ବଡ ଦାଣ୍ଡରେ ବନ୍ଦେ ଉତ୍କଳ ଜନନୀ ‘ ସମୂହ ଗାନ

- Advertisement -

ପୁରୀ : ଓଡିଶା ରେ ଯେପରି କରୋନା ତାର କାୟା ବିସ୍ତାର କରିଚାଲିଛି ତାକୁ ମାତ ଦେବା ପାଇଁ ଓଡ଼ିଶାର ଲୋକମାନେ ମଧ୍ଯ କରୋନା ମୁକାବିଲା କୁ ଦୃଢତାର ସହ ଲଢ଼ିବା ପାଇଁ ଅଣ୍ଟା ଭିଡିଛନ୍ତି l ଅନେକ କର୍ମଚାରୀ ଯେପରି ଆଗଧାଡିର ଯୋଦ୍ଧା ଡାକ୍ତର, ପୋଲିସ, ହସ୍ପିଟାଲ କର୍ମଚାରୀ, ସାମ୍ବାଦିକ, ସଫେଇ କର୍ମଚାରୀ  ଏପରି ଅନେକ ଲୋକ ମଧ୍ଯ ସ୍ୱେଚ୍ଛାସେବୀ ଭାବେ କରୋନା ମୁକାବିଲାରେ ଯୋଗ ଦେଇଛନ୍ତି l କେବଳ ଯେ ଯୋଗ ଦେଇଛନ୍ତି ତାହା ନୁହେଁ ନିଜ ପରିବାରକୁ ଛାଡି ନିଜ ଜୀବନକୁ ବାଜି ଲଗାଇ ନିରନ୍ତର ଭାବେ କରୋନା ସହ ଲଢ଼ି ଚାଲିଛନ୍ତି l ଏହି ପରିପେକ୍ଷୀରେ କିପରି ଏହି ଆଗଧାଡିର ଯୋଦ୍ଧା ମାନଙ୍କୁ ଉତ୍ସାହିତ କରାଯିବ ଏବଂ ମନବୋଳକୁ ସଦୃଢ଼ କରିଯାଇପାରିବ ସେ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଦ୍ଧା ମାନଙ୍କୁ ସମ୍ମାନ ଜଣେଇବା ପାଇଁ ଓଡ଼ିଶାର ସାଢେ 4 କୋଟି ଓଡିଶା ବାସୀଙ୍କୁ ଆହ୍ୱାନ ଦେଇଥିଲେ l ଆଜି ସନ୍ଧ୍ୟା 5.30 ମିନଟରେ ହୃଦୟ ସ୍ପର୍ଶୀ ଗୀତ ‘ବନ୍ଦେ ଉତ୍କଳ ଜନନୀ ‘ ସମୂହ ଗାନ କରିବା ପାଇଁ l ଆଜି ସବୁ ଜାଗାରେ ଏହି ଗୀତ ସମ୍ମାନ ର ସହ ଜନତା, ନେତା, ଅଭିନେତା ଏହି ଗୀତ ଗାନ କରି ଯୋଦ୍ଧା ମାନଙ୍କୁ ସମ୍ମାନ ଜଣାଇଛନ୍ତି l ଏହା ସହିତ ଜଗା ଦୁଆରେ ମଧ୍ଯ ଏହି ଗୀତକୁ ସମୂହ ଗାନ କରାଯାଇଛି l ଏଥିରେ ସାମିଲ ହେଇଛନ୍ତି ବଡ଼ଦାଣ୍ଡର ସମସ୍ତ ପୋଲିସ, ସେବାୟତ, ପ୍ରଶାସକ ଓ ସାଧାରଣ ଲୋକ l ସବୁଠାରୁ ବଡ କଥା ହେଲା  ସମସ୍ତେ ମାସ୍କ ସହ ନିଜ ନିଜ ଭିତରେ ଦୂରତା ବଜାୟ ରଖି ସୃଖଳିତ ଭାବେ ଏହି କାର୍ଯ୍ୟକ୍ରମ ସମାପ୍ତ କରିଥିଲେ l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles