ବିଜେପି ଯୁବ ମୋର୍ଚ୍ଚାର କରୋନା ଯୋଦ୍ଧାଙ୍କୁ ସମାନ…

- Advertisement -

ବିଜେପି ଯୁବ ମୋର୍ଚ୍ଚାର କରୋନା ଯୋଦ୍ଧାଙ୍କୁ ସମାନ
ଭୁବନେଶ୍ୱର: କରୋନା ମହାମାରୀ ଏବେ ପ୍ରତ୍ୟେକ ଦେଶବାସୀଙ୍କୁ ଚିନ୍ତାରେ ପକାଇଛି। ହେଲେ ଓଡ଼ିଶାରେ କରୋନା ସେତେ ବେଶି ପ୍ରଭାବ ପକାଇ ପାରିନାହିଁ। ଏହାର ସମସ୍ତ ଶ୍ରେୟ କରୋନା ଯୋଦ୍ଧାଙ୍କ ପାଖକୁ ଯିବ। ଯାହାକୁ ବୁଝିପାରିଛନ୍ତି ବିଜେପି ଯୁବ ମୋର୍ଚ୍ଚାର ସଦସ୍ୟମାନେ ।ସେଥିପାଇଁ କରୋନା ଯୋଦ୍ଧାମାନଙ୍କୁ ବିଜେପି ଯୁବ ମୋର୍ଚ୍ଚା ତରଫରୁ ସମ୍ବର୍ଦ୍ଧିନା କରାଯାଇଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସେମାନଙ୍କ ମନବଳକୁ ବୃଦ୍ଧି କରିବା। ଏହି ମର୍ମରେ ବିଜେପି ଯୁବ ମୋର୍ଚ୍ଚା ତରଫରୁ ଗଣ ମାଧ୍ୟମ ପ୍ରତିନିଧି ,ହସ୍ପିଟାଲର କର୍ମଚାରୀ ,ଥାନା କର୍ମଚାରୀ, ସଫେଇ କର୍ମଚାରୀମାନଙ୍କୁ ସମ୍ମାନିତ କରାଯାଇଛି। ସମସ୍ତ ଯୋଦ୍ଧାଙ୍କୁ ଉତ୍ତରୀୟ ସହ ମାନପତ୍ର ଦିଆଯାଇଛି। ଯାହାକି ସମାଜକୁ ଏକ ଭଲ ବାର୍ତ୍ତା ଯାଉଛି। ଯୁବ ମୋର୍ଚ୍ଚାର ଏହି ଅଭିନବ ପ୍ରୟାସକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି। ବିଶେଷ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ଆହ୍ୱାନରେ ଯୁବ ମୋର୍ଚ୍ଚା ଏପରି କାର୍ଯ୍ୟକ୍ରମ କରୁଥିବା କହିଛନ୍ତି। ବିଜେପି ଭୁବନେଶ୍ୱର ଯୁବ ମୋର୍ଚ୍ଚା ସଭାପତି ଅଭିଷେକ ଆଚାର୍ଯ୍ୟ,ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆଙ୍କ ସମେତ ରଞ୍ଜନ କୁମାର ମୁଦୁଲି ଯୁବ ମୋର୍ଚ୍ଚା ଉପ ସଭାପତି ତାଙ୍କ ସହ ଯୁବ ମୋର୍ଚ୍ଚାର କର୍ମକର୍ତ୍ତା ପ୍ରିୟବ୍ରତ ମହାପାତ୍ର, ବାପୁନି ପରିଡା ପ୍ରମୁଖ ଯୋଗ ଦେଇ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles