କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇଲେ କେନ୍ଦ୍ରମାନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

  • ନୂଆଦିଲ୍ଲୀ: ଆଜି ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନରେ ସାରା ରାଜ୍ୟରେ “ବନ୍ଦେ ଉତ୍କଳ” ଜନନୀ  ସଙ୍ଗୀତ ଗାନ କରାଯାଇଛି। ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ଓ ତାଙ୍କ ସହ ସମ୍ପୂର୍ଣ୍ଣ ଓଡ଼ିଆ ଜାତି ଠିଆ ହୋଇଛି। ସେହି ବାର୍ତ୍ତା ଦେବା। ଯେଉଁଥି ପାଇଁ କି ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିଥିଲେ।
    କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ପରିବାରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରି କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇଛନ୍ତି । ଏହାସହ ସେ ସୋସିଆଲ ମିଡିଆ ମାଧ୍ୟମରେ ଉଲ୍ଲେଖ କରିଛନ୍ତି, ‘ଆଜି ସପରିବାର ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରି ଆମ ରାଜ୍ୟର କରୋନା ଯୋଦ୍ଧା ମାନଙ୍କୁ ସମ୍ମାନିତ କରିବା ସହ ସେମାନଙ୍କୁ ଉତ୍ସାହିତ କଲି । କରୋନା ମହାମାରୀର ଭୟାବହ ପରିସ୍ଥିତି ସମୟରେ ନିଜ ଜୀବନକୁ ପାଣି ଛଡାଇ ଦେଶବାସୀଙ୍କ ଜୀବନ ରକ୍ଷା କରିବାକୁ ଆସୁଥିବା କରୋନା ଯୋଦ୍ଧାମାନେ ପ୍ରଶଂସାର ପାତ୍ର ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles