ଜୁନ ୧ରୁ ପଶ୍ଚିମବଙ୍ଗରେ ଖୋଲିବ ଧର୍ମାନୁଷ୍ଠାନ…

- Advertisement -

କଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।ଯାହାକି ଜୁନ ୧ ତାରିଖରୁ ଖୋଲାଯିବ। ରାଜ୍ୟର ସମସ୍ତ ମନ୍ଦିର ,ମସଜିଦ,ଗୀର୍ଜା ଓ ଚର୍ଚ୍ଚସହ ସମସ୍ତ ଧର୍ମାନୁଷ୍ଠାନ ଖୋଲିବ।
ଧର୍ମାନୁଷ୍ଠାନ ଭିତରକୁ ସର୍ବାଧିକ ୧୦ ଜଣ ପ୍ରବେଶ କରିପାରିବେ। ଏବଂ ସେ ସବୁକୁ ଖୋଲିବା ପୂର୍ବରୁ ଭଲ ଭାବରେ ସାନିଟାଇଜେସନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଏ ସବୁ ଭିତରେ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତା ମୂଳକ କରାଯାଇଛି। ପଶ୍ଚିମ ବଙ୍ଗରେ କରୋନା ଆକ୍ରାନ୍ତ ବଢ଼ିବାରେ ଲାଗିଛି।ଏ ପର୍ଯ୍ୟନ୍ତ ୨୫୦ ଅଧିକ ଲୋକ ମୃତ୍ୟୁବରଣ କରିସାରିଲେଣି।ଏପଟେ ଦେଶରେ ପଞ୍ଚମ ପର୍ଯ୍ୟାୟ ଲକ୍ ଡାଉନ ଲାଗୁହେବ ନା ନାଇ ସେ ନେଇ କେନ୍ଦ୍ର ସରକାର କୌଣସି ସୂଚନା ଦେଇନାହାନ୍ତି। ପୂର୍ବରୁ ମଧ୍ୟ କର୍ଣ୍ଣାଟକ ସରକାର କେନ୍ଦ୍ର ସରକାରଙ୍କୁ ଧର୍ମାନୁଷ୍ଠାନ ଖୋଲିବା ପାଇଁ ଚିଠି ଲେଖିଥିଲେ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles