ଜୁନ ୧୭ ରେ ଖୋଲିବ ନାହିଁ ସ୍କୁଲ: ସମୀର ଦାସ..

- Advertisement -

ଭୁବନେଶ୍ୱର : ଜୁନ ୧୭ ରେ ଖୋଲିବ ନାହିଁ ସ୍କୁଲ । ଏହାସହ ଆସନ୍ତାକାଲି ଠାରୁ +୨ ଅନଲାଇନ ଖାତା ଦେଖା ଆରମ୍ଭ ହେବ।ଏ ନେଇ ସ୍ପଷ୍ଟ କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ।
ଗତକାଲି କେନ୍ଦ୍ର ସରକାର ନୂଆ ଗାଇଡ଼ ଲାଇନ ଜାରି କରିଛନ୍ତି। ସେଥିରେ ଜୁଲାଇ ମାସରେ ସ୍କୁଲ କଲେଜ ଖୋଲିବ ବୋଲି ଉଲ୍ଲେଖ କରାଯାଇଛି ।ତେଣୁ କେନ୍ଦ୍ର ସରକାରଙ୍କ ଗାଇଡ଼ ଲାଇନକୁ ଆଧାର କରି ରାଜ୍ୟରେ ଜୁନ ୧୭ ତାରିଖରେ ବିଦ୍ୟାଳୟ ଖୋଲିହେବ ନାହିଁ। ଜୁଲାଇ ମାସରେ ସ୍ଥିତି ଅନୁଧ୍ୟାନ କରିବା ପରେ ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ।
ତେବେ ବାକି ଥିବା ବିଭିନ୍ନ ପରୀକ୍ଷା ଜୁଲାଇ ପହିଲାରୁ ଆରମ୍ଭ ହେବ। ଏହାସହ ଆସନ୍ତା କାଲି ଠାରୁ ଯୁକ୍ତ ଦୁଇ ଅନଲାଇନ ଖାତା ଦେଖା ଆରମ୍ଭ ହେବ। ଜୁନ ୮ ତାରିଖରୁ ଅଫଲାଇନ୍ ଖାତା ଦେଖା ଆରମ୍ଭ ହେବ। ଏଥିପାଇଁ ୨୭ଟି ଖାତା ଦେଖା କେନ୍ଦ୍ର କରାଯାଇଛି। ସବୁଠି ସାମାଜିକ ଦୁରତାକୁ ଗୁରୁତ୍ୱ ଦେବା ସହ ସାନିଟାଇଜ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯିବ ବୋଲ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କହିଛନ୍ତି।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles