଲେ ବି ଭିଡିଓ କରିବେ। ଏମିତିକି ଲୁଚିକି ପାଇଖାନାରେ ମଧ୍ୟ ଭିଡିଓ କରୁଛନ୍ତି।ନିଜର ବହୁମୂଲ୍ୟ ସମୟ ପାଠରେ ଦେବା ଛାଡି ଟିକ୍ ଟକରେ ଦେବେ। ହେଲେ ଏ ସବୁ କିଛି ଫରକ ପଡେନି ତାଙ୍କୁ। ବାସ୍ ମିଛ ଲୋକପ୍ରିୟତା ଦରକାର ।ଏଥିପାଇଁ ସବୁ କିଛି ମୂଲ ଦେବାକୁ ପ୍ରସ୍ତୁତ ଏହି
ଟିକ୍ ଟକ ପ୍ରେମୀ।ଏମିତି କି ବାପା ମାଙ୍କ ନାଁ ବି ତଳେ ପଡିଯାଉ। ବାସ୍ ତାଙ୍କର ତ ଲୋକପ୍ରିୟତା ଦରକାର।
ଏମିତି ଅନେକ ନଜର ଅଛି ।ଟିକ୍ ଟକ କରିବାକୁ ଯାଇ ଅନେକ ଲୋକଙ୍କର ଜୀଵନ ଯାଇଛି। କିଏ ଟ୍ରେନରୁ ଖସିପଡିଛି ତ ଆଉ କିଏ ପାହାଡ଼ ଉପରୁ ଡେଇଁଛି । କେବଳ ଲୋକ ତାଙ୍କୁ ଦେଖିବେ। ଆଉ ଭିଡିଓରେ କିଛି ନୂତନତ୍ୱ ଥିଲେ ଅଧିକ ଶେୟାର ହେବ। ଆଉ ବଡ଼ ଟିକ୍ ଟକ ୟୁଜର ହେବେ। ଲୋକ ତାଙ୍କ ସହ ରାସ୍ତା ଘାଟରେ ସେଲ୍ଫି ଉଠେଇବେ। ଏହି ନିକଟରେ ଜଣେ ଦଶମ ଶ୍ରେଣୀ ପିଲା ଟିକ୍ ଟକ କରିବାକୁ ଯାଇ ଜୀଵନ ହରେଇଛି। ବେକରେ ଦଉଡି ଦେଇ ମରିବାର ଅଭିନୟ କରୁଥିଲା। ହେଲେ ସତରେ ମରିଗଲା। ତା ପରିବାର ପାଇଁ ବହୁତ କଷ୍ଟ ଦାୟକ ଘଟଣା ଇଏ।
ଟିକ୍ ଟକର ନିଶାଟା ଝିଅ ପିଲାଙ୍କୁ ଟିକେ ଅଧିକା ଲାଗିଥିବାର ଦେଖିବାକୁ ମିଳୁଛି। ଯାହାକି ତାଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଉଛି।ସେମାନେ କିଛିଟା ଲାଇକ ପାଇଁ ନିଜର ଶରୀର ମଧ୍ୟ ଦେଖାଇବାକୁ ପଛଉ ନାହାନ୍ତି। ଏମିତି କି ବଳତ୍କାରକୁ ପ୍ରମୋଟ କଲାପରିକା ଭିଡିଓ ମଧ୍ୟ ଦେଖିବାକୁ ମିଳୁଛି। ଆଖି ନଚାଇ ଠୁମକା ଲଗାଇ ଦର୍ଶକଙ୍କୁ ବାନ୍ଧି ରଖିବାରେ ଅନେକାଂଶରେ ସଫଳ ହୋଇଛନ୍ତି ଏହି ଯୁବ ପିଢ଼ି। ହେଲେ ବାସ୍ତବିକରେ ତାଙ୍କ ମୂଳ ଲକ୍ଷ୍ୟ ଠାରୁ ଦୂରେଇ ଯାଉଛନ୍ତି ଏମାନେ।
ଟିକ୍ ଟକ ପ୍ଲାଟଫର୍ମରେ ମଧ୍ୟ ଅନେକ ସମୟରେ ଧର୍ମ ପ୍ରଚାର କରୁଥିବାର ନଜିର ଅଛି। ଲୋକଙ୍କୁ ଉତ୍ତେଜିତ କଲା ପରିକା ଭିଡିଓ କରୁଛନ୍ତି। ଫଳରେ ସମାଜରେ ଧାର୍ମିକ ଯୁଦ୍ଧ ହେବାର ସମ୍ଭାବନାକୁ ମଧ୍ୟ ଆଡେଇ ହେବନି। ଏହାସହ ଅସଭ୍ୟ ଭାଷାରେ ଗାଳି ଗୁଲଜ କରୁଥିବାର ଭିଡିଓ ଟିକ୍ ଟକରେ ଘୁରି ବୁଲୁଛି।
ମୁଖ୍ୟତଃ ଏହି ଆପକୁ ଯୁବ ବର୍ଗର ପୁଅ ଝିଅମାନେ ଅଧିକା ବ୍ୟବହାର କରୁଛନ୍ତି।ଏହି ଆପର ମୁଖ୍ୟ ଉଦ୍ଦେଶ୍ୟ ଥିଲା କି ସମସ୍ତଙ୍କର ଟ୍ୟାଲେଣ୍ଟକୁ ଲୋକଙ୍କ ସାମ୍ନାକୁ ଆଣିବା। ହେଲେ ଏବେ ଏହା ମୂଳ ଲକ୍ଷ୍ୟଠାରୁ ଲାଇନଚ୍ୟୁତ। କାରଣ ଟିକ୍ ଟକ ନିଶାରେ ଅନେକ ଲୋକ ନିଜର ପ୍ରାଣ ହରାଇଲେଣି।ଆଉ କେହି କେହି ଲୋକପ୍ରିୟତା ପାଇଁ ଅଶୀଲତାକୁ ଆପଣେଇ ନେଉଛନ୍ତି।ଏପରିକି ପାଠ ପଢିବା ସମୟରେ ଭିଡିଓ ତିଆରିରେ ଲାଗି ରହୁଛନ୍ତି। ଆଉ ନିଜ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଉଛନ୍ତି। ଏହାର ଯେ କେବଳ ଅପକାରିତା ଅଛି ତାହା ମଧ୍ୟ ନୁହଁ। କାରଣ ଅନେକଙ୍କର ଲୋକାୟିତ ପ୍ରତିଭା ଏବେ ସାମ୍ନାକୁ ଆସିଛି।ଯାହାକି ବହୁତ ଖୁସିର କଥା। ହେଲେ ସବୁ କରିବାର ଗୋଟେ ସୀମା ଥାଏ। ନିର୍ଦ୍ଦିଷ୍ଟ ସୀମାରେ ରହି ଟିକ୍ ଟକ କଲେ ଅନେକ ଧନ ଜୀଵନ ସୁରକ୍ଷିତ ରହିପାରିବ।
ଆରପାରିରେ ବିଶିଷ୍ଟ ଶିଶୁ ରୋଗ ବିଶେଷଜ୍ଞ ଅକ୍ଷୟ ରାଉତ…
ଭୁବନେଶ୍ୱର : ସବୁବେଳେ ଗରିବ ଲୋକଙ୍କ ସେବାରେ ସାରା ଜୀବନ ସମର୍ପିତ କରିଥିଲେ। ସେ ହେଉଛନ୍ତି ବିଶିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଅକ୍ଷୟ ରାଉତ। ସେ ଆଉ ନାହାନ୍ତି। ୭୨ ବର୍ଷ ବୟସରେ ତାଙ୍କର ଏକ ଘରୋଇ ହସ୍ପିଟାଲରେ ଆଜି ଦେହାନ୍ତ ହୋଇଛି। ୧୯୭୨ ମସିହାରେ ଏସସିବିରେ ପାଠ ପଠା ଶେଷ କରିଥିଲେ। ତାପରେ ଓଡ଼ିଶାର ଜଣେ ଶିଶୁ ରୋଗ ବିଶେଷଜ୍ଞ ଭାବେ ପ୍ରତିଷ୍ଠିତ ହୋଇଥିଲେ। ସେ କେନ୍ଦ୍ରାପଡା ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ।ଏବେ ତାଙ୍କର ତିନି ଝିଅ ଅଛନ୍ତି।ସେଥିମଧ୍ୟରୁ ବଡ ଝିଅ ଏବେ ମିଶନ ଶକ୍ତିର ନିର୍ଦ୍ଦେଶିକା। ଆଇଏସ ସୁଜାତା କେର୍ତ୍ତିକେୟାନ ପାଣ୍ଡିଆନ।ଏହା ସହ ତାଙ୍କର ଆଉ ଦୁଇ ଝିଅ ମଧ୍ୟ ରହିଛନ୍ତି।ତାଙ୍କର ଦେହାନ୍ତ ପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶୋକ ଜାଣିଛନ୍ତି। ଶ୍ରୀ ରାଉତ ହେଉଛନ୍ତି 5ଟି ସଚିବ ଭି. କେ ପାଣ୍ଡିଆନଙ୍କ ଶଶୁର l
ପିଟରସନଙ୍କୁ ମୁହଁ ଚୁପ କରାଇଲେ ବିରାଟ….
ନୂଆଦିଲ୍ଲୀ : ଟୁଇଟର କମେଣ୍ଟକୁ ନେଇ ସାମ୍ନା ସାମ୍ନା ହେଲେ ହେଲେ ବିରାଟ କୋହଲି ଓ କେଭିନ ପିଟରସନ। ବିରାଟ ଏକ ଫୋଟ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ।ଏଥିରେ ପିଟରସନ ନିଜ ଦାଢୀର ଯତ୍ନ ନିଅ ବୋଲି କଟାକ୍ଷ କରିଥିଲେ। ତାର ପ୍ରତିଉତ୍ତରରେ କୋହଲି ତୁମ ଟିକ୍ ଟକ ଭିଡିଓଠାରୁ ମୋ ଦାଢ଼ି ଭଲ ଅଛି ବୋଲି କହିଥିଲେ।ତାପରେ ପିଟରସନ ଚୁପ ହୋଇଯାଇଥିଲେ।
ଏବେ ଲକ୍ ଡାଉନ ପାଇଁ ସବୁ ଖେଳାଳି ଘରେ ସମୟ କାଟୁଛନ୍ତି ।ସେଥିପାଇଁ ଘରେ କାଟୁଥିବା ସମୟର ଫୋଟକୁ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି। କେତେବେଳେ ବିରାଟ ଡାଇନେସର ଭଙ୍ଗୀରେ ତ ଆଉ କେତେବେଳେ ଅନୁଷ୍କା ତାଙ୍କର ଚୁଟି କାଟୁଥିବା ଚିତ୍ର ସାମାଜିକ ଗଣ ମାଧ୍ୟମରେ ଛାଡ଼ୁଛନ୍ତି।ଅନେକ ଫୋଟକୁ ପ୍ରଶଂସା କରୁଥିବା ବେଳେ ଆଉ କେତେ ତାଙ୍କୁ ସମାଲୋଚନା ମଧ୍ୟ କରୁଛନ୍ତି।
ଆସନ୍ତା କାଲିଠାରୁ ରାଜଧାନୀରେ ଗଡିବ ସିଟି ବସ୍
ଭୁବନେଶ୍ୱର: ଆସନ୍ତାକାଲିଠାରୁ ଭୁବନେଶ୍ୱର ଓ କଟକରେ ମୋ ବସ୍ ଚାଲିବ । ଏହି ଦୁଇ ସହରର ୭ଟି ରୁଟ୍ରେ ମୋ ବସ୍ ଚାଲିବ। ୭ଟି ରୁଟ୍ରେ ବିନା ଶୀତତାପ ନିୟନ୍ତ୍ରିତ ବସ୍ ଚଳାଚଳ କରିବ।
ଏୟାରପୋର୍ଟ-ସିଡିଏ, ନନ୍ଦନବିହାର-ଲିଙ୍ଗିପୁର, ମାଷ୍ଟରକ୍ୟାଣ୍ଟିନ-ସିଡିଏ ରେ ବସ୍ ଚାଲିବ। ସେହିପରି ମାଷ୍ଟରକ୍ୟାଣ୍ଟିନ-ଖୋର୍ଦ୍ଧା, ମାଷ୍ଟରକ୍ୟାଣ୍ଟିନ-ସମ୍ ହସ୍ପିଟାଲ, ଡୁମୁଡୁମା-ମଞ୍ଚେଶ୍ୱରରେ ବସ୍ ଚାଲିବ। ମାଷ୍ଟରକ୍ୟାଂଟିନ ଓ ଏମ୍ସ ମଧ୍ୟରେ ବି ବସ୍ ଚଳାଚଳ କରିବ । ବସରେ ଯାତ୍ରା କରିବା ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ମାସ୍କ ପିନ୍ଧି ନଥିବା ଯାତ୍ରୀମାନେ ବସ୍ରେ ଯାଇପାରିବେ ନାହିଁ । ବସ୍ ରେ ଠିଆ ହୋଇ ଯାତ୍ରା କରିପାରିବେ ନାହିଁ । ସକାଳ ୭ରୁ ସନ୍ଧ୍ୟା ୭ଟା ଯାଏଁ ବସ୍ ଚଳାଚଳ କରିବ ବୋଲି ନିଷ୍ପତି ହୋଇଛି ।
ରାଜ୍ୟରେ ଆଉ ୯୯କରୋନା ଆକ୍ରାନ୍ତ ସୁସ୍ଥ….
ଭୁବନେଶ୍ୱର:ଓଡିଶା ପାଇଁ ଏକ ଭଲ ଖବର ।ରାଜ୍ୟରେ ସୁସ୍ଥ ହେଲେ ଆଉ ୯୯ କରୋନା ପଜିଟିଭ ।ସେମାନେ ବାଲେଶ୍ବର-୩୪,ଗଞ୍ଜାମ-୧୫,ଯାଜପୁର-୧୩,କେନ୍ଦ୍ରାପଡ଼ା-୧୩,ପୁରୀ-୧୦,ଭଦ୍ରକ-୯, ନୟାଗଡ଼-୩,ସୁ୍ନ୍ଦରଗଡ଼-୧,ଦେବଗଡ଼-୧
।ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି ।ଏହାକୁ ମିଶାଇ ରାଜ୍ୟରେ କରୋନା ସୁସ୍ଥତା ସଂଖ୍ୟା କୁ୬୪୯ ବୃଦ୍ଧି ପାଇଛି।
ଆସନ୍ତା କାଲି ଆରମ୍ଭ ହେବ ମ୍ୟାଟ୍ରିକ ଖାତା ଦେଖା…
ଭୁବନେଶ୍ୱର : ଆସନ୍ତାକାଲି ମାଟ୍ରିକ ଖାତା ମୂଲ୍ୟାୟନ ଆରମ୍ଭ ହେବ। ୬୦ଟି ସେଣ୍ଟରରେ ହେବାକୁଥିବା ମୂଲ୍ୟାୟନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି ଶିକ୍ଷାମନ୍ତ୍ରୀ ସମୀର ଦାସ କହିଛନ୍ତି।ଏହାସହ ଖାତା ଦେଖା କେନ୍ଦ୍ରରେ ସାମାଜିକ ଦୂରତା ସହ ସାନିଟାଇଜର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯିବ।
ପୂର୍ବରୁ ମଧ୍ୟ ମାର୍ଚ୍ଚ ୧୯ ତାରିଖରେ ଗୋଟିଏ ଦିନ ପାଇଁ ମ୍ୟାଟ୍ରିକ ଖାତା ମୂଲ୍ୟାୟନ ହୋଇଥିଲା। ହେଲେ କରନା ଯୋଗୁ ଲକ୍ ଡାଉନ ହେବାରୁ ଏହା ସ୍ଥଗିତ ରହିଥିଲା। ସେହିପରି ପୁଣିଥରେ ମେ ୨୦ରେ ଖାତା ଦେଖିବା ପାଇଁ ସ୍ଥିର କରାଯାଇଥିଲା। ହେଲେ ଅମ୍ପନ ବାତ୍ୟା ପାଇଁ ଏହା ମେ ୨୧କୁ ପରିବର୍ତ୍ତନ କରାଯାଇଥିଲା। ତେବେ କିଛି ଅଂଚଳରେ ବାତ୍ୟା ପ୍ରଭାବି ହୋଇଥିବାରୁ, ଏହାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଥିଲା। ଶେଷରେ ଆସନ୍ତା କାଲି ମେ ୨୬ ତାରିଖରୁ ଖାତା ଦେଖା ପାଇଁ ସ୍ଥିର ହୋଇଛି। ୪୫ ଦିନ ଭିତରେ ଫଳାଫଳ ବାହାରିବ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଖାତାଦେଖା ହେବ। ସମସ୍ତ ପରୀକ୍ଷା ଖାତା ସୁରକ୍ଷିତ ଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କହିଛନ୍ତି।
ସାନିଟାଇଜର ପ୍ରସ୍ତୁତ କଲେ ସୋଆ ଗବେଷକ….
ଭୁବନେଶ୍ୱର: କରୋନା ମହାମାରୀ ସହ ମାନବଜାତିର ଯୁଦ୍ଧ ଜାରି ରହିଥିବା ବେଳେ ଏହି ଯୁଦ୍ଧରେ ସାମିଲ ହୋଇଥିବା ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ଭାଇରସ ସହ ଲଢେଇ କରିବା ସହ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟଗତ ସୁରକ୍ଷା ଦେବା ନିମନ୍ତେ ପ୍ରସ୍ତୁତ କରିଛି ଏକ ସ୍ୱତନ୍ତ୍ର ସାନିଟାଇଜର l
ସୋଆ ପରିଚାଳିତ ସ୍କୁଲ ଅଫ ଫାର୍ମାସ୍ୟୁଟିକାଲ ସାଇନ୍ସେସ ଅଧିନସ୍ଥ ସେଣ୍ଟର ଅଫ ବାଇଓଟେକ୍ନୋଲୋଜିର ଗବେଷକ ମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି ଏହି ସ୍ୱତନ୍ତ୍ର ସାନିଟାଇଜର l ଇସାପ୍ରୋପାନଲ, ହାଇଡ୍ରୋଜେନ ପେରୋକ୍ସସାଇଡ, ଗ୍ଲିସେରୋଲ ଏବଂ ସ୍କିନ ଏମୋଲିଏଣ୍ଟ ପ୍ରଭୃତି ମିଶ୍ରଣ କରାଯାଇ ବ୍ୟବହାର କରାଯାଇଥିବା ସୂଚନା ଦେଇଛନ୍ତି ସିବିଟିର ଆସିଷ୍ଟାଣ୍ଟ ପ୍ରଫେସର ଡ଼ଃ ବାସୁଦେବ କର l ଲେମନ ଗ୍ରାସ(ଲେମ୍ବୁ ଘାସ ) ସୁଗନ୍ଧ ମିଶ୍ରିତ ଏହି ସାନିଟାଇଜରର 300 ଟି ବୋତଲ ପ୍ରସ୍ତୁତ କରାଯାଇଥିବା ସେ କହିଛନ୍ତି l
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିୟମାବଳି ଅନୁଯାୟୀ ଏହି ସାନିଟାଇଜର ପ୍ରସ୍ତୁତ କରାଯାଇଥିବା ବେଳେ ବଜାରରେ ବିକ୍ରି ନୁହେଁ ବିଭିନ୍ନ କ୍ଷେତ୍ରରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି କେବଳ ବଣ୍ଟନ କରାଯିବ ବୋଲି ଡ଼ଃ କର କହିଛନ୍ତି l
ଡ଼ଃ କର ଏବଂ ଡ଼ଃ ସୁପ୍ରଭା ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ଶୁଭଶ୍ରୀ ସିଂ, ଭାସ୍କର ଚନ୍ଦ୍ର ସାହୁ, ମନସ୍ବିନୀ ଦାସ, ଦେବାଶିଷ ସାହୁ ଏବଂ ଭବାନୀ ଶଙ୍କର ବେହେରା ବେହେରା ପ୍ରମୁଖ ସୋଆ ସିବିଟିର ଗବେଷକ ମାନେ ଏହି ସାନିଟାଇଜର ପ୍ରସ୍ତୁତିରେ ସାମିଲ ଥିଲେ l
ଏହି ଗବେଷକ ଟିମଙ୍କୁ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଂଜନ ନାୟକ, ଏସପିଏସ ଡିନ ପ୍ରଫେସର ଏସ.ସି. ସି ଏବଂ ସିବିଟି ମୁଖ୍ୟ ପ୍ରଫେସର ସଂଘମିତ୍ରା ନାୟକ ପ୍ରମୁଖ ତାଙ୍କ ସଫଳତା ନିମନ୍ତେ ଶୁଭେଚ୍ଛା ଜଣାଇଛନ୍ତି. I
ଭୁବନେଶ୍ୱର ବିମାନ ବନ୍ଦରରୁ ଆଜି ଉଡିଲା ବିମାନ..
ଭୁବନେଶ୍ୱର : ଦୀର୍ଘ ଦୁଇ ମାସପରେ ଆଜି ଦେଶରେ ଆରମ୍ଭ ହୋଇଛି ବିମାନ ଚଳା ଚଳ। ଏହି କ୍ରମରେ ଆଜି ଭୁବନେଶ୍ୱର ବିମାନ ବନ୍ଦରରୁ ଅନ୍ତର୍ଦେଶୀୟ ଯାତ୍ରୀବାହି ବିମାନ ସେବା ଚାଲୁ ହୋଇଛି।
ଏକ ବିମାନ ଭୁବନେଶ୍ୱର ରୁ ଯାତ୍ରୀଙ୍କୁ ନେଇ ୯.୪୦ ମିନିଟରେ ପ୍ରଥମ ବିମାନ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛି ।ଏହାସହ ବିଭିନ୍ନ କାରଣରୁ ବିମାନ ସେବାରେ ବାଧା ସୃଷ୍ଟି ହେବାରୁ ଭୁବନେଶ୍ୱର- ହାଇଦ୍ରାବାଦ, ଭୁବନେଶ୍ୱର -ଝାସୁଗୁଡା, ଭୁବନେଶ୍ୱର -କୋଲକାତା ବିମାନ ସେବା ବାତିଲ ହୋଇଛି । ଏନେଇ ସୂଚନା ଦେଇଛନ୍ତି ବିମାନ ବନ୍ଦର ନିର୍ଦେଶକ ଭିଭି ରାଓ ।
ସମସ୍ତେ କରୋନା ଗାଇଡ଼ ଲାଇନ ମାନିବାଯାତ୍ରୀଙ୍କ ପାଇଁ ମାସ୍କ ଓ ଗ୍ଳୋବସ୍ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।ଏବଂ ବିମାନ ବନ୍ଦର ପ୍ରବେଶ ଓ ପ୍ରସ୍ଥାନ ପଥରେ ଫର୍ମାଲ ସ୍କାନିଂ ମଧ୍ୟ କରାଯିବ ବୋଲି ସୂଚନା ମିଳିଛି ।
ରାଜ୍ୟରେ ଆଉ ୧୦୩କରୋନା ଆକ୍ରାନ୍ତ ଚିହ୍ନଟ @୧୪୩୮….
ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମିବାର ନାଁ ଧରୁ ନାହିଁ। ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି ରାଜ୍ୟରେ ଆଉ ନୂଆ ୧୦୩ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ସେମାନେ ଦେବଗଡ଼ ୨୨ , କେନ୍ଦ୍ରାପଡ଼ା ୧୫, ଜଗତସିଂହପୁର ୧୦, ମାଲକାନଗିରି ୯,ଭଦ୍ରକ ୮,ବଲାଙ୍ଗୀର ୮, ଗଜପତି୬, କୋରାପୁଟ 6, ବାଲେଶ୍ଵର 5, ଖୋର୍ଦ୍ଧା 5, ଗଞ୍ଜାମ୪, ଯାଜପୁର ୧,, କନ୍ଧମାଳ ୧, ଢେଙ୍କାନାଳ ୧,, ମୟୁରଭଞ୍ଜ୧, କେନ୍ଦୁଝର ୧ ବୋଲି ସ୍ୱସ୍ଥ୍ୟ ଓ ପରିବାର କଲ୍ୟାଣ ବିିଭାଗ ପକ୍ଷରୁ ସୂଚନା ଦେଇଛି।ସେମାନଙ୍କ ମଧ୍ୟରୁ ୯୬ଜଣ କ୍ବାରେଣ୍ଟିନ୍ ସେଣ୍ଟରରେ ଥିଲେ ବୋଲି ଜଣାପଡିଛି।ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା୧୪୩୮ ରେ ପଂହଚିଛି । ଏହାସହ୮୮୧ ଜଣ ଚିକିତ୍ସାଧୀନ, ୫୫୦ ଜଣ ସୁସ୍ଥ ହୋଇସାରିଲେଣି। ଆଉ ୭ ଜଣ ମୃତ୍ୟୁ ବରଣ କରିଛନ୍ତି।ବର୍ତ୍ତମାନ ପ୍ରବାସୀ ଲୋକ ଆସିଲା ପରେ ରାଜ୍ୟରେ ବୃଦ୍ଧି ର ମାତ୍ରା ପାଇଛି।














