ବନ୍ଦେ ଉତ୍କଳ ଜନନୀରେ କମ୍ପିଲା ଓଡିଶା : ନବୀନ ନିବାସରେ ନବୀନ -ବିଜେଡି କାର୍ଯ୍ୟାଳୟରେ ପ୍ରଣବ….

- Advertisement -

ଭୁବନେଶ୍ୱର : ବନ୍ଦେ ଉତ୍କଳ ଜନନୀ। ଓଡ଼ିଆଙ୍କ ହୃଦୟର କଥା। କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଦ୍ଵାରା ରଚିତ ଏହି କବିତାଟି  ସବୁ ଓଡ଼ିଆଙ୍କ ଭାବନା ସହ ଜଡିତ । ଯେଉଁଥିପାଇଁ କି ଏହି ଗୀତଟି ଆଜି ସବୁ ଓଡ଼ିଆଙ୍କୁ ଏକାଠି କରିପାରିଛି।ଗୀତ ଗୋଟିଏ ହେଲେ , କୋଟି କୋଟି ସ୍ୱରରେ ବୋଲା ଯାଇଛି ଏହାକୁ। କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ। ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଆଜି ପ୍ରତେକ ଓଡ଼ିଆ ଏହି ଗୀତ ଗାଇଛି।ନିଜ ଜାତି ଓ ମାତୃଭାଷା ପ୍ରତି ଥିବା ଭଲ ପାଇବାକୁ ପ୍ରମାଣିତ କରିଛି। କରୋନା ଯୁଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶନିବାର ୫.୩୦ ମିନିଟରେ ଏକ ହୋଇ ସମସ୍ତେ ବନ୍ଦେ ଉତ୍କଳ ଜନନୀ ଗାଇବାକୁ ଅପିଲ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ନବୀନ ନିବାସରେ କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାଇଥିଲେ। ତାଙ୍କ ସହ 5t ସଚିବ ଭିକେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ l ସେହିପରି ବିଜେଡି ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ କରୋନା ଯୋଦ୍ଧାଙ୍କୁ ସମାନ ଜଣାଇବା ପାଇଁ ଏହି ସଙ୍ଗୀତ ଗାଇଥିଲେ। ବିଜେଡି କାର୍ଯ୍ୟାଳୟରେ ନେତାଙ୍କ ଗ୍ରହଣରେ ବନ୍ଦେ ଉତ୍କଳ ଜନନୀ ପ୍ରଣବ ଗାନ କରିଥିଲେ l ତାଙ୍କ ବିଜେଡି ନେତା ସଞ୍ଜୟ ଦାସ ବର୍ମା, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଧାୟକ ଅନନ୍ତ ନାରାୟଣ ଜେନା, ସୂଚନା ଓ ଲୋକ ସମ୍ପର୍କ ବିଭାଗର ଉପଦେଷ୍ଟା ମାନସ ମଙ୍ଗରାଜ, ଓ ଛାତ୍ର, ଯୁବ, ମହିଳା ବିଜେଡି କର୍ମୀ ମାନେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ l ଏହା ସହ ତାଙ୍କ ରାଜ୍ୟ ଭିତରେ ଓ ବାହାରେ ଥିବା ହଜାର ହଜାର ଲୋକ ବି ଗାନ କରିଥିଲେ । କାରଣ ରାଜ୍ୟରେ କରୋନା ମୁକାବିଲା କରିବାରେ କରୋନା ଯୋଦ୍ଧାଙ୍କର  ଅନେକ ଭୂମିକା ରହିଛି। ସେଥିପାଇଁ ତ ଦଳ ତରଫରୁ ଏହି କାର୍ଯ୍ୟକ୍ରମକୁ କିପରି ସଫଳ କରାଯିବ ସେଥିପାଇଁ ପ୍ରଣବ ଅଣ୍ଟା ଭିଡିଥିଲେ।

ସେହିପରି ବିଜେପି କାର୍ଯ୍ୟାଳୟରେ ବିଜେପି ସଭାପତି ସମୀର ମହାନ୍ତି ଓ କଂଗ୍ରେସ କାର୍ଯ୍ୟାଳୟରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ ଅନେକ ଦଳୀୟ କାର୍ଯ୍ୟକର୍ତ୍ତା ଯୋଗଦେଇ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିଥିଲେ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles