ସୁପରମ୍ୟାନ ଶାସନର ପଂଚମ ପାଳିର ପ୍ରଥମ ବର୍ଷ…

- Advertisement -

ଭୁବନେଶ୍ୱର : ସ୍ଥିର ଓ ଲମ୍ବା ସରକାର । ପ୍ରତି ନିବାର୍ଚନରେ ଲୋକଙ୍କ ବିଶ୍ୱାସ ଜିଣି ନବୀନ ସାଜିଛନ୍ତି ଓଡ଼ିଶା ରାଜନୀତିର ଅପ୍ରତିଦ୍ୱନ୍ଦୀ ରାଜନେତା ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ । ହାତ ଗଣତି ଦୁଇ ୩ଟି ମୁଖ୍ୟମନ୍ତ୍ରୀଙ୍କ ଛାଡ଼ିଦେଲେ ଲମ୍ବା ସମୟ ଧରି ମୁଖ୍ୟମନ୍ତ୍ରୀ ଭାବେ ରହିବାରେ ନବୀନ ଇତିହାସ ପୃଷ୍ଠାରେ ରଚିଛନ୍ତି ନାଁ। ସରଳ ଜୀବନ ବିତାଉଥିବା ନବୀନ ନିଜର ସ୍ୱଚ୍ଛଶାସନ ଓ ସୁପ୍ରଶାସନିକ ବ୍ୟବସ୍ଥା ଯୋଗୁଁ ଲୋକଙ୍କ ଅାସ୍ଥା ଭାଜନ ହୋଇଛନ୍ତି । ୨୦୦୦ ମସିହାରୁ ୨୦୨୦ ଯାଏ ନବୀନ ଶାସନର ମୂଳମନ୍ତ୍ର ହେଉଛି ଜନସେବା ଓ ବିକାଶ । ନାରୀ ସଶକ୍ତି କରଣ , ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା, ଗରିବଙ୍କୁ ଟଙ୍କିକିଅା ଚାଉଳ, ସବୁ ବର୍ଗର ଲୋକଙ୍କୁ ଭତ୍ତା ରାସ୍ତାଘାଟର ଉନ୍ନତିକରଣ ସହ ଧର୍ମ ନିରପକ୍ଷ ଶାସନର ମାଇଲଖୁଣ୍ଟ ଭାବେ ନବୀନ ଅାଜକୁ ୨୦ବର୍ଷ ଧରି ଓଡ଼ିଶାବାସୀଙ୍କ ଶାସନ ଡ଼ୋରୀରେ ବାନ୍ଧି ରଖିପାରିଛନ୍ତି । ୧୧୯୯ ମହାବାତ୍ୟା ଠାରୁ ଅାରମ୍ଭ କରି ହୁଡ଼ହୁଡ଼,ଫାଇଲିନ,ଫନି,ବୁଲବୁଲ,ଅମ୍ପାନ, ବତ୍ୟା ସହ କରୋନା ମହାମାରୀ ପରି ବଡ଼ବଡ଼ ପ୍ରାକୃତିକ ବିପର୍ଯ୍ୟୟକୁ ୨୦ବର୍ଷ ଶାସନ ଭିତରେ ନବୀନ ଯେପରି ଭାବେ ସୁପରିଚାଳନା କରିଛନ୍ତି। ଏହାସହ ସବୁ ଅଗ୍ନପରୀକ୍ଷାରେ ପାସ ହୋଇଛନ୍ତି । ତାହା କେବଳ ଜାତୀୟ ସ୍ତରରେ ନୁହେଁ, ବଂର ଅନ୍ତଜାତୀୟ ସ୍ତରରେ ବି ନବୀନଙ୍କ ଶାସନ ପ୍ରଶାଂସର ଲମ୍ବା ସାଟିଫିକେଟ ପାଇଛି । କେନ୍ଦ୍ରରେ ଯିଏ ବି ସରକାର ଥାଅାନ୍ତୁ ନବୀନ ସଭିଁଙ୍କ ସହ ତାଳଦେଇ ରାଜ୍ୟର