ବାହା ବାହିଠାରୁ ଦୂରରେ ବବି

- Advertisement -

ଭୁବନେଶ୍ୱର : 2019 ନିର୍ବାଚନ ସରିଥାଏ। ସମସ୍ତଙ୍କ ନଜର ମନ୍ତ୍ରୀ ପଦ ଉପରେ ଥାଏ। କିଏ ନୂଆ ଆସିବ, କେଉଁ ପୁରୁଣା ରହିବେନି, ସେ ନେଇ ହିସାବ ଚାଲିଥାଏ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସବୁଠାରୁ ବିଶ୍ୱସ୍ତ କୁହାଯାଉଥିବା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ @ ବବି ମନ୍ତ୍ରୀ ପଦ ପାଇବେ ବୋଲି ସବୁ ନିଶ୍ଚିତ ଥିଲେ। ବବିଙ୍କ ଘରେ ବି ବିଧାୟକମାନଙ୍କ ଲବି କିଛି କମ ନଥିଲା। ସବୁ ବିଧାୟକ କହୁଥାନ୍ତି, “ଭାଇ ତମେ ତ ଯେମିତି ହେଲେ ହେବ, ଆମ କଥା ଟିକେ ଭାବିବେ।”
ହେଲେ ବବି ମନ୍ତ୍ରୀ ପଦ ନେଲେ ନାହିଁ। ବରଂ ମନ୍ତ୍ରୀ ଗଢ଼ିବାରେ ବିଶେଷ ଭୂମିକା ନେଲେ। ମନ୍ତ୍ରୀ ପଦ ବାଣ୍ଟିବାରେ ବି ବବିଙ୍କ ଥିଲା ପ୍ରମୁଖ ଭୂମିକା। ମନ୍ତ୍ରୀ ପଦ ନ ନେଇ ଦଳକୁ ସମ୍ଭାଳିବାକୁ ଅଧିକ ଗୁରୁତ୍ୱ ଦେଇଥିଲେ ବବି। କାରଣ ଦଳୀୟ ନେତା ନବୀନଙ୍କ ପରେ ବବିଙ୍କୁ ମାନୁଥିଲେ। ଯଦି ମନ୍ତ୍ରୀ ପଦ ନେଇ ସଚିବାଳୟରେ ବସି ପଡ଼ିଥାନ୍ତେ ବବି, ଦଳ ପାଇଁ ସକ୍ରିୟ ସମୟ ଦେଇ ପାରି ନଥାନ୍ତେ। ଆଉ ପ୍ୟାରୀ ବାବୁଙ୍କ ପରି କ୍ଷମତା ଆଶା ନ ରଖି ଦଳକୁ ଆଗେଇବା ଦାୟିତ୍ୱ ନେଇଥିଲେ ବବି।
ଏହାର ଫଳ ବି ଆସିଲା। ନବୀନ ବିଜେପୁର ଆସନ ଛାଡ଼ିବା ପରେ ଉପନିର୍ବାଚନ ହେଲା। ବବି ବିଜେପୁର ଯାଇ ଗୋଟି ଚାଲଣ କଲେ। ବିଜେଡିର ରିତା ସାହୁ ଯେଉଁ 1,35,957 ଭୋଟରେ ଜିତିଲେ, ତାହା ଓଡ଼ିଶା ଇତିହାସରେ ସର୍ବାଧିକ ମାର୍ଜିନରେ ବିଜୟ।
ସେହିପରି ପୁରୀ ସୌନ୍ଦର୍ଯ୍ୟକରଣ ପାଇଁ ମଙ୍ଗୁ ମଠ ବିବାଦ ହେଲା। ଶିଖ ଧର୍ମଗୁରୁ ବହୁ ବର୍ଷ ତଳେ ମଙ୍ଗୁ ମଠ ଆସିଥିବାରୁ, ପଞ୍ଜାବ ଲୋକ ଏହାକୁ ନ ଭାଙ୍ଗିବା ଜିଦରେ ଓଡ଼ିଶା ଆସିଲେ। ଏ ନେଇ ଲୋକସେବା ଭବନରେ ଗୃହ ମନ୍ତ୍ରୀ ସ୍ତରୀୟ ବୈଠକ ବି ବସିଲେ। ଏଥିରେ ବବି ବି ଅଂଶଗ୍ରହଣ କରିଥିଲେ। ବୈଠକ ସଫଳ ହେଲା। ପଞ୍ଜାବର ବିଧାୟକମାନେ ବବିଙ୍କୁ ସାନ ଭାଇର ଆଖ୍ୟା ଦେଲେ। ବବିଙ୍କ ଏତେ କାମର ପ୍ରଶଂସା ଖୁବ କମ କଥା କହୁଥିବା ନବୀନ ବାବୁ ବି କରିବାକୁ ପଛାଇ ନାହାନ୍ତି। ବବିଙ୍କୁ ଦଳର ସାଙ୍ଗଠନିକ ସମ୍ପାଦକ କଲେ ଯାହା ବିଜୁ ଜନତା ଦଳରେ ନବୀନଙ୍କ ପର ତଥା ଗୁରୁତ୍ୱପୂର୍ଣ୍ଣ ପଦ।
ଏବେ ତ ମହାମାରୀ ସମୟ। ବବିଙ୍କ କାମ ବଢ଼ିଲା। ଭୁବନେଶ୍ୱରର ଯେଉଁ ସୂର୍ଯ୍ୟନଗରରେ ରହିଲେ, ସେଠାରେ ସିରିଜ କରନା ରୋଗୀ ବାହାରିଲେ। ସେହିପରି ତାଙ୍କ ଯାଜପୁରରେ ବି ରୋଗୀ ସଂଖ୍ୟା ବଢ଼ିଲା। ହେଲେ ପ୍ରଶାସନ ସହ ମିଶି ଉଭୟ ସ୍ଥାନରେ ବବି ଏମିତି ପଦକ୍ଷେପ ନେଲେ ଯେ ଲୋକଙ୍କ ମନରୁ ଭୟ ଦୁରେଇ ଗଲା।
କଥାରେ ଅଛି, କ୍ଷମତା ପାଇଁ ପଦପଦବୀ ଦରକାର ପଡେନି। ଯୋଗ୍ୟ ବ୍ୟକ୍ତି ପାଖକୁ ଏହା ସ୍ୱୟଂ ଆସେ। ବବି ବି ତାହା ହିଁ ପ୍ରମାଣିତ କରିଛନ୍ତି। ମନ୍ତ୍ରୀ ପଦ ନେଲେନି ସିନା, ନବୀନଙ୍କ ସେନାର ବିଶ୍ୱସ୍ତ ସେନାପତି ଯେ ବବି, ଏଥିରେ ଦୁଇମତ ନାହିଁ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles