ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମିବାର ନାଁ ଧରୁ ନାହିଁ। ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି ରାଜ୍ୟରେ ସର୍ବାଧିକ ୧୫୬ ଜଣ ନୂଆ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୧୦୪ରେ ପହଁଚିଛି।
ସେମାନେ ଗଞ୍ଜାମ-୧୭, ଯାଜପୁର-୧୧, ଖୋର୍ଦ୍ଧା-୩, କେନ୍ଦ୍ରାପଡା-୫୦, କଟକ-୨୦, ଜଗତସିଂହପୁର-୧୪, ଭଦ୍ରକ-୭, ବଲାଙ୍ଗୀର-୨, ନୟାଗଡ-୩, ସୁନ୍ଦରଗଡ-୩, ବୌଦ୍ଧ-୧, ନୂଆପଡା-୩, ମୟୂରଭଞ୍ଜ-୩, କେନ୍ଦୁଝର-୧, କନ୍ଧମାଳ-୯, ମାଲକାନଗିରି-୧, ସମ୍ବଲପୁର-୨, ବରଗଡ-୩, ସୋନପୁର-୩ ଜଣ ଲେଖାଏଁ କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଏନେଇ ସ୍ୱସ୍ଥ୍ୟ ଓ ପରିବାର କଲ୍ୟାଣ ବିିଭାଗ ପକ୍ଷରୁ ସୂଚନା ଦେଇଛି । ସେଥିମଧ୍ୟରୁ ସମସ୍ତ ୧୫୩ ଜଣ କ୍ବାରେଣ୍ଟିନ୍ ସେଣ୍ଟରରେ ଏବଂ ୩ ଜଣ ସ୍ଥାନୀୟ ଲୋକ ଅଛନ୍ତି ।ଏହାସହ ୯୯୬ ଜଣ ଚିକିତ୍ସାଧୀନ,ଜଣ ୧୧୨୬ ଜଣ ସୁସ୍ଥ ହୋଇସାରିଲେଣି। ଆଉ ୭ଜଣ ମୃତ୍ୟୁ ବରଣ କରିଛନ୍ତି।
ରାଜ୍ୟରେ ଦୁଇ ହଜାର ଟପିଲା ଆକ୍ରାନ୍ତ ସଂଖ୍ୟା, ଆଜି ସର୍ବାଧିକ ୧୫୬ ଜଣ ଚିହ୍ନଟ…
ତାତିରୁ ମିଳିପାରେ ନିସ୍ତାର: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା…
ଭୁବନେଶ୍ବର : ଆଜି ରାଜ୍ୟର ୪ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିସହ ଅନେକ ଜିଲ୍ଲାରେ ମଧ୍ୟ ଜୋରରେ ପବନ ବହିପାରେ। ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିମି ରହିବ। ଏହାପରେ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ଲାଗି ରହିବ। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୪୦ କିମି ପର୍ଯ୍ୟନ୍ତ ପହଞ୍ଚିବ। ଏ ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।ସ୍ଥିତିକୁ ଦେଖି କିଛି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଆଜି ଗଜପତି, ରାୟଗଡ଼ା, ମୟୂରଭଞ୍ଜ ଓ କେନ୍ଦୁଝର ଆଦି ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।ଏହି ୪ଟି ଜିଲ୍ଲା ସମେତ କୋରାପୁଟ, ଗଞ୍ଜାମ, କନ୍ଧମାଳ, ନୂଆପଡ଼ା, ବାଲେଶ୍ବର, ସୋନପୁର, ବୌଦ୍ଧ ଓ ମାଲକାନଗିରିରେ ବିଜୁଳି ଘଡ଼ ଘଡ଼ି ସହ ବର୍ଷା ହେବ। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିମି ରହିବ।
ସେହିପରି ଗତକାଲି ପୁରୀ, ଦେବଗଡ଼, ଗଜପତି, ରାୟଗଡ଼ା,ସମ୍ବଲପୁର, କଟକ, କୋରାପୁଟ, ନବରଙ୍ଗପୁର ଓ କନ୍ଧମାଳ ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଏହି ସମୟରେ ପବନର ବେଗ ୩୦ରୁ ୪୦ କିମି ରହିବ। ସେହିପରି ୩ ତାରିଖ ଦିନ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, କନ୍ଧମାଳ, କୋରାପୁଟ, ଗଞ୍ଜାମ, ଗଜପତି, ରାୟଗଡ଼ା ଓ କଳାହାଣ୍ଡି ଆଦି ଜିଲ୍ଲା ଏବଂ ୪ ତାରିଖ ଦିନ କୋରାପୁଟ, କଳାହାଣ୍ଡି, ଗଜପତି, ଗଞ୍ଜାମ, କନ୍ଧମାଳ, ନୂଆପଡ଼ା, ନବରଙ୍ଗପୁର, ବଲାଙ୍ଗୀର, ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକ ଆଦି ଜିଲ୍ଲାରେ ଝଡ଼ବର୍ଷା ହେବା ସହ ପବନର ବେଗ ୩୦ରୁ ୪୦ କିମି ରହିବ।
ରସଗୋଲା ଭିତରେ କୁଇନାଇନ୍……..
ଭୁବନେଶ୍ୱର :ମଧୁର ବଚନ ଆଳରେ ସରକାରଙ୍କୁ ତିର୍ଛକ ବାଣ ମାରୁଛନ୍ତି ବିଜେଡିର ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ତାଙ୍କର ନିୟମିତ ସ୍ତମ୍ଭ ହେଉଛି ‘ଆମ ଘର ହାଲଚାଲ’। ସେଥିରେ ସେ ଅନେକ ସମୟରେ ପରିସ୍ଥିତିକୁ ନେଇ ସ୍ତମ୍ଭ ଲେଖିଥାଆନ୍ତି। ଏବେ ସେଥିରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ମଝିରେ ମଝିରେ ତାଙ୍କର ସମ୍ପାଦକୀୟ ଲେଖାରେ ଏମିତି ବାଣ ମାରୁଛନ୍ତି , ଯାହାକି ବିରୋଧୀ ଦଳର ସମାଲୋଚନାଠାରୁ ମଧ୍ୟ ବଳିଯାଉଛି।
ଯଦି ଆଜିର ‘ଆମ ଘର ହାଲଚଲ’ ଲେଖାକୁ ସମୀକ୍ଷା କରାଯାଏ। ତେବେ ନବୀନଙ୍କୁ କୃତଜ୍ଞତା ଆଳରେ ପିନ୍ ମାରିଲା ପରିକା ସମାଲୋଚନା କରିଛନ୍ତି ସୌମ୍ୟ । ଯାହା କି ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଲେଖାର ପ୍ରଥମରୁ ପଞ୍ଚମ ପାଳିର ପ୍ରଥମ ବର୍ଷ ନବୀନ ଶାସନର ଗୁଣ ଗାନ କରାଯାଇଛି।ଏହାସହ ବନ୍ଦେ ଉତ୍କଳ ଜନନୀର ସମୂହଗାନକୁ ମଧ୍ୟ ପ୍ରଶଂସା କରିଛନ୍ତି। ହେଲେ ସ୍ତମ୍ଭର ଶେଷ ଭାଗରେ ସୌମ୍ୟ ଏପରି ବର୍ଣ୍ଣନା କରିଛନ୍ତି ଯାହା କି ସରକାରଙ୍କ ଦୁର୍ବଳତାକୁ ପଦାରେ ପକେଇଛି। ପଥର ମାଫିଆ, ଦୂଷିତ ପାଣି, ଚାଷୀ ସମସ୍ୟା , ମୋ କୁଡ଼ିଆ ଯୋଜନା, ପଂଚାୟତ ନିର୍ବାଚନର ଭୋଟ ରାଜନୀତି ,ରାଜ୍ୟର ଶିକ୍ଷା ବ୍ୟବସ୍ଥା, ବାର୍ଦ୍ଧକ୍ୟ ଭତ୍ତା ଆଦିକୁ ଉଲ୍ଲେଖ କରିଛନ୍ତି । ସେଥିରେ ସରକାରଙ୍କୁ ସିଧାସଳଖ କାଠ ଗଡାକୁ ଟାଣିଛନ୍ତି। ଏହାସହ ମୁଖ୍ୟମନ୍ତ୍ରୀଙ୍କ ନିର୍ମଳ ଭାବମୂର୍ତି ଉପରେ ପ୍ରଶ୍ନ ଉଠେଇଛି।ଯାହାକି ଶାସକ ଦଳ ପାଇଁ କାଳ ହେବ ବୋଲି ରାଜନୈତିକ ସମୀକ୍ଷକ କହିଛନ୍ତି ।
ସୌମ୍ୟ ପଟ୍ଟନାୟକ ବିଜେଡିର ବିଧାୟକ ।ତେବେ ତାଙ୍କ ଲେଖା ବିରୋଧୀଙ୍କ ସମାଲୋଚନାଠାରୁ ବଳିଯାଇଛି।’ ଘର ଢେଙ୍କି କୁମ୍ଭୀର ‘ ପରିକା ହୋଇଛି। ଏକଦା ମନ୍ତ୍ରୀ ପଦ ପାଇଁ ଆଶାୟୀ ଥିଲେ ସୌମ୍ୟ ପଟ୍ଟନାୟକ। ହେଲେ ତାଙ୍କୁ ମନ୍ତ୍ରୀ ପଦ ମିଳି ନ ଥିଲା। ତା ପରଠାରୁ ସେ ଲେଖା ମାଧ୍ୟମରେ ନିଜର ଅସନ୍ତୋଷ ପ୍ରକାଶ କରୁଛନ୍ତି । ଏମିତି ଲେଖା ପଛର କାରଣ କଣ? ତାହା ସୌମ୍ୟ ବାବୁଙ୍କୁ ଜଣା। ହେଲେ ସାଧାରଣରେ ଚର୍ଚ୍ଚା ହେଉଛି ସେ ଅସନ୍ତୋଷ ଅଛନ୍ତି । କାରଣ ତାଙ୍କ ପାଖରେ ବିକଳ୍ପ ଅନେକ । ତାଙ୍କର ଦଳ ଓ ବଳ ଉଭୟ ଅଛି। ତେଣୁ ସେ ବା ଡରିବେ କାହିଁକି।ଶାସକ ଦଳର ରହି ତାଙ୍କର ଏପରି ଲେଖାକୁ ନବୀନ ପଟ୍ଟନାୟକ କିପରି ଗ୍ରହଣ କରୁଛନ୍ତି ତାହା ଦେଖିବା ବାକି ରହିଲା।
ଦେଶରେ ୨୪ ଘଣ୍ଟାରେ ୮,୩୯୨ କରୋନା ଆକ୍ରାନ୍ତ ଚିହ୍ମଟ….
ନୂଆଦିଲ୍ଲୀ : ଭାରତରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି।ଗୋଟିଏ ପରେ ଗୋଟିଏ ରାଜ୍ୟକୁ ମାଡି ଚାଲିଛି ଏହି କରୋନା ମହାମାରୀ । ଏହା ସହ ମୃତ୍ୟୁ ମଧ୍ୟ ବଢ଼ିବାରେ ଲାଗିଛି। ଏ ଯାଏ ଭାରତରେ ୧ ଲକ୍ଷ ୯୦ ହଜାର ୫୩୫ରେ ଆକ୍ରାନ୍ତ ସଂଖ୍ୟା ପହଂଚିଛି। ଆଉ ୫ ହଜାର ୩୯୪ ଜଣଙ୍କର ମୃତ୍ୟୁ ହୋଇଛି ଓ ୯୧ ହଜାର ୮୧୮ ଜଣ ଲୋକ ସୁସ୍ଥ ହେଲେଣି।ଏବେ ୯୩ ହଜାର ୩୨୨ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।
ଗତ ୨୪ ଘଣ୍ଟାରେ ୮ ହଜାର ୩୯୨ ଜଣ ବ୍ୟକ୍ତି ନୂଆକରି କରୋନା ଆକ୍ରାନ୍ତ ହୋଇଥିବା ବେଳେ ୨୩୦ ଜଣ ପ୍ରାଣ ହରାଇଛନ୍ତି । ଦେଶରେ ମହାରାଷ୍ଟ୍ରରେ ସର୍ବାଧିକ ୨୨୮୬ ଓ ଗୁଜରାଟରେ ୧୦୩୮ ଆକ୍ରାନ୍ତଙ୍କ ମୃତ୍ୟୁ ।ସେହିପରି ଦିଲ୍ଲୀରେ ୪୭୩, ମଧ୍ୟ ପ୍ରଦେଶରେ ୩୫୦, ପଶ୍ଚିମବଙ୍ଗରେ ୩୧୭ ମୃତ । ଉତ୍ତର ପ୍ରଦେଶ ୨୧୩, ରାଜସ୍ଥାନ ୧୯୪, ତାମିଲନାଡୁରେ ୧୭୩ ମୃତ ଏପର୍ଯ୍ୟନ୍ତ ହେଲାଣି ।
କେନ୍ଦ୍ର ଓ ରାଜ୍ୟ ପ୍ୟାକେଜକୁ ନିରଞ୍ଜନ ଟାର୍ଗେଟ ….
ଭୁବନେଶ୍ୱର – ଓଡ଼ିଶା ସରକାରଙ୍କର ପ୍ରବଂଚନାପୂର୍ଣ୍ଣ ୧୭ ହଜାର କୋଟିର ପ୍ୟାକେଜକୁ ନେଇ ଆଜି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ କଠୋର ସମାଲୋଚନା କରିଛନ୍ତି । ଭୁଷୁଡ଼ି ଯାଇଥିବା ଆର୍ଥିକ ସ୍ଥିତିକୁ ସଜାଡ଼ିବା ପାଇଁ ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କର ୨୦ ଲକ୍ଷ କୋଟି ଟଙ୍କା ଯେପରି ଏକ ପ୍ରହସନ ରାଜ୍ୟ ସରକାର ଜୀବିକା ନିମନ୍ତେ ଘୋଷିତ ଯୋଜନା “ଜୀବିକା ମିଶନ” ସେହିପରି ଏକ ପ୍ରହସନ- ଏ ସରକାର ପ୍ରତିଶୃତି, ପ୍ରଚାର ଓ ପ୍ରତାରଣାର ସରକାର ।
ଯଦୁମଣିଙ୍କର କଥା ଉଦାହରଣ ଦେଇ ନିରଞ୍ଜନ କହିଥିଲେ ଯେ “ଛାମୁ ଯାହା ଦେଲେ ହରଷେ, ପାଉ ପାଉ ଗଲା ବରଷେ
ଏମନ୍ତ ଭୂଇଁ, ଚାକୁଣ୍ଡା ବୁଣିଲେ ଉଠଇ ନାହିଁ ।”ଏହି କାର୍ଯ୍ୟକ୍ରମ ପାଇଁ ସରକାର ୧୭ ହଜର କୋଟି ଟଙ୍କାର ବରାଦ କରିଛନ୍ତି । ହୁଏତ ଏହା ବଜେଟ ଓ ବଜେଟ ବାହାର ଅର୍ଥରୁ ଯୋଗାଡ଼ ହେବ । ଏଥିରେ ମୁଖ୍ୟତଃ ମହାତ୍ମାଗାନ୍ଧୀ ନରେଗା ଅର୍ଥ ମିଶିଛି । ମହାତ୍ମା ଗାନ୍ଧୀ ନରେଗା କାର୍ଯ୍ୟକ୍ରମ ପାଇଁ କେନ୍ଦ୍ରିୟ ବଜେଟ୍ରେ ୬୧ ଜହାର କୋଟି ଟଙ୍କା ଓ ସ୍ୱତନ୍ତ୍ର ପ୍ୟାକେଜ ୪୦ ହଜାର କୋଟି ଟଙ୍କାରୁ ମିଳିବ । ଓଡ଼ିଶା ପାଇଁ ରାଜ୍ୟ ଅଂଶ ବାବଦ ମିଶି ହୁଏତ ଏହା ୯ରୁ ୧୦ ହଜାର କୋଟି ଟଙ୍କା ହେବ ।ଅର୍ଥ କମିଶନଙ୍କ ପ୍ରଦତ ଅର୍ଥ ପଂଚାୟତ ଓ ମ୍ୟୁନିସିପାଲିଟି
ଘୋଷିତ ଟଙ୍କାର ପରିମାଣ ହୁଏତ ଯୋଗାଡ଼ ସମ୍ଭବ ।
କିନ୍ତୁ ଆମର ପ୍ରଶ୍ନ ହେଉଛି ସରକାରଙ୍କର ନିଷ୍ଠା ଓ ଆନ୍ତରିକତାକୁ ନେଇ । ସରକାରଙ୍କ ସ୍ପଷ୍ଟ କାର୍ଯ୍ୟକ୍ରମ ଘୋଷିତ ନ ହେଲେ ମଧ୍ୟ ଏହା ଭାବରେ ଅଣକୁଶଳୀ ଶ୍ରମିକଙ୍କ ପାଇଁ ଓ ମହାତ୍ମା ଗାନ୍ଧୀ ନରେଗା ଅର୍ଥ ଉପରେ ନିର୍ଭରଶୀଳ ବୋଲି ଜଣାଯାଉଛି । ତେବେ ଜୁନ୍ମାସ ଦ୍ୱିତୀୟ ସପ୍ତାହରେ ସରକାର ସମସ୍ତ ମାଟିକାମ ବନ୍ଦ କରିବାକୁ ନିର୍ଦ୍ଦେଶ ଦେବେ । ରାଜ୍ୟରେ କାମପାଇଁ ହାତରେ କିଛି ଅର୍ଥ ଚାହିଁ ବସିଥିବା ୪୦ଲକ୍ଷ ଶ୍ରମଜିବୀ ପରିବାର ଜୁନ୍ରୁ ଅକ୍ଟୋବର ପାଂଚମାସ କାମ ପାଇବେକି? ଭୋକିଲା ପେଟରେ ଓଦାକନା ଦେଇ ବସିବେ । ଏ ସମସ୍ୟାର ସମାଧାନ ନିମନ୍ତେ ତୁରନ୍ତ ବିଧାନ ସଭାର ସ୍ୱତନ୍ତ ଅଧିବେସନ ଡାକି ବିସ୍ତୃତ ଆଲୋଚନା କରିବାପାଇଁ ଶ୍ରୀଯୁକ୍ତ ପଟ୍ଟନାୟକ ଦାବି କରିଥିଲେ ।
ଦ୍ୱିତୀୟତଃ ରାଜ୍ୟ ବାହାରୁ ଆସିଥିବା କୁଶଳୀ- ଅର୍ଦ୍ଧକୁଶଳୀ ଶ୍ରମିକଙ୍କୁ ସରକାର ଚିହ୍ନଟ କରିନାହାନ୍ତି ଏବଂ ସେମାନଙ୍କୁ କେଉଁ କାମ କେଉଁ କ୍ଷେତ୍ରରେ ଯୋଗାଇବେ ତାହା ସ୍ପଷ୍ଟ ନୁହେଁ । ରାଜ୍ୟରେ ଥିବା ପ୍ରାୟ ୨ଲକ୍ଷ କ୍ଷ୍ୟୁଦ୍ର ଓ ଲଘୁ ଉଦ୍ୟୋଗ ଅଚଳ ଅବସ୍ଥାରେ ଅଛି । ସେଥିରେ ନିଯୁକ୍ତ ସବୁ ବର୍ଗ ରୋଜଗାର ହରାଇଛନ୍ତି । ତାଙ୍କୁ କେନ୍ଦ୍ର ଘୋଷିତ ସହାୟତା ଆକାଶ କୟାଁ ଚିଲିକା ମାଛ ସଦୃଶ । ସରକାର ସେମାନଙ୍କ ପାଇଁ ଅନ୍ତତଃ ୬ ମାସର ବିଦ୍ୟୁତ ଦେୟ ଛାଡ଼ ଦେବାର ବ୍ୟବସ୍ଥା ଏଥିରେ ନାହିଁ । ସେମାନଙ୍କ ଉତ୍ପାଦନ ବଜାରରେ ପହଂଚିଲେ ବିକ୍ରେତାମାନେ ଭିଡ଼ ଜମାଇବାରେ ସମ୍ଭାବନା ନାହିଁ । ସେଥିପାଇଁ ସମସ୍ତ ବେରୋଜଗାରୀଙ୍କ ହାତକୁ ମାସକୁ ଅନ୍ତତଃ ୭ ହଜାରରୁ ୮ ହଜାର ଟଙ୍କା ପହଂଚିବାର ଆବଶ୍ୟକତା ଅଛି । ଏହି ଯେଉଁ ଟଙ୍କାର ବରାଦ ଅଛି କୌଣସି ଭାବେ ୪୦ଲକ୍ଷ ପରିବାରକୁ ୨୦୦ ଦିନର ମଜୁରୀ ଅତିକମ୍ରେ ୩୦୦ ଟଙ୍କା ହାରରେ ଦେବାକୁ ହେଲେ ୨୪ ହଜାର କୋଟି ଟଙ୍କାର ଆବଶ୍ୟକତା ଅଛି । ତେବେ କେଉଁ ଆଧାରରେ ଏହି ୧୭ ହଜାର କୋଟି ଟଙ୍କା ସ୍ୱପ୍ନ ବଂଟାଯାଇଛି?
ଏଠରେ ସ୍ମରଣଯୋଗ୍ୟ ଯେ ଗତବର୍ଷ ପୁରୀ ଜିଲ୍ଲାରେ ଘଟିଥିବା ପ୍ରଳୟଙ୍କାରୀ ବାତ୍ୟା ‘ଫନି’ ବାବଦରେ ୧୩ଶହ କୋଟି ଟଙ୍କା ପୁରୀ ଜିଲ୍ଲାପାଳଙ୍କୁ ସରକାର ଦେଇଥିଲେ । ମାତ୍ର ଏଥିରୁ ୨୦୦ କୋଟି ଟଙ୍କା ଜିଲାପାଳ ଫେରସ୍ତ କରିଥିବା ବେଳେ ବାକି ୧୧ଶହ କୋଟି ଟଙ୍କାରୁ ୬ଶହ କୋଟି ଟଙ୍କା ଖର୍ଚ୍ଚ ନହୋଇ ପଡ଼ିରହିଛି । ଏଥିରୁ ସ୍ପଷ୍ଟ ଅନୁମେୟ ସରକାରଙ୍କର ଘୋଷଣା ଓ କାର୍ଯ୍ୟକାରୀତା ଭିତରେ ଆକାଶ ଓ ପୃଥିବୀର ପ୍ରଭେଦ । ସାଧରଣତଃ ପ୍ରତ୍ୟେକ ବର୍ଷ କୃଷିଋଣ ବାବଦରେ ୭ହଜାର ୫ଶହ କୋଟିଟଙ୍କା ଦିଆଯାଉଥିବା ବେଳେ ଏବର୍ଷ କରୋନା ବିପତି ସମୟରେ ତାକୁ ମାତ୍ର ୧୫ଶହ କୋଟି ଟଙ୍କା ବଡ଼ାଯାଇ ୯ହଜାର କୋଟି ଦିଆଯିବା ଚାଷୀକୂଳ ପ୍ରତି ଚରମ ଉପହାସ । ସମବାୟ ମନ୍ତ୍ରୀ ପୂର୍ବରୁ କରିଥିବା ଘୋଷଣାକୁ ପୁର୍ନବାର ଘୋଷଣା କରି ସରକାର ଚାଷୀକୂଳ ପ୍ରତି ଚରମ ଅବହେଳା ପ୍ରଦର୍ଶନ କରିଛନ୍ତି । ବ୍ୟାଙ୍କ ଚାଷୀଭାଇ ମାନଙ୍କୁ ବିହନ ଦେବାର ପ୍ରକ୍ରୟା ବର୍ତମାନ ସୁଦ୍ଧା ଆରମ୍ଭ ହୋଇନଥିବା ବେଳେ ବର୍ଷାଦିନେ ବିହନ ଯୋଗାଣ ତାଙ୍କର କି କାମରେ ଆସିବ ବୋଲି ପ୍ରଶ୍ନକରି କ୍ଷୋଭପ୍ରକାଶ କରିଥିଲେ ପ୍ରଦେଶ କଂଗ୍ରେସ ସଭାପତି । କୃଷି ଓ କୃଷକମାନଙ୍କୁ ଋଣ ଯୋଗାଇବାରେ ଯେଉଁ ବଡ଼ ସ୍ୱପ୍ନ ବଂଟାଯାଇଛି ତାକୁ ନେଇ ପ୍ରଶ୍ନକରିଥିଲେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀଯୁକ୍ତ ପଂଚାନନ କାନୁନଗୋ । ସରକାରଙ୍କ ପକ୍ଷରୁ କରାଯାଇଥିବା ଘୋଷଣା ମୁତାବକ ଏଥିରେ ୨୪ଲକ୍ଷ ପରିବାର ଉପକୃତ ହେବେ । କିନ୍ତୁ ପ୍ରଶ୍ନ ହେଉଛି ଏହି ଋଣ କ’ଣ ସଠିକ୍ ଭାବରେ ଭାଗଚାଷୀ ଯେଉଁମାନଙ୍କ ସଂଖ୍ୟା ୭୬% ତାଙ୍କ ପାଖରେ ପହଂଚିବ? ଅତୀତର ଅଭିଜ୍ଞତା କହୁଛି ସେମାନେ ଏଥିରୁ ବଂଚିତ ରୁହନ୍ତି । କିଏ ପହଂଚାଇବ ଓ କିପରି ପହଂଚାଇବ ତାହା ଏକ ଅସମାହିତ ପ୍ରଶ୍ନ ହୋଇରହିଛି । ଚାଷୀମାନଙ୍କୁ ମାଗଣା ବିହନ ଓ ମଞ୍ଜି ଯୋଗାଇବାକୁ ଆବଶ୍ୟକ ଅର୍ଥ କେଉଁଠି ଦୃଶ୍ୟମାନ ହେଉନାହିଁ । କେବଳ ଋଣ ଉପରେ ମଧ୍ୟ ରିହାତି ଅଛି । ଯେଉଁମାନେ ଋଣ ନେବେ ତାଙ୍କୁ ହିଁ ଏହା ପ୍ରାପ୍ତ ହେବ । ଅଗଣିତ ଚାଷୀ ବ୍ୟାଙ୍କ ଋଣ ପାଇ ନଥାନ୍ତି । ପରିସଂଖ୍ୟାନ କହେ ୨ଶହ କୋଟି ଟଙ୍କା ଯଦି ୨୪ଲକ୍ଷ ୫୬ ହଜାର ଚାଷୀଙ୍କ ଭିତରେ ସମାନୁପାତିକ ଭାବରେ ଦିଆଯାଏ ତାହାହେଲେ ଜଣପିଛା ମାତ୍ର ୮୧୪ଟଙ୍କା ପଡ଼ିବ ।ଏଥିରେ ଚାଷୀଭାଇମାନଙ୍କର କଣ ଉନ୍ନତି ହେବ, ସେ ବିଷୟରେ ସରକାର ଜବାବ ରଖିବା ଉଚିତ୍ ବୋଲି ଶ୍ରୀଯୁକ୍ତ କାନୁନ୍ଗୋ ଦାବି କରିଥିଲେ । ପୂର୍ବ ଘୋଷିତ ଆଦିବାସୀ ଜୀବିକା ମିଶନ ଅନୁସାରେ କେତେ ଆଦିବାସୀ ପରିବାର ଉପକୃତ ହୋଇଥିଲେ ଏବେ ସଂକଟ ସମୟରେ କେତେ ଅଧିକଙ୍କୁ ଦିଆଯିବା ଆଦୌ ସ୍ପଷ୍ଟ ନୁହେଁ । କେବଳ କୁହାଯାଇଛି ୮.୫ ଲକ୍ଷ କେନ୍ଦୁପତ୍ର ତୋଳାଳିଙ୍କର ଆୟର ୨୦% ବୃଦ୍ଧି ଘଟିବ । ଏ ସମଗ୍ର ଘୋଷଣା ମେ ମାସ ୨୯ ତାରିଖରେ କ୍ୟାବିନେଟ ମଂଜୁରୀ ମିଳିବା ପୂର୍ବରୁ ୨୮ ତାରିଖରେ ଡେଭଲମେଂଟ କମିଶନର ତାଙ୍କର ନିର୍ଦ୍ଦେଶନାମାରେ ପ୍ରକାଶ କରିସାରିଥିଲେ । ଏଥିରୁ ସ୍ପଷ୍ଟ ଜଣାଯାଏ ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀମଣ୍ଡଳ କେବଳ ରବରଷ୍ଟାମ୍ପ ଭଳି ଏ କାର୍ଯ୍ୟରେ ମୋହର ମାରିଥିଲେ । ରାଜ୍ୟର ପଂଜିକୃତ ୨୧ ଲକ୍ଷ ନିର୍ମାଣ ଶ୍ରମିକ ରୋଜଗାର ହରାଇଛନ୍ତି । ତାଙ୍କୁ ପୁନଃ ରୋଜଗାରକ୍ଷମ କରିବାର କୌଣସୀ ଦୃଶ୍ୟମାନ ଯୋଜନା ଏଥିରେ ନାହିଁ । ସରକାରଙ୍କର ଏହି ଘୋଷଣା ଅତ୍ୟନ୍ତ ନିଷ୍ଠାରହିତ, ପ୍ରତାରଣା ଓ ପ୍ରବଂଚନା ପୂର୍ଣ୍ଣ ଓ ବିଚାର ରହିଛି l
ଆଜିର ଏହି ସାମ୍ବାଦିକ ସମ୍ମଳନୀରେ ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ଶ୍ରୀଯୁକ୍ତ ସୁରେଶ କୁମାର ରାଉତରାୟ, ଜ୍ଞାନଦେବ ବେଉରା, ସୋସିଆଲ ମେଡିଆ ଅଧକ୍ଷ ଅଭିଷେକ ମହାନନ୍ଦ,ମୁଖପାତ୍ର ପ୍ରଶାନ୍ତ ଶତପଥି ,ମିଡ଼ିଆ ସଂଯୋଜକ ଦୀପକ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ଅମ୍ପାନ ମୁକାବିଲା ପାଇଁ ଓଡିଶାକୁ ପ୍ରଶଂସା କଲେ ମୋଦି…
ନୂଆଦିଲ୍ଲୀ : ଓଡିଶାକୁ ପୁଣି ଥରେ ପ୍ରସଂଶା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ପ୍ରଧାନମନ୍ତ୍ରୀଙ୍କ ‘ମନ କି ବାତ’ କାର୍ଯ୍ୟକ୍ରମରେ ଅମ୍ପାନ ମୁକାବିଲାରେ ଓଡ଼ିଶାବାସୀଙ୍କ ସାହସ ଓ ଧୈର୍ଯ୍ୟ ପ୍ରସଂଶା କଲେ ମୋଦି । ଦେଶ ଯେତେବେଳେ କରୋନା ସହ ଲଢ଼ୁଛି ସେହି ସମୟରେ ବାତ୍ୟା ଅମ୍ପାନର ସଠିକ ମୁକାବିଲା କରିଛି ଓଡିଶା।ଫଳରେ ବହୁତ ବଡ଼ କ୍ଷୟକ୍ଷତିରୁ ରକ୍ଷା ମିଳିଛି।
ଏବେ ସାରା ଦେଶ କରୋନା କବଳରେ।ସମସ୍ତ ସରକାରୀ କଳ ତଥା ସ୍ୱଚ୍ଚାସେବୀ କରୋନାକୁ ହରେଇବା ପାଇଁ ଲାଗିପଡିଛନ୍ତି। ହେଲେ କିଛି ଦିନ ପୂର୍ବେ ଓଡ଼ିଶା ଏବଂ ପଶ୍ଚିମବଙ୍ଗକୁ ବାତ୍ୟା ଅମ୍ପାନ ଆସିଥିଲା। ଓଡ଼ିଶା ସରକାରଙ୍କ ଦୂର ଦୃଷ୍ଟି ଓ ପାରଦର୍ଶିତା ରାଜ୍ୟକୁ ବହୁତ ବଡ଼ ବିପଦରୁ ବଞ୍ଚାଇଦେଇଛି।ଏଥିପାଇଁ ଓଡ଼ିଶାବାସୀଙ୍କ ସାହସ ଓ ଧୈର୍ଯ୍ୟ ସହ ସରକାରୀ କର୍ମଚାରୀ ଓ ସ୍ବେଚ୍ଛାସେବୀଙ୍କ ଭୂମିକାକୁ ବେଶ ପ୍ରସଂଶା ଯୋଗ୍ୟ ବୋଲି ପ୍ରଧାନମନ୍ତ୍ରୀ ଆଜି ତାଙ୍କ ‘ମନ କି ବାତ ‘ କାର୍ଯ୍ୟକ୍ରମ ରେ କହିଛନ୍ତି ।ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିବାରେ ପୂର୍ବରୁ ମଧ୍ୟ ତାର ପାରଦର୍ଶିତା ଦେଖେଇସାରିଛି। ସେଥିପାଇଁ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ପ୍ରସଂଶା ସାଉଁଟିଛି।
ଓଡିଶା ଗଣମାଧ୍ୟମ : ନୂତନ ନୀତି ପ୍ରଣୟନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବିକଲା ଓୟୁଜେ
ଭୁବନେଶ୍ୱର : କରୋନା ପ୍ରଭାବ ଯୋଗୁଁ ଓଡ଼ିଶାରେ ଗଣମାଧ୍ୟମ ଓ ସାମ୍ବାଦିକ ଗୁରୁତର ସଙ୍କଟର ସମ୍ମୁଖୀନ।ଆର୍ଥିକ ଚାପ ଅନେକ ଖବରକାଗର ପ୍ରକାଶନକୁ ପ୍ରଭାବିତ କରିଥିବା ବେଳେ ଇଲେକ୍ଟ୍ରୋନିକ ମେଡିଆ ଅବସ୍ଥା ମଧ୍ୟ ଅତ୍ୟନ୍ତ ଶୋଚନୀୟ।ଅନେକ ସାମ୍ବାଦିକ ଚାକିରୀ ହରାଇଲେଣି ଓ ଅନେକଙ୍କୁ ଅଧା ବେତନରେ କାମକରିବାକୁ ପଡ଼ୁଚି। ଏଭଳି ଅବସ୍ଥାରେ ଓଡ଼ିଶାରେ ଗଣମାଧ୍ୟମକୁ ଚଳନକ୍ଷମ କରାଇବା ଓ ଦିକମାନଙ୍କୁ ବୃତ୍ତିଗତ ନିରାପତ୍ତା ଯୋଗାଇଦେବା ପାଇଁ ତୁରନ୍ତ ଏକ ନୂତନ ଗଣମାଧ୍ୟମ ନୀତି ପ୍ରବର୍ତ୍ତନ କରିବାକୁ ଓଡିଶା ସାମ୍ବାଦିକ ୟୁନିଅନ ( ଓୟୁଜେ)ର ସଭାପତି ପ୍ରସନ୍ନ ମହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ଏକ ଟୁଇଟ ବାର୍ତ୍ତାରେ ଦାବି କରିଛନ୍ତି।
ଜୁନ ୧୭ ରେ ଖୋଲିବ ନାହିଁ ସ୍କୁଲ: ସମୀର ଦାସ..
ଭୁବନେଶ୍ୱର : ଜୁନ ୧୭ ରେ ଖୋଲିବ ନାହିଁ ସ୍କୁଲ । ଏହାସହ ଆସନ୍ତାକାଲି ଠାରୁ +୨ ଅନଲାଇନ ଖାତା ଦେଖା ଆରମ୍ଭ ହେବ।ଏ ନେଇ ସ୍ପଷ୍ଟ କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ।
ଗତକାଲି କେନ୍ଦ୍ର ସରକାର ନୂଆ ଗାଇଡ଼ ଲାଇନ ଜାରି କରିଛନ୍ତି। ସେଥିରେ ଜୁଲାଇ ମାସରେ ସ୍କୁଲ କଲେଜ ଖୋଲିବ ବୋଲି ଉଲ୍ଲେଖ କରାଯାଇଛି ।ତେଣୁ କେନ୍ଦ୍ର ସରକାରଙ୍କ ଗାଇଡ଼ ଲାଇନକୁ ଆଧାର କରି ରାଜ୍ୟରେ ଜୁନ ୧୭ ତାରିଖରେ ବିଦ୍ୟାଳୟ ଖୋଲିହେବ ନାହିଁ। ଜୁଲାଇ ମାସରେ ସ୍ଥିତି ଅନୁଧ୍ୟାନ କରିବା ପରେ ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ।
ତେବେ ବାକି ଥିବା ବିଭିନ୍ନ ପରୀକ୍ଷା ଜୁଲାଇ ପହିଲାରୁ ଆରମ୍ଭ ହେବ। ଏହାସହ ଆସନ୍ତା କାଲି ଠାରୁ ଯୁକ୍ତ ଦୁଇ ଅନଲାଇନ ଖାତା ଦେଖା ଆରମ୍ଭ ହେବ। ଜୁନ ୮ ତାରିଖରୁ ଅଫଲାଇନ୍ ଖାତା ଦେଖା ଆରମ୍ଭ ହେବ। ଏଥିପାଇଁ ୨୭ଟି ଖାତା ଦେଖା କେନ୍ଦ୍ର କରାଯାଇଛି। ସବୁଠି ସାମାଜିକ ଦୁରତାକୁ ଗୁରୁତ୍ୱ ଦେବା ସହ ସାନିଟାଇଜ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯିବ ବୋଲ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କହିଛନ୍ତି।
ଆଜି ରାଜ୍ୟରେ ସର୍ବାଧିକ ୧୨୯ କରୋନା ଚିହ୍ନଟ..
ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମିବାର ନାଁ ଧରୁ ନାହିଁ। ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି ରାଜ୍ୟରେ ସର୍ବାଧିକ ୧୨୯ ଜଣ ନୂଆ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯୪୮ରେ ପହଁଚିଛି। ସେମାନେ ଗଜପତି-୧୬,ନୂଆପଡା-୧୨, ବଲାଙ୍ଗିର-୧୧ ,ଗଂଜାମ ଏବଂ,ଯାଜପୁର-୧୦,ଖୋର୍ଦ୍ଧା-୭,ବରଗଡ, ମୟୁରଭଞ୍ଜ,ସୁନ୍ଦରଗଡ, ବାଲେଶ୍ଵର,-୬,କଟକ-୫ ,ପୁରୀ ଏବଂ ଦେବଗଡ଼ -୪, କେନ୍ଦୁଝର-୩ ଲେଖାଏଁ କରୋନାରେ ଆକ୍ରାନ୍ତ ହୋଇଛନ୍ତି।ଏନେଇ ସ୍ୱସ୍ଥ୍ୟ ଓ ପରିବାର କଲ୍ୟାଣ ବିିଭାଗ ପକ୍ଷରୁ ସୂଚନା ଦେଇଛି ।ସେଥିମଧ୍ୟରୁ ସମସ୍ତ ୧୧୯ ଜଣ କ୍ବାରେଣ୍ଟିନ୍ ସେଣ୍ଟରରେ ଏବଂ ୧୦ଜଣ ସ୍ଥାନୀୟ ଲୋକ ଅଛନ୍ତି ।ଏହାସହ ୮୮୯ ଜଣ ଚିକିତ୍ସାଧୀନ,ଜଣ ୧୦୫୦ସୁସ୍ଥ ହୋଇସାରିଲେଣି। ଆଉ ୭ଜଣ ମୃତ୍ୟୁ ବରଣ କରିଛନ୍ତି।
ମୋଦିଙ୍କ ମନ କି ବାତ କାର୍ଯ୍ୟକ୍ରମ ଦିନ ୧୧ ଟାରେ…
ନୂଆଦିଲ୍ଲୀ : ଦେଶ ଏବେ କରୋନା ସଙ୍କଟ ଦେଇ ଗତି କରୁଛି। ଏ ମହାମାରୀ କବକରୁ ଦେଶକୁ ଉଦ୍ଧାର କରିବାକୁ ସରକାର ମଧ୍ୟ ପ୍ରୟାସ ଜାରୀରଖିଛନ୍ତି। ଏହା ଭିତରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ “ମନ କି ବାତ” ଜନସାଧାରଣଙ୍କ ସାମ୍ନାରେ ରଖିବେ। ଲକ୍ ଡାଉନ ସମୟରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ମନ କି ବାତ କାର୍ଯ୍ୟକ୍ରମ କରୁଛନ୍ତି। ଯାହାକି ମୋଦି ଟୁଇଟ କରି ଜଣାଇଛନ୍ତି। ଆଜି ଦିନ ୧୧ ଟା ବେଳେ ଏହି କାର୍ଯ୍ୟକ୍ରମ ହେବ। ଏହାସହ ସମସ୍ତେ ନିଜର ବାର୍ତା ମଧ୍ୟ 1800-11-7800 ରେ ରେକର୍ଡ କରି ପଠାଇ ପାରିବେ । ଏଥିସହିତ ନମୋ ଆପ୍ ବା ମାଇଗଭ ରେ ମଧ୍ୟ ଲେଖିକି ପଠାଇପାରିବେ ବୋଲି ମୋଦି ଟୁଇଟ୍ରେ ଉଲ୍ଲେଖ କରିଥିଲେ ।