ସ୍ୱାର୍ଥ ହାସଲ କରିବାରେ ବେଶ ସକ୍ଷମ ହୋଇଛନ୍ତି । ପ୍ରତିଥର ନିବାର୍ଚନରେ ନବୀନ ସାଢେ ଚାରିକୋଟି ଓଡ଼ିୖଅାକୁ ଯେଉଁ ପ୍ରତିଶ୍ରୃତି ଦିଅନ୍ତି ତାହାକୁ ସରକାର ଗଠନ କରିବାର ପ୍ରଥମ ଦିନରୁ ହିଁ କିପରି ପାଳନ କରାଯିବ ତାହା ଉପରେ ଗୁରୁତ୍ୱ ଦେଇ କାମ ଅାରମ୍ଭ କରିଦିଅନ୍ତି । ଏହି ୨୦ବର୍ଷ ଶାସନରେ ଯେତେବେଳେ ଯେଉଁ ଚ୍ୟାଲେଂଜ ଅାସିଛି ତାହାକୁ ନବୀନ ଗ୍ରହଣ କରନ୍ତି ଓ ସଫଳତା ମଧ୍ୟ ପାଅାନ୍ତି । ସେଥିପାଇଁ ତ ନବୀନ ଶାସନ ସବୁବେଳେ ଚଚ୍ଚାର୍ର ବିଷୟ ।
ସବୁଠାରୁ ବଡ଼ ଅଗ୍ନପରୀକ୍ଷାର ସମ୍ମୁଖୀନ ନବୀନ ହୋଇଥିଲେ ପଂଚମ ପାଳିର ପ୍ରଥମ ବର୍ଷରେ । ମେ ୨୯, ୨୦୧୯ । ପଂଚମ ଥର ଲାଗି ରାଜ୍ୟର ଶାସନ ଭାର ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହେଲେ ଶାସନ ଅାରମ୍ଭରୁ ବିପର୍ଯ୍ୟୟର ଗୋଟିଏ ପରେ ଗୋଟିଏ ଚ୍ୟାଲେଞ୍ଜ ଛିଡ଼ା ହୋଇଥିଲା ନବୀନଙ୍କ ଅାଗରେ। ଫନି ଠାରୁ ବୁଲବୁଲା ପୁଣି ମହାମାରୀ କରୋନା ସୁବକିଛି ଏହି ବର୍ଷ ସାମ୍ନା କରିଥିଲେ ନବୀନ । ରାଜ୍ୟ ସରକାର ଓ ପୁରା ପ୍ରଶାସନିକ କଳକୁ ନେଇ ନବୀନ ପ୍ରସ୍ତୁତ କଲେ ରଣନୀତି । ଅଢେଇ ମାସର ଲମ୍ବା ଲଢେଇରେ କରୋନାକୁ ନିୟନ୍ତ୍ରଣ କରିବା ସହ ଲୋକଙ୍କ ଜୀବନ ବଂଚାଇପାରିଥିଲେ ସେ । କେବଳ ସେତିନି ନୁହେଁ, ପ୍ରାକୃତିକ ବିପର୍ଯ୍ୟୟ ସହ କିପରି ଲୋକଙ୍କୁ ସୁଶାସନ ଦେଇହେବ ତାହାର ବଡ଼ ଉଦାହରଣ ଏବେ ସାଜିଛନ୍ତି ନବୀନ । ପ୍ରଥମେ ଜୀବନ ରକ୍ଷା, ପରେ ଅାର୍ଥକ ସୁଧାର ଓ ପରେ ବିକାଶକୁ କିପରି ପ୍ରଧାନ୍ୟ ଦେଇହୁଏ ତାହା ନବୀନ ତାଙ୍କ ଲମ୍ବା ଶାସନ ସମୟରେ କାର୍ଯ୍ୟକାରୀ କରି ସାରା ଦେଶର ସୁପରମ୍ୟାନ ସାଜିଛନ୍ତି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles