ଏଥର ବିନା ଭକ୍ତରେ ଗଡିବ ନନ୍ଦିଘୋଷ….

- Advertisement -

ପୁରୀ: ଜଗତର ନାଥ ଜଗନ୍ନାଥ । ଭାବର ଠାକୁର ସେ। ଭକ୍ତଙ୍କ ପାଇଁ ସବୁବେଳେ ଖୋଲା ତାଙ୍କ ଦୁଆର। ହେଲେ ଏବେ କରୋନା ଭଗବାନ ଓ ଭକ୍ତଙ୍କ ମଧ୍ୟରେ ପାଚେରୀ ହୋଇ ଛିଡା ହୋଇଛି। ଆଉ ଭକ୍ତର ପରୀକ୍ଷା ନେବାରେ କାଳିଆ ବି ମାହୀର । ହେଲେ ସେ କଣ ତା ଭକ୍ତକୁ ଛାଡି ରହିପାରୁଛି। ସେଥିପାଇଁ ତ ଯେମିତି ହେଲେ ବି ବର୍ଷକୁ ଥରେ ବଡ଼ ଦାଣ୍ଡକୁ ଆସୁଛି, ତା ଭକ୍ତଙ୍କୁ ଭେଟିବାକୁ। ଏହି ବର୍ଷ ସେ ଭକ୍ତଙ୍କ ଦର୍ଶନ ଦେଇ ପାରିବ ନା ନାଇ ସେଥିପାଇଁ ସମସ୍ତେ ଚିନ୍ତିତ ଥିଲେ। ହେଲେ ସେ କଣ ରହିପାରିବ। ସେ ବା ବିଶ୍ୱ ବିଧାତା। ତା ବିନା ଅନୁମତିରେ ଏ ଧରାରେ ପତ୍ର ବି ହଲେନି,  ହଁ ସେ ହଟିଆ ଠାକୁର ପୁଣି ମାଉସୀ ଘରକୁ ଯିବ। ରଥରେ ବସି। ହେଲେ ଏଥର ବଡ଼ ଦାଣ୍ଡରେ ତାର ଭକ୍ତ ରହିବେନି।
ଜୁନ ୨୩ ତାରିଖ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ସେଥିପାଇଁ ସବୁ ସ୍ତରରେ ପ୍ରସ୍ତୁତି ଜୋରଦାର।ରଥଯାତ୍ରାରେ ସବୁ ବର୍ଷ ୮ରୁ ୧୦ ଲକ୍ଷ ଲୋକ ହୋଇଥିବାରୁ ଏହାକୁ ଦୃଷ୍ଟିରେ ରଖି ଏଥର ବିନା ଭକ୍ତରେ ରଥଯାତ୍ରା କରିବାକୁ ନିଷ୍ପତ୍ତି ନେଇଛି ମନ୍ଦିର ପରିଚାଳନା କମିଟି। ଯେହେତୁ କୋଭିଡ 19 ର ନିୟମ ଅନୁସାରେ ସାମାଜିକ ଦୂରତା ବଜାୟ ରଖୁବାକୁ ହେବ। ଏହାସହ ଗୋଟେ ଜାଗାରେ ଏତେ ସଂଖ୍ୟକ ଲୋକ ରୁଣ୍ଡ ହୋଇପାରିବେନି।ଏହାକୁ ବିଚାର କରି ଏପରି ନିର୍ଣ୍ଣୟ ନେଇଛି ପ୍ରଶାସନ। ସବୁଠାରୁ ବଡ଼ କଥା ହେଉଛି ଶ୍ରୀମନ୍ଦିର ପରମ୍ପରା ବଜାୟ ରଖିବା ଓ ଘୋଷ ଯାତ୍ରା କରିବା ପାଇଁ ପୁରୀ ପ୍ରଶାସନ ,ଗଜପତି ମହାରାଜ , ଗୋବର୍ଦ୍ଧନ ମଠର ମୁଖ୍ୟ ଜଗତଗୁରୁ ଶଙ୍କରାଚାର୍ଯ୍ୟ ମିଳିତ ଭାବେ ଏହି ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ଆସିବା ପରେ ଏହା ସ୍ପଷ୍ଟ ଯେ ରଥଯାତ୍ରା ହେବ। ଏଥିରେ ଆଉ କୌଣସି ପ୍ରତିବନ୍ଧକ ନାହିଁ। କରୋନା ମହାମାରୀ ପାଇଁ ଚାରିଆଡେ ଲକ୍ ଡାଉନ ପରିସ୍ଥିତି। ଏହି ମହାମାରୀ ଏବେ ଦିନକୁ ଦିନ ଦେଶ ତଥା ରାଜ୍ୟରେ ବଢ଼ିବାରେ ଲାଗିଛି। ହେଲେ ଦେଶ ଓ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ କରୋନା ଏବେ ଆୟତରେ ଅଛି।ତେଣୁ ସ୍ନାନ ଯାତ୍ରା ଓ ଘୋଷ ଯାତ୍ରା ଏଥର ବିନା ଭକ୍ତରେ ହେବ। ଟେଲିଭିଜନ ମାଧ୍ୟମରେ ଏଥର ରଥଯାତ୍ରାର ସିଧାପ୍ରସାରଣ ଦେଖିବେ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles