ଯାଜପୁରରେ କରୋନା ଯୋଦ୍ଧାଙ୍କୁ ସଲାମ : ମିନି ଷ୍ଟାଡିୟମ ରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ  

- Advertisement -

ଯାଜପୁର : ଆଜି ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନରେ ସାରା ରାଜ୍ୟରେ “ବନ୍ଦେ ଉତ୍କଳ” ଜନିନୀ ସଙ୍ଗୀତ ଗାନ କରାଯାଇଛି। ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ଓ ତାଙ୍କ ସହ ସମ୍ପୂର୍ଣ୍ଣ ଓଡ଼ିଆ ଜାତି ଠିଆ ହୋଇଛି। ଏହି କାର୍ଯ୍ୟକ୍ରମର ପ୍ରତ୍ୟେକ  ଲୋକଙ୍କ ପାଖକୁ ପହଞ୍ଚାଇ ଥିଲେ ବିଜେଡି ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ। ପ୍ରଣବ ଙ୍କ ଆହ୍ୱାନ କ୍ରମେ ଯାଜପୁର ବି ସ୍ୱତନ୍ତ୍ର ଆୟୋଜନ କରାଯାଇଛି l  ଯାଜପୁର ର ପୂର୍ବତନ ପୌରାଧ୍ୟକ୍ଷ ଭବ ପ୍ରସାଦ ଦାସ ଙ୍କ ନେତୃତ୍ୱରେ ଯାଜପୁର ର ମିନି ଷ୍ଟାଡିୟମ ରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ  କରାଯାଥିଲା l ସେହିପରି ମା ମଙ୍ଗଳା ଗଣେଶ ପୂଜା କମିଟି, କୋଟବସନ୍ତପୁର ଯାଜପୁରର ସଦସ୍ୟମାନେ ମଧ୍ୟ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିଥିଲେ। କମିଟିର ପ୍ରାୟ ୫୦ରୁ ଅଧିକ ସଦସ୍ୟ ଏକାଠି ହୋଇ ଏହି ସଙ୍ଗୀତ ଗାନ କରିଥିଲେ। ସମସ୍ତେ ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ପରିଧାନ ମଧ୍ୟ କରିଥିଲେ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles