ଅମ୍ପାନ ମୁକାବିଲା ପାଇଁ ଓଡିଶାକୁ ପ୍ରଶଂସା କଲେ ମୋଦି…

- Advertisement -

ନୂଆଦିଲ୍ଲୀ : ଓଡିଶାକୁ ପୁଣି ଥରେ ପ୍ରସଂଶା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ପ୍ରଧାନମନ୍ତ୍ରୀଙ୍କ ‘ମନ କି ବାତ’ କାର୍ଯ୍ୟକ୍ରମରେ ଅମ୍ପାନ ମୁକାବିଲାରେ ଓଡ଼ିଶାବାସୀଙ୍କ ସାହସ ଓ ଧୈର୍ଯ୍ୟ ପ୍ରସଂଶା କଲେ ମୋଦି । ଦେଶ ଯେତେବେଳେ କରୋନା ସହ ଲଢ଼ୁଛି ସେହି ସମୟରେ ବାତ୍ୟା ଅମ୍ପାନର ସଠିକ ମୁକାବିଲା କରିଛି ଓଡିଶା।ଫଳରେ ବହୁତ ବଡ଼ କ୍ଷୟକ୍ଷତିରୁ ରକ୍ଷା ମିଳିଛି।
ଏବେ ସାରା ଦେଶ କରୋନା କବଳରେ।ସମସ୍ତ ସରକାରୀ କଳ ତଥା ସ୍ୱଚ୍ଚାସେବୀ କରୋନାକୁ ହରେଇବା ପାଇଁ ଲାଗିପଡିଛନ୍ତି। ହେଲେ କିଛି ଦିନ ପୂର୍ବେ ଓଡ଼ିଶା ଏବଂ ପଶ୍ଚିମବଙ୍ଗକୁ ବାତ୍ୟା ଅମ୍ପାନ ଆସିଥିଲା। ଓଡ଼ିଶା ସରକାରଙ୍କ ଦୂର ଦୃଷ୍ଟି ଓ ପାରଦର୍ଶିତା ରାଜ୍ୟକୁ ବହୁତ ବଡ଼ ବିପଦରୁ ବଞ୍ଚାଇଦେଇଛି।ଏଥିପାଇଁ ଓଡ଼ିଶାବାସୀଙ୍କ ସାହସ ଓ ଧୈର୍ଯ୍ୟ ସହ ସରକାରୀ କର୍ମଚାରୀ ଓ ସ୍ବେଚ୍ଛାସେବୀଙ୍କ ଭୂମିକାକୁ ବେଶ ପ୍ରସଂଶା ଯୋଗ୍ୟ ବୋଲି ପ୍ରଧାନମନ୍ତ୍ରୀ ଆଜି ତାଙ୍କ ‘ମନ କି ବାତ ‘ କାର୍ଯ୍ୟକ୍ରମ ରେ କହିଛନ୍ତି ।ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିବାରେ ପୂର୍ବରୁ ମଧ୍ୟ ତାର ପାରଦର୍ଶିତା ଦେଖେଇସାରିଛି। ସେଥିପାଇଁ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ପ୍ରସଂଶା ସାଉଁଟିଛି।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles